ETV Bharat / state

ଯୁକ୍ତ ଦୁଇ ପରୀକ୍ଷାରେ ନୂଆ ନିୟମ;୨୦୨୭ରୁ ଏକ୍ସ ରେଗୁଲାରଙ୍କ ପାଇଁ ବି ଇଣ୍ଟରନାଲ୍ ପରୀକ୍ଷା ବାଧ୍ୟତାମୂଳକ

ଏଥର ଯୁକ୍ତ ଦୁଇ ଏକ୍ସ ରେଗୁଲାର ପିଲାମାନେ ବି ଦେବେ ଇଣ୍ଟରନାଲ୍ ପରୀକ୍ଷା । ସିଲାବସ୍ କମିଟି ବୈଠକରେ ନୂଆ ନିୟମକୁ ମିଳିଛି ଅନୁମୋଦନ । ରିପୋର୍ଟ- ବିକାଶ କୁମାର ଦାସ

PLUS TWO EXAM NEW RULE
ଯୁକ୍ତ ଦୁଇ ପରୀକ୍ଷାରେ ନୂଆ ନିୟମ;୨୦୨୭ରୁ ଏକ୍ସ ରେଗୁଲାରଙ୍କ ପାଇଁ ବି ଇଣ୍ଟରନାଲ୍ ପରୀକ୍ଷା ବାଧ୍ୟତାମୂଳକ (ETV Bharat Odisha)
author img

By ETV Bharat Odisha Team

Published : August 29, 2026 at 8:55 PM IST

1 Min Read
Choose ETV Bharat

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଆସିଲା ବଡ଼ ପରିବର୍ତ୍ତନ । ୨୦୨୭ରୁ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କୁ ବି ଦେବାକୁ ପଡ଼ିବ ଇଣ୍ଟରନାଲ୍ ପରୀକ୍ଷା । ଏନେଇ ସିଲାବସ୍ କମିଟି ବୈଠକରେ ନୂଆ ନିୟମକୁ ଅନୁମୋଦନ ମିଳିଛି । ଅର୍ଥାତ୍ ଆଗକୁ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀମାନେ ମଧ୍ୟ ଇଣ୍ଟରନାଲ୍ ମୂଲ୍ୟାୟନ ପ୍ରକ୍ରିୟାରୁ ବାଦ୍ ପଡ଼ିବେ ନାହିଁ ।

ସେହିପରି କୌଣସି ଛାତ୍ରଛାତ୍ରୀ ଇଣ୍ଟରନାଲ୍ ପରୀକ୍ଷା ଦେଇନଥିଲେ, ତାଙ୍କ ପାଇଁ ମଧ୍ୟ ବିକଳ୍ପ ବ୍ୟବସ୍ଥା ରହିବ । ପରୀକ୍ଷା ଅଧୀକ୍ଷକ ନିଜ ଆଡୁ ଇଣ୍ଟରନାଲ୍ ପରୀକ୍ଷା କରାଇପାରିବେ । ଏହାଦ୍ୱାରା ଇଣ୍ଟରନାଲ୍ ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରହିଛି । ଏନେଇ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ ପରିଡ଼ା ।

ଯୁକ୍ତ ଦୁଇ ପରୀକ୍ଷାରେ ନୂଆ ନିୟମ;୨୦୨୭ରୁ ଏକ୍ସ ରେଗୁଲାରଙ୍କ ପାଇଁ ବି ଇଣ୍ଟରନାଲ୍ ପରୀକ୍ଷା ବାଧ୍ୟତାମୂଳକ (ETV Bharat Odisha)


ପରୀକ୍ଷା ପରିଚାଳନା ପାଇଁ CHSEର ପ୍ରସ୍ତୁତି:
ଆଗକୁ ଯୁକ୍ତ ଦୁଇ ପରୀକ୍ଷା । ପରୀକ୍ଷା ପରିଚାଳନା ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି CHSE । ରାଜ୍ୟର ବିଭିନ୍ନ ଯୁକ୍ତ ଦୁଇ କଲେଜର ଅଧ୍ୟାପକମାନଙ୍କ ଗ୍ରେଡେସନ୍ ଲିଷ୍ଟ ମାଗିଛି ପରିଷଦ । ଅଧ୍ୟାପକମାନଙ୍କ ବରିଷ୍ଠତା ଆଧାରରେ ମିଳିବ ପରୀକ୍ଷା ପରିଚାଳନା ଦାୟିତ୍ୱ । ଯୋଗ୍ୟତା ଓ ବରିଷ୍ଠତାକୁ ଆଧାର କରି ଅଧ୍ୟାପକମାନଙ୍କୁ ଏକ୍ସଟରନାଲ୍ ଏବଂ ସହକାରୀ ପରୀକ୍ଷକ ଭାବେ ନିଯୁକ୍ତ କରାଯିବ ବୋଲି କହିଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା ।

