ETV Bharat / state

ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଡବଲ ଇଞ୍ଜିନ ସରକାରକୁ କଂଗ୍ରେସର ଟାର୍ଗେଟ; ଜବାବ ରଖିଲା ବିଜେପି

ବ୍ରହ୍ମପୁରରେ ଜଣେ ବ୍ୟକ୍ତିଙ୍କୁ ଖଣ୍ଡରେ ଆକ୍ରମଣ କରାଯାଇଥିଲା।ଅଭିଯୁକ୍ତ ହେଉଛନ୍ତି ଜଣେ ଜେଲ ଫେରନ୍ତା ଯିଏ କି ଶାସକ ଦଳରେ ଛାତ୍ରଛାୟରେ ରହିଛି। ରିପୋର୍ଟ-ସଞ୍ଜୀବ କୁମାର ରାୟ

Congress targets double engine government over law and order situation in the state
ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଡବଲ ଇଞ୍ଜିନ ସରକାରକୁ କଂଗ୍ରେସର ଟାର୍ଗେଟ (Etv Bharat)
author img

By ETV Bharat Odisha Team

Published : May 25, 2026 at 4:59 PM IST

|

Updated : May 25, 2026 at 8:55 PM IST

2 Min Read
Choose ETV Bharat

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ। କଂଗ୍ରେସ ଅଭିଯୋଗ କରି କହିଛି, ରାଜ୍ୟରେ ଜଙ୍ଗଲରାଜ ଚାଲିଛି । ଗତ କିଛି ଦିନ ହେବ ଯେଉଁଭଳି ସଙ୍ଗୀନ ଅପରାଧିକ ଘଟଣା ଘଟୁଛି, ଲାଗୁଛି ରାଜ୍ୟରେ ଆଇନ ଶୃଙ୍ଖଳା ବୋଲି କିଛି ନାହିଁ।

ଓଡ଼ିଶାରେ ମାଫିଆ ରାଜ ଚାଲିଛି-କଂଗ୍ରେସ

କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ପୋଲିସ ବିଭାଗ ଅଛି କି ନାହିଁ ବୋଲି ରାଜ୍ୟବାସୀ ପ୍ରଶ୍ନ ପଚାରୁଛନ୍ତି। ବ୍ରହ୍ମପୁରରେ ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିଲା। ଅଭିଯୁକ୍ତ ହେଉଛନ୍ତି ଜଣେ ଜେଲ ଫେରନ୍ତା, ଯିଏ କି ଶାସକ ଦଳରେ ଛାତ୍ରଛାୟରେ ରହିଛି । ପୋଲିସ କହୁଛି, ଅଭିଯୁକ୍ତ ଜଣକ ପୋଲିସ ଉପରକୁ ବୋମା ଫିଙ୍ଗିଥିଲା । ଯଦି ଅପରାଧୀ ପୋଲିସକୁ ଡରୁ ନାହାନ୍ତି, ତେବେ ଚିନ୍ତା କରନ୍ତୁ, ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି କେଉଁ ଦିଗକୁ ଯାଉଛି।

ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଡବଲ ଇଞ୍ଜିନ ସରକାରକୁ କଂଗ୍ରେସର ଟାର୍ଗେଟ (Etv Bharat)



କଂଗ୍ରେସ ଆହୁରି ଅଭିଯୋଗ କରିଛି, ରାଜ୍ୟପାଳଙ୍କ ପୁଅ ଜଣେ ପୋଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ କଲେ । ପୋଲିସ କର୍ମଚାରୀଙ୍କୁ କୌଣସି ନ୍ୟାୟ ମିଳିଲା ନାହିଁ। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟୟ ଆଡକୁ ଯାଉଛି। ସୁପ୍ରିମକୋର୍ଟ ମବ ଲିଞ୍ଚିଂକୁ ନେଇ ଯେଉଁ ରାୟ ଦେଇଛନ୍ତି ତାକୁ ପାଳନ କରିବାରେ ଓଡିଶା ସରକାର ବିଫଳ ହୋଇଛନ୍ତି । ଓଡ଼ିଶାରେ ମାଫିଆ ରାଜ ଚାଲିଛି । ବାଲି ପଥର ମାଫିଆ, ଜମି ମାଫିଆମାନଙ୍କୁ ସରକାର ସହଯୋଗ କରୁଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ଡବଲ ଇଞ୍ଜିନ ସରକାର ଆସିବାର ପ୍ରାୟ ୨୩ ମାସ ଭିତରେ ରାଜ୍ୟରେ ହୋଇଥିବା ଗୋଷ୍ଠୀଗତ ଅପରାଧ ଏବଂ ଜାତିଗତ ହିଂସାର ହିସାବ ଦିଆଯାଇଛି।

