ଜନ ନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ: 'ଜାନକୀ ବାବୁ ଆଜିର ରାଜନେତାଙ୍କ ପାଇଁ ଶିକ୍ଷଣୀୟ'- CM
ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀରେ ଜାନକୀଙ୍କ ଗୁଣଗାନରେ ଶତମୁଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Published : January 3, 2026 at 11:20 PM IST
ଭୁବନେଶ୍ବର: ଜାନକୀ ବାବୁ ଆଜିକାଲି ରାଜନେତାଙ୍କ ପାଇଁ ଶିକ୍ଷଣୀୟ । ସେ ଆମ ସମସ୍ତଙ୍କର ଗୁରୁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀରେ ଜାନକୀଙ୍କ ଗୁଣଗାନରେ ଶତମୁଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ କାମ କରିବାର ସୌଭାଗ୍ୟ ପାଇଛି । ତାଙ୍କ ସହ ମିଶିବା ତାଙ୍କ ପରାମର୍ଶ ନେବା ମୋ ଜୀବନର ବଡ଼ ଅନୁଭୂତି । ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ଜାନକୀ ବାବୁ ନେତା ଥିଲେ ଓ ମୁଁ ସେତେବେଳେ ସରକାରୀ ଦଳର ଉପମୁଖ୍ୟ ସଚେତକ ଥିଲି । ଯାହାକି ଏବେ ମୋ ପାଇଁ ଅବିସ୍ମରଣୀୟ । ତାଙ୍କର ସାଂଗଠନିକ ଦକ୍ଷତା ସବୁବେଳେ ମନେ ରହିବ ।

ଆଜି ଭୁବନେଶ୍ୱରରେ ଓଡ଼ିଶାର ବିଶିଷ୍ଟ ଜନ ନାୟକ, ବାଗ୍ମୀ, ରାଜନେତା, ସାହିତ୍ୟ ସାଧକ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶହେତମ ଜନ୍ମ ବାର୍ଷିକୀରେ ଯୋଗଦେଇ ଜାନକୀଙ୍କ ସ୍ମୃତି ଚାରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଭରଣ ମାଝୀ । ନବ ଓଡ଼ିଶାର ନିର୍ମାତା, ପ୍ରଜ୍ଞା ପୁରୁଷ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀରେ ଏକାଠି ହେଲେ ସବୁ ରାଜନୈତିକ ଦଳର ନେତା । ଏକାଧାରରେ ଜଣେ ରାଜନୀତିଜ୍ଞ, ସାମ୍ବାଦିକ, ସାରସ୍ୱତ ସାଧକ, ସାହିତ୍ୟକଙ୍କୁ ମନେ ପକାଇ ସ୍ମୃତି ଚାରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ବିକାଶ ଯେତିକି ହେବା କଥା ତାହା ହୋଇନାନାହିଁ ।

ହଜାରେ ଦିନରେ ହଜାରେ ଶିଳ୍ପର ଆହ୍ୱାନ ଦେଇ ଶିଳ୍ପର ଅଗ୍ରଗତି କରିଥିଲେ । ଆମ ସରକାର ଜନକୀ ବାବୁଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଯାଉଛି । ପୁଣିଥରେ ରାଜ୍ୟରେ ଶିଳ୍ପ ବିପ୍ଳବ ହେବ । ଓଡ଼ିଶାରେ ଶ୍ୱେତ ବିପ୍ଳବ ଓମ୍ଫେଡ୍ ହେଉଛି ତାଙ୍କର ଅବଦାନ । ସାମ୍ବାଦିକତା ଓ ସାହିତ୍ୟରେ ତାଙ୍କର ରୁଚି ଥିଲା । ସାମ୍ବାଦିକତାକୁ ସେ ବୃତ୍ତି କରିଥିଲେ । ସେ ତରୁଣ ବୟସରେ ସାମ୍ବାଦିକ ଦାୟିତ୍ୱ ନେଇ ବିରଳ ରେକର୍ଡ କରିଥିଲେ । ସେ କଂଗ୍ରେସର ଯୁବ ଶାଖାର ନେତୃତ୍ୱ ନେଇଥିଲେ। 1971ରୁ 2009 ପର୍ଯ୍ୟନ୍ତ ରାଜନୈତିକ ଜୀବନ ବେଶ ପ୍ରଭାବୀ ରହିଛି । 3 ଥର ମୁଖ୍ୟମନ୍ତ୍ରୀ ଓ ପରେ ବିରୋଧୀ ଦଳ ନେତା ଓ ପରେ ଆସାମର 2009ରୁ 14 ମସିହା ପର୍ଯ୍ୟନ୍ତ ରାଜ୍ୟପାଳ ମଧ୍ୟ ଥିଲେ । ସେ କୌଣସି ସମସ୍ୟାରେ ବିଚଳିତ ନ ହୋଇ କାମ କରିବା ଶିଖାନ୍ତି । ବିରୋଧୀ ଓ ଶାସକ ଦଳର ମତ ନେଇ କାମ କରିବାରେ ସେ ନିପୁଣ," ବୋଲି ତାଙ୍କ ଅଭିଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

