ETV Bharat / state

କଲବଲ କରିବ ହାଡଭଙ୍ଗା ଶୀତ: 7 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଜି.ଉଦୟଗିରି ସବୁଠୁ ଥଣ୍ଡା

ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ପ୍ରବଳ ଶୀତ ଲହରୀ । 7 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । 10 ଡିଗ୍ରୀ ତଳେ 15 ସହର ।

Weather Update
କୁହୁଡି, ରାସ୍ତା (ANI)
author img

By ETV Bharat Odisha Team

Published : December 29, 2025 at 6:57 PM IST

1 Min Read
Choose ETV Bharat

Odisha Weather Update ଭୁବନେଶ୍ବର: ହାଡଭଙ୍ଗା ଶୀତରେ ଥରୁଛି ଓଡ଼ିଶା । ପ୍ରବଳ କୁହୁଡି ସାଙ୍ଗକୁ ହାଡଭଙ୍ଗା ଶୀତରେ ପ୍ରଭାବିତ ଜନଜୀବନ । ଶୀତ ଲହରରୁ ନାହିଁ ନିସ୍ତାର । ତେବେ ରାଜ୍ୟରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି ରାଜ୍ୟରେ ଜାରି ରହିଥିବା ବେଳେ ଆହୁରି ଦୁଇ ଦିନ ଯାଏ ଶୀତ ଲହରୀ(Cold Wave) ଜାରି ରହିବ । ଆଗାମୀ 2 ଦିନ ପାଇଁ 7ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

କଲବଲ କରିବ ହାଡଭଙ୍ଗା ଶୀତ (ETV Bharat Odisha)

କମିପାରେ ଶୀତ !

ଗତ କିଛିଦିନ ହେବ ପ୍ରବଳ ଶୀତ ଲାଗି ରହିଥିବା ବେଳେ ୨୪ ଘଣ୍ଟା ପରେ ସାମାନ୍ୟ ଶୀତ କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨ ଦିନ ଭିତରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବା ସହ ଶୀତ ସାମାନ୍ୟ କମ ଅନୁଭବ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Odisha Weather Update
ଓଡ଼ିଶାରେ ଶୀତ ଲହରୀ (IMD)

ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ଶୀତ:

ସେପଟେ ବର୍ତ୍ତମାନ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ପଶ୍ଚିମରୁ ଆଭ୍ୟନ୍ତରୀଣ ଅସମ୍ଭାଳ ହେଉଛି ଶୀତ । ଅନେକ ସ୍ଥାନରେ ଘନ କୁହୁଡି ସହ କାକର ପରିଲିକ୍ଷିତ ହେଉଥିବା ବେଳେ ଆହୁରି ୪ ଦିନ ଯାଏ ଘନ କୁହୁଡିର ଚେତାବନୀ ଦେଇଛି ପାଣିପାଗ ବିଭାଗ । ସାରା ରାଜ୍ୟରେ କୁହୁଡିର ସମ୍ଭାବନାକୁ ନେଇ ବିଭାଗ ସତର୍କ କରାଇଛି ।

7 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ:

ଆସନ୍ତା ୨୪ ଘଣ୍ଟାରେ ସାରା ରାଜ୍ୟରେ କୁହୁଡି ଦୃଶ୍ୟମାନ ହେବା ସହ କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, ଜଗତସିଂହପୁର ,ଭଦ୍ରକ, ବାଲେଶ୍ଵର ଓ ସୁନ୍ଦରଗଡ ଏହି ୭ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି(ମଙ୍ଗଳବାର) ଏହି ସମାନ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨ ତାରିଖ ଯାଏ ପ୍ରବଳ କୁହୁଡି ଦୃଶ୍ୟମାନ ହେବ ବୋଲି ବିଭାଗ ଆକଳନ କରିଛି ।

Odisha Weather Update
ଓଡ଼ିଶାରେ ଶୀତ ଲହରୀ (IMD)

ଏହା ମଧ୍ୟ ପଢନ୍ତୁ:

ନୂଆବର୍ଷରେ ମିଳିବନି ଶୀତରୁ ତ୍ରାହି, ଆଗାମୀ 5 ଦିନ ଯାଏଁ ଥରିବ ଓଡ଼ିଶା

କୋରାପୁଟରେ ଶୀତର ସ୍ପର୍ଶ; ପ୍ରକୃତିର ସୌନ୍ଦର୍ଯ୍ୟ ବନାମ ଆହାର, ଅସ୍ତବ୍ୟସ୍ତ ଜନଜୀବନ


10 ଡିଗ୍ରୀ ତଳେ 15 ସହର:

ଅନ୍ୟପଟେ ଏବେବି ରାଜ୍ୟରେ ଶୀତ ପ୍ରବଳ ଅନୁଭବ ହେଉଥିବା ବେଳେ ୧୫ଟି ସହରରେ ୧୦ ଡ଼ିଗ୍ରୀ ତଳେ ତାପମାତ୍ର ରେକର୍ଡ ହୋଇଛି । ସେହିଭଳି ଗତ ୨୪ ଘଣ୍ଟାରେ ୫ରୁ ଊର୍ଦ୍ଧ୍ବ ସହରରେ କୁହୁଡି ପରିଲିକ୍ଷିତ ହୋଇଥିବା ବେଳେ କୋରାପୁଟ, ଫୁଲବାଣୀ ଓ ରାଉରକେଲାରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାହାଡିଆ ଅଞ୍ଚଳ ଜି.ଉଦୟଗିରିରେ ୩.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର