ETV Bharat / state

ଚକା ଡେରା ନୀତି ପାଇଁ ଶେଷ ପର୍ଯ୍ୟାୟରେ ତିନି ରଥର ଦୁଇଟି ଲେଖାଏଁ ଚକ ପ୍ରସ୍ତୁତ କାମ

ତିନି ରଥର ସାଥୀ ମହାରଣା ସେବକ ମାନେ ପଇ ବିନ୍ଧ କାର୍ଯ୍ୟ ଆରମ୍ଭ କରିଛନ୍ତି। ରିପୋର୍ଟ: ଶକ୍ତି ପ୍ରସାଦ ମିଶ୍ର

ଚାଲିଛି ଚକ ପ୍ରସ୍ତୁତି
ଚାଲିଛି ଚକ ପ୍ରସ୍ତୁତି (ETV Bharat Odisha)
author img

By ETV Bharat Odisha Team

Published : May 4, 2026 at 7:37 AM IST

1 Min Read
Choose ETV Bharat

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ପୁରୀ ବଡ଼ଦାଣ୍ଡ ରଥଖଳାରେ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ । ଚକା ଡେରା ନୀତି ପାଇଁ ଶେଷ ପର୍ଯ୍ୟାୟରେ ତିନି ରଥର ଦୁଇଟି ଲେଖାଏଁ ଚକ ପ୍ରସ୍ତୁତ କାମ । ତିନି ରଥର ସାଥୀ ମହାରଣା ସେବକ ମାନେ ପଇ ବିନ୍ଧ କାର୍ଯ୍ୟ ଆରମ୍ଭ କରିଛନ୍ତି। ଭଉଁରୀ ତିଥିରେ ଚକା ଡେରା ନୀତି ପାଇଁ ପ୍ରତି ରଥର ଦୁଇଟି ଲେଖାଏଁ ନାହାକା ଚକ ପାଇଁ ପ୍ରଥମ ପର୍ଯ୍ୟାୟରେ ୮ ଲେଖାଏଁ ପଇର ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି । ପଇ ବିନ୍ଧ ଶେଷ ପରେ ତିନିରଥ ମୁଖ୍ୟ ମହାରଣାଙ୍କ ଦ୍ୱାରା ତୁମ୍ବରେ ସଂଯୁକ୍ତ ଅରରେ ପଇ ପିନ୍ଧା ଅନୁକୂଳ ବିଧି ମତେ ସମ୍ପନ୍ନ ହୋଇ ତିନିରଥର ମହାରଣ ଏବଂ ଭୋଇ ସେବକ ମାନଙ୍କ ଉଦ୍ୟମରେ ନାହାକା ତୁମ୍ବ ରେ ସଂଯୁକ୍ତ ଅରରେ ପଇ ପିନ୍ଧା କାର୍ଯ୍ୟ ଶେଷ ହୋଇଛି ।

ଚାଲିଛି ଚକ ପ୍ରସ୍ତୁତି
ଚାଲିଛି ଚକ ପ୍ରସ୍ତୁତି (ETV Bharat Odisha)

ତିନି ରଥର ପଇ ସଂଯୋଗ ପରେ ପଇ କଳସା କାର୍ଯ୍ୟ (ପଇ, ପଇ କୁ ବାନ୍ଧି ରଖିବା ପାଇଁ ପଇ ସଂଯୋଗ ସ୍ଥଳରେ କାପ ବା ଘାଟି ନିର୍ମାଣ କାର୍ଯ୍ୟ) ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିସହ ତୁମ୍ବରେ ଅଖ ବିନ୍ଧ ଖୋଳା ବା ଠେକ ତୁଲିଆ କାର୍ଯ୍ୟ ଜାରୀ ରହିଛି। ତିନିରଥର ୧୧ ଟି ଲେଖାଏଁ ସାଲ ଗୁଜ,୯ ଟି ଲେଖାଏଁ ଜଳାଜନ୍ତ୍ର,୧୨ ଟି ଲେଖାଏଁ କୁଡୁକା ଏବଂ ୮ ଟି ଲେଖାଏଁ ତୀଖ ଗୁଜ ଶେଷ ହୋଇଛି। ତିନିରଥର ରୂପକାର ସେବକ ମାନେ ତିନି ରଥର କୋଣ ଗୁଜ ବା ସାଲ ଗୁଜରେ ସିଂହ ବିରଳ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକ ମାନେ ତିନି ରଥର ନାହାକା ଚକର ଆବଶ୍ୟକ ଅର କଣ୍ଟା ସହ ପନ୍ଦାରି ଏବଂ ତୁମ୍ବ ବାହ୍ୟ ବଳା ରଥ ଖଳାକୁ ଯୋଗାଇ ବାକି ଚକ ଗୁଡ଼ିକ ପାଇଁ ପନ୍ଦାରି ଏବଂ ତୁମ୍ବ ବଳା , ଆର କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

ଚାଲିଛି ଚକ ପ୍ରସ୍ତୁତି
ଚାଲିଛି ଚକ ପ୍ରସ୍ତୁତି (ETV Bharat Odisha)
ଚାଲିଛି ଚକ ପ୍ରସ୍ତୁତି
ଚାଲିଛି ଚକ ପ୍ରସ୍ତୁତି (ETV Bharat Odisha)

ପବିତ୍ର ଶ୍ରୀନୃସିଂହ ଚତୁର୍ଦ୍ଦଶୀ ଜନ୍ମ ତିଥିରେ ରଥଖଳାରେ ତିନି ରଥର ଗୁଜ, ଅର ଏବଂ ତୁମ୍ବରେ ଅର ସଂଯୋଗ ଅନୁକୂଳ ପୂଜା ବିଧିମତେ ପାଳିତ ହୋଇଥିଲା । ଏଥିସହ ଚକ ନିର୍ମାଣ ପାଇଁ ତୁମ୍ବରେ ଅର ଭୁଜା ଯାଇ ଅରରେ କଣ୍ଟା ବାଦିଆ ବା ସିଙ୍ଗଡ଼ା ବାଡିଆ କାର୍ଯ୍ୟ ପାଇଁ ଭୋଇ ସର୍ଦ୍ଦାର ରବି ଭୋଇ ଓ କାର୍ତ୍ତିକ ଭୋଇଙ୍କ ନେତୃତ୍ବରେ ଭୋଇ ସେବକମାନେ ରଥଖଳା ସମ୍ମୁଖ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଯନ୍ତାଗାଡ ପ୍ରସ୍ତୁତି କାର୍ଯ୍ୟ ଶେଷ କରିଥିଲେ ।

ଚାଲିଛି ଚକ ପ୍ରସ୍ତୁତି
ଚାଲିଛି ଚକ ପ୍ରସ୍ତୁତି (ETV Bharat Odisha)
ଚାଲିଛି ଚକ ପ୍ରସ୍ତୁତି
ଚାଲିଛି ଚକ ପ୍ରସ୍ତୁତି (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ, ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ପୂଜା ହେଲା ସମ୍ପନ୍ନ

ଏହା ମଧ୍ୟ ପଢନ୍ତୁ ରଥଯାତ୍ରା ପାଇଁ ହ୍ରାସ ପାଇବ କର୍ଡନ ପାସ୍‌, ଘୋଷଯାତ୍ରା ପାଇଁ ପ୍ରସ୍ତୁତି ସମୀକ୍ଷା

ଇଟିଭି ଭାରତ, ପୁରୀ