1926 ଜାନୁଆରୀ ୩ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ । କଟକ ରେଭେନ୍ସା କଲେଜରେ ଶିକ୍ଷାଲାଭ କରିଥିଲେ ଜାନକୀ । ଆଧୁନିକ ଓଡ଼ିଶାର ନିର୍ମାତା ଭାବେ ତାଙ୍କୁ କୁହାଯାଉଥିଲା । 3 ଥର ମୁଖ୍ୟମନ୍ତ୍ରୀ ଭାବେ ଦାଇତ୍ୱ ନେଇଛନ୍ତି । ଓଡ଼ିଶାର ସାମାଜିକ, ସହିତ୍ୟିକ, ସାଙ୍ଗଠନିକ ଦକ୍ଷତାରେ ସେ ଥିଲେ ମାହୀର । ପୁରୀରେ ସଂସ୍କୃତ ବିଶ୍ୱବିଦ୍ୟାଳୟ କରିଥିଲେ। ନବ ଓଡ଼ିଶାର ନିର୍ମାତା, ପ୍ରଜ୍ଞା ପୁରୁଷ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀରେ ଏକାଠି ହେଲେ ସବୁ ରାଜନୈତିକ ଦଳର ନେତା ।
ଓଡ଼ିଶାର ଭୁତପୂର୍ବ ମୁଖ୍ୟମନ୍ତ୍ରୀ, ଆସାମ ର ପୂର୍ବତନ ରାଜ୍ୟପାଳ ଜାନକୀ ବଲ୍ଲଭ ପଟନାୟକଙ୍କ ଜନ୍ମ ଶତ ବାର୍ଷିକୀ ସମାରୋହ ୟୁନିଟ ୩ କ୍ୟାପିଟାଲ ହାଇସ୍କୁଲରେ ଧୁମ ଧାମରେ ପାଳନ ହୋଇଯାଇଛି । ଜାତୀୟ ସ୍ତରର ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ ବିରାପା ମୋଇଲି, ମୁଖ୍ୟମନ୍ତ୍ରୀ ମହୋନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା, ନରସିଂହ ମିଶ୍ର, ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପିସିସି ସଭାପତି ଭକ୍ତ ଚରଣ ଦାସ, CPIM ନେତା ଜାନକୀ ବାବୁଙ୍କ ଜନ୍ମ ଶତବାର୍ଷିକୀରେ ସାମିଲ ହୋଇ ତାଙ୍କ ସ୍ମୃତି ଚାରଣ କରିଥିଲେ।
ଏହା ମଧ୍ୟ ପଢ଼ନ୍ତୁ- ବୁଲା କୁକୁର ଓ ପ୍ରାଣୀ ସୃଷ୍ଟି କରୁଛନ୍ତି ସମସ୍ୟା; ସଚେତନତା ସହ ପ୍ରାଥମିକ ଚିକିତ୍ସା ପାଇଁ ସିଏସଙ୍କ ନିର୍ଦ୍ଦେଶ
ଏହା ମଧ୍ୟ ପଢ଼ନ୍ତୁ- ଅଣନିଶ୍ବାସୀ ଓଡ଼ିଶା: ପ୍ରଦୂଷଣ ବଢ଼ିଲା, ତାଳଚେର ପାଇଁ ଲାଗିଲା କଡ଼ା କଟକଣା
ଇଟିଊି ଭାରତ, ଭୁବନେଶ୍ବର

