ETV Bharat / state

ଢ଼ିଙ୍କିଆରୁ ଆରମ୍ଭ ହେଲା କଂଗ୍ରେସର 'ଗାନ୍ଧୀ ପଥେ ନ୍ୟାୟ ଯାତ୍ରା'; ୧୪ରେ ସଚିବାଳୟ ଘେରିବେ ବିସ୍ଥାପିତ

'ଆମେ ଶିଳ୍ପକୁ ବିରୋଧ କରୁନାହୁଁ । କିନ୍ତୁ ଶିଳ୍ପାୟନ ନାଁରେ ସ୍ଥାନୀୟ ବାସିନ୍ଦାଙ୍କୁ ବିସ୍ଥାପନ କରି ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ଆମେ ବିରୋଧ କରୁଛୁ।' ରିପୋର୍ଟ-ସଞ୍ଜୀବ କୁମାର ରାୟ

congress gandhi pathe march begins from dhinkia secretariat gherao on the 14th may
ଢ଼ିଙ୍କିଆରୁ ଆରମ୍ଭ ହେଲା 'ଗାନ୍ଧୀ ପଥେ ନ୍ୟାୟ ଯାତ୍ରା'; ୧୪ରେ ସଚିବାଳୟ ଘେରିବେ ବିସ୍ଥାପିତ (Etv Bharat)
author img

By ETV Bharat Odisha Team

Published : May 6, 2026 at 9:02 PM IST

|

Updated : May 6, 2026 at 9:10 PM IST

1 Min Read
Choose ETV Bharat

ଭୁବନେଶ୍ୱର: ବିସ୍ଥାପିତଙ୍କୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡ଼ିଛି ପ୍ରଦେଶ କଂଗ୍ରେସ । ବିଭିନ୍ନ ଘରୋଇ କମ୍ପାନୀର ଶୋଷଣ ବିରୋଧରେ କଂଗ୍ରେସର 'ଗାନ୍ଧୀ ପଥେ ନ୍ୟାୟ ଯାତ୍ରା' ଢ଼ିଙ୍କିଆରୁ ଭୁବନେଶ୍ୱର ଆରମ୍ଭ ହୋଇଛି । ଢିଙ୍କିଆ, ନୂଆଗାଁ, ଗଡକୁଜଙ୍ଗ ଅଂଚଳରେ ଦୀର୍ଘ ୨୦ବର୍ଷ ହେଲା କମ୍ପାନୀମାନଙ୍କ ସ୍ୱାର୍ଥ ପାଇଁ ସରକାର ଓ ଜିଲ୍ଲା ପ୍ରଶାସନର ଜୁଲମ୍ ଶେଷ ସୀମାରେ ପହଞ୍ଚିଛି । ଏଭଳି ଅଭିଯୋଗ ଆଣିଛି କଂଗ୍ରେସ । ତାର ପ୍ରତିବାଦ ସ୍ବରୂପ ଆଜି ଜଗତସିଂହପୁର ଜିଲ୍ଲା ଢ଼ିଙ୍କିଆରୁ 'ଗାନ୍ଧୀ ପଥେ ନ୍ୟାୟ ପଦଯାତ୍ରା' ଆରମ୍ଭ ହୋଇଛି ।

ଢ଼ିଙ୍କିଆ ଅଚଂଳରେ ଶିଳ୍ପ ସଂସ୍ଥାମାନଙ୍କ ଦ୍ୱାରା ଘଟୁଥିବା ଅନ୍ୟାୟ, ଅତ୍ୟାଚାର, ଶୋଷଣ ଓ ପ୍ରଦୁଷଣ ବିରୋଧରେ ସ୍ୱର ଉତ୍ତୋଳନ କରି ଆଜିଠାରୁ ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ପଦଯାତ୍ରା ଚାଲିବ। ଆଜିଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା ମେ' ୧୪ରେ ଭୁବନେଶ୍ୱରରେ ପହଂଚିବ । ଏକ ବିଶାଳ ସମୋବେଶ ମାଧ୍ୟମରେ ପ୍ରତିବାଦ କରାଯିବ ବୋଲି ଆଜି ପଦ ଯାତ୍ରା ଆରମ୍ଭରୁ କୁହାଯାଇଛି ।

ଢ଼ିଙ୍କିଆରୁ ଆରମ୍ଭ ହେଲା 'ଗାନ୍ଧୀ ପଥେ ନ୍ୟାୟ ଯାତ୍ରା'; ୧୪ରେ ସଚିବାଳୟ ଘେରିବେ ବିସ୍ଥାପିତ (Etv Bharat)

