ETV Bharat / state

ହାଡ଼ଭଙ୍ଗା ଶୀତରେ ଥରୁଛି ଓଡ଼ିଶା, ଆଉ 3 ଦିନ ଘନ କୁହୁଡ଼ି

ସାରା ରାଜ୍ୟରେ ପ୍ରବଳ କୁହୁଡ଼ି ଦେଖା ଦେଇଛି । ଦୃଶ୍ୟମାନ କ୍ଷମତା ହ୍ରାସ ପାଇବାରୁ ଜନଜୀବନ ଏବଂ ଯାତାୟତ ପ୍ରଭାବିତ ହୋଇଛି। 11 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଇଏମଡି।

COLD WAVE IN ODISHA
ଓଡ଼ିଶା ପାଣିପାଗ : ଆଉ 3 ଦିନ ଘନ କୁହୁଡ଼ି ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା (ETV Bharat Odisha)
author img

By ETV Bharat Odisha Team

Published : January 2, 2026 at 8:06 AM IST

|

Updated : January 2, 2026 at 9:27 AM IST

1 Min Read
Choose ETV Bharat

Dense Fog Warning, ଭୁବନେଶ୍ବର: 2026 ମସିହାର ପ୍ରଥମ ଦିନରେ କୁହୁଡି ଚାଦରରେ ଢାଙ୍କି ଦେଲା ସାରା ରାଜ୍ୟ । ଘନ କୁହୁଡି ବଳୟରେ ଅସ୍ତବ୍ୟସ୍ତ ଜୀବନ । ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଯୋଗୁଁ ଶୀତର ମାତ୍ରା କିଛି ପରିମାଣରେ ହ୍ରାସ ପାଇଛି । ଗତକାଲି ନୟାଗଡ଼, ସମ୍ବଲପୁର, ଅନୁଗୋଳ, ବୌଦ୍ଧ ଓ ଢେଙ୍କାନାଳରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା । ସାରା ରାଜ୍ୟରେ ଘନ କୁହୁଡି ସହିତ ଅତି ପ୍ରବଳ କୁହୁଡ଼ି ଦେଖା ଦେଇଛି । ଯାହା ଫଳରେ ଦୃଶ୍ୟମାନ କ୍ଷମତା ହ୍ରାସ ପାଇବାରୁ ଜନଜୀବନର ଯାତାୟାତ ବାଧାପ୍ରାପ୍ତ ହେଉଛି । ପାରାଦ୍ବୀପ, ଭୁବନେଶ୍ବର, ଖୋର୍ଦ୍ଧା, କେଉଁଝର, ହୀରାକୁଦ, ପାରଳାଖେମୁଣ୍ଡି, ସୋନପୁର, ଫୁଲବାଣୀ ଆଦିର ସ୍ଥାନ ମାନଙ୍କରେ ଅତି ଘନକୁହୁଡ଼ି ଦେଖା ଦେଇଛି ।

ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ନିୟାମକ ରହିନାହିଁ । ଅର୍ଥାତ୍ ଆଗାମୀ 7 ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଏବଂ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଆଗାମୀ 3 ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିମ୍ନତମ ତାପମାତ୍ରା 2ରୁ 3 ଡିଗ୍ରୀ ବଢିବାର ସମ୍ଭାବନା ରହିଛି । ଏହାର ଆଗାମୀ 4 ଦିନ ପରେ ପୁଣି ନିମ୍ନତମ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି । ଆଜି ସକାଳ ସମୟରେ 11ଟି ଜିଲ୍ଲାକୁ ଅତି ଘନକୁହୁଡ଼ି ପରିଦୃଶ୍ୟ ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅରେଞ୍ଜ ୱାର୍ଣ୍ଣିଂ:

2 ଡ଼ିସେମ୍ବର: ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ସୋନପୁର

3 ଡ଼ିସେମ୍ବର: ଜଗତସିଂହପୁର

ୟେଲୋ ୱାର୍ଣ୍ଣିଂ:

2 ଡ଼ିସେମ୍ବର: କନ୍ଧମାଳ, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର

3 ଡ଼ିସେମ୍ବର: କନ୍ଧମାଳ, ଗଞ୍ଜାମ, ଗଜପତି, ଭଦ୍ରକ, ବାଲେଶ୍ବର, କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ସୁନ୍ଦରଗଡ଼

ସେହିପରି ନୂଆବର୍ଷରେ ରାଜ୍ୟର 14ଟି ସ୍ଥାନରେ ତାପମାତ୍ରା 10ଡିଗ୍ରୀ ତଳେ ରହିଥିବାର ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିମ୍ନତମ ତାପମାତ୍ରାରେ 2ରୁ 3 ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । 10 ଡିଗ୍ରୀରୁ କମ୍ ତାପମାତ୍ରା ଏହି ସବୁ ସ୍ଥାନରେ ଅନୁଭୂତ ହେବାର ସମ୍ଭାବନା ରହିଛି ।

  • ଝାରସୁଗୁଡ଼ା- 9 ଡିଗ୍ରୀ
  • କୋରାପୁଟ: 10 ଡିଗ୍ରୀ
  • ଫୁଲବାଣୀ: 10 ଡିଗ୍ରୀ
  • ରାଉରକେଲା: 10 ଡିଗ୍ରୀ
  • ଅନୁଗୋଳ: 10 ଡିଗ୍ରୀ


ସାରା ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି । ଏନେଇ ଦୃଶ୍ୟମାନ କ୍ଷମତା କେତେକ ସ୍ଥାନରେ 200 ମିଟରରୁ କମ୍ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଘନ କୁହୁଡ଼ି ସମୟରେ ସତର୍କତାର ସହିତ ଯାତାୟତ କରିବା ଆବଶ୍ୟକ । ଏନେଇ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ ।

ଏହା ମଧ୍ୟ ପଢନ୍ତୁ: ନୂଆବର୍ଷରେ ଜାଡ଼, ଘନ କୁହୁଡ଼ି ବଳୟରେ ରାଜଧାନୀ ଭୁବନେଶ୍ବର

ଇଟିଭି ଭାରତ, ଭୁବନେଶ୍ବର

Last Updated : January 2, 2026 at 9:27 AM IST