ମାର୍ଚ୍ଚ ପ୍ରଥମ ସପ୍ତାହରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି- ପୃଥ୍ବୀରାଜ
ଛତିଶା ନିଯୋଗ ସହିତ ଆଲୋଚନା ହୋଇଛି l ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଗଣତି ମଣତି ଆରମ୍ଭ କରିବା ପାଇଁ ଯୋଜନା ରହିଥିବା ମନ୍ତ୍ରୀଙ୍କ ସଙ୍କେତ ।

Published : February 25, 2026 at 10:36 PM IST
ଭୁବନେଶ୍ବର: ଛତିଶା ନିଯୋଗ ସହିତ ଆଲୋଚନା ହୋଇଛି l ଖୁବଶୀଘ୍ର ସମୟ ନିର୍ଘଣ୍ଟ ସ୍ଥିର ହେବ । ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଗଣତି ମଣତି ଆରମ୍ଭ କରିବା ପାଇଁ ଆମେ ଯୋଜନା କରୁଛୁ । ମାର୍ଚ୍ଚ ପ୍ରଥମ ସପ୍ତାହରେ ରତ୍ନ ଭଣ୍ଡାର ଗଣତି ମଣତି ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସଙ୍କେତ ଦେଇଛନ୍ତି ।
ଛତିଶା ନିଯୋଗ ସହିତ ଆଲୋଚନା ହୋଇଛି l ଖୁବ ଶୀଘ୍ର ସମୟ ନିର୍ଘଣ୍ଟ ସ୍ଥିର ହେବ । ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଗଣତି ମଣତି ଆରମ୍ଭ କରିବା ପାଇଁ ଆମେ ଯୋଜନା କରୁଛୁ l ମ୍ୟାନେଜିଂ କମିଟି ଓ ମନ୍ଦିର ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି । ସେମାନେ ଛତିଶା ନିଯୋଗ ସହିତ କଥାହୋଇ ଠାକୁରଙ୍କ ନୀତିକାନ୍ତି ଅନୁଯାୟୀ କେଉଁ ସମୟରେ କଲେ ଠିକ ହେବ, ଏହାପରେ ତାରିଖ ଘୋଷଣା ହେବ l
ଗତକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏସଓପି ଉପରେ ଆଲୋଚନା ହୋଇଥିଲା । ମୋଟ ୧୪ ପୃଷ୍ଠାର ଏସଓପି ପ୍ରସ୍ତୁତ କରାଯାଇଛି । ରତ୍ନ ଭଣ୍ଡାର ଗଣତି ମଣତି ନେଇ ଦୁଇଟି ଟିମ୍ ନିୟୋଜିତ କରାଯିବ । ଏହା ସହିତ ରତ୍ନ ଅଳଙ୍କାର ଗଣତିର ସମ୍ପୂର୍ଣ୍ଣ ଭିଡିଓଗ୍ରାଫି କରାଯିବ । ଖୁବଶୀଘ୍ର ପରିଚାଳନା କମିଟି ତିଥିବାର ଦେଖି ତାରିଖ ନିର୍ଦ୍ଧାରଣ କରିବେ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଥିଲେ ।
ସେହିପରି ଗତ 16 ତାରିଖରେ ଆଇନ ମନ୍ତ୍ରୀଙ୍କ ବାସ ଭବନରେ ବସିଥିଲା ବୈଠକ l ତାପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହାକୁ ନେଇ ଆଲୋଚନା ହୋଇଥିଲା l ବୈଠକ ପରେ ସ୍ପଷ୍ଟତା ଆସିବା ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟାରେ କହିଥିଲେ । ନୂଆ ଏସଓପି ବାବଦରେ ମ୍ୟାନେଜିଂ କମିଟି ଅନୁମୋଦନ କରିବା ପରେ ସରକାରଙ୍କ ନିକଟକୁ ପଠା ସରିଛି ସରକାରଙ୍କ ଅନୁମୋଦନ ପାଇଁ ।
ଏହା ମଧ୍ୟ ପଢ଼ନ୍ତୁ- ରତ୍ନଭଣ୍ଡାର ଗଣତି ମଣତି ପାଇଁ ମାର୍ଗଦର୍ଶିକାକୁ ସରକାରଙ୍କ ଅନୁମୋଦନ; ଏଣିକି ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଥିର କରିବ ଦିବସ
ଏହା ମଧ୍ୟ ପଢ଼ନ୍ତୁ- Ratna Bhandar: SOP ଅନୁମୋଦନ ପରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି
ଏହା ମଧ୍ୟ ପଢ଼ନ୍ତୁ- ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ, ‘3 ମାସ ମଧ୍ୟରେ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଶେଷ କର’
ଇଟିଭି ଭାରତ, ଭୁବନେଶ୍ବର

