ETV Bharat / state

୨୮ଟି ନୂଆ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆଜି ୨୮ଟି ନୂଆ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମସ୍ତ ଖର୍ଚ୍ଚ ରାଜ୍ୟ ସରକାରଙ୍କ ପାଣ୍ଠିରୁ ହୋଇଥିବା ବେଳେ ରୋଗୀଙ୍କୁ ମିଳିବ ଉନ୍ନତମାନର ସ୍ବାସ୍ଥ୍ୟ ସେବା ।

AMBULANCE 108 INAUGURATION
୨୮ଟି ନୂଆ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ (ETV Bharat Odisha)
author img

By ETV Bharat Odisha Team

Published : February 28, 2026 at 4:11 PM IST

1 Min Read
Choose ETV Bharat

ରିପୋର୍ଟ: ବିକାଶ କୁମାର ଦାସ

ଭୁବନେଶ୍ବର: ରାଜ୍ୟରେ ଜରୁରୀକାଳୀନ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ ଓ ଦୃତତର କରିବା ଦିଗରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି (ଶନିବାର) ୨୮ଟି ନୂଆ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି । ଯାହା ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆହୁରି ଉନ୍ନତି ଆଣିବ ବୋଲି ଆଶା କରାଯାଉଛି ।

୨୮ଟି ନୂଆ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ (ETV Bharat Odisha)

୨୮ଟି ନୂଆ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ:
ରାଜ୍ୟର ଆମ୍ବୁଲାନ୍ସ ସେବା କ୍ଷେତ୍ରରେ ୪୨୮ଟି ନୂଆ ଆମ୍ବୁଲାନ୍ସ ଯୋଡ଼ିବା ପାଇଁ ରାଜ୍ୟ ସରକାର ସ୍ଥିର କରିଥିଲେ । ସେଥିମଧ୍ୟରୁ ୨ଟି ପର୍ଯ୍ୟାୟରେ ୪୦୦ଟି ଆମ୍ବୁଲାନ୍ସର ଶୁଭାରମ୍ଭ ହୋଇସାରି ଥିବା ବେଳେ ଆଜି (ଶନିବାର) ଆଉ ୨୮ଟି ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ଆମ୍ବୁଲାନ୍ସ ପିଛା ୨୫.୭୭ ଲକ୍ଷ ଟଙ୍କା ହିସାବରେ ୪୨୮ଟି ଆମ୍ବୁଲାନ୍ସ ପାଇଁ ପ୍ରାୟ ୧୧୧ କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବିନିଯୋଗ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,"ଯେଉଁ ରୋଗୀମାନଙ୍କୁ ଆମ୍ବୁଲାନ୍ସ ସେବା ଆବଶ୍ୟକ ରହିଛି ,ସେମାନଙ୍କ ପାଇଁ ଏହା ଶୁଭାରମ୍ଭ କରାଯାଇଛି । ରାଜ୍ୟ ସରକାରଙ୍କ ପାଣ୍ଠିରୁ ସମସ୍ତ ପଇସା ଖର୍ଚ୍ଚ କରାଯାଇଛି । ଲୋକମାନେ କିଭଳି ଭାବରେ ଉନ୍ନତମାନର ଚିକିତ୍ସା ସେବା ପାଇବେ, ସେନେଇ ସମସ୍ତ ବ୍ୟବସ୍ଥା କରାଯାଉଛି ।"

AMBULANCE 108 INAUGURATION
୨୮ଟି ନୂଆ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ (ETV Bharat Odisha)

ରାଜ୍ୟରେ ଗଡ଼ୁଛି ୮୬୬ଟି ୧୦୮ ଆମ୍ବୁଲାନ୍ସ :

ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାରେ ମୋଟ ୮୬୬ଟି ଆମ୍ବୁଲାନ୍ସ ଜନସାଧାରଣଙ୍କ ସେବାରେ ନିୟୋଜିତ ରହିଛି । ସେଥିମଧ୍ୟରୁ ୪୪୯ଟି ବେସିକ୍ ଲାଇଫ୍ ସପୋର୍ଟ (ବି.ଏଲ୍.ଏସ) ଆମ୍ବୁଲାନ୍ସ ଏବଂ ୪୧୧ଟି ଅତ୍ୟାଧୁନିକ ଲାଇଫ୍ ସପୋର୍ଟ (ଏ.ଏଲ୍.ଏସ) ଆମ୍ବୁଲାନ୍ସ ରହିଛି । ଏହାସହ ରାଜ୍ୟରେ ଗର୍ଭବତୀ ମହିଳା ଓ ଅସୁସ୍ଥ ଶିଶୁମାନଙ୍କ ସୁରକ୍ଷିତ ପରିବହନ ପାଇଁ "ଜନନୀ ଏକ୍ସପ୍ରେସ୍" ଯୋଜନା ଅଧୀନରେ ୫୦୦ଟି ଆମ୍ବୁଲାନ୍ସ ନିୟୋଜିତ ରହିଛି ।ଏହି ସମସ୍ତ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସମ୍ପୂର୍ଣ୍ଣ ଦେୟମୁକ୍ତ ଭାବେ ଜନସାଧରଣଙ୍କୁ ଯୋଗାଇ ଦିଆଯାଉଛି ।

AMBULANCE 108 INAUGURATION
୨୮ଟି ନୂଆ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ (ETV Bharat Odisha)


ବର୍ତ୍ତମାନ ୧୦୮ ଆମ୍ବୁଲାନ୍ସ ଓ ଜନନୀ ଏକ୍ସପ୍ରେସ ସେବା ମାଧ୍ୟମରେ ପ୍ରତିଦିନ ହାରାହାରି ୫୦୦୦ରୁ ଅଧିକ ରୋଗୀଙ୍କୁ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇ ଚିକିତ୍ସା ସୁବିଧା ଦିଆଯାଉଛି । ଏହି ସବୁ ନୂତନ ଆମ୍ବୁଲାନ୍ସ ରାଜ୍ୟରେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାକୁ ଅଧ‌ିକ ଦୃତତର କରିବ । ଏହା ସହିତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରୋଗୀଙ୍କ ସହାୟତା ପାଇଁ ପହଞ୍ଚିପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ରୋଗୀ ସେବାରେ ସାମିଲ ହେଲା 150 ନୂଆ ଆମ୍ବୁଲାନ୍ସ, ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ...କଳିଙ୍ଗ ଷ୍ଟାଡିୟମରୁ 250ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ



ଇଟିଭି ଭାରତ, ଭୁବନେଶ୍ବର