ETV Bharat / state

ଥଟ୍ଟାରୁ ଗୁଳିକାଣ୍ଡ, ରିଙ୍କୁ ହତ୍ୟାକାଣ୍ଡର ଖୋଲିଲା ଗୁମର

ଥଟ୍ଟାମଜା ଏବଂ ବ୍ୟକ୍ତିଗତ ଆକ୍ଷେପକୁ ନେଇ କଟକ ପ୍ରେସ କଲୋନୀରେ ଜଣେ ଯୁବକଙ୍କୁ ହୋଇଥିଲା ଗୁଳିମାଡ଼ ।ଏହି ହତ୍ୟାକାଣ୍ଡରେ ପାଞ୍ଚ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ଦେଲେ କଟକ ଡିସିପି ।

FIRING IN CUTTACK
କଟକ ପ୍ରେସ କଲୋନୀ ଗୁଳିକାଣ୍ଡ ଘଟଣା ପାଞ୍ଚ ଅଭିଯୁକ୍ତ ଗିରଫ (ETV Bharat Odisha)
author img

By ETV Bharat Odisha Team

Published : February 20, 2026 at 8:44 PM IST

2 Min Read
Choose ETV Bharat

କଟକ: ପ୍ରେସ କଲୋନୀ ଗୁଳିକାଣ୍ଡର ପର୍ଦ୍ଦାଫାସ, ପାଞ୍ଚ ଅଭିଯୁକ୍ତ ଗିରଫ । ଗତ ବୁଧବାର କଟକ ପ୍ରେସ କଲୋନୀ ଅଞ୍ଚଳରେ ଦିନ ଦ୍ବି' ପହରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣା । ନିଶା ସେବନ ପରେ ପ୍ରଥମେ ଥଟ୍ଟାମଜାରେ ବ୍ୟକ୍ତିଗତ ଆକ୍ଷେପ, ଯୁକ୍ତିତର୍କ ପରେ ସୌମ୍ୟ ରଞ୍ଜନ ଜେନା ଓରଫ ରିଙ୍କୁ ନାମକ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏନେଇ ଆଜି (ଶୁକ୍ରବାର) ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ପୁରା ଘଟଣାର ପର୍ଦ୍ଦାଫାସ କରିଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ 5 ଜଣ ଯୁବକଙ୍କୁ ଗିରଫ୍ କରାଯାଇଥିବା ବେଳେ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ

କଟକ ପ୍ରେସ କଲୋନୀ ଗୁଳିକାଣ୍ଡ ଘଟଣା ପାଞ୍ଚ ଅଭିଯୁକ୍ତ ଗିରଫ (ETV Bharat Odisha)

ପ୍ରେସ କଲୋନୀ ଗୁଳିକାଣ୍ଡ ଘଟଣା:

