ETV Bharat / state

ଶିଶୁସୁଲଭ ରଥଯାତ୍ରା ନିମନ୍ତେ ସମନ୍ଵୟ ବୈଠକ

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ପ୍ରୟାସରେ ଏକା ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି।

Rath yatra preparation meeting
ଶିଶୁସୁଲଭ ରଥଯାତ୍ରା ନିମନ୍ତେ ସମନ୍ଵୟ ବୈଠକ (ETV Bharat Odisha)
author img

By ETV Bharat Odisha Team

Published : July 4, 2026 at 2:19 PM IST

2 Min Read
Choose ETV Bharat

ପୁରୀ: ରଥଯାତ୍ରାରେ ଶିଶୁ ଅଧିକାର ସୁରକ୍ଷା ଏବଂ ଶିଶୁ ସୁଲଭ ରଥଯାତ୍ରା ରୂପେ ପାଳନ କରିବା ନିମନ୍ତେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ପ୍ରୟାସରେ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ ପୁରୀ ଠାରେ ଏକା ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ରଥଯାତ୍ରା ସମନ୍ୱୟ ଶିଶୁ ସୁରକ୍ଷା ବିଭାଗର ସମସ୍ତ ଉପବିଭାଗ ଯଥା ଚାଇଲ୍ଡ ହେଲ୍ପଲାଇନ, ଶିଶୁମଙ୍ଗଳ ସମିତି, ଜିଲ୍ଲା ଶିଶୁ ସୁରକ୍ଷା ଶାଖା ପ୍ରମୁଖ କାର୍ଯ୍ୟ କରିବେ। ଏହା ସହିତ ଜିଲ୍ଲା ଶ୍ରମ ବିଭାଗ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରି ଶିଶୁ ଶ୍ରମ ଉଦ୍ଧାର ଓ ଥାଇଥାନ କରିବେ। ସାମାଜିକ ସୁରକ୍ଷା ବିଭାଗ ଭିକ୍ଷାବୃତ୍ତିରେ ନିୟୋଜିତ ହେଉଥିବା ଶିଶୁମାନଙ୍କର ଉଦ୍ଧାରରେ ସହଯୋଗ କରିବେ।

ଜିଲ୍ଲା ଶିକ୍ଷା ଅଧିକାରୀ ବିଦ୍ୟାଳୟ ଛାଡ଼ିଥିବା ଶିଶୁମାନଙ୍କର ଘରକୁ ଯାଇ ତାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବାକୁ ସବୁ ପ୍ରୟାସ କରିବେ। ୟୁନିସେଫ ସହିତ ମିଳିତ ପ୍ରୟାସରେ ଏଥର ରଥଯାତ୍ରାରେ ୫୦ରୁ ଉର୍ଦ୍ଧ୍ୱ ସ୍ବେଚ୍ଛାସେବୀ ନିୟୋଜନ କରାଯିବା ସହିତ ଶିଶୁଯତ୍ନ ଅନୁଷ୍ଠାନଗୁଡ଼ିକରେ ଶିଶୁମାନଙ୍କ ଥଇଥାନ ଓ ସେବା ପ୍ରଦାନ ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ଏହା ସହିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହାୟତାରେ ସୂଚନା କେନ୍ଦ୍ର ସଂଲଗ୍ନରେ ଶିଶୁ ସହାୟତା କକ୍ଷ ରଖାଯିବ ଏବଂ ଶିଶୁ ଅଧିକାର ସୁରକ୍ଷା ପାଇଁ ଗଣମାଧ୍ୟମ ସହଯୋଗରେ ଜନସଚେତନତା କରାଯିବ।

ଏହି ବୈଠକରେ ବବିତା ପାତ୍ର ଅଧକ୍ଷା, ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧକ୍ଷତା କରିଥିଲେ। ସଦସ୍ୟା ମନସ୍ମିତା ଖୁଣ୍ଟିଆ ଯୋଗ ଦେଇଥିବାବେଳେ ଶରତ ଚନ୍ଦ୍ର ବେହେରା ଅତିରିକ୍ତ ଜିଲ୍ଲାପାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆନ୍ତଃ ବିଭାଗୀୟ ସମନ୍ୱୟ ସହିତ ଜନ ସଚେତନତା, ସୂଚନା, ଶିକ୍ଷା ପ୍ରସାରଣ ଏବଂ ଶିଶୁ ଉଦ୍ଧାର କାର୍ଯ୍ୟରେ ଆଇନ ଗତ ଦୃଷ୍ଟିରେ ଶିଶୁମାନଙ୍କର ସୁରକ୍ଷା କରିବାକୁ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ।

