ETV Bharat / state

ବାଲି ଖାଦାନ ନିଲାମ ଜନଶୁଣାଣି ବେଳେ ଗୋଷ୍ଠୀ ସଙ୍ଘର୍ଷ; ସପକ୍ଷ-ବିପକ୍ଷବାଦୀ ହାତାହାତି

ବାଲେଶ୍ବରରେ ବାଲି ଖାଦାନ ନିଲାମ ପାଇଁ ଜନଶୁଣାଣି ବେଳେ ତୁମୁଳକାଣ୍ଡ । ସପକ୍ଷ ଓ ବିପକ୍ଷବାଦୀ ମଧ୍ୟରେ ହାତାହାତି ସହ ବାଡ଼ିଆପିଟା । ମୁଖ୍ୟ ଅଭିଯୁକ୍ତ ଅଟକ ।

clash erupts between two groups during public hearing over sand quarry auction in Balasore
ବାଲି ଖାଦାନ ନିଲାମ ଜନଶୁଣାଣି ବେଳେ ଗୋଷ୍ଠୀ ସଙ୍ଘର୍ଷ (ETV Bharat)
author img

By ETV Bharat Odisha Team

Published : February 28, 2026 at 7:47 AM IST

1 Min Read
Choose ETV Bharat

ରିପୋର୍ଟ: ଜୀବନଜ୍ୟୋତି ନାୟକ

Public Hearing Clash ବାଲେଶ୍ବର: ବାଲି ଖାଦାନ ନିଲାମ ପାଇଁ ଜନଶୁଣାଣି ବେଳେ ତୁମୁଳକାଣ୍ଡ । ସର୍ବସାଧାରଣ ଜନଶୁଣାଣି ବେଳେ ସପକ୍ଷ ଏବଂ ବିପକ୍ଷବାଦୀଙ୍କ ମଧ୍ଯରେ ଗୋଷ୍ଠୀ ସଙ୍ଘର୍ଷ । ଉତ୍ତେଜନାମୂଳକ ପରିସ୍ଥିତି ହେବାରୁ ପ୍ରଶାସନ ପକ୍ଷରୁ ଜନଶୁଣାଣି ସ୍ଥଗିତ ରଖାଯାଇଛି । ଗଣ୍ଡଗୋଳରେ ଉଭୟ ପକ୍ଷରୁ ଦୁଇ ଜଣ ଆହତ ହୋଇଥିବା ବେଳେ ଘଟଣା ଘଟାଇଥିବା ଜଣେ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ତହସିଲ ଅନ୍ତର୍ଗତ ମହମ୍ମଦନଗର ପାଟଣା ପଞ୍ଚାୟତ ସେଖସରାଇ (କ) ବାଲି ଖାଦାନ ନିଲାମ ପାଇଁ ଚାଲିଥିବା ସର୍ବସାଧାରଣ ଜନଶୁଣାଣୀ କାର୍ଯ୍ଯକ୍ରମରେ ଏମିତି ଘଟଣା ଦେଖିବାକୁ ମିଳିଛି ।

ବାଲି ଖାଦାନ ନିଲାମ ଜନଶୁଣାଣି ବେଳେ ଗୋଷ୍ଠୀ ସଙ୍ଘର୍ଷ (ETV Bharat)

ଗୋଷ୍ଠୀ ସଙ୍ଘର୍ଷ:

