ETV Bharat / state

ଆଇଆଇସି ବିଉଟି ମହାନ୍ତି ମୃତ୍ୟୁ ଘଟଣା; ମୋବାଇଲ କଲ ରେକର୍ଡ଼ରୁ ସ୍ପଷ୍ଟ ହେବ ଆତ୍ମହତ୍ୟାର କାରଣ, ଗୁଜବ ସୃଷ୍ଟି ନ କରିବାକୁ ଡିସିପିଙ୍କ ଅପିଲ

ଜଣେ ଅତିରିକ୍ତ ଡିସିପି, ଜଣେ ଏସିପି ଏବଂ 2 ଜଣ ଆଇଆଇସିଙ୍କ ନେତୃତ୍ୱରେ ଆଇଆଇସି ବିଉଟି ମହାନ୍ତି ମୃତ୍ୟୁ ଘଟଣାର ତଦନ୍ତ କରାଯାଉଥିବା ଆଜି ଡିସିପି ସ୍ପଷ୍ଟ କରିଛନ୍ତି । ରିପୋର୍ଟ-ନାରାୟଣ ସାହୁ

cuttack iic suicide case mobile call records
ଆଇଆଇସି ବିଉଟି ମହାନ୍ତି ମୃତ୍ୟୁ ଘଟଣା; ଗୁଜବ ସୃଷ୍ଟି ନ କରିବାକୁ ଡିସିପିଙ୍କ ଅପିଲ (Etv Bharat)
author img

By ETV Bharat Odisha Team

Published : July 6, 2026 at 3:51 PM IST

2 Min Read
Choose ETV Bharat

କଟକ: ଚାଉଳିଆଗଞ୍ଜ ଥାନା ଆଇଆଇସି ବିଉଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ଯେତିକି ସସପେନ୍ସ ବି ସେତିକି । କାହିଁକି ଝୁଲି ପଡିଲେ ଆଇଆଇସି ମ୍ୟାଡ଼ାମ ? ପାରିବାରିକ ଚାପ ନାଁ ବୃତ୍ତି ଗତ ଚାପ ! ମୃତୁ ଘଟଣାକୁ 2 ଦିନ ବିତି ଥିଲେ ବି ଏହାର ପ୍ରକୃତ କାରଣ ଜଣା ପଡି ନାହିଁ । ଯଦିଓ ଏହା ତାଙ୍କର ବ୍ୟକ୍ତିଗତ କାରଣ ବୋଲି ପୋଲିସ କମିଶନର କହିଥିଲେ, ତେବେ ଏମିତି କଣ ଘଟିଲା, ଯାହା ପାଇଁ ଆଇଆଇସି ନେଲେ ଚରମ ନିଷ୍ପତ୍ତି ? ଯାହା ବି ହେଉ, ଏହି ଘଟଣାର ତଦନ୍ତ ପାଇଁ କମିଶନରେଟ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିବା କଟକ ଡିସିପି ଋଷିକେଶ ଡି ଖିଲାରୀ ଆଜି ସ୍ପଷ୍ଟ କରିଛନ୍ତି । ଜଣେ ଅତିରିକ୍ତ ଡିସିପି, ଜଣେ ଏସିପି ଏବଂ 2 ଜଣ ଆଇଆଇସିଙ୍କ ନେତୃତ୍ୱରେ ଏହି ଘଟଣାର ତଦନ୍ତ କରାଯାଉଥିବା ଆଜି ଡିସିପି ସ୍ପଷ୍ଟ କରିଛନ୍ତି ।

ଆଇଆଇସି ବିଉଟି ମହାନ୍ତି ମୃତ୍ୟୁ ଘଟଣା; ମୋବାଇଲ କଲ ରେକର୍ଡ଼ରୁ ସ୍ପଷ୍ଟ ହେବ ଆତ୍ମହତ୍ୟାର କାରଣ, ଗୁଜବ ସୃଷ୍ଟି ନ କରିବାକୁ ଡିସିପିଙ୍କ ଅପିଲ (Etv Bharat)




