ଦୈନିକ ଚାଲିବ ବ୍ରହ୍ମପୁର-ଉଧ୍ନା ଅମୃତ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀ
ବ୍ରହ୍ମପୁର-ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ ଦୈନିକ ସେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ରିପୋର୍ଟ: ସମୀର ଆଚାର୍ଯ୍ୟ

Published : July 7, 2026 at 7:11 AM IST
Amrit Bharat Express ବ୍ରହ୍ମପୁର: ଏଣିକି ସପ୍ତାହରେ ତିନି ଦିନ ନୁହେଁ ବରଂ ଦୈନିକ ଚାଲିବ ବ୍ରହ୍ମପୁର-ଉଧ୍ନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ । ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ପ୍ରାୟ ୧୫ ଲକ୍ଷ ଓଡି଼ଆ ସୁରଟରେ ରହୁଥିବା ବେଳେ ଏହି ଟ୍ରେନକୁ ନିୟମିତ କରିବାକୁ ଦାବି ହେଉଥିଲା । ବ୍ରହ୍ମପୁର ରେଳଷ୍ଟେସନରୁ ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେହିପରି ବ୍ରହ୍ମପୁର ରେଳ ଷ୍ଟେସନକୁ ବିଶ୍ୱ ସ୍ତରୀୟ କରିବା ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ରେଳମନ୍ତ୍ରୀ ଘୋଷଣା କରିଛନ୍ତି ।
ବ୍ରହ୍ମପୁର-ଉଧ୍ନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ:
ଓଡ଼ିଶାର ବିକାଶ ଯାତ୍ରାରେ ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଯାଇଛି । ରେଶମ ସହର ବ୍ରହ୍ମପୁରରୁ ବାହାରି ପଶ୍ଚିମ ଓଡ଼ିଶା ଦେଇ ଗୁଜୁରାଟର ଉଧ୍ନା (ସୁରଟ) ପର୍ଯ୍ୟନ୍ତ ଚାଲୁଥିବା ସାପ୍ତାହିକ ଅମୃତ ଭାରତ ଏକ୍ସପ୍ରେସ ଏଥର ଦୈନିକ ଟ୍ରେନ ଭାବରେ ଗତକାଲି (ସୋମବାର) ଠାରୁ ନିଜର ଯାତ୍ରା ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।
ରେଶମ ସହର ବ୍ରହ୍ମପୁରରୁ ପଶ୍ଚିମ ଭାରତର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଉଧ୍ନା ପର୍ଯ୍ୟନ୍ତ ଦୈନିକ ଅମୃତ ଭାରତ ଏକ୍ସପ୍ରେସକୁ ଆଜି ମାନ୍ୟବର କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀଙ୍କ ସହ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛି।
— Mohan Charan Majhi (@MohanMOdisha) July 6, 2026
ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଆଧୁନିକ ଟ୍ରେନ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବ୍ୟବସାୟୀ,… pic.twitter.com/ZZO5FLNiYm
ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ସୁରଟ ସହ ଓଡ଼ିଶାର ଭାବଗତ, ସାଂସ୍କୃତିକ ଓ ଅର୍ଥନୈତିକ ସମ୍ପର୍କ ଅତି ନିବିଡ଼ । ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରମିକ ଓ ବ୍ୟବସାୟୀ ଭାଇମାନେ ସୁରଟରେ ରହି ସେଠାକାର ଟେକ୍ସଟାଇଲ ଓ ଡାଇମଣ୍ଡ ଶିଳ୍ପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ପୂର୍ବରୁ ସାପ୍ତାହିକ ଟ୍ରେନ ଚଳାଚଳ ଯୋଗୁଁ ଯାତାୟତରେ ଅନେକ ଅସୁବିଧା ହେଉଥିଲା । ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ଏହି ସେବାକୁ ଦୈନିକ କରିଥିବାରୁ, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଏପରିକି ଏହି ଟ୍ରେନ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଅତ୍ୟାଧୁନିକ ଟ୍ରେନ ହୋଇଥିବା ବେଳେ ଏଥିରେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଭାଇଭଉଣୀଙ୍କ ପାଇଁ ନିରାପଦ, ଶସ୍ତା ଓ ଦ୍ରୁତ ଯାତ୍ରାର ସୁବିଧା ପ୍ରଦାନ କରିବ । ଏହାଦ୍ୱାରା ଗୁଜୁରାଟ ସହ ଓଡି଼ଶାର ସମ୍ପର୍କ ଆହୁରି ନିବିଡ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଓଡ଼ିଶାର ଗମନାଗମନ ସେବାରେ ଯୋଡ଼ି ହେଲା ଆଉ ଏକ ନୂତନ ଫର୍ଦ୍ଦ
— CMO Odisha (@CMO_Odisha) July 6, 2026
✅ବ୍ରହ୍ମପୁର-ଉଧ୍ନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ
ରେଶମ ସହର ବ୍ରହ୍ମପୁରରୁ ବାହାରି ପଶ୍ଚିମ ଓଡ଼ିଶା ଦେଇ ଗୁଜୁରାଟର ଉଧ୍ନା (ସୁରଟ) ପର୍ଯ୍ୟନ୍ତ ଚାଲୁଥିବା ସାପ୍ତାହିକ ଅମୃତ ଭାରତ… pic.twitter.com/XjUHhBYRKq
'ଗ୍ରେଟର ବ୍ରହ୍ମପୁର ସିଟି'
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଭିତ୍ତିଭୂମି ଓ ଅର୍ଥନୈତିକ ପ୍ରଗତି ଉପରେ ଆଲୋକପାତ କରି କହିଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେ ୩.୧୧ ଲକ୍ଷ କୋଟି ଟଙ୍କାର ୧୫୨ଟି ଶିଳ୍ପ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଛି, ଯାହା ଦ୍ୱାରା ୨.୫୦ ଲକ୍ଷ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଗୋପାଳପୁର ବନ୍ଦରର ସମ୍ପ୍ରସାରଣ ସହ ଆଗାମୀ ଦିନରେ ବାହୁଦା ଠାରେ ଏକ ବୃହତ୍ ବନ୍ଦର ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବ୍ରହ୍ମପୁର ସହରକୁ 'ଗ୍ରେଟର ବ୍ରହ୍ମପୁର ସିଟି' ଭାବେ ବିକଶିତ କରିବା ସହ ବ୍ରହ୍ମପୁର-ଜୟପୁରକୁ ସଂଯୋଗ କରୁଥିବା ଏକ ୬-ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ, ଇଲୋକ୍ଟ୍ରୋନିକ୍ସ ଓ ଆଇଟି, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ସୁରଟ ଗ୍ରସ୍ତ ସମୟରେ ସେଠାକାର ଗୋଟିଏ ସଭାରେ ଯୋଗ ଦେଇଥିବା ଅବସରରେ ସୁରଟରୁ ବ୍ରହ୍ମପୁର ଯାଏଁ ନିୟମିତ ରେଳ ଚଳାଚଳ ପାଇ ଯେଉଁ ଅନୁରୋଧ କରାଯାଇଥିଲା, ତାହା ଆଜି ପୂରଣ କରାଯାଇଛି । ପ୍ରତିଶୃତି ଦେଇ ତାହାକୁ ରକ୍ଷା କରାଯାଇଥିବା କହିବା ସହିତ ବର୍ତ୍ତମାନ ସମୟର ନୂଆ ପ୍ରଯୁକ୍ତିବିଦ୍ୟା (Latest Technology)ର ଟ୍ରେନ୍ ଅମୃତ ଭାରତ ଏକ୍ସପ୍ରେସ ବର୍ତ୍ତମାନ ଠାରୁ ପ୍ରତିଦିନ ବ୍ରହ୍ମପୁରରୁ ସୁରଟ ଅଭିମୁଖେ ଚଳାଚଳ କରିବ ।