ସୁବର୍ଣ୍ଣରେଖା ନଦୀର ସେକସରାଇ ଠାରେ ଥିବା ସେକସରାଇ (କ) ବାଲିଘାଟକୁ ୨୦୧୬ ମସିହାରେ ସୌମ୍ୟଦୀପ ଚକ୍ରବର୍ତ୍ତୀଙ୍କ ନାମରେ ଲିଜ ଦିଆଯାଇଥିଲା । ବାଲି ଉତ୍ତୋଳନ ଆରମ୍ଭ ହେବା ପୂର୍ବରୁ ଉକ୍ତ ବାଲି ଘାଟଟି ବନ୍ଦ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳରେ ବାଲି ଚୋରି ରୋକିବା, ସ୍ଥାନୀୟ ଲୋକମାନେ ରୋଜଗାର କ୍ଷମ ହେବା ନେଇ ମହମ୍ମଦନଗର ପାଟଣା ପଞ୍ଚାୟତ ପରିସରରେ ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂ, ଜଳେଶ୍ୱର ତହସିଲଦାର ସତ୍ୟଜିତ ମହାନ୍ତି, ଏସଡିପିଓ ମାନସ ଦେଓଙ୍କ ଉପସ୍ଥିତିରେ ଜନଶୁଣାଣି ହୋଇଥିଲା । କିଛି ଲୋକ ଉକ୍ତ ବାଲି ଘାଟ ନିଲାମକୁ ବିରୋଧ କରିଥିବା ବେଳେ କିଛି ବାଲି ଖାଦାନ ଚାଲିବା ପାଇଁ ମତ ରଖିଥିଲେ । ବାଲିଘାଟ ହେଲେ ନଦୀର ଗତିପଥର ପରିବର୍ତ୍ତନ ହେବା ସହିତ ନଦୀକୁଳିଆ ଅଞ୍ଚଳ ନଦୀ ଗର୍ଭରେ ଲୀନ ହେବ ବୋଲି କହିଥିଲେ । ବାଲି ପରିବହନ ହେଲେ ପାଣିର ସ୍ତର କମିବା ସହ ଅଞ୍ଚଳରେ ପ୍ରଦୂଷଣ ବଢିବ ବୋଲି କିଛି ଲୋକ ମତ ରଖିଥିଲେ । ଜନଶୁଣାଣୀ ଚାଲିଥିବା ବେଳେ ଉଭୟ ସପକ୍ଷ ଏବଂ ବିପକ୍ଷଙ୍କ ମଧ୍ଯରେ ଗଣ୍ତଗୋଳ ହୋଇ ଜନଶୁଣାଣି ବନ୍ଦ ରହିଥିଲା ।

clash erupts between two groups during public hearing over sand quarry auction in Balasore
ବାଲି ଖାଦାନ ନିଲାମ ଜନଶୁଣାଣି ବେଳେ ଗୋଷ୍ଠୀ ସଙ୍ଘର୍ଷ (ETV Bharat)
ମୁଖ୍ୟ ଅଭିଯୁକ୍ତ ଅଟକ:

ଏହି ଘଟଣାକୁ ନେଇ ଜଳେଶ୍ୱର ଏସଡିପିଓ ମାନସ କୁମାର ଦେଓ କହିଛନ୍ତି ଯେ, "ଜଳେଶ୍ୱରରେ ବାଲିଘାଟ ପାଇଁ ଜନଶୁଣାଣି ଚାଲିଥିଲା ସମୟରେ କିଛି ଲୋକ ପାଟିତୁଣ୍ଡ କରିବା ସହ ଧସ୍ତାଧସ୍ତି ହୋଇଥିଲେ । ବହୁତ ଲୋକଙ୍କ ସମାଗମ ପାଇଁ ଉତ୍ତେଜନା ଦେଖାଦେଇଥିଲା । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏଡିଏମ ହେମନ୍ତ ସିଂ ଜନଶୁଣାଣି ସ୍ଥଗିତ ରଖିଛନ୍ତି । ପୋଲିସ ତରଫରୁ ଆଇନ ଶଙ୍ଖଳାକୁ ଆଖିରେ ରଖି ଭିଡ଼ ନିୟନ୍ତ୍ରଣ କରାଯାଇଛି । ଜଣେ ଆହତ ହୋଇଛନ୍ତି, ପୋଲିସ ଜଣଙ୍କୁ ଅଟକ ରଖିଛି । ମୁଖ୍ୟ ଅଭିଯୁକ୍ତ ଅଟକ ରହିଛି, ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁମାନେ ଆଇନ ଶୃଙ୍ଖଳା ବିଗାଡିଛନ୍ତି ସେମାନଙ୍କ କାର୍ଯ୍ୟକଳାପକୁ କେବେବି ବରଦାସ୍ତ କରାଯିବ ନାହିଁ ।"

clash erupts between two groups during public hearing over sand quarry auction in Balasore
ବାଲି ଖାଦାନ ନିଲାମ ଜନଶୁଣାଣି ବେଳେ ଗୋଷ୍ଠୀ ସଙ୍ଘର୍ଷ (ETV Bharat)

ଏହା ମଧ୍ୟ ପଢ଼ନ୍ତୁ...

ସମସ୍ୟା ଘେରରେ 15 ଲକ୍ଷ କେନ୍ଦୁପତ୍ର କର୍ମଚାରୀ; ସରକାରଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନ ସ୍ଥଗିତ

ଭିଜିଲାନ୍ସ ଜାଲରେ ପଡିଥିଲେ 10 କୁବେର ଅଧିକାରୀ, ହୋସ୍‌ ଉଡାଇଥିଲା ସମ୍ପତ୍ତି ତାଲିକା


ଇଟିଭି ଭାରତ, ବାଲେଶ୍ବର