କଟକ ଡିସିପିଙ୍କ କହିବା ଅନୁଯାୟୀ, ବିୟୁଟି ମହାନ୍ତିଙ୍କ ମୋବାଇଲ ଜବତ କରାଯାଇ ଫରେନସିକ ଲ୍ୟାବକୁ ପଠାଯାଇଛି । ଲ୍ୟାବ ରିପୋର୍ଟ ଆସିବା ପରେ ସମସ୍ତ କଥା ସ୍ପଷ୍ଟ ହେବ । ବିଶେଷକରି ତାଙ୍କ ସହ କିଏ କିଏ କଥା ହେଉଥିଲେ, କେତେ ସମୟ କାହା ସହ କଥା ହେଉଥିଲେ, ଏ ତାଙ୍କୁ ବାରମ୍ବାର କଲ କରୁଥିଲା, କେହି ତାଙ୍କୁ ବ୍ଲାକ ମେଲ କରୁଥିଲା କି ? ଏ ସବୁ ପ୍ରଶ୍ନର ଉତ୍ତର ମିଳିପାରିବ । ଯଦି କିଏ ବ୍ଲାକ ମେଲ କରୁଥିଲା, କାହିଁକି କରୁଥିଲା ? ଏହାର ଉତ୍ତର ମଧ୍ୟ ଲ୍ୟାବ ରିପୋର୍ଟରୁ ମିଳି ପାରିବ । କେବଳ ସେତିକି ନୁହେଁ, ଆଇଆଇସିଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଜାଣିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚିଠି ଲେଖିଛି ପୋଲିସ ।


ଡିସିପିଙ୍କ କହିଛନ୍ତି, ବ୍ୟାଙ୍କ ଡିଟେଲସରୁ ଆର୍ଥିକ ନେଣ ଦେଣ ଉପରେ ତଥ୍ୟ ଜଣା ପଡିବ । ତଦନ୍ତ ସମୟରେ କୌଣସି ଆତ୍ମହତ୍ୟା ଜନିତ ଚିଠି ମିଳି ନଥିବା ଡିସିପି ସ୍ପଷ୍ଟ କରିଛନ୍ତି । ଅଧିକ ତଥ୍ୟ ପାଇଁ ପରିବାର ଲୋକଙ୍କ ସାହାଯ୍ୟ ମଗା ଯାଇଥିବା ବେଳେ ସେମାନେ ତଦନ୍ତରେ ସହଯୋଗ କରୁଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ ଶବ ବ୍ୟବଚ୍ଛଦ ରିପୋର୍ଟ ମିଳିଗଲେ ପୋଲିସର ତଦନ୍ତ ପାଇଁ ବେଶ ସହାୟକ ହେବ । ତେବେ ଅସମର୍ଥିତ ତଥ୍ୟ ଆଧାରରେ କୌଣସି ଗୁଜବ ସୃଷ୍ଟି ନକରିବାକୁ ଡିସିପି ଅପିଲ କରିଛନ୍ତି । ଏହା ଏକ ସେନ୍ସିଟିଭ ମାମଲା ହୋଇଥିବାରୁ ଏହାକୁ ନେଇ କୌଣସି ଗୁଜବ ପ୍ରଚାର କରିବା ଉଚିତ ନୁହେଁ । ସେହିପରି ଅନେକ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯାଉଛି । ତଦନ୍ତ ପରେ ପ୍ରକୃତ କଥା ସ୍ପଷ୍ଟ ହେବ ବୋଲି ଡିସିପି କହିଛନ୍ତି ।

ଇଟିଭି ଭାରତ, କଟକ

ଏହା ମଧ୍ୟ ପଢନ୍ତୁ ଚାଉଳିଆଗଞ୍ଜ ଥାନା ଆଇଆଇସି ବିଉଟି ମହାନ୍ତିଙ୍କ ମୃତ୍ୟୁ ପ୍ରସଙ୍ଗ; 30 ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କଲା ସଙ୍ଘ

ଏହା ମଧ୍ୟ ପଢନ୍ତୁ 2013 ବ୍ୟାଚ୍ ଆଇପିଏସ ଅଫିସର ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା