ETV Bharat / state

ହିନ୍ଦୋଳ ବନାଞ୍ଚଳରେ ମାଈ ହାତୀ ସମେତ ସଦ୍ୟଜାତ ହାତୀ ଛୁଆର ମୃତ୍ୟୁ, ୪ ଦିନ ପରେ ପହଞ୍ଚିଲା ବନ ବିଭାଗ

ଅସହ୍ୟ ପ୍ରସବ ବେଦନା ଯୋଗୁଁ ମା' ହାତୀ ଓ ଯତ୍ନ ଅଭାବରୁ ଛୁଆର ମୃତ୍ୟୁ ହୋଇଥିବା ସନ୍ଦେହ କରୁଛି ବନ ବିଭାଗ । ରିପୋର୍ଟ- ଉର୍ମିଳା ପାତ୍ର ।

Death of a mother elephant and a newborn elephant calf in Hindola forest, the forest department arrived after 4 days
ହିନ୍ଦୋଳ ବନାଞ୍ଚଳରେ ମାଈ ହାତୀ ସମେତ ସଦ୍ୟଜାତ ହାତୀ ଛୁଆର ମୃତ୍ୟୁ, ୪ ଦିନ ପରେ ପହଞ୍ଚିଲା ବନ ବିଭାଗ (ETV BHARAT ODISHA)
author img

By ETV Bharat Odisha Team

Published : April 20, 2026 at 4:35 PM IST

1 Min Read
Choose ETV Bharat

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳରେ ଅଭାବନୀୟ ଘଟଣା । ପ୍ରସୂତି ମାଈ ହାତୀ ସମେତ ସଦ୍ୟଜାତ ହାତୀ ଛୁଆର ମୃତ୍ୟୁ । ଆଉ ଦୁଃଖର କଥା ଯେ, ୪ ଦିନ ପରେ ପହଞ୍ଚିଲା ବନ ବିଭାଗ । ତେବେ ଅସହ୍ୟ ପ୍ରସବ ବେଦନା ଯୋଗୁଁ ମା' ହାତୀ ଓ ଯତ୍ନ ଅଭାବରୁ ଛୁଆର ମୃତ୍ୟୁ ହୋଇଥିବା ସନ୍ଦେହ କରୁଛି ବନ ବିଭାଗ । ଅପରପକ୍ଷେ ନିଜ ଅବହେଳାକୁ ଛୁପାଇବା ପାଇଁ ବନ ବିଭାଗ ମଧ୍ୟ ଉଦ୍ୟମ ଜାରି ରଖିଛି ।

ହିନ୍ଦୋଳ ବନାଞ୍ଚଳରେ ମାଈ ହାତୀ ସମେତ ସଦ୍ୟଜାତ ହାତୀ ଛୁଆର ମୃତ୍ୟୁ, ୪ ଦିନ ପରେ ପହଞ୍ଚିଲା ବନ ବିଭାଗ (ETV BHARAT ODISHA)


ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ହିନ୍ଦୋଳ ବନାଞ୍ଚଳ କନକା ବିଟ୍ ହାଉସ ଠାରୁ କିଛି ଦୂର କନକା ସଂରକ୍ଷିତ ଜଙ୍ଗଲରେ ଏକ ମାଈ ହାତୀ ସମେତ ସଦ୍ୟଜାତ ହାତୀ ଛୁଆର ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି । ଗତ ୪ ଦିନ ହେଲା ଏହି ମା' ଓ ଛୁଆ ହାତୀ ମରିପଡିଥିବାରୁ ସ୍ଥାନୀୟ ଲୋକ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି । ମାତ୍ର ୪ଦିନ ପରେ ଆଜି ସକାଳେ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ଏ ସମ୍ପର୍କରେ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ଦେବା ଦୂରେ ଥାଉ, ମାତ୍ର ପ୍ରସବ ଜନିତ କଷ୍ଟ ସହି ନପାରି ମା ହାତୀର ମୃତ୍ୟୁ ଘଟିଥିବା ବେଳେ ପ୍ରସବ ପରେ ଯତ୍ନ ଅଭାବରୁ ସଦ୍ୟଜାତ ହାତୀ ଛୁଆର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଇଛି । ଏ ସମ୍ପର୍କରେ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ଦେବା ଦୂରେ ଥାଉ ଘଟଣାସ୍ଥଳକୁ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ଆଦୌ ଛାଡୁ ନାହାନ୍ତି । ମା' ଓ ଛୁଆ ହାତୀଙ୍କୁ ଘୋଡାଇ ଦେଇ ଥିବା ବେଳେ ଦୁଇ ଶହ ମିଟର ଦୂରରୁ ବ୍ୟାପକ ପୋଲିସ ଓ ଫରେଷ୍ଟ ଫୋର୍ସ ମୃତୟନ କରି କର୍ଡନ କରିଦିଆଯାଇଛି । ଅପରପକ୍ଷରେ ଗତ ୪ ଦିନ ହେଲା ଏହି ମା ଛୁଆ ହାତୀ ମରି ପଡ଼ିଥିଲେ ମଧ୍ୟ ବନ କର୍ମଚାରୀମାନେ କିପରି ଜାଣି ପାରିନଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆଜି ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ହାତୀ ଆଙ୍କର ବ୍ୟବଛେଦ କରି ପୋତି ଦେବାକୁ ବନ ବିଭାଗ ଜୋର ସୋରରେ ପ୍ରସ୍ତୁତି ଚଳାଇଛି । ଏପରିକି ଏହି ଅଂଚଳରେ ହାତୀ ମାନଙ୍କର ଉପଦ୍ରବ ଜାରି ରହିଥିବା ବେଳେ ନିଜ ଅବହେଳା ଲୁଚାଇବାକୁ ବନ ବିଭାଗର ଉଦ୍ୟମ କରାଯାଉଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳବାସୀ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି । ପରେ ଘଟଣା ସ୍ଥଳକୁ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କର ଓ ସ୍ଥାନୀୟ ରେଞ୍ଜ ଅଫିସର ପହଞ୍ଚିଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ- Watch: ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ଛୁଆ ହାତୀ, ମୃତଦେହ ଉଦ୍ଧାର

ଏହା ମଧ୍ୟ ପଢ଼ନ୍ତୁ- ବୋମା ଖାଇ ହାତୀ ମୃତ୍ୟୁ ପରେ ଚେତିଲା ବନ ବିଭାଗ; ଆରମ୍ଭ କଲା 'ଜିବେ ଦୟା' ଅଭିଯାନ ।

ଇଟିଭି ଭାରତ, ଢେଙ୍କାନାଳ