ETV Bharat / state

ରବି ଧାନ ସଂଗ୍ରହରେ ରେକର୍ଡ; 20 ଲକ୍ଷ ମେଟ୍ରିକ ଟନ୍ ଟାର୍ଗେଟ ପୂରଣ

କିଛି ଦନ ତଳେ ୩ ତାରିଖ ଯାଏଁ ରବି ଧାନ କିଣା ଅବଧି ବଢ଼ାଇ ଥିଲେ ସରକାର । ରିପୋର୍ଟ- ମନୋରଞ୍ଜନ ଶଙ୍ଖୁଆ

RABI PADDY PROCUREMENT
ରବି ଧାନ ସଂଗ୍ରହରେ ରେକର୍ଡ (File pic)
author img

By ETV Bharat Odisha Team

Published : July 4, 2026 at 11:18 PM IST

2 Min Read
Choose ETV Bharat

ଭୁବନେଶ୍ୱର: ରବି ଧାନ ସଂଗ୍ରହରେ ଚାଷୀ ଅସୁବିଧାର ସମ୍ମୁଖୀନ ହୋଇନାହାଁନ୍ତି । ପ୍ରତିଶୃତି ରକ୍ଷା କରିଛନ୍ତି ସରକାର l ୩ ଜୁଲାଇ ୨୦୨୬ ସୁଦ୍ଧା ୨୦.୨୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି । ଏଥିରେ ୩.୫୯ ଲକ୍ଷରୁ ଅଧିକ ଚାଷୀ ନିଜ ଧାନ ବିକ୍ରି କରିଛନ୍ତି । ଚାଷୀଙ୍କୁ ୪,୦୬୯.୩୧ କୋଟି ଟଙ୍କା ଏମଏସପି ଓ ୧,୨୫୫.୬୬ କୋଟି ଟଙ୍କା ଇନ୍‌ପୁଟ୍ ସହାୟତା ପ୍ରଦାନ କରାଯାଇଛି । ଏପଟେ ରାଜ୍ୟ ବିଭାଗୀୟ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ କହିବା କଥା ଚଳିତ ବର୍ଷ ରବି ଧାନ ୨୦.୪୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି । ଚଳିତ ବର୍ଷ ଚାଷୀ ମାନଙ୍କଠାରୁ ସରକାର ଧାନ ସଂଗ୍ରହରେ ରେକର୍ଡ କରିଛନ୍ତି ।

ଏପର୍ଯ୍ୟନ୍ତ ୧୯.୦୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ମିଲରଙ୍କ ଦ୍ୱାରା ଉଠାଯାଇଥିବାବେଳେ, ପ୍ରାୟ ୧.୫୧ ଲକ୍ଷ ମେଟ୍ରିକ୍ ଟନ୍ ଧାନର ଗ୍ରହଣ ପ୍ରକ୍ରିୟା ବାକି ରହିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୩ ଜୁଲାଇ ପର୍ଯ୍ୟନ୍ତ ରବି ଧାନ କିଣା ଅବଧି ବଢ଼ାଯାଇଥିଲା । ବିରୋଧୀଙ୍କ ପାଖରେ ଆଉ କିଛି କହିବାର ନାହିଁ । ଆଉ ଧାନ ବଳି ନାହିଁ l ତେଣୁ ଆଉ ଧାନ କିଣା ସମୟ ବଢିବ ନାହିଁ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ l




ତେବେ ୩ ତାରିଖ ଯାଏଁ ରବି ଧାନ କିଣା ଅବଧି ବଢ଼ାଇ ଥିଲେ ସରକାର l 5 ଜିଲ୍ଲାରେ ଧାନ ପଡି ରହିଥିବାରୁ ଯୋଗାଣ ବିଭାଗ ଧାନ କିଣା ଅବଧି ନିଷ୍ପତ୍ତି ନେଇଥିଲା l ଯୋଗାଣ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ସମସ୍ତଙ୍କର ଧାନ ଉଠିବ । ଏହା ପରେ 3 ଲକ୍ଷ 36 ହଜାର 52 କୃଷକଙ୍କ ଠାରୁ 18 ଲକ୍ଷ 79 ହଜାର 919 ମେଟ୍ରିକ ଟନ ଧାନ କିଣା ହୋଇଛି l ପୂର୍ବରୁ ସରକାର 20 ଲକ୍ଷ ମେଟ୍ରିକ ଟନ ଉଠାଯିବ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲ l




