ETV Bharat / state

ଭିତରକନିକାରେ କୁମ୍ଭୀର ଗଣନା, ଜାଣନ୍ତୁ ପର୍ଯ୍ୟଟକଙ୍କ ପାଇଁ କେତେ ଦିନ ଲଗାଯାଇଛି କଟକଣା

କେନ୍ଦ୍ରାପଡ଼ା ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା । ଏହି ସମୟରେ ପର୍ଯ୍ୟଟକମାନଙ୍କ ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ବର୍ଦ୍ଧରାଜ ଗାଓଁକର ।

BHITARKANIKA NATIONAL PARK
ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଆଜିଠୁ କୁମ୍ଭୀର ଗଣନା ଆରମ୍ଭ (ETV BHARAT ODISHA)
author img

By ETV Bharat Odisha Team

Published : January 8, 2026 at 11:40 AM IST

|

Updated : January 8, 2026 at 12:52 PM IST

1 Min Read
Choose ETV Bharat

Bhitarkanika Crocodile Census କେନ୍ଦ୍ରାପଡ଼ା: ଆଜିଠାରୁ ଆରମ୍ଭ ହୋଇଛି ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା । ଏହି ତିନି ଦିନିଆ ଗଣନା କାର୍ଯ୍ୟ ପାଇଁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ଗତକାଲି (ବୁଧବାର) ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।

ପର୍ଯ୍ୟଟକଙ୍କ ପାଇଁ 3 ଦିନ ବନ୍ଦ ରହିବ ଭିତରକନିକା :

ଡିଏଫଓ ବର୍ଦ୍ଧରାଜ ଗାଓଁକର କହିଛନ୍ତି, "ଜାନୁଆରୀ ୮ ତାରିଖରୁ ୧୦ ତାରିଖ ପଯ୍ୟନ୍ତ (ତିନି ଦିନ) କୁମ୍ଭୀର ଗଣନା ଚାଲିବ । ଏହି ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ଭିତରକନିକା ଓ ଅନ୍ୟ ରେଞ୍ଜ ଗୁଡିକରେ ଥିବା ନଦୀ ନାଳରେ ୫୧ଟି ସ୍ଥାନରେ ଗଣନା କରାଯିବ ।"

ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଆଜିଠୁ କୁମ୍ଭୀର ଗଣନା ଆରମ୍ଭ (ETV BHARAT ODISHA)

ଗତବର୍ଷ ୩୩ଟି ଟିମ୍ କୁମ୍ଭୀର ଗଣନାରେ ସାମିଲ ହୋଇଥିବା ବେଳେ, ଚଳିତବର୍ଷ ୨୩ଟି ଟିମ୍ କୁମ୍ଭୀର ଗଣନା କରିବେ । କୁମ୍ଭୀର ଗଣନା ସମୟରେ ଭିତରକନିକାକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ନ ଆସିବାକୁ ପରାମର୍ଶ ଦେଇଛନ୍ତିି କର୍ତ୍ତୃପକ୍ଷ ।

CROCODILE CENSUS IN BHITARKANIKA
ଶୀତ ଅଧିକ ହେଲେ ଛୋଟରୁ ବଡ଼ ପର୍ଯ୍ୟନ୍ତ ସବୁ କୁମ୍ଭୀର ନଦୀପଠାରେ ଖରା ପୋଇଁବାକୁ ପଡି ରହିଥାନ୍ତି । (ETV BHARAT ODISHA)

କେଉଁ ସମୟରେ ହୋଇଥାଏ କୁମ୍ଭୀର ଗଣନା ?

