ETV Bharat / state

ଚାଉଳିଆଗଞ୍ଜ ଥାନା ଆଇଆଇସି ବିଉଟି ମହାନ୍ତିଙ୍କ ମୃତ୍ୟୁ ପ୍ରସଙ୍ଗ; 30 ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କଲା ସଙ୍ଘ

ଏହି ମାମଲାରେ ଜଣଙ୍କୁ ଅଟକ ରଖି ଅଜ୍ଞାତ ସ୍ଥାନରେ ପଚରା ଉଚରା କରୁଛି ପୋଲିସ। ଅଟକ ଥିବା ବ୍ୟକ୍ତି ଜଣକ ପୋଲିସ କର୍ମଚାରୀ ବୋଲି କୁହାଯାଉଛି। ରିପୋର୍ଟ-ନାରାୟଣ ସାହୁ

ctc police association demands probe iic beauty mohanty death
ଚାଉଳିଆଗଞ୍ଜ ଥାନା ଆଇଆଇସି ବିଉଟି ମହାନ୍ତିଙ୍କ ମୃତ୍ୟୁ ପ୍ରସଙ୍ଗ; 30 ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କଲା ସଙ୍ଘ (Etv Bharat)
author img

By ETV Bharat Odisha Team

Published : July 5, 2026 at 4:38 PM IST

1 Min Read
Choose ETV Bharat

କଟକ: ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଓଡିଶା ପୋଲିସ ମହାସଂଘ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ମହାସଙ୍ଘର ସଭପତି ଦାବି କରିଛନ୍ତି । 30 ଦିନ ମଧ୍ୟରେ ଉଚ୍ଚ ସ୍ତରୀୟ ତଦନ୍ତ କରି ରିପୋର୍ଟ ସାର୍ବଜନୀନ କରିବାକୁ ସଙ୍ଘ ଦାବି କରିଛି । ଏହି ଘଟଣାକୁ ପୋଲିସ କେବଳ UD କେଶ କରିଦେଇ ବସି ଗଲେ ହେବ ନାହିଁ, ବରଂ ସ୍ୱଚ୍ଛତାର ସହ ତଦନ୍ତ କରିବାକୁ ଦାବି କରିଛନ୍ତି ।

ଚାଉଳିଆଗଞ୍ଜ ଥାନା ଆଇଆଇସି ବିଉଟି ମହାନ୍ତିଙ୍କ ମୃତ୍ୟୁ ପ୍ରସଙ୍ଗ; 30 ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କଲା ସଙ୍ଘ (Etv Bharat)

ସାମ୍ବାଦିକ ସମ୍ମିଳନୀ ପୋଲିସ ସଂଘ ପକ୍ଷରୁ ଦାବି କରାଯାଇଛିି, ପୋଲିସ କାର୍ଯ୍ୟ କ୍ଷେତ୍ରରେ ଚାପରେ ରହୁଛି। ସପ୍ତାହକ 7 ଦିନ ପୋଲିସ କାର୍ଯ୍ୟ କରୁଥିବା ବେଳେ ଛୁଟି ମିଳୁନାହିଁ । ଅନେକ ପୋଲିସ ଅଧିକାରୀମାନେ କାର୍ଯ୍ୟରେ ଲିପ୍ତ ରହି ମାନସିକ ଚାପର ଶିକାର ହେଉଛନ୍ତି । ରାଜ୍ୟ ସରକାର ସମସ୍ତଙ୍କୁ ପ୍ରତି ସପ୍ତାହରେ ଗୋଟିଏ ଦିନ ଛୁଟି ଦେବକୁ ସଙ୍ଘ ଦାବି କରିଛି।

ଚାଉଳିଆଗଞ୍ଜ ଥାନା ଅଧିକାରୀ ଚାପରେ ରହୁଥିଲେ କି ନାହିଁ ସେନେଇ ସଙ୍ଘ କୌଣସି ସିଧାସଳଖ ଉତ୍ତର ଦେଇନଥିବା ବେଳେ ଏହାର ସଠିକ ତଦନ୍ତ କରିବାକୁ ଦାବି କରିଛି ସଙ୍ଘ। ସଭାପତି କହିଛନ୍ତି, ବିୟୁଟି ମହାନ୍ତି ଜଣେ ଦକ୍ଷ ଅଫିସର ଥିଲେ। ତାଙ୍କର ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଥିବା ବେଳେ ଏହା ସମସ୍ତ ପୋଲିସ ଅଧିକାରୀଙ୍କ ମନବଳ ହ୍ରାସ କରିଛି । ତେଵେ ଏହି ଘଟଣାର ଯେପରି ପୁନରାବୃତ୍ତି ନହେବ ସେନେଇ ପଦକ୍ଷେପ ନେବାକୁ ଓଡିଶା ପୋଲିସ ଅଫିସର୍ସ ସଂଘ ସଭାପତି ଅସିତ ଜେନା ଦାବି କରିଛନ୍ତି ।

ctc police association demands probe iic beauty mohanty death
ମୃତ ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତି (Etv Bharat)
ଥାନା ଅଧିକାରୀ ବିୟୁଟି ମହାନ୍ତିଙ୍କ ମୃତୁ ଘଟଣାରେ ଅପମୃତୁ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । କାହିଁକି ସେ ଏପରି ଚରମ ନିଷ୍ପତ୍ତି ନେଲେ ! କୌଣସି ଚାପ ନୁହେଁ ବରଂ ବ୍ୟକ୍ତିଗତ କାରଣ ଯୋଗୁଁ ଆତ୍ମହତ୍ୟା କରିଥିବା ନେଇ ପୋଲିସ କମିଶନର କହିଥିଲେ। ପରିବାର ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ବିଭିନ୍ନ ଦିଗରେ ତଦନ୍ତ କରୁଛି ପୋଲିସ। ମିଳିଥିବା ଖବର ମୁତାବକ ଏହି ମାମଲାରେ ଜଣଙ୍କୁ ଅଟକ ରଖି ଅଜ୍ଞାତ ସ୍ଥାନରେ ପଚରା ଉଚରା କରୁଛି ପୋଲିସ। ଅଟକ ଥିବା ବ୍ୟକ୍ତି ଜଣକ ପୋଲିସ କର୍ମଚାରୀ ବୋଲି କୁହାଯାଉଛି।

ଇଟିଭି ଭାରତ, କଟକ

ଏହା ମଧ୍ୟ ପଢନ୍ତୁ ସୌମ୍ୟ ହତ୍ୟା ମାମଲା; କ୍ରାଇମବ୍ରାଞ୍ଚ ଡିଜି କହିଲେ, ଓମ୍ ଙ୍କର କାହିଁକି କରାଗଲା ମିଛ ଧରା ପରୀକ୍ଷା

ଏହା ମଧ୍ୟ ପଢନ୍ତୁ କାହଁକି ଚରମ ନିଷ୍ପତ୍ତି ନେଲେ ଆଇଆଇସି ? ହତ୍ୟା ନା ଆତ୍ମହତ୍ୟା, ସଠିକ ତଦନ୍ତ ପାଇଁ ଦାବି