ETV Bharat / state

SCB, MKCG, VIMSAR ରେ ସୁପର ସ୍ପେସିଆଲିଟି ସେବା ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ବା ABDMର କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ପ୍ରଥମେ କେନ୍ଦୁଝର ଜିଲ୍ଲାରେ ଏକ ପାଇଲଟ୍ ପ୍ରୋଗ୍ରାମ ଭାବେ ଆରମ୍ଭ କରାଯିବ ।

SCB, MKCG, VIMSAR ରେ ସୁପର ସ୍ପେସିଆଲିଟି ସେବା ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
SCB, MKCG, VIMSAR ରେ ସୁପର ସ୍ପେସିଆଲିଟି ସେବା ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ (ETV BHARAT ODISHA)
author img

By ETV Bharat Odisha Team

Published : January 7, 2026 at 8:13 AM IST

2 Min Read
Choose ETV Bharat

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି (ମଙ୍ଗଳବାର) ରାତିରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ବିଭାଗୀୟ ସଚିବ ଓ ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ କରି ପ୍ରତ୍ୟେକ କାର୍ଯ୍ୟସ୍ଥଳ ବୁଲି ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଯେପରି ଠିକ୍‌ ଭାବରେ ଉନ୍ନତି ହେବ, ସେଥିପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନର୍ସିଂ କ୍ଷେତ୍ରରେ ସଂସ୍କାର ସହ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ କାର୍ଯ୍ୟାନ୍ୱୟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ବା ABDMର କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ପ୍ରଥମେ କେନ୍ଦୁଝର ଜିଲ୍ଲାରେ ଏକ ପାଇଲଟ୍ ପ୍ରୋଗ୍ରାମ ଭାବେ ଆରମ୍ଭ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ସଫଳତାକୁ ଅନୁଧ୍ୟାନ କରାଯାଇ ସମଗ୍ର ରାଜ୍ୟରେ ଏହାର ସଂପ୍ରସରାରଣ କରାଯିବ । ଡିଜିଟାଲ ମିଶନ ଦ୍ୱାରା ଅଧିକାଂଶ ସ୍ୱାସ୍ଥ୍ୟ ସେବାକୁ ଯଥା ଆପଏଣ୍ଟମେଣ୍ଟ, ବୁକିଂ, ରେଫରାଲ ଓ ଫଲୋଅପ ବ୍ୟବସ୍ଥା ଇତ୍ୟାଦି ସମସ୍ତ କାର୍ଯ୍ୟ ଡିଜିଟାଲ ମାଧ୍ୟମରେ କରାଯିବ । ଏହାଦ୍ୱାରା ରୋଗୀମାନଙ୍କ ପ୍ରତୀକ୍ଷା ସମୟ କମିବ ଏବଂ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ସର୍ବୋତ୍ତମ ବ୍ୟବହାର ହୋଇପାରିବ ।

ମେଡିକାଲ ଶିକ୍ଷାରେ ସିଟ୍ ବୃଦ୍ଧି, ଏସସିବି, ଏମକେସିଜି ଏବଂ VIMSAR ଭଳି ଅନୁଷ୍ଠାନରେ ସୁପର ସ୍ପେସିଆଲିଟି ସେବାକୁ ଆହୁରି ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।
ମେଡିକାଲ ଶିକ୍ଷାରେ ସିଟ୍ ବୃଦ୍ଧି, ଏସସିବି, ଏମକେସିଜି ଏବଂ VIMSAR ଭଳି ଅନୁଷ୍ଠାନରେ ସୁପର ସ୍ପେସିଆଲିଟି ସେବାକୁ ଆହୁରି ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । (ETV BHARAT ODISHA)