ସେହିପରି ସମବାୟ ମନ୍ତ୍ରୀ କହିଛନ୍ତି, "ଚଳିତ ବର୍ଷ ସାରର ଅଭାବ ରହିବ ନାହିଁ l ସାର ଗଛିତ ଅଛି । ଅଭାବ ହେବନି କାରଣ ପୂର୍ବରୁ ୟୁରିଆ ସାର ସବୁ ପ୍ୟାକ୍ସରେ ମହଜୁଦ ରଖାଯାଇଛି l ଆଜି 81 ହଜାର ଟନ ଷ୍ଟକ ଅଛି । ଆହୁରି ସାର ଆସୁଛି । ଗତ ବର୍ଷ ବି ସାରର ଅଭାବ ନଥିଲା । ଗତ ସରକାର 100 ଟଙ୍କା ବୋନସ ଦେଇ ନଥିଲେ l ଯେଉଁଥି ପାଇଁ ଲୋକ ଭୟ କଲେ କି କାଳେ ବିଜେପି ସରକାର 800 ଟଙ୍କା ଦେବନି l ହେଲେ ବିଜେପି ସରକାର 800 ଟଙ୍କା ଇନପୁଟ ସବସିଡି ଦେବା ପରେ ଧାନ ଚାଷ କଲେ ଚାଷୀ l ଗତ ବର୍ଷ ଚାଷ ଅନୁକୂଳ ପାଗ ହୋଇଥିଲା ।"

ମନ୍ତ୍ରୀ ପୁଣି କହିଛନ୍ତି, 2024ରେ ଯେତିକି ୟୁରିଆ ଦିଆଯାଇଥିଲା, 2025 ରେ ତା ଠାରୁ 4 ଲକ୍ଷ 13 ହଜାର ଟନ ଅଧିକ ସାର ଦେବା ପରେ ଅଭାବ ରହିଲା l ସରକାରଙ୍କ ଭୁଲ ନାହିଁ । ଅଧିକ ଚାଷ ହେଲା । ନିଜ ଜମି ସମେତ ସରକାରୀ ଜମି ଦଖଲ କରି ବି ଚାଷ ହେଲା l ଚଳିତ ବର୍ଷ ୟୁରୁଆ ଅଛି 80 ହଜାର 669 ଟନ, MOP ଅଛି 9 ହଜାର ଟନ, DAP ଅଛି 17 ହଜାର ଟନ, NPKS ଅଛି 29 ହଜାର ଟନ, SSP 285 ଟନ ଅଛି । ସବୁ ପ୍ରକାର ସାର ଅଛି । ଧାନ ବାହାରିଲେ ସାର ଦରକାର ହେବ ସେପ୍ଟେମ୍ବର ଶେଷ ଆଡ଼କୁ କହିଛନ୍ତି ମନ୍ତ୍ରୀ l

୨୦୨୫-୨୬ ରବି ଧାନ ସଂଗ୍ରହରେ ରାଜ୍ୟରେ ରେକର୍ଡ


ଚଳିତ ବର୍ଷ ପାଇଁ ସରକାରଙ୍କ ପକ୍ଷରୁ ରବି ଋତୁ ଧାନ ସଂଗ୍ରହ ଗତକାଲିଠାରୁ ସରିଯାଇଛି । ଚଳିତ ବର୍ଷ ଚାଷୀ ମାନଙ୍କଠାରୁ ସରକାର ଧାନ ସଂଗ୍ରହରେ ରେକର୍ଡ କରିଛନ୍ତି । ଚଳିତ ବର୍ଷ ପାଇଁ ଗତ ଜୁନ ୩୦ତାରିଖ ରବି ଧାନ କିଣାର ଅବଧି ରହିଥିଲା । ମାତ୍ର ଧାନ ବଳକା ରହିଯାଇଥିବାରୁ ସରକାରଙ୍କ ନିର୍ଦେଶରେ ଆହୁରି ୩ଦିନ ଅର୍ଥାତ ୩ ଜୁଲାଇ ୨୦୨୬ ଧାନ ସଂଗ୍ରହ ଅବଧିକୁ ବଢାଇ ଦିଆଯାଇଥିଲା ।

ତେବେ ରାଜ୍ୟ ବିଭାଗୀୟ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ କହିବା କଥା ଚଳିତ ବର୍ଷ ରବି ଧାନ ୨୦.୪୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି । ଏଥିରେ ୩.୬୨ ଲକ୍ଷ ଚାଷୀ ନିଜ ଧାନ ବିକ୍ରି କରିଛନ୍ତି । ଚାଷୀଙ୍କୁ ୪,୮୪୨.୩୦ କୋଟି ଟଙ୍କା MSP ଓ ୧,୪୯୪.୧୮ କୋଟି ଟଙ୍କା ଇନ୍‌ପୁଟ୍ ସହାୟତା ପ୍ରଦାନ କରାଯାଇଛି । ଅପରପକ୍ଷରେ ସମସ୍ତ ଧାନ ସଂଗ୍ରହ ଶେଷ ହୋଇଯାଇଥିବା ମନ୍ତ୍ରୀ କୃଷ୍ଣ ପାତ୍ର ପ୍ରକାଶ କରିଛନ୍ତି ।



ଏହା ବି ପଢନ୍ତୁ- ୨୦ ଲକ୍ଷ ମେଟ୍ରିକ ଟନ୍ ରବି ଧାନ ସଂଗ୍ରହ ଲକ୍ଷ୍ୟ

ଇଟିଭି ଭାରତ, ଭୁବନେଶ୍ୱର