ଶୀତ ସହ ଅମାବାସ୍ୟା ତିଥିକୁ ଦୃଷ୍ଟିରେ ରଖି କୁମ୍ଭୀର ଗଣନା ପାଇଁ ସମୟ ସ୍ଥିର କରାଯାଇଥାଏ । ଶୀତ ଅଧିକ ହେଲେ ଛୋଟରୁ ବଡ଼ ପର୍ଯ୍ୟନ୍ତ ସବୁ କୁମ୍ଭୀର ନଦୀପଠାରେ ଖରା ପୋଇଁବାକୁ ପଡ଼ି ରହିଥାନ୍ତି । ଭିତରକନିକା ସଂଲଗ୍ନ ନଦୀ ନାଳଗୁଡ଼ିକ ମୁଖ୍ୟତଃ ଜୁଆରିଆ ହୋଇ ଅଧିକ ଭଟ୍ଟା ରହିଥାଏ । ମାତ୍ର ଅମାବାସ୍ୟା ତିଥି ପରେ ଉଚ୍ଚ ଜୁଆର ନଆସିବା ଯୋଗୁଁ ନଦୀପଠା ବୁଡ଼ିନଥାଏ । ଏହି ସମୟରେ ଦିନ ଓ ରାତିରେ କୁମ୍ଭୀର ଗଣନା କରିବା ପାଇଁ ସୁବିଧା ହୋଇଥାଏ ।

ଏହି ସମୟରେ ଦିନ ଓ ରାତିରେ କୁମ୍ଭୀର ଗଣନା କରିବା ପାଇଁ ସୁବିଧା ହୋଇଥାଏ ।
ଏହି ସମୟରେ ଦିନ ଓ ରାତିରେ କୁମ୍ଭୀର ଗଣନା କରିବା ପାଇଁ ସୁବିଧା ହୋଇଥାଏ । (ETV BHARAT ODISHA)

କାହିଁକି ଏହି ସମୟରେ ପର୍ଯ୍ୟଟକଙ୍କୁ ବାରଣ କରାଯାଏ ?

ମୁଖ୍ୟତଃ ପର୍ଯ୍ୟଟକମାନେ ବୋଟ୍ ରେ ଆସିବା ସମୟରେ କୁମ୍ଭୀରମାନେ ନଦୀପଠାରୁ ନଦୀ ଭିତରକୁ ଚାଲି ଯାଆନ୍ତି । ସେଥିପାଇଁ ପର୍ଯ୍ୟଟକମାନଙ୍କ ଯାତାୟତ ବନ୍ଦ କରାଯାଇ ଆହୁଲା ଡଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଥାଏ ।

ଏହି ସମୟରେ ଭିତରକନିକାକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କୁ ଆସିବାକୁ ବାରଣ କରାଯାଇଛି ।
ଏହି ସମୟରେ ଭିତରକନିକାକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କୁ ଆସିବାକୁ ବାରଣ କରାଯାଇଛି । (ETV BHARAT ODISHA)

କୁମ୍ଭୀର ଗଣନା ପୂର୍ବରୁ ପ୍ରଶିକ୍ଷଣ ଶିବିର

ଡାଙ୍ଗମାଳ ସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନରେ ବଉଳା କୁମ୍ଭୀର ଗଣନା ନିମନ୍ତେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜନଗର ବନଖଣ୍ଡ ଅଧିକାରୀ ବର୍ଦ୍ଧରାଜ ଗାଓଁକର, ଆଇଏଫ୍ଏସ୍ ବିବେକ କୁମାର, ରିସର୍ଚ୍ଚ ଆସିଷ୍ଟାଣ୍ଟ ଗତିକୃଷ୍ଣ ପରିଡ଼ା, ବୈଜ୍ଞାନିକ ଶିବ ପ୍ରସାଦ ପରିଡ଼ା, ସହକାରୀ ବନ ସଂରକ୍ଷକ ମାନସ କୁମାର ଦାସ ପ୍ରମୁଖ ସାମିଲ ହୋଇ ପ୍ରଶିକ୍ଷଣ କାର୍ଯ୍ୟକୁ ସଫଳ କରାଇଥିଲେ ।

BHITARKANIKA CROCODILE CENSUS
ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। (ETV BHARAT ODISHA)

ଏହା ମଧ୍ୟ ପଢ଼ନ୍ତୁ- ସାତକୋଶିଆରେ ଅଛନ୍ତିି କେତେ କୁମ୍ଭୀର ? 5 ଦିନ ଧରି ଗଣୁଛନ୍ତି ବନ କର୍ମଚାରୀ

ଏହା ମଧ୍ୟ ପଢ଼ନ୍ତୁ- ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ବଢ଼ିଛନ୍ତି ଦେଶୀୟ ପକ୍ଷୀ

CROCODILE CENSUS IN BHITARKANIKA
ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। (ETV BHARAT ODISHA)

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : January 8, 2026 at 12:52 PM IST