ଓଡ଼ିଶାରେ ବଢୁଛି ବିଳାସପୂର୍ଣ୍ଣ ଗାଡିର ଚାହିଦା: ପୂର୍ବ ବର୍ଷ ତୁଳନାରେ 2025ରେ ଚାରି ପ୍ରତିଶତ ବୃଦ୍ଧି
ଓଡିଶା ଏକ ପଛୁଆ ରାଜ୍ୟ ଭାବରେ ପରିଗଣିତ ହେଉଛି ।ଏଠାରେ ମୁଣ୍ଡପିଛା ବାର୍ଷିକ ଆୟ ଅନ୍ୟ ରାଜ୍ୟ ଅପେକ୍ଷା କମ। ହେଲେ ଧନୀବ୍ୟକ୍ତିଙ୍କ ବିଳାସପୁର୍ଣ୍ଣ ବା ସୌଖିନ ଗାଡି କିଣାରେ ଓଡିଶା ରେକର୍ଡ କରିଛି।


Published : December 31, 2025 at 7:12 PM IST
ଭୁବନେଶ୍ୱର: ପରିବର୍ତ୍ତିତ ସମୟ ସହିତ ତାଳ ଦେଇ ମଣିଷ ବିଳାସ ପୂର୍ଣ, ଚାକଚକ୍ୟକୁ ଆଦରି ନେଉଛି । ଦୈନନ୍ଦିନ ଜୀବନରେ ସୌଖିନ ଦ୍ରବ୍ୟ ବ୍ୟବହାର ପ୍ରତି ଆଗ୍ରହ ବଢୁଛି। ଏବେ ଦେଖାଯାଉଛି, ରାଜ୍ୟରେ ବିଳାସ ପୂର୍ଣ ଗାଡ଼ିର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ମିଳିଥିବା ତଥ୍ୟ ଅନୁସାରେ, ଓଡ଼ିଶାରେ ଲକଜୁରୀ କାରର ବିକ୍ରି ରେକର୍ଡ ସୃଷ୍ଟି କରିଛି। ଗତ ଆର୍ଥିକ ବର୍ଷରେ ଓଡ଼ିଶାରେ ବୃଦ୍ଧି ପାଇଛି ବିଳାସ ପୂର୍ଣ୍ଣ କାରର ବ୍ୟବସାୟ। ଚମକେଇ ଦେଲା ଭଳି ତଥ୍ୟ ଆସିଛି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ।
ଏହି ସୂଚନା ଅନୁଯାୟୀ, 2୦୨୩-୨୪ ଆର୍ଥିକ ବର୍ଷରେ ଲକ୍ଜୁରୀ କାରର ବିକ୍ରି ଯେତିକି ଥିଲା ୨୦୨୫ ଡିସେମ୍ବର ଶେଷ ସୁଦ୍ଧା ଏହା ତାର ୪ ଗୁଣାରୁ ଅଧିକ ହୋଇଛି । ତେଣୁ ଓଡିଶା ପଛୁଆ ରାଜ୍ୟ, ଗରିବ ରାଜ୍ୟ ବୋଲି ଯେଉଁ ଚର୍ଚ୍ଚା ହେଉଛି ଏହି ରିପୋର୍ଟର ତଥ୍ୟ ତାକୁ ଏକ ପ୍ରକାର ଚ୍ୟାଲେଞ୍ଜ କରୁଛି ବୋଲି କୁହାଯାଇ ପାରିବ । ଏ ବିଷୟରେ ETV Bharatର ବିସ୍ତୃତ ରିପୋର୍ଟ ଦେଖିବା
ଓଡିଶା ସାଧାରଣତଃ ଏକ ପଛୁଆ ରାଜ୍ୟ ଭାବରେ ପରିଗଣିତ ହେଉଛି । କାରଣ ଏଠାରେ ମୁଣ୍ଡ ପିଛା ବାର୍ଷିକ ଆୟ ଅନ୍ୟ ରାଜ୍ୟ ଅପେକ୍ଷା କମ। ହେଲେ ଧନୀ ବ୍ୟକ୍ତିଙ୍କ ବିଳାସପୁର୍ଣ ବା ସୌଖିନ ଗାଡି କିଣାରେ ଓଡିଶା ଏବେ ରେକର୍ଡ କରିଛି।
| କଟକ ଆଞ୍ଚଳିକ ପରିବହନ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ କଟକରେ ୪ଟି ସୋ ରୁମରେ 2024ରେ ୮୧ଟି ଲକ୍ଜୁରୀ କାର ସେଲ 2025ରେ ୩୫୯ ଲକ୍ଜୁରୀ କାର ସେଲ |
କାହିଁକି ସୌଖିନ କାର ପ୍ରତି ଲୋକଙ୍କ ରୁଚି ବଢୁଛି ? କିଛି ସମ୍ଭାବ୍ୟ କାରଣ ...
ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ ଏବଂ ବୃଦ୍ଧି ପାଉଥିବା ଗ୍ରାହକଙ୍କ ଆକାଂକ୍ଷା ଏହାର ପଛର ଏକ ଗୁରୁତ୍ୱପୂର୍ଣ୍ଣ କାରଣ
ଓଡ଼ିଶାର ବର୍ଦ୍ଧିତ ବିଳାସପୂର୍ଣ୍ଣ କାର୍ ପଞ୍ଜୀକରଣ ବର୍ଦ୍ଧିତ ଆୟ ଏବଂ ପରିବର୍ତ୍ତିତ ଗ୍ରାହକ ପସନ୍ଦକୁ ସୁଚାଉଛି
ଓଡ଼ିଶାର GDP ଅଭିବୃଦ୍ଧି ବ୍ୟବହାରଯୋଗ୍ୟ ଆୟକୁ ବୃଦ୍ଧି କରୁଛି ଯାହା ଫଳରେ ଲୋକମାନେ ସୌଖିନ କାର କିଣିବାକୁ ମନ ବଳାଉଛନ୍ତି
ଏବେ ଓଡ଼ିଶାର ଉନ୍ନତ ରାସ୍ତା ଏବଂ ସଂଯୋଗୀକରଣ ସୁବିଧା ଉପଲବ୍ଧ ହେଉଛି
ଲୋକମାନଙ୍କ ଆକାଂକ୍ଷା ଏବଂ ପରିବର୍ତ୍ତିତ ଜୀବନଶୈଳୀ ବିଳାସପୂର୍ଣ୍ଣ ଯାନବାହାନର ଚାହିଦାକୁ ବୃଦ୍ଧି କରୁଛି।
୨୦୨୪-୨୫ ବର୍ଷରେ ୫୦ ଲକ୍ଷରୁ ଅଧିକ ମୂଲ୍ୟର ଉଚ୍ଚମାନର କାର ଯେମିତି ଟାଟା ,ମହିନ୍ଦ୍ରା,କିଆ ଆଦି ଗାଡି ଭଲ ବିକ୍ରି ହୋଇଛି । 2024 ଜାନୁଆରୀରୁ ମଧ୍ୟରେ ୩୫,୨୦୧ ପ୍ରିମିୟମ କାର ପରିବହନ ବିଭାଗରେ ପଞ୍ଜିକରଣ ହୋଇଥିଲା। 2025 ଶେଷ ସୁଦ୍ଧ ପ୍ରାୟ ୫୨୦୦୦ ୟୁନିଟ୍ ବିକ୍ରି ହୋଇଛି ଯାହା ୧.୬% ଅଭିବୃଦ୍ଧି। ୨୦୨୫ ଜାନୁଆରୀରୁ ଜୁନ୍ ମଧ୍ୟରେ ୩୭, ୧୯୮ ପ୍ରିମିୟମ୍ ଯାନ ପଞ୍ଜିକୃତ ହୋଇଛି । T & T motors ରେ ୨୦୨୪ ବର୍ଷରେ Mercedez benz ୧୯୫ଟି ସେଲ ହୋଇଥିବା ବେଳେ ୨୦୨୫ ବର୍ଷରେ ୨୪୦ ଛୁଇଁଛି ।
Mercedez benz ଗାଡି ଅତ୍ୟନ୍ତ ସୁରକ୍ଷିତ, ବିଳାସପୂର୍ଣ। mercedez benz ର ବହୁ କିସମ ରହିଛି। 