ସେହିପରି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏହି ସମୟରେ ଜିଲ୍ଲାରେ ବାଲ୍ୟବିବାହ ଉପରେ ତୀକ୍ଷ୍ଣ ନଜର ରଖିବେ ଓ ଆକ୍ସନ ପ୍ଲାନ କରି କାର୍ଯ୍ୟ କରିବେ। ଶିଶୁଙ୍କ ଜରୁରୀ ସ୍ୱାସ୍ଥ୍ୟ ସୁବିଧା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଯତ୍ନବାନ ହେବେ। ଏହା ସହିତ ସବୁ ଥାନା ଗୁଡିକ ସହିତ ସଂଯୋଗ ସ୍ଥାପନ କରି ଶିଶୁ ମାନଙ୍କ ସମସ୍ୟା ସହିତ ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ଅଧକ୍ଷା ନିର୍ଦ୍ଦେଶ ଦେଇଥିଲେ। ସେହିପରି ରେଳଯାତ୍ରା କରୁଥିବା ଶିଶୁମାନଙ୍କ ଗତିବିଧି ଉପରେ ରେଳ ଚାଇଲଡ ହେଲ୍ପଲାଇନ, ଜିଆରପି, ଆରପିଏଫ୍ ଥାନା ମିଳିତ ଭାବେ କାର୍ଯ୍ୟ କରିବେ।

ଯେପରି ଜନସାଧାରଣ ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ବେଆଇନ ହସ୍ତାନ୍ତର ନକରି ଶିଶୁ ମଙ୍ଗଳ କମିଟି କିମ୍ବା ଶିଶୁ ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଗତ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ପୋଲିସଙ୍କ ନଜରକୁ ଆଣିବେ। ଚାଇଲ୍ଡ ହେଲ୍ପଲାଇନ ନମ୍ବର ୧୦୯୮ କୁ ଫୋନ କରିବାକୁ ବ୍ୟାପକ ଜନସଚେତନତା କରିବାକୁ ଲକ୍ଷ୍ୟ ରଖାଯାଇଛି l ଏହି ପଦକ୍ଷେପ ସହିତ ଏଥର ରଥଯାତ୍ରାକୁ ଶିଶୁ ସୁଲଭ କରାଯିବାକୁ ଅଧ୍ୟକ୍ଷା ସବୁ ବିଭାଗର ସମନ୍ୱୟରେ କାର୍ଯ୍ୟ କରିବାକୁ ଆହ୍ଵାନ କରିଥିଲେ l

ଏହି ବୈଠକରେ ଶକ୍ତି୍ପାଦ ମିଶ୍ର ସଦସ୍ୟ, ଶିଶୁ ମଙ୍ଗଳ ସମିତି ରୋଜାଲିନ ସାହୁ ସଦସ୍ୟା, କିଶୋର ନ୍ୟାୟ ବୋର୍ଡ, ସନ୍ତୋଷ କୁମାର ସେଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଦୀପକ ପାଢ଼ୀ ଜିଲ୍ଲା ଶିକ୍ଷା ଅଧିକାରୀ, ନାରାୟଣ ପ୍ରସାଦ ନନ୍ଦ ସ୍ୱାସ୍ଥ୍ୟ ଅଧିକାରୀ, ଆଶୁତୋଷ ସାହୁ ଶ୍ରମ ଅଧିକାରୀ, ତନୁପ୍ରଭା ବେଉରା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ୟୁନିସେଫ ପ୍ରତିନିଧିଙ୍କ ସମେତ ଚାଇଲ୍ଡ ହେଲ୍ପଲାଇନ ସଂଯୋଜକ କୃଷ୍ଣ ଚନ୍ଦ୍ର ମିଶ୍ର ପ୍ରମୁଖ ସମସ୍ତ ବିଭାଗୀୟ ଅଧିକାରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସୁରକ୍ଷା ଅଧିକାରୀ ଶୁଭନାରାୟଣ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l

ଏହା ମଧ୍ୟ ପଢନ୍ତୁ ସୋସିଆଲ ମିଡିଆରେ ମହାପ୍ରଭୁଙ୍କ ଏଡିଟ ଫଟୋ ପୋଷ୍ଟ କଲେ କାର୍ଯ୍ୟାନୁଷ୍ଠାନ, ଚେତାବନୀ ଦେଲା ପୁରୀ ପୋଲିସ

ଏହା ମଧ୍ୟ ପଢନ୍ତୁ ଏଥର ରଥଯାତ୍ରାରେ ରନ୍ଧା ଖାଦ୍ୟ ବଣ୍ଟନ ବନ୍ଦ, ୩୦୦ ବସକୁ ପ୍ରଦାନ କରାଯିବ ଅସ୍ଥାୟୀ ପରମିଟ

ଇଟିଭି ଭାରତ, ପୁରୀ