ETV Bharat / state

ଜାଡରେ ଥରୁଛି ଓଡ଼ିଶା: ଆହୁରି 4 ଦିନ ଲାଗି ରହିବ ଘନ କୁହୁଡି, 12 ଜିଲ୍ଲାକୁ ସର୍ତକ ସୂଚନା

ଆଜି ଶୀତ ସାମାନ୍ୟ କମ ରହିଥିବା ବେଳେ ଆଉ 2 ଦିନ ପରେ ପୁଣି ବଢିବ । ପ୍ରବଳ ଜାଡରେ ସାରା ଓଡି଼ଶା ଥରିବ ବୋଲି କହିଛି ପାଣିପାଗ ବିଭାଗ।

dense fog  in bhubaneswar
ଭୁବନେଶ୍ବରରେ ଘର କୁହୁଡି (ETV BHARAT ODISHA)
author img

By ETV Bharat Odisha Team

Published : January 3, 2026 at 7:56 AM IST

|

Updated : January 3, 2026 at 8:24 AM IST

2 Min Read
Choose ETV Bharat

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ସକାଳ ହେବା ମାତ୍ରେ କୁହୁଡି ଚାଦରରେ ଢାଙ୍କି ହେଉଛି ପରିବେଶ । ଫଳରେ ସକାଳ 9ଟା ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ଦୂରତା 50 ମିଟରରୁ ବି କମ୍‌ ରହୁଥିବାରୁ ଯାତାୟତରେ ବାଧା ଉପୁଯୁଛି । ଆଜି ଶୀତ ସାମାନ୍ୟ କମ ରହିଥିବା ବେଳେ ଆଉ 2 ଦିନ ପରେ ପୁଣି ବଢିବ । ପ୍ରବଳ ଜାଡରେ ସାରା ଓଡି଼ଶା ଥରିବ ବୋଲି କହିଛି ପାଣିପାଗ ବିଭାଗ।

4 ଦିନ ଯାଏ ଘନ କୁହୁଡି ଲାଗିରହିବ:

ସଞ୍ଜୀବ ଦ୍ବିବେଦୀ ପାଣିପାଗ ବୈଜ୍ଞାନିକ (ETV BHARAT ODISHA)

ଏପଟେ ଲମ୍ବା ସମୟ ଧରି ରାଜ୍ୟରେ ଘନ କୁହୁଡି ଦେଖାଯାଇଥିବା ବେଳେ ପଶ୍ଚିମା ଝଡ ସହ ଆଦ୍ରତାର ପରିମାଣକୁ ନେଇ ଘନ କୁହୁଡି ଏଭଳି ଜାରି ରହିଛି ବୋଲି କହିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ତେଣୁ କୁହୁଡି ବଳୟରେ ରହିଛି ଅଧିକାଂଶ ଜିଲ୍ଲା। ପଶ୍ଚିମରୁ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ସବୁଠି ଦୃଶ୍ୟମାନ ଘନ କୁହୁଡି।ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ଦୂରତା 50 ମିଟରରୁ ବି କମ ରହୁଥିବା ବେଳେ ରାସ୍ତାଘାଟ ଦେଖାଯାଉନଥିବାରୁ ସତର୍କତା ଜାରି କରାଯାଇଛି । ଆହୁରି 4 ଦିନ ଯାଏ ଏଭଳି ଘନ କୁହୁଡି ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

dense fog  in bhubaneswar
ଭୁବନେଶ୍ବରରେ ଘର କୁହୁଡି (ETV BHARAT ODISHA)

ଏହି ଜିଲ୍ଲାକୁ ଘନ କୁହୁଡି ନେଇ ଆଲର୍ଟ:

dense fog  in bhubaneswar
ଭୁବନେଶ୍ବରରେ ଘର କୁହୁଡି (ETV BHARAT ODISHA)

ଆସନ୍ତା 6 ତାରିଖ ଯାଏ ରାଜ୍ୟରେ ଘନ କୁହୁଡ଼ିକୁ ନେଇ ଚେତାବନୀ ଜାରି ହୋଇଛି । ଆଜି ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂପୁରରେ ଘନ କୁହୁଡ଼ିକୁ ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାରେ ଦୃଶ୍ୟମାନ କ୍ଷମତା 200 ମିଟରରୁ କମ୍‌ ରହିବ । ସେହିପରି ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, କନ୍ଧମାଳ, ନୟାଗଡ, କେନ୍ଦ୍ରାପଡା, ଗଞ୍ଜାମ, ଗଜପତି ଓ ସୁନ୍ଦରଗଡ ଜିଲ୍ଲାକୁ କୁହୁଡି ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।

dense fog  in bhubaneswar
ଭୁବନେଶ୍ବରରେ ଘର କୁହୁଡି (ETV BHARAT ODISHA)

ଜାନୁଆରୀ 5 ଓ 6 ତାରିଖରେ ଘନ କୁହୁଡି ନେଇ ଯାଜପୁର, କଟକ, କେନ୍ଦ୍ରାପଡା, ଜଗତସିଂହପୁର,ପୁରୀକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା 7 ତାରିଖରେ କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡପ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

dense fog  in bhubaneswar
ଭୁବନେଶ୍ବରରେ ଘର କୁହୁଡି (ETV BHARAT ODISHA)

ପୁଣି ବଢିବ ଶୀତ:

କିଛି ଦିନ ହେବ 2 ରୁ 3 ଡିଗ୍ରୀ ତାପମାତ୍ର ବଢିବା ପରେ ଶୀତ ସାମାନ୍ୟ ବ୍ରେକ ଲାଗିଥିଲା। ପୁଣି 2 ଦିନ ପରେ 2ରୁ 4 ଡିଗ୍ରୀ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଅନ୍ୟପଟେ ଗତ 24 ଘଣ୍ଟାରେ 17 ଟି ସ୍ଥାନରେ କୁହୁଡି ଦେଖିବାକୁ ମିଳିଥିବା ବେଳେ 8 ସ୍ଥାନରେ ଅତ୍ୟଧିକ ଘନ କୁହୁଡି ଓ ଓ 4 ସ୍ଥାନରେ ଘନ କୁହୁଡି ରେକର୍ଡ ହୋଇଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 7.5 ରହିଥିବା ବେଳେ ପାହାଡିଆ ଅଂଚଳରେ 7 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

dense fog  in bhubaneswar
ଭୁବନେଶ୍ବରରେ ଘର କୁହୁଡି (ETV BHARAT ODISHA)

ହାଡ଼ଭଙ୍ଗା ଶୀତରେ ଥରୁଛି ଓଡ଼ିଶା, ଆଉ 3 ଦିନ ଘନ କୁହୁଡ଼ି

Watch: ବାଃ କି ସୁନ୍ଦର...ବରଫ ଚାଦର ଢାଙ୍କି ହୋଇଛି ପ୍ରକୃତି

ଇଟିଭି ଭାରତ, ଭୁବନେଶ୍ବର

Last Updated : January 3, 2026 at 8:24 AM IST