ETV Bharat / state

ଚତୁର୍ଥ ଦିନରେ ଡାକ୍ତର ଆନ୍ଦୋଳନ: SCBରେ ବଢୁଛି ଭିଡ, ବେସରକାରୀ ହସ୍ପିଟାଲ ମୁହାଁ ରୋଗୀ

ଯେଉଁ ରୋଗର ଚିକିତ୍ସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଥାନ୍ତା ତାହାର ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ଧାଇଁ ଆସୁଛନ୍ତି ରୋଗୀ । ରିପୋର୍ଟ ନାରାୟଣ ସାହୁ

Patient faces problem in SCB medical
ଏସସିବିରେ ରୋଗୀ ହନ୍ତସନ୍ତ (ETV Bharat Odisha)
author img

By ETV Bharat Odisha Team

Published : July 4, 2026 at 7:50 AM IST

|

Updated : July 4, 2026 at 9:04 AM IST

2 Min Read
Choose ETV Bharat

କଟକ: ଡାକ୍ତର ସରକାରଙ୍କ କଳି ମଧ୍ୟ ରେ କଲବଲ ହେଉଛନ୍ତି ରୋଗୀ । ତିନି ଦିନ ଆନ୍ଦୋଳନର ପ୍ରଭାବରେ ରୋଗୀ ମାନେ ଅଣନିଶ୍ୱାସୀ ହୋଇ ଗଲେଣି । ସ୍ଥିତି ଏମିତି କି ସରକାରୀ ହସ୍ପିଟାଲ ଛାଡି ବେସରକାରୀ ହସ୍ପିଟାଲକୁ ମୁହାଁଇଁଲେଣି ରୋଗୀ । ବଡ଼ କଥା ହେଉଛି ଡାକ୍ତର ମାନଙ୍କ ଆନ୍ଦୋଳନ ପାଇଁ ରୋଗୀ ସେବା ବାଧାପ୍ରାପ୍ତ ହେଉଥିବା ବେଳେ ଏବେ କଟକ ବଡ଼ ମେଡିକାଲରେ ଏହାର ପ୍ରଭାବ ପଡିବା ଆରମ୍ଭ ହେଲାଣି ।

ଚତୁର୍ଥ ଦିନରେ ଡାକ୍ତର ଆନ୍ଦୋଳନ: SCBରେ ବଢୁଛି ଭିଡ (ETV Bharat Odisha)

କଟକ ବଡ ମେଡିକାଲରେ ରୋଗୀଙ୍କ ଅସମ୍ଭାଳ ଭିଡ


କଟକ ବଡ଼ ମେଡିକାଲର ପ୍ରତ୍ୟେକ ୱାର୍ଡ ଆଗରେ ରୋଗୀଙ୍କ ଅସମ୍ଭାଳ ଭିଡ଼ । କାହାର ସାମାନ୍ୟ ଜ୍ଵର ତ ଆଉ କାହାର ମୁଣ୍ଡ ବିନ୍ଧା ।ସାମାନ୍ୟ ରୋଗ ପାଇଁ ବହୁ ଦୂରଦୁରାନ୍ତରୁ କଟକ ବଡ଼ ମେଡିକାଲ ଧାଇଁ ଲେଣି ରୋଗୀ । କିଏ ବାଲେଶ୍ଵରରୁ ଆସୁଛି ତ ଆଉ କିଏ ଯାଜପୁର ଆଉ କିଏ ମୟୁରଭଞ୍ଜରୁ । ଯେଉଁ ରୋଗର ଚିକିତ୍ସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଥାନ୍ତା ତାହାର ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ଧାଇଁ ଆସୁଛନ୍ତି ରୋଗୀ । ଏନେଇ କଟକ ବଡ଼ ମେଡିକାଲର ଡାକ୍ତର ସୂଚନା ଦେଇଛନ୍ତି ।

Patient faces problem in SCB medical
ଏସସିବିରେ ରୋଗୀ ହନ୍ତସନ୍ତ (ETV Bharat Odisha)

ମେଡିସିନ ବିଭାଗର ଡାକ୍ତର ଅମନ ଅଗ୍ରୱାଲ କହିଛନ୍ତି ‘‘ଡାକ୍ତର ଆନ୍ଦୋଳନ ପାଇଁ ପେରିଫେରିରେ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇଥିବାରୁ ବହୁ ଦୂରଦୂରାନ୍ତରୁ ରୋଗୀ ମାନେ କଟକ ବଡ଼ ମେଡିକାଲକୁ ଆସୁଛନ୍ତି । ସ୍ଥିତି ଏମିତିକି ପୂର୍ବ ଦିନ ଅପେକ୍ଷା ପ୍ରାୟ 40 ପ୍ରତିଶତ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି । କଟକ ବଡ଼ମେଡିକାଲରେ ଥିବା ଡାକ୍ତର ମାନେ ଦିନ ରାତି ଏକାଠି କରି ସେମାନଙ୍କ ଚିକିତ୍ସା କରୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି କି ଯେଉଁ ରୋଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସା ହେବା କଥା ସେମାନେ କଟକ ବଡ଼ ମେଡିକାଲ ଆସିବାରୁ ଗୁରୁତ୍ୱପୂର୍ଣ ରୋଗୀ ମାନଙ୍କର ଚିକିତ୍ସା କରିବାରେ ସମସ୍ୟା ସୃଷ୍ଟି ହୋଇଛି । ଏଭଳି ସ୍ଥିତି ଲାଗି ରହିଲେ ଆଗକୁ ଆହୁରି ରୋଗୀ ସେବା ପ୍ରଭାବିତ ହୋଇପାରେ ’’।