40 ଲକ୍ଷରୁ 5 କୋଟି ଟଙ୍କା ମଧ୍ୟ ଗାଡ଼ି ରହିଛି। ଏବେ marcedez ର ବିଦ୍ୟୁତ ଚାଳିତ ବା EV ଗାଡି ଆସିଲାଣି। ଗାଡି ବିକ୍ରି ସହ ସୁବିଧାରେ ସର୍ଭିସ ଉପଲବ୍ଧ ରହିଛି। ପୂର୍ବରୁ ଯେଉଁ କଷ୍ଟମରମାନେ 20 ଲକ୍ଷର ଗାଡି କିଣୁଥିଲେ ଏବେ ସେମାନେ 40 ଲକ୍ଷ ଉପରେ ସୌଖିନ ଗାଡି କିଣୁଛନ୍ତି। ଓଡିଶା ମାର୍କେଟରେ ଏବେ ଲୋକେ ୬୦ରୁ୭୦ ଲକ୍ଷ ଉପରକୁ ଗାଡ଼ି ବାଛୁଛନ୍ତି ଯାହା ଓଡିଶା ଅଟମୋବାଇଲ ଶିଳ୍ପ ପ୍ରତି ଏକ ଅନୁକୂଳ ସଂକେତ। ଲୋକମାନଙ୍କ ଚାହିଦା ବୃଦ୍ଧି ପାଇବା ସହ ବିଳାସପୂର୍ଣ୍ଣ ଗାଡି କିଣିବାକୁ ଇଚ୍ଛା ପ୍ରକଟ କରୁଛନ୍ତି ବୋଲି କହିଛନ୍ତି mercedez benz ସୋ ରୁମର କାର୍ଯ୍ୟରତ ଟିମ ମ୍ୟାନେଜର ସୁଶାନ୍ତ।
ଆସନ୍ତୁ ଜଣିବା Mercedes-Benz, BMW, Audi, ଏବଂ Jaguar ର କିଛି ଲୋକପ୍ରିୟ ଭାରିଆଣ୍ଟ ବିଷୟରେ..
Mercedes-Benz ଭାରିଆଣ୍ଟ
- S କ୍ଲାସ୍-ଏହା ବିଳାସପୂର୍ଣ୍ଣ, ଆରାମଦାୟକ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ପାଇଁ ଜଣାଶୁଣା । ଦାମ ପ୍ରାୟ 2.39 କୋଟି ରହିଛି ।
- GLE-ପ୍ରଭାବଶାଳୀ ପ୍ରଦର୍ଶନ ସହିତ ଏକ ପ୍ରିମିୟମ୍ SUV । ଦାମ ରହିଛି 96.15 ଲକ୍ଷରୁ 1.12 କୋଟି
- C କ୍ଲାସ୍- ସ୍ଲିକ୍ ଡିଜାଇନ୍ ସହିତ ଏକ କମ୍ପାକ୍ଟ ଲଗ୍ଜୁରୀ ସେଡାନ୍ । ଦାମ 58.65 ରୁ 64.30 ଲକ୍ଷ
- E କ୍ଲାସ୍-ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟ ସହିତ ଲଗ୍ଜରୀ ସେଡାନ୍, ଦାମ 79.50 ଲକ୍ଷ
- AMG GT R-ଏକ ଉଚ୍ଚ ପ୍ରଦର୍ଶିତ ସ୍ପୋର୍ଟସ୍ କାର । ଦାମ ପ୍ରାୟ 1.28 କୋଟି
BMW ଭାରିଆଣ୍ଟ
- 7 ସିରିଜ୍-ଏକ ଅସାଧାରଣ ପ୍ରଦର୍ଶନ ସହିତ ଏକ ଲଗ୍ଜରୀ ସେଡାନ୍, ଦାମ 1.79 କୋଟିରୁ 1.82 କୋଟି
- X5-ଉନ୍ନତ ପ୍ରଯୁକ୍ତିବିଦ୍ୟା ସହିତ ଏକ ପ୍ରିମିୟମ୍ SUV, ଦାମ 93.70 ଲକ୍ଷରୁ 1.05 କୋଟି
- 3 ସିରିଜ୍-ସ୍ପୋର୍ଟି ଡିଜାଇନ୍ ସହିତ ଏକ କମ୍ପାକ୍ଟ ଲଗ୍ଜରୀ ସେଡାନ୍, ଯାହାର ମୂଲ୍ୟ 72.85 ଲକ୍ଷରୁ 73.95 ଲକ୍ଷ
