ETV Bharat / state

ଦୁଇବର୍ଷ ହେଲା ଚାଲିଛି ରାସ୍ତାକାମ; ଜମିକୁ ଯିବା ପାଇଁ ବାଟ ନାହିଁ, ଘଣ୍ଟ ବାଡେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ଦେଲେ ଯୁବଚାଷୀ

ସମସ୍ୟାର ସମାଧାନ ନ ହେବାରୁ ଶୋଇ ରହିଥିବା ପ୍ରଶାସନର ନିଦ ଭାଙ୍ଗିବାକୁ ଯୁବଚାଷୀ ଘଣ୍ଟ ବାଡେଇ ପ୍ରତିବାଦ କରୁଛନ୍ତି । ରିପୋର୍ଟ-ରାଧାକାନ୍ତ ମହାନ୍ତି

delayed road construction blocks farmland kendrapara farmer staged unique protest
ଘଣ୍ଟ ବାଡେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ଦେଲେ ଯୁବଚାଷୀ (Etv Bharat)
author img

By ETV Bharat Odisha Team

Published : July 6, 2026 at 7:56 PM IST

2 Min Read
Choose ETV Bharat

କେନ୍ଦ୍ରାପଡା: ଦୁଇବର୍ଷ ହେଲାଣି ଚାଲିଛି ରାସ୍ତାକାମ । ଶେଷ ହେବାର ନାଁ ନେଉନି । ରାସ୍ତାକାମ ସରୁ ନ ଥିବାରୁ ନାକେଦମ ହେଲେଣି ଗ୍ରାମବାସୀ । ଅଧାପନ୍ତରିଆ ପଡ଼ିଛି ବ୍ରିଜ କାମ । ବ୍ରିଜ ସେପଟେ ରହିଛି ଚାଷଜମି । ବିଲକୁ ଯିବା ପାଇଁ ରାସ୍ତା ବନ୍ଦ । କେମିତି ଚାଷ କରିବେ ସେ ନେଇ ଚିନ୍ତାରେ ଚାଷୀ । ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇ ସମାଧାନ ବାଟ ନ ବାହାରିବାରୁ ଆଜି (ସୋମବାର) ଜଣେ ଯୁବ ଚାଷୀ ଜିଲ୍ଲାପାଳଙ୍କ ନିକଟରେ ଅଭିନବ ପ୍ରତିବାଦ କରିଛନ୍ତି ।

ଘଣ୍ଟ ବାଡେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ଦେଲେ ଯୁବଚାଷୀ (Etv Bharat)

ବେକରେ ପଡିଛି ଉତ୍ତରୀୟ ସାଙ୍ଗକୁ ଫୁଲ ମାଳ । ଘଣ୍ଟ ବାଡେଇ ଯାଉଛନ୍ତି ଵାପିନ ମଲ୍ଲ । ଏ କୌଣସି ଦେବପୀଠର ଦୃଶ୍ୟ ନୁହେଁ । ଏ ହେଉଛି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଓ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରର ଦୃଶ୍ୟ। ଗ୍ରାମ୍ୟ ଉନ୍ନୟନ ବିଭାଗର ମନମାନି କାରଣରୁ ବ୍ୟକ୍ତିଗତ ଓ ଗାଁର ସମସ୍ୟାକୁ ନେଇ ଜିଲ୍ଲା ପ୍ରଶାସନକୁ ବାରବାର ଜଣାଇଥିଲେ ବି ସମସ୍ୟାର ସମାଧାନ ନ ହେବାରୁ ଶୋଇ ରହିଥିବା ପ୍ରଶାସନର ନିଦ ଭାଙ୍ଗିବାକୁ ଯୁବକ ଜଣଙ୍କ ଘଣ୍ଟ ବାଡେଇ ପ୍ରତିବାଦ କରୁଛନ୍ତି ।

ଜାନୁଆରୀ ମାସରୁ ଭାଙ୍ଗିଲେଣି ପୁରୁଣା ପୋଲ, ତିଆରି ହୋଇନି

delayed road construction blocks farmland kendrapara farmer staged unique protest
ଘଣ୍ଟ ବାଡେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ଦେଲେ ଯୁବଚାଷୀ (Etv Bharat)

କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତର ଜହ୍ନିମୂଳ ଗାଁରେ ଗ୍ରାମ୍ୟ ଉନ୍ନୟନ ବିଭାଗ-୧ ଦ୍ୱାରା ଗତ ଦୁଇ ବର୍ଷ ହେବ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏକ ପିଚୁ ରାସ୍ତା ଓ କଂକ୍ରିଟ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା। ରାସ୍ତା ନିର୍ମାଣ ଧିର ମନ୍ଥର ଗତିରେ ଠିକାଦାର କରୁଥିବା ବେଳେ ଚଳିତବର୍ଷ ଜାନୁଆରୀ ମାସରୁ ପୁରୁଣା ପୋଲଟିକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ଫଳରେ ସ୍ଥାନୀୟ ଲୋକେ ଯିବା ଆସିବା ପାଇଁ ପାଞ୍ଚ କିଲୋମିଟର ବୁଲି ଯାଆସ କରୁଛନ୍ତି ।

ମାଟି ଗଦା ହୋଇଥିବାରୁ ଜମିରୁ ଜଳ ନିଷ୍କାସନ ହୋଇ ପାରୁନି

ଏ ସମ୍ବନ୍ଧରେ ଗ୍ରାମ୍ୟ ଉନ୍ନୟନ ବିଭାଗ,ଜିଲ୍ଲାପାଳଙ୍କୁ ଜଣାଇବା ପରେ ବି କୌଣସି ସୁଫଳ ନମିଳିବାରୁ ଗ୍ରାମର ଜଣେ ସମାଜସେବୀ ଵାପିନ ମଲ୍ଲ ଆଜି ମଧ୍ୟାହ୍ନରେ ଘଣ୍ଟ ବାଡେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନଵ ପ୍ରତିବାଦ କରିଛନ୍ତି। ଏନେଇ ପ୍ରତିକ୍ରିୟା ରଖି ବାପିନ କୁହନ୍ତି,"ଦୁଇବର୍ଷ ହେବ ରାସ୍ତାକାମ ଓ ପୋଲ ପାଇଁ କାମ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଶେଷ ହେଉନାହିଁ। ଜାନୁଆରୀ ମାସରୁ ପୁରୁଣା ପୋଲଟିକୁ ଭାଙ୍ଗି ଦିଆ ଯାଇଥିବାରୁ ବର୍ତ୍ତମାନ ଚାଷ ସମୟ ହୋଇଥିଲେ ହେଁ କୌଣସି କୃଷି ଯନ୍ତ୍ରପାତି ଚାଷ ଜମିକୁ ନିଆ ଯାଇ ପାରୁନାହିଁ। ଅନ୍ୟପଟେ କେନାଲ ଉପରେ ଠିକାଦାର ଜଣଙ୍କ ମାଟି ଗଦା କରିଥିବାରୁ ଚାଷ ପାଇଁ ପାଣି କେତେବେଳେ ମିଳୁନି କି ଚାଷ ଜମିରୁ ବର୍ତ୍ତମାନ ଲଗାଣ ବର୍ଷାରେ ପାଣି ନିଷ୍କାସନ ହୋଇ ପାରୁନାହିଁ। ସରକାର ଆମକୁ ମାଛ ଚାଷ କରିବା ପାଇଁ ଛାଡ଼ି ଦେଇଛନ୍ତି । ଏହାର ସମାଧାନ ନହେଲେ ଆସନ୍ତା ୨୭ ତାରିଖରେ ଆମେ ପୁନଃ ପ୍ରତିବାଦ କରିବୁ"ବୋଲି କହିଛନ୍ତି।

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ମଲ୍ଲିକ ଏହି ଦାବିପତ୍ର ଗ୍ରହଣ କରି ବିଭାଗୀୟ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ଇଟିଭି ଭାରତ,କେନ୍ଦ୍ରାପଡ଼ା

ଏହା ମଧ୍ୟ ପଢନ୍ତୁ ରାଜ୍ୟରେ ଲଗାଣ ବର୍ଷାର ପ୍ରଭାବ: ମୟୂରଭଞ୍ଜ ଜିଲ୍ଲାରେ କାନ୍ଥ ଭୁଶୁଡ଼ି ଦେଢ଼ ବର୍ଷର ଶିଶୁକନ୍ୟା ମୃତ

ଏହା ମଧ୍ୟ ପଢନ୍ତୁ ମହଙ୍ଗା ପଡ଼ିଲା ଗୋ ମାଫିଆଙ୍କୁ ଗୁପ୍ତ ସୂଚନା ପ୍ରଦାନ, ମୟୂରଭଞ୍ଜ ଝାରପୋଖରିଆ ଥାନା ASI ଏବଂ କନଷ୍ଟେବଳ ନିଲମ୍ବିତ