ETV Bharat / state

ପ୍ରକାଶ ପାଇଲା CPET-୨୦୨୬ର ଫଳାଫଳ: SAMS ପୋର୍ଟାଲରେ ରେଜଲ୍ଟ, ଖୁବଶୀଘ୍ର ଆଡମିଶନ ସୂଚୀ

ଆଡମିଶନର ସମୟସୂଚୀ ଖୁବଶୀଘ୍ର ସାମ୍ସ (SAMS) ପୋର୍ଟାଲରେ ଉପଲବ୍ଧ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ରିପୋର୍ଟ: ବିକାଶ ଦାସ

Common PG Entrance Test 2026 results released Results on SAMS portal admission list soon
ପ୍ରକାଶ ପାଇଲା CPET-୨୦୨୬ର ଫଳାଫଳ: SAMS ପୋର୍ଟାଲରେ ରେଜଲ୍ଟ, ଖୁବଶୀଘ୍ର ଆଡମିଶନ ସୂଚୀ (ETV BHARAT ODISHA)
author img

By ETV Bharat Odisha Team

Published : July 2, 2026 at 6:14 PM IST

1 Min Read
Choose ETV Bharat

Common PG Entrance Test results declared, ଭୁବନେଶ୍ବର: ପିଜି ପ୍ରବେଶିକା ପରୀକ୍ଷା (କମନ୍‌ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ- 2026) ରେଜଲ୍ଟ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ସାମ୍ସ (SAMS) ପୋର୍ଟାଲକୁ ଯାଇ ନିଜର ପରୀକ୍ଷାଫଳ ଦେଖିପାରିବେ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।


ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ କମନ୍‌ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ଅନୁଷ୍ଠିତ ହୋଇଥିଲା । ଏହି ପ୍ରବେଶିକା ପରୀକ୍ଷା ପାଇଁ ୫୮ ହଜାର ୬୧୩ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବା ବେଳେ ୫୩ ହଜାର ୯୦୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସର୍ବମୋଟ୍ ୫୦ଟି ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।


ଶିକ୍ଷା ବର୍ଷ ୨୦୨୬-୨୭ ପାଇଁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରାଜ୍ୟର ୧୩୨ଟି ଉଚ୍ଚଶିକ୍ଷାନୁଷ୍ଠାନରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ୩୨ ହଜାର ୩୦୯ଟି ସିଟ୍ ରହିଛି । ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା, କମନ୍‌ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ର ଫଳାଫଳ ଆଧାରରେ କରାଯିବ । ଆଡମିଶନର ସମୟସୂଚୀ ଖୁବଶୀଘ୍ର ସାମ୍ସ (SAMS) ପୋର୍ଟାଲରେ ଉପଲବ୍ଧ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ପରୀକ୍ଷାର୍ଥୀମାନେ SAMS ପୋର୍ଟାଲରେ ପ୍ରବେଶ କରି ନିଜ ବିଷୟ, ସାମାଜିକ ବର୍ଗ ଏବଂ ରାଜ୍ୟସ୍ତରୀୟ ରାଙ୍କ ଯାଞ୍ଚ କରିପାରିବେ । ଏହି ଆଧାରରେ ସେମାନେ ନିଜ ପସନ୍ଦର କଲେଜ ଚୟନ କରି ନାମଲେଖା ପ୍ରକ୍ରିୟାରେ ଭାଗ ନେଇପାରିବେ । ଆଡମିଶନ ପ୍ରକ୍ରିୟା, କଲେଜ ଚଏସ୍ ଫିଲିଂ, ସିଟ୍ ଆଲଟମେଣ୍ଟ ଓ ନାମଲେଖାର ସମୟସୂଚୀ ଖୁବଶୀଘ୍ର SAMS ପୋର୍ଟାଲରେ ପ୍ରକାଶ କରାଯିବ ବୋଲି ବିଭାଗ ସୂଚନା ଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗ ସମସ୍ତ ଆବେଦନକାରୀଙ୍କୁ ନିୟମିତ ଭାବେ SAMS ପିଜି ପୋର୍ଟାଲ ପରିଦର୍ଶନ କରି ସରକାରୀ ବିଜ୍ଞପ୍ତି ଓ ପରବର୍ତ୍ତୀ ଆଡମିଶନ ପ୍ରକ୍ରିୟା ସମ୍ପର୍କିତ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦେଇଛି ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ UG First Merit List ପ୍ରକାଶ ପାଇଥିଲା । ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ସର୍ବାଧିକ କଟ୍-ଅଫ୍ ମାର୍କ ସହ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଗରେ ରହିଛି । ପ୍ରଥମ ପର୍ଯ୍ୟାୟରେ ୨.୩୭ ଲକ୍ଷ ଆବେଦନକାରୀଙ୍କ ମଧ୍ୟରୁ ୧.୭୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ବେଳେ ୨୩ରୁ ୨୫ ଜୁନ୍ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲିଥିଲା । ଖୁବ ଶୀଘ୍ର ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ- +2 ବାଣିଜ୍ୟ ଷ୍ଟ୍ରିମ୍‌ରେ ୫୯୨ ମାର୍କ ରଖିଛନ୍ତି ହଂସିକା, 'ଲକ୍ଷ୍ୟ ଅଛି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେବି'

ଏହା ମଧ୍ୟ ପଢ଼ନ୍ତୁ- ପ୍ରକାଶ ପାଇଲା +2 ପରୀକ୍ଷା ଫଳ, ବଢ଼ିଲା ପାସ ହାର, ଇମ୍ପ୍ରୁଭମେଣ୍ଟ ସୁବିଧା ଆରମ୍ଭ

ଇଟିଭି ଭାରତ, ଭୁବନେଶ୍ବର