ETV Bharat / state

ଅସ୍ତବ୍ୟସ୍ତ କରୁଛି ହାଡ଼ଭଙ୍ଗା ଶୀତ, କୁହୁଡ଼ି ପାଇଁ 4 ଜିଲ୍ଲାକୁ ୱାର୍ଣ୍ଣିଂ

ରାଜ୍ୟରେ ପ୍ରବଳ ଶୀତ ଜାରି ରହିଥିବା ବେଳେ ଆସନ୍ତା 7ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ ।କୁହୁଡ଼ି ପାଇଁ ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଏବଂ କୋରାପୁର ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ।

ODISHA WEATHER UPDATE
ଓଡ଼ିଶା ପାଣିପାଗ (ETV Bharat Odisha)
author img

By ETV Bharat Odisha Team

Published : December 15, 2025 at 9:11 AM IST

2 Min Read
Choose ETV Bharat

ଭୁବନେଶ୍ବର: ରାଜ୍ୟରେ ଅସ୍ତବ୍ୟସ୍ତ କରୁଛି ହାଡ଼ଭଙ୍ଗା ଶୀତ । ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି ଜାରି ରହିଛି । ସେହିପରି ବର୍ତ୍ତମାନ ରାଜ୍ୟରେ କୌଣସି ନିୟାମକ ପାଣିପାଗ ସକ୍ରିୟ ନଥିବାବେଳ ଆସନ୍ତା 7 ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନ ଘଟିନ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପାଣିପାଗ ବୈଜ୍ଞାନୀକ ସଞ୍ଜୀବ ଦ୍ବିବେଦୀ," ଗତ 24 ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି । ସବୁଠାରୁ କମ୍ ତାପମାତ୍ରା କନ୍ଧମାଳ ଜିଲ୍ଲାର ପୁଲବାଣୀରେ 6 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ହୋଇଥିବା ବେଳେ କିଛି କିଛି ସ୍ଥାନରେ ହ୍ରାସ ମଧ୍ୟ ପାଇଥିବା ରେକର୍ଡ଼ ହୋଇଛି । ଦେଖିବାକୁ ଗଲେ ତାପମାତ୍ରାରେ ସେଭଳି କୌଣସି ବଡ଼ ପରିବର୍ତ୍ତନ ଘଟିନାହିଁ । ସେହିପରି ଘନ କୁହୁଡ଼ି ଦୁଇଟି ସ୍ଥାନରେ ଦୃଶ୍ୟମାନ ହୋଇଥିଲା । ବର୍ତ୍ତମାନ ରାଜ୍ୟରେ କୌଣସି ନିୟାମକ ପାଣିପାଗ ସକ୍ରିୟ ନାହିଁ, ତେଣୁ ଆସନ୍ତା 7 ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆଜି ଏବଂ ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦେଖା ଯିବା ସମ୍ଭାବନା ରହିଛି । ସେହିପରି ଆସନ୍ତା 7 ଦିନ ଯାଏଁ ମଧ୍ୟ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ଘଟିବ ନାହିଁ ।"

ଆଜିର ସମ୍ଭାବ୍ୟ ତାପମାତ୍ରା :

ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ, ଆଜି (ସୋମବାର) ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ଅନୁଭୂତ ହେବ । ଫୁଲବାଣୀରେ 6 ଡିଗ୍ରୀ ସେଲସିୟସ ତାପମାତ୍ରା ରହିବାର ସମ୍ଭାବନା ଅଛି । ସେହିଭଳି ଅନୁଗୋଳରେ 8 ଡିଗ୍ରୀ ସେଲସିୟସ,କୋରାପୁଟ 8 ଡିଗ୍ରୀ ସେଲସିୟସ୍, ରାଉରକେଲା 8 ଡିଗ୍ରୀ ଓ ଝାରସୁଗୁଡାରେ 9 ଡିଗ୍ରୀ , କେନ୍ଦୁଝର 11 ଡିଗ୍ରୀ, ଢେଙ୍କାନାଳ 11 ଡିଗ୍ରୀ , ଭଦ୍ରକରେ 13 ଡିଗ୍ରୀ ଏବଂ ସୁନ୍ଦରଗଡରେ 9 ଡିଗ୍ରୀ ସେଲସିୟସ ତାପମାତ୍ରା ରହିପାରେ ।

ସେହିପରି ନବରଙ୍ଗପୁର 10 ଡିଗ୍ରୀ, ଭବାନୀପାଟଣା 9 ଡିଗ୍ରୀ, ଟିଟିଲାଗଡ 12 ଡିଗ୍ରୀ, ବଲାଙ୍ଗୀର 11 ଡିଗ୍ରୀ, ସୋନପୁରରେ 11 ଡିଗ୍ରୀ, ମାଲକାନଗିରି 12 ଡିଗ୍ରୀ, ରାୟଗଡା 11 ଡିଗ୍ରୀ, ନୟାଗଡ 14 ଡିଗ୍ରୀ, ଖୋର୍ଦ୍ଧା 13 ଡିଗ୍ରୀ, ଭୁବନେଶ୍ୱର 13 ଡିଗ୍ରୀ, କଟକ 13 ଡିଗ୍ରୀ, ବାରିପଦା 13 ଡିଗ୍ରୀ, ସମ୍ବଲପୁରରେ 12 ଡିଗ୍ରୀ ସେଲସିୟସ ଓ କେନ୍ଦ୍ରାପଡା ଜିଲ୍ଲାରେ 13 ଡିଗ୍ରୀ ସେଲସିୟସ , ଗଞ୍ଜାମ 16 ଡିଗ୍ରୀ, ପାରଳାଖେମୁଣ୍ଡି 13 ଡିଗ୍ରୀ, ବୌଦ୍ଧ 10 ଡିଗ୍ରୀ, ନୂଆପଡ଼ା 10 ଡିଗ୍ରୀ, ବରଗଡ଼ 12 ଡିଗ୍ରୀ, ବାଲେଶ୍ବର 14 ଡିଗ୍ରୀ, ଜଗତସିଂହପୁର 13 ଡିଗ୍ରୀ, ପୁରୀ 17 ଡିଗ୍ରୀ ସେଲସିୟସ ରହିବା ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ... ଖସୁଛି ପାରଦ, ଆହୁରି କଲବଲ କରିବ ହାଡ ଭଙ୍ଗା ଶୀତ, ଏହି ସବୁ ଜିଲ୍ଲାକୁ ୱାର୍ଣ୍ଣିଂ

ଏହା ମଧ୍ୟ ପଢନ୍ତୁ...ତଳ ମୁହାଁ ପାରଦ; ବଢୁଛି ଶୀତ, ଆହୁରି 2 ଦିନ ଥରିବ ସାରା ରାଜ୍ୟ, 3 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଇଟିଭି ଭାରତ, ଭୁବନେଶ୍ବର