ଡିସିପି ଋଷିକେଶ ଖିଲାରୀ କହିଛନ୍ତି,"ଗତ ବୁଧବାର କଟକ ପ୍ରେସ କଲୋନୀ ଅଞ୍ଚଳରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ନିଶା ସେବନ ପରେ ପ୍ରଥମେ ଥଟ୍ଟାମଜାରେ ବ୍ୟକ୍ତିଗତ ଆକ୍ଷେପ, ଯୁକ୍ତିତର୍କ, ପାଟିତୁଣ୍ଡ ପରେ ଗୁଳିକାଣ୍ଡ ଘଟିଥିଲା । ଏହି ଘଟଣାର ତଦନ୍ତ ପାଇଁ ଏକାଧିକ ଟିମ୍ ଗଠନ କରାଯାଇଥିଲା । ଅଭିଯୁକ୍ତ ଉତ୍କଳ କେଶରୀ ପଶାୟତ୍ ଗୁଳି ଚଳାଇଥିବା ବେଳେ ବନ୍ଧୁକ ଆଣିଥିଲା ଅଭିଜିତ ମହାନ୍ତି ଓରଫ ନାଣ୍ଡୁ । ଭୁବନେଶ୍ଵରର ଏକ ମାମଲାରେ ନାଣ୍ଡୁ ଫେରାର ଥିଲେ । ସେ ନୂଆପଡ଼ା ଅଞ୍ଚଳରେ ଲୁଚି ଥିଲା । ଘଟଣା ଦିନ ୬ ଜଣ ଯୁବକ ମଦ୍ୟପାନ କରିଥିବା ବେଳେ ଉତ୍କଳ କେଶରୀ ପଶାୟତ୍ ବନ୍ଧୁକ ନେଇ ବାହାରକୁ ଯାଇଥିଲା । ଏହି ସମୟରେ ମୃତକ ରିଙ୍କୁ ତାକୁ ଆକ୍ଷେପ କରି କହିଥିଲା ଯେ ଖାଲି ବନ୍ଧୁକ ଧରି ବୁଲୁଛୁ ନା ଚଳାଇବା ଶିଖିଛୁ । ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ବେଳେ ହଠାତ୍ ଅଭିଯୁକ୍ତ ଉତ୍କଳ କେଶରୀ ପଶାୟତ୍ ସୌମ୍ୟ ରଞ୍ଜନ ଜେନା ଓରଫ ରିଙ୍କୁ ଉପରକୁ ଗୁଳି କରିଥିଲା ।"

ପାଞ୍ଚ ଅଭିଯୁକ୍ତ ଗିରଫ:

ସେ ଆହୁରି ମଧ୍ୟ କହିଛନ୍ତି,"ଗୁଳି ବାଜିବା ପରେ ତୁରନ୍ତ ହସ୍ପିଟାଲ ନ ନେଇ କଣ କରିବେ ଯୋଜନା କରିଥିଲେ ଅଭିଯୁକ୍ତମାନେ । ନାଣ୍ଡୁ ଆଉ ଓମ ମୃତ ସୌମ୍ୟଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହି ଘଟଣାରେ ମୋଟ ପାଞ୍ଚ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ସେମାମନେ ହେଲେ ଉତ୍କଳ କେଶରୀ ପଶାୟତ ଓରଫ ହୁକୁ, ଅଭିଜିତ ମହାନ୍ତି ଓରଫ ନାଣ୍ଡୁ, ପ୍ରିୟବ୍ରତ ତ୍ରିପାଠୀ ଓରଫ ପୋଡ଼ା, ହିମାଂଶୁ ଶେଖର ନାୟକ ଓରଫ ବାଉଁ ଏବଂ ରୁଦ୍ରପ୍ରସାଦ ଚାନ୍ଦ ଓରଫ ଓମ୍ । ଏମାନଙ୍କ ଭିତରୁ ଅନେକଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଥିବା ବେଳେ ଦୁଇଟି ସ୍କୁଟି ଏବଂ ଗୋଟିଏ କାର, ଗୋଟିଏ ବନ୍ଧୁକ ଏବଂ ଫୋନ ଜବତ୍ କରାଯାଇଛି ।"

ଏହା ମଧ୍ୟ ପଢନ୍ତୁ... ଦିନ ଦ୍ବିପହରେ ଗୁଳି କରି ଯୁବକଙ୍କୁ ହତ୍ୟା; 2 ଦିନରେ 4 ଅଟକ, ଜଣାପଡିନି କାରଣ

ଏହା ମଧ୍ୟ ପଢନ୍ତୁ... କଟକରେ ବାଣ ବିସ୍ଫୋରଣ: ଦୁଇ ମହିଳା ଜଣେ ଶିଶୁ ଗୁରୁତର

ଏହା ମଧ୍ୟ ପଢନ୍ତୁ... ଆତଙ୍କ ଖେଳାଇ ହାଣିଥିଲେ; ବନ୍ଧା ହେଲେ ୪ ଅଭିଯୁକ୍ତ, 2 ଖଣ୍ଡା ଜବତ

ଇଟିଭି ଭାରତ, କଟକ