ବିଶ୍ୱ ସ୍ତରୀୟ ହେବ ବ୍ରହ୍ମପୁର ରେଳ ଷ୍ଟେସନ:
ସେ ଆହୁରି ଘୋଷଣା କରିଥିଲେ ଯେ, ବ୍ରହ୍ମପୁର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନ କରିବା ପାଇଁ ଏଠାରେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ଓ ଏହାର କାମ ଖୁବ୍ ଶୀଘ୍ର ଆରମ୍ଭ ହେବ । ଯାହାର ପ୍ରସ୍ତୁତ କରାଯାଇଥିବା ପ୍ରକଳ୍ପକୁ ଜନସାଧାରଣଙ୍କୁ ଦେଖାଇଥିଲେ ।

ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ଓ ଖଣି, ଇସ୍ପାତ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଅତିଥି ଭାବେ ଯୋଗଦାନ କରି ରେଳବାଇ କ୍ଷେତ୍ରରେ ଗଞ୍ଜାମବାସୀ ଆବଶ୍ୟକ କରୁଥିବା ବିଭିନ୍ନ ଦାବି ସମ୍ପର୍କରେ ରେଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.... ଜୁଲାଇରେ ରେଳ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ୮ଟି ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଯୋଡ଼ାଯିବ ଅତିରିକ୍ତ କୋଚ୍ ଓଡ଼ିଶାରେ ୬୩୧ କିିଲୋମିଟର ରେଳପଥରେ ହେବ ‘କବଚ’ ବ୍ୟବସ୍ଥା, ମଞ୍ଜୁର ହେଲା ୨୭୦ କୋଟି |
ଇଟିଭି ଭାରତ, ବ୍ରହ୍ମପୁର