CHSE
ଯୁକ୍ତ ଦୁଇ ପରୀକ୍ଷାରେ ନୂଆ ନିୟମ;୨୦୨୭ରୁ ଏକ୍ସ ରେଗୁଲାରଙ୍କ ପାଇଁ ବି ଇଣ୍ଟରନାଲ୍ ପରୀକ୍ଷା ବାଧ୍ୟତାମୂଳକ (ETV Bharat Odisha)



ନୂଆ ନିୟମକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧ୍ୟ ସକାରାତ୍ମକ ମତ ଦେଖିବାକୁ ମିଳିଛି । ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ କହିବା କଥା," ଇଣ୍ଟରନାଲ୍ ପରୀକ୍ଷା ଏକ ଭଲ ପଦକ୍ଷେପ । ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ନିଜ ମାର୍କ ବଢ଼ାଇବାର ଅଧିକ ସୁଯୋଗ ମିଳିବ । ବାର୍ଷିକ ପରୀକ୍ଷା ସହ ଇଣ୍ଟରନାଲ୍ ମାର୍କ ଯୋଡ଼ି ହେବା ଫଳରେ ମୋଟ ଫଳାଫଳରେ ଏହା ସହାୟକ ହେବ । ବିଶେଷକରି ଗୋଟିଏ ପରୀକ୍ଷା ଉପରେ ନିର୍ଭର ନକରି ନିୟମିତ ପାଠପଢ଼ା ଓ ପ୍ରଦର୍ଶନ ଆଧାରରେ ମାର୍କ ପାଇବାର ସୁଯୋଗ ମିଳିବ ।"

CHSE
ଯୁକ୍ତ ଦୁଇ ପରୀକ୍ଷାରେ ନୂଆ ନିୟମ;୨୦୨୭ରୁ ଏକ୍ସ ରେଗୁଲାରଙ୍କ ପାଇଁ ବି ଇଣ୍ଟରନାଲ୍ ପରୀକ୍ଷା ବାଧ୍ୟତାମୂଳକ (ETV Bharat Odisha)

ଛାତ୍ରଛାତ୍ରୀଙ୍କ ମତରେ ଇଣ୍ଟରନାଲ୍ ପରୀକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେଲେ ଏହା ଶିକ୍ଷାର ମାନ ବଢ଼ାଇବା ସହ ପରୀକ୍ଷାର୍ଥୀଙ୍କ ପାଇଁ ଲାଭଦାୟକ ହେବ । ତେଣୁ ୨୦୨୭ରୁ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଇଣ୍ଟରନାଲ୍ ପରୀକ୍ଷାରେ ସାମିଲ କରିବା ନିଷ୍ପତ୍ତିକୁ ସେମାନେ ସ୍ୱାଗତ କରିଛନ୍ତି । ପରୀକ୍ଷାକୁ ସୁଚାରୁ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ ପର୍ଯ୍ୟାୟକ୍ରମେ ପ୍ରକ୍ରିୟା ଆରମ୍ଭ କରିଛି CHSE । ଏବେ ଅଧ୍ୟାପକମାନଙ୍କ ତଥ୍ୟ ସଂଗ୍ରହ ପରେ ଦାୟିତ୍ୱ ବଣ୍ଟନ କରାଯିବ।

ଏହା ମଧ୍ୟ ପଢନ୍ତୁ... ଯୁକ୍ତ ଦୁଇରେ ଖାଲି ପଡ଼ିଛି ୧,୯୬,୦୦୩ ସିଟ୍‌; ନାମଲେଖା ବଢ଼ୁନି, ବଢ଼ୁଛି ଖାଲି ସିଟ୍‌ ଚିନ୍ତା

ଏହା ମଧ୍ୟ ପଢନ୍ତୁ... ଯୁକ୍ତ ଦୁଇ ସ୍ପଟ୍ ମେଧା ତାଲିକା ପ୍ରକାଶ; ୨୫,୩୩୨ ଛାତ୍ରଛାତ୍ରୀଙ୍କୁ ମିଳିଲା ନାମଲେଖା ସୁଯୋଗ

ଇଟିଭି ଭାରତ, ଭୁବନେଶ୍ବର