  • ୨୦୨୪ ଜୁନରୁ ୨୦୨୬ ଫେବ୍ରୁଆରୀ ଭିତରେ ରାଜ୍ୟରେ ୫୪ଟି ଜାତିଆଣ ହିଂସା, ୭ ମବ ଲିଞ୍ଚିଂ ଘଟଣା ଘଟିଛି।
  • ମବ ଲିଞ୍ଚିଂ ମାମଲା ଉପକୂଳରେ ସର୍ବାଧିକ ହୋଇଛି । ୨୪ଟି ବାଲେଶ୍ୱରରେ ହୋଇଛି । ଭୁବନେଶ୍ୱର, ଖୋର୍ଦ୍ଧାରେ ୧୬, କୋରାପୁଟରେ ୮, ମାଲକାନଗିରିରେ ୪ ଓ ଭଦ୍ରକ ୨ଟି ଘଟଣା ଘଟିଛି।


ଏ ସବୁ ସମସ୍ୟା ପାଇଁ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛି କଂଗ୍ରେସ। ଦଳ ପକ୍ଷରୁ କୁହାଯାଇଛି, ରାଜ୍ୟ ସରକାର ନିଜର ନୈତିକ ଅଧିକାର ଭୁଲି ଯାଉଛନ୍ତି । ଅପରାଧ ହେଲେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହେବା ସମ୍ଭବ ନୁହେଁ । ଆଇନ ଶୃଙ୍ଖଳା ସଜାଡନ୍ତୁ।

ଦୁଇ ବର୍ଷ ଭିତରେ ସ୍ଥିତି ଭଲ ଅଛି-ବିଜେପି
ସେପଟେ କଂଗ୍ରେସର ଅଭିଯୋଗକୁ ଶାସକ ଦଳ କାଉଣ୍ଟର କରିଛି । ETV Bharatକୁ ଫୋନ ଯୋଗେ ପ୍ରତିକ୍ରିୟା ଦେଇ ବାଲେଶ୍ୱର ଜିଲ୍ଲା ପ୍ଲାନିଂଗ କମିଟି ଅଧ୍ୟକ୍ଷ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ବିଧାୟକ ପଦ୍ମଲୋଚନ ପଣ୍ଡା କହିଛନ୍ତି, 'ଉଦ୍ଭଟ ଚିନ୍ତାଧାରାର ପ୍ରତୀକ ହେଉଛି କଂଗ୍ରେସ । ଏ ସବୁ ଅଭିଯୋଗ କପୋଳକଳ୍ପିତ । ବାଲେଶ୍ୱରର ଆଇନ ଶୃଙ୍ଖଳା ସ୍ଥିତି ବହୁତ ଭଲ। ଜନସାଧାରଣ ବିଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ କରୁଛନ୍ତି । ତାକୁ ବିରୋଧୀ ଭାବୁଛନ୍ତି ଆଇନ ଶୃଙ୍ଖଳା ସ୍ଥିତି। କଂଗ୍ରେସର ଭୋଟ ନାହିଁ, ଖାଲି ମିଛରେ ଏମିତି ହେଉଛନ୍ତି। ୨୪ ବର୍ଷ ସରକାରରେ ରହିଲେ ନବୀନ ବାବୁ । କଣ ନ ହୋଇଛି ସେ ସମୟରେ ! ଏ ଦୁଇ ବର୍ଷ ଭିତରେ ସ୍ଥିତି ଭଲ ଅଛି । ମୁଖ୍ୟମନ୍ତ୍ରୀ ଆଇନ ଶୃଙ୍ଖଳାକୁ ଗୁରୁତର ସହ ନେଇଛନ୍ତି। କୌଣସି ଅସୁବିଧା ନାହିଁ, ସବୁ ଠିକ୍ ଚାଲିଛି ।'

ଇଟିଭି ଭାରତ, ଭୁବନେଶ୍ୱର

ଏହା ମଧ୍ୟ ପଢନ୍ତୁ ପୁତୁରା ଆକ୍ରମଣରେ ଗଲା ଦାଦାର ଜୀବନ, ଥାନାରୁ କେଇ ମିଟର ଦୂରରେ ହତ୍ୟା

ଏହା ମଧ୍ୟ ପଢନ୍ତୁ ପୁଣି ବ୍ରହ୍ମପୁରରେ ପଡ଼ିଲା ରକ୍ତ ଛିଟା; ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁଇ ଭାଇ, ପୋଲିସ ଏନକାଉଣ୍ଟରରେ ଜଣେ ଆହତ

Last Updated : May 25, 2026 at 8:55 PM IST