Patient faces problem in SCB medical
ଏସସିବିରେ ରୋଗୀ ହନ୍ତସନ୍ତ (ETV Bharat Odisha)

ବେସରକାରୀ ହସ୍ପିଟାଲ ମୁହାଁ ରୋଗୀ


ଯାଜପୁରରୁ ଆସିଥିବା ଗଣେଶ୍ୱର ମହାନ୍ତି କହିଛନ୍ତି ତାଙ୍କର ବୋହୁଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ତାଙ୍କୁ ପ୍ରଥମେ ଯାଜପୁର ଚିକିତ୍ସା କେନ୍ଦ୍ରକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ନଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ରେଫର କରାଯାଇଥିଲା । ଦୁଇ ଦିନ ହେବ କଟକ ବଡ଼ ମେଡିକାଲ ଆସିଲେଣି । ବହୁ ପରୀକ୍ଷା ନିରୀକ୍ଷା ମଧ୍ୟ କରି ସାରିଲେଣି । ମାତ୍ର ଡାକ୍ତର ତାଙ୍କ ବୋହୁଙ୍କର ଚିକିତ୍ସା କରି ନଥିବା ଅଭିଯୋଗ କରିଛନ୍ତି । ହସ୍ପିଟାଲରେ ପ୍ରବଳ ଭିଡ଼ ଜମୁ ଥିବାରୁ ଡାକ୍ତରଙ୍କ ପାଖରେ ଦେଖାଇବା ସମ୍ଭବ ହୋଇ ପାରି ନାହିଁ । ତେଵେ ବାଧ୍ୟ ହୋଇ ସେ ପ୍ରାଇଭେଟ ହସ୍ପିଟାଲକୁ ନିଜ ଇଚ୍ଛାରେ ନେଇଯିବେ ବୋଲି କହିଛନ୍ତି ।

Doctor protest SCB
ଏସସିବି ମେଡିକାଲରେ ଆନ୍ଦୋଳନରତ ଡାକ୍ତର (ETV Bharat Odisha)

ସେହିପରି ଜଗଦାନନ୍ଦ ବେହେରା ନାମକ ରୋଗୀ ମଧ୍ୟ ସମାନ କଥା କହିଛନ୍ତି । ସେ ପ୍ରାୟ 275 କିଲୋମିଟର ଦୂରରୁ କଟକ ବଡ଼ ମେଡିକାଲକୁ ଆସିଛନ୍ତି । ତାଙ୍କର ଜଣ୍ଡିସ କାରଣରୁ ସେ କଟକ ବଡ଼ ମେଡିକାଲ ଆସିଛନ୍ତି । ବିଶ୍ୱାସ ଥିଲା କଟକ ବଡ଼ ମେଡିକାଲରେ ତାଙ୍କୁ ଭଲ ଚିକିତ୍ସା ମିଳିବ । ବଡ଼ ମେଡିକାଲରେ ଭଲ ଡାକ୍ତରଙ୍କ ପାଖରେ ନିଜର ରୋଗ ଦେଖାଇ ସୁସ୍ଥ ହୋଇ ଫେରିବେ । ମାତ୍ର ଦୁଇ ଦିନ ହେବ ସେ କେବଳ ଏପଟ ସେପଟ ହେଉଛନ୍ତି । ପ୍ରବଳ ଭିଡ଼ କାରଣରୁ ସେ ଡାକ୍ତରଙ୍କ ପାଖରେ ଚିକିତ୍ସା ପାଇ ପାରି ନାହାଁନ୍ତି । ଆଉଟଡୋର ଟିକେଟ ଧରି ସେ ବାହାରେ ଅପେକ୍ଷା କରି ବସିଛନ୍ତି । କାଲି ତ ନମ୍ବର ପଡି ନଥିଲା ଆଜି ବି ସମାନ ଅବସ୍ଥା । ବାଧ୍ୟ ହୋଇ ସେ ପ୍ରାଇଭେଟ ହସ୍ପିଟାଲକୁ ଯିବେ ବୋଲି କହିଛନ୍ତି ।

Patient faces problem in SCB medical
ଏସସିବିରେ ରୋଗୀ ହନ୍ତସନ୍ତ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ଚିନ୍ତା ବଢ଼ାଇଲା ଡାକ୍ତରଙ୍କ ଆନ୍ଦୋଳନ: 'ପ୍ରତ୍ୟାହାର ପାଇଁ ଅନୁରୋଧ, ରୋଗୀ ସେବା ବ୍ୟାଘାତ ହେଲେ ନିଆଯିବ ପଦକ୍ଷେପ' ସ୍ବାସ୍ଥ୍ୟ ବିଭାଗ

ଏହା ମଧ୍ୟ ପଢନ୍ତୁ ତୃତୀୟ ଦିନରେ ଡାକ୍ତର ଆନ୍ଦୋଳନ: ଜିଦରେ ସଂଘ, କାଲିଠୁ ଏକ ଘଣ୍ଟା ଓପିଡି ସେବା ବନ୍ଦ


ଇଟିଭି ଭାରତ, କଟକ

Last Updated : July 4, 2026 at 9:04 AM IST