ଡାକ୍ତରଙ୍କ ଦକ୍ଷତା ବୃଦ୍ଧି ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବା DHH ଗୁଡ଼ିକରେ Diplomate of National Board ବା DNB ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଡାକ୍ତରମାନେ ପ୍ରାକ୍ଟିକାଲ ଓ କ୍ଲିନିକାଲ ଟ୍ରେନିଙ୍ଗ ପାଇଁ ସ୍ପେସିଆଲାଇଜେସନ କରିପାରିବେ । ସାରା ରାଜ୍ୟରେ ଆୟୁଷ ଔଷଧକୁ ଲୋକପ୍ରିୟ କରାଯିବ । ଏଥିପାଇଁ ଆୟୁଷ ଡାକ୍ତର ମାନେ କେବଳ ଆୟୁର୍ବେଦିକ ଔଷଧ ହିଁ ଲେଖିବେ । କୌଣସି ଏଲୋପାଥିକ ଔଷଧ ପ୍ରେସକ୍ରାଇବ କରିବେ ନାହିଁ । ତତସହିତ ଓଡ଼ିଶାରେ ଆୟୁଷ ଡାକ୍ତର ମାନଙ୍କର ସେବାକୁ ଅଗ୍ରାଧିକାର ଦେବା ନିମନ୍ତେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମାନଙ୍କରେ ଆର୍ୟୁବେଦିକ ଓ ହୋମିଓପାଥି ମେଡିସିନ ଉପଲବ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ରାଜ୍ୟରେ ନର୍ସିଂ କ୍ଷେତ୍ରରେ ସଂସ୍କାର ଆସିବ । ନର୍ସିଂ ଛାତ୍ରଙ୍କୁ ଅତିରିକ୍ତ ପ୍ରଶିକ୍ଷଣ ଦିଆଯିବ । ସ୍ନାତକମାନଙ୍କର କୌଶଳର ଗୁଣାତ୍ମକ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ । ପାଠ୍ୟକ୍ରମରେ ପରିବର୍ତ୍ତନ ସହ ଡିଜିଟାଲ ସ୍ୱାସ୍ଥ୍ୟ ପ୍ରଣାଳୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି । ଏଥିସହିତ ଓଡ଼ିଶାରେ ନର୍ସିଂ ଏବଂ ମିଡ ୱାଇଫେରୀ କ୍ଷେତ୍ରରେ ସୁଧାର ଆଣିବା ପାଇଁ ବିଶେଷ ଆଲୋଚନା ହୋଇଛି । ମେଡିକାଲ ଶିକ୍ଷାରେ ସିଟ୍ ବୃଦ୍ଧି, ଏସସିବି, ଏମକେସିଜି ଏବଂ VIMSAR ଭଳି ଅନୁଷ୍ଠାନରେ ସୁପର ସ୍ପେସିଆଲିଟି ସେବାକୁ ଆହୁରି ବ୍ୟାପକ ଏବଂ ଦକ୍ଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

ମେଡିକାଲ ଶିକ୍ଷାରେ ସିଟ୍ ବୃଦ୍ଧି, ଏସସିବି, ଏମକେସିଜି ଏବଂ VIMSAR ଭଳି ଅନୁଷ୍ଠାନରେ ସୁପର ସ୍ପେସିଆଲିଟି ସେବାକୁ ଆହୁରି ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।
ମେଡିକାଲ ଶିକ୍ଷାରେ ସିଟ୍ ବୃଦ୍ଧି, ଏସସିବି, ଏମକେସିଜି ଏବଂ VIMSAR ଭଳି ଅନୁଷ୍ଠାନରେ ସୁପର ସ୍ପେସିଆଲିଟି ସେବାକୁ ଆହୁରି ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । (ETV BHARAT ODISHA)



ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ବା ABDMର ରାଜ୍ୟସ୍ତରୀୟ କାର୍ଯ୍ୟାନ୍ୱୟନ ଅନୁମୋଦନ ପାଇଁ ଏହି ବୈଠକରେ ପ୍ରସ୍ତାବ ଦିଆଯାଇଛି । ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 2 ବର୍ଷିଆ DNB ଡିପ୍ଲୋମା ଡାକ୍ତରଙ୍କୁ ନିଯୁକ୍ତି ଦେବା ପାଇଁ ଆଲୋଚନା ହୋଇଥିଲା । ଓଡ଼ିଶାରେ ଆୟୁଷ ଡାକ୍ତରମାନଙ୍କର ସେବାକୁ ଅଗ୍ରାଧିକାର ଦେବା ତଥା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମାନଙ୍କରେ ଆର୍ୟୁବେଦିକ ଓ ହୋମିଓପାଥି ମେଡିସିନର ଉପଲବ୍‌ଧତା ବିଷୟରେ ଆଲୋଚନା ହୋଇଛି । ଏହା ସହିତ ଏସସିବି କଟକରେ ଟ୍ରମା କେୟାର ନିର୍ମାଣର ଅଗ୍ରଗତି, ଭିତ୍ତିଭୂମି ବିକାଶ ବିଷୟରେ ଆଲୋଚନା ହୋଇଛି ।

ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ସ୍ବାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ବତୀ ଏସ୍., ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକ ଡ. ବୃନ୍ଦା ଡି ଏବଂ ସ୍ବାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ- 2 ଘଣ୍ଟା ଓପିଡି ବନ୍ଦ କଲେ ଡାକ୍ତର, କାର୍ଯ୍ୟରେ ଯୋଗଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିବେଦନ

ଏହା ମଧ୍ୟ ପଢ଼ନ୍ତୁ- OCS ପରୀକ୍ଷାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ, ୧୫୧ଟି ପଦବୀ ସାମିଲ କରିବାକୁ OPSCକୁ ଅନୁରୋଧ

ଇଟିଭି ଭାରତ, ଭୁବନେଶ୍ବର