- M2-ଏକ ଉଚ୍ଚ-ପ୍ରଦର୍ଶିତ କୁପ୍, ଦାମ ପ୍ରାୟ 1 କୋଟି
- iX1-ଏକ ଇଲେକ୍ଟ୍ରିକ୍ SUV, ମୂଲ୍ୟ 49 ଲକ୍ଷ
Audi ଭାରିଆଣ୍ଟ
- A8 L-ଉନ୍ନତ ପ୍ରଯୁକ୍ତିବିଦ୍ୟା ସହିତ ଏକ ଲଗ୍ଜରୀ ସେଡାନ୍, ଦାମ 2.02 କୋଟି
- Q7-ପ୍ରଭାବଶାଳୀ ପ୍ରଦର୍ଶନ ସହିତ ଏକ ପ୍ରିମିୟମ୍ SUV, ଦାମ 86.14 ଲକ୍ଷରୁ 95.03 ଲକ୍ଷ
- A6-ଏକ ମଧ୍ୟମ ଆକାରର ଲଗଜରୀ ସେଡାନ୍ ଯାହାର ମୂଲ୍ୟ 63.74 ଲକ୍ଷରି 69.89 ଲକ୍ଷ
- Q5-ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟ ସହିତ ଏକ କମ୍ପାକ୍ଟ ଲଗଜରୀ SUV, ମୂଲ୍ୟ ପ୍ରାୟ 64.74 ଲକ୍ଷରୁ 69.86 ଲକ୍ଷ
- e-tron-ଏକ ପ୍ରଭାବଶାଳୀ ରେଞ୍ଜ ସହିତ ଏକ ଇଲେକ୍ଟ୍ରିକ୍ SUV, ମୂଲ୍ୟ ପ୍ରାୟ 1.21 କୋଟି - 1.39 କୋଟି
Jaguar ଭାରିଆଣ୍ଟ
- ରେଞ୍ଜ ରୋଭର, ଅଫ୍-ରୋଡ୍ କ୍ଷମତା ସହିତ ଏକ ଲଗ୍ଜୁରୀ SUV, ମୂଲ୍ୟ ପ୍ରାୟ 5.20 କୋଟିରୁ 4.89 କୋଟି
- F Pace-ଏକ କମ୍ପାକ୍ଟ ଲଗ୍ଜୁରୀ SUV ଯାହାର ମୂଲ୍ୟ ପ୍ରାୟ 72.90 ଲକ୍ଷ
- XE- ଏକ କମ୍ପାକ୍ଟ ଲଗ୍ଜରୀ ସେଡାନ୍ ଯାହାର ମୂଲ୍ୟ ପ୍ରାୟ 44.90 ଲକ୍ଷ
ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ମାନସ ମିଶ୍ର କହିଛନ୍ତି, ପୂର୍ବ ବର୍ଷ ଅପେକ୍ଷା ୨୦୨୫ରେ ଲାକଜୁରୀ ଗାଡିର ଚାହିଦା ବଢିଛି । ଧୀରେ ଧୀରେ ଲୋକଙ୍କ ପସନ୍ଦ ବଦଳିଛି। ଲୋକ ସୌଖିନ କାର ପ୍ରତି ମନ ବଳାଉଛନ୍ତି । ସୌଖିନ ଗାଡିର ପଞ୍ଜୀକରଣ ଏବେ ଉପର ମୁଁହା। ପଞ୍ଜୀକରଣ ତଥ୍ୟ ହିଁ କହୁଛି ଯେ, ବିଳାସପୂର୍ଣ୍ଣ କାରର ବିକ୍ରି ଆଶାତୀତ ଭାବେ ବୃଦ୍ଧି ପାଇଛି ।
ଇଟିଭି ଭାରତ ଭୁବନେଶ୍ୱର