ଶିଳ୍ପକୁ ବିରୋଧ କରୁନାହୁଁ, ବିସ୍ଥାପିତଙ୍କ ପ୍ରତି ଅନ୍ୟାୟକୁ ବିରୋଧ କରୁଛୁ

ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଢିଙ୍କିଆ ଅଂଚଳ ଧାନ, ପାନ, ମୀନକୁ ନେଇ ପରିଚିତ । ଏଠିକାର ଲୋକେ ଜୀବନ ଜୀବିକା ଓ ମାଟି ପ୍ରତି ସମ୍ବେଦନଶୀଳ ଓ ନିଜ ଭିଟା ମାଟିରୁ ଉଚ୍ଛେଦ ନହେବା ପାଇଁ ଲଢେଇ କରି ଆସୁଛନ୍ତି । ୨୦୦୫ ମସିହାରୁ ଅଦ୍ୟାବଧି ଏହି ମାଟିର ମଣିଷମାନେ ଭିଟାମାଟିକୁ ରକ୍ଷା କରିବା ପାଇଁ ସଂଗ୍ରାମ କରି ଆସୁଛନ୍ତି । ଏଥିପାଇଁ ଚାରି ଚାରି ଜଣଙ୍କର ଜୀବନହାନୀ ଘଟିବା ସହ ହଜାର ହଜାର ଲୋକଙ୍କ ନାମରେ ମିଥ୍ୟା ମୋକଦ୍ଦମା କରାଯାଇଛି। ଏଠି ସରକାର ନିଦାବିଷ୍ଣୁ ପାଲଟିଛନ୍ତି । ଜେ.ଏସ୍‌.ଡବ୍ଲ୍ୟୁ ପ୍ରେମରେ ଅନ୍ଧ ହୋଇ ଏହି ମାଟିକୁ ବିନା ଗ୍ରାମସଭାରେ କମ୍ପାନୀକୁ ଟେକି ଦେବାର ଚକ୍ରାନ୍ତ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଗଣତନ୍ତ୍ର ହତ୍ୟାର ନଗ୍ନ ଉଦାହରଣ ।'


ଭକ୍ତ ଦାସ କହିଛନ୍ତି, 'ଆମେ ଶିଳ୍ପକୁ ବିରୋଧ କରୁନାହୁଁ । କିନ୍ତୁ ଶିଳ୍ପାୟନ ନାଁରେ ସ୍ଥାନୀୟ ବାସିନ୍ଦାଙ୍କୁ ବିସ୍ଥାପନ କରି ସେମାନଙ୍କ ସହ ଖେଳାଯିବାକୁ ଆମେ ବିରୋଧ କରୁଛୁ। ବିସ୍ଥାପିତ ଏବଂ ପ୍ରଭାବିତଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ଗାନ୍ଧୀ ପଥେ ନ୍ୟାୟ ପଦଯାତ୍ରା ଆରମ୍ଭ କରୁଛୁ। ସମଗ୍ର ରାଜ୍ୟର ପ୍ରାୟ ୧୫ଟି ସ୍ଥାନରୁ ବିସ୍ଥାପିତ ଏବଂ ପ୍ରଭାବିତମାନେ ଆସି ଭୁବନେଶ୍ୱରରେ ପହଞ୍ଚିବେ । ଆସନ୍ତା ୧୪ ତାରିଖରେ ଲୋକସେବା ଭବନ ଘେରାଉ କରାଯିବ।'

ଏହି ସବୁ କ୍ଷତିଗ୍ରସ୍ତ ଅଚଂଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ କଂଗ୍ରେସ ଦଳ ୧୪ ତାରିଖରେ ଭୁବନେଶ୍ୱରରେ ଏକ ବିଶାଳ ସମାବେଶ କରି ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବ ବୋଲି ସ୍ପଷ୍ଟ କରିଛନ୍ତି ପିସିସି ସଭାପତି ।

ଇଟିଭି ଭାରତ, ଭୁବନେଶ୍ୱର

ଏହା ମଧ୍ୟ ପଢନ୍ତୁ କୋଟିଆ ପାଇଁ ଭଣ୍ଡାର ଖୋଲା; କୋଟିଆ ଅଞ୍ଚଳରେ ଶୀଘ୍ର ଖୋଲିବ ଯୁକ୍ତ ତିନି କଲେଜ: ରାଜସ୍ୱ ମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ ରାସ୍ତା ମରାମତି ଦାବିରେ ଜନଗଣନାକାରୀଙ୍କୁ ଅସହଯୋଗ କଲେ ପିପିଲି ଗୋବର୍ଦ୍ଧନପୁର ବାସିନ୍ଦା

Last Updated : May 6, 2026 at 9:10 PM IST