ETV Bharat / state

ଘୁଞ୍ଚିଲା +2 ପରୀକ୍ଷା ଫର୍ମ ପୂରଣ ତାରିଖ, 'ବିନା ଆଡମିଟ କାର୍ଡରେ ଛାତ୍ରଛାତ୍ରୀ ଦେବେ ଇଣ୍ଟରନାଲ'

ଯୁକ୍ତ ଦୁଇ ପରୀକ୍ଷା ଫର୍ମ ପୂରଣ ସମୟ ବଢ଼ାଇଛନ୍ତି ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE । ଡିସେମ୍ବର 19ରେ ପରୀକ୍ଷାର୍ଥୀଙ୍କୁ ମିଳିବ ଆଡମିଟ କାର୍ଡ ।

Plus 2 Exam Form Fill Up
+2 ପରୀକ୍ଷା ଫର୍ମ ଫିଲଅପ୍ ତାରିଖ ବୃଦ୍ଧି କଲା ସିେଚଏସଇ (ETV Bharat)
author img

By ETV Bharat Odisha Team

Published : December 15, 2025 at 5:09 PM IST

2 Min Read
Choose ETV Bharat

CHSE Extends Plus Two Exam form fillup Deadline, ଭୁବନେଶ୍ବର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଛାତ୍ରଛାତ୍ରୀଙ୍କୁ ଶେଷ ସୁଯୋଗ ଦେଇଛି । ଯେଉଁମାନେ କିଛି କାରଣ ବଶତଃ ଯୁକ୍ତ ଦୁଇ (+2) ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରି ନାହାନ୍ତି, ସେମାନେ ଆସନ୍ତା ଡିସେମ୍ବର 18 ତାରିଖ ସୁଦ୍ଧା ଫର୍ମ ପୂରଣ କରିପାରିବେ । ଯେଉଁଥିପାଇଁ ଆଜି ବଦଳରେ ଡିସେମ୍ବର 19 ତାରିଖରେ ଛାତ୍ରଛାତ୍ରୀଙ୍କୁ ଆଡମିଟ କାର୍ଡ ମିଳିବ । ବିନା ଆଡମିଟ କାର୍ଡରେ ମଧ୍ୟ ପିଲା ଇଣ୍ଟରନାଲ ପରୀକ୍ଷା ଦେଇପାରିବେ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ ପରିଡ଼ା ।


ବିନା ଆଡମିଟ କାର୍ଡରେ ଇଣ୍ଟରନାଲ ପରୀକ୍ଷା:
CHSEର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡାଙ୍କ କହିବା ଅନୁସାରେ, "ବିନା ଆଡମିଟ କାର୍ଡରେ ଛାତ୍ରଛାତ୍ରୀ ଇଣ୍ଟରନାଲ ପରୀକ୍ଷା ଦେଇପାରିବେ । ରେଜିଷ୍ଟ୍ରେସନ ନମ୍ବର ଆଧାରରେ ପିଲାମାନେ ଇଣ୍ଟରନାଲ ଦେଇପାରିବେ । ମାତ୍ର ପ୍ରାକ୍ଟିକାଲ ପରୀକ୍ଷା ସହିତ ମୁଖ୍ୟ ପରୀକ୍ଷା ପାଇଁ ଆଡମିଟ କାର୍ଡ ଆବଶ୍ୟକ ହେବ । ବର୍ତ୍ତମନ ସୁଦ୍ଧା ଅନେକ କଲେଜରେ କିଛି ଛାତ୍ରଛାତ୍ରୀ ଫର୍ମ ପୂରଣ କରିନାହାନ୍ତି । ତେଣୁ ସେମାନଙ୍କୁ ଫର୍ମ ପୂରଣ କରିବାକୁ କୁହାଯାଇଛି । ଯେହେତୁ କିଛି ପିଲାମାନେ ବିଳମ୍ବରେ ଫର୍ମ ପୂରଣ କରୁଛନ୍ତି, ସମସ୍ତଙ୍କ ଆଡମିଟ କାର୍ଡ ଆସିବା ପାଇଁ ସମୟ ଲାଗିବ । ଯେଉଁମାନଙ୍କର ଆଡମିଟ କାର୍ଡ ଆସିଥିବ ବା ନ ଆସିଥିବ ସେମାନେ ଇଣ୍ଟରନାଲ ପରୀକ୍ଷା ଦେଇପାରିବେ । ପରବର୍ତ୍ତୀ ସମୟରେ ଆଡମିଟ କାର୍ଡ ଆସିଲେ ପ୍ରାକ୍ଟିକାଲ ପରୀକ୍ଷା ସହିତ ମୁଖ୍ୟ ପରୀକ୍ଷା ଦେଇପାରିବେ । ଏହାଦ୍ୱାରା ଡ୍ରପ ଆଉଟ କମିବାର ଲକ୍ଷ୍ୟ ରଖାଯାଇଛି । ପୂର୍ବ ନିର୍ଦ୍ଧାରିତ ସୂଚୀ ବଦଳରେ ଏବେ ଡିସେମ୍ବର ୧୯ ତାରିଖରେ ଆଡମିଟ କାର୍ଡ ଉପଲବ୍ଧ ହେବ ।"

ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ETV Bharat)
ଡ୍ରପ ଆଉଟ କମିବାର ଲକ୍ଷ୍ୟ:ଏହା ଦ୍ଵାରା ଅନେକ ମାତ୍ରାରେ ଡ୍ରପଆଉଟ ଜମିବାର ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ଦେଖାଯାଇଛି ଯେ, କିଛି ପିଲା ଫର୍ମ ପୂରଣ କରିନଥାନ୍ତି, କିମ୍ବା ଫର୍ମ ଫିଲଅପର ତାରିଖ ଜାଣିପାରନ୍ତି ନାହିଁ । ତେଣୁ ଶେଷ ପର୍ଯ୍ୟନ୍ତ ଫର୍ମ ଫିଲଅପ କରିପାରନ୍ତି ନାହିଁ । ସେମାନେ ପରବର୍ତ୍ତୀ ମୁହୂର୍ତ୍ତରେ ଆଉ ଫର୍ମ ପୂରଣ କରନ୍ତି ନାହିଁ କି ପରୀକ୍ଷା ମଧ୍ୟ ଦେଇନଥାନ୍ତି । ଫଳରେ ଡ୍ରପଆଉଟ ହେବାର ଆଶଙ୍କା ଦେଖାଯାଇଥାଏ । ଏହାକୁ କମାଇବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟବସ୍ଥା କରାଯାଉଛି । ଅଧ୍ୟାପକ ଝର ମେହେର କହିଛନ୍ତି, "ଯେଉଁ ପିଲାମାନେ ଫର୍ମ ପୂରଣ କରିନାହାନ୍ତି ସେମାନଙ୍କୁ ସୁଯୋଗ ଦେବା ଆବଶ୍ୟକ । ସେମାନେ ଗୋଟିଏ ବର୍ଷ ଡ୍ରପ ନରହି ପରୀକ୍ଷା ଦେଇପାରିବେ । "

ଏହା ମଧ୍ୟ ପଢ଼ନ୍ତୁ...

ଫେବୃଆରୀ 19ରୁ ମାଟ୍ରିକ ପରୀକ୍ଷା ମାର୍ଚ୍ଚ 2ରେ ସରିବ, ଜାଣନ୍ତୁ କେଉଁ ଦିନ କେଉଁ ବିଷୟ

ଫେବୃଆରୀ ୧୮ରୁ +୨ ପରୀକ୍ଷା, ଏହିଦିନ ସୁଦ୍ଧା ମିଳିବ ଆଡମିଟ୍‌ କାର୍ଡ

ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ ତାରିଖ ୨୦୨୬ (ବୁଧବାର)ରେ ହେବାକୁ ଥିବା ପରୀକ୍ଷାକୁ ଏବେ ମାର୍ଚ୍ଚ ୨୩, ୨୦୨୬ (ସୋମବାର)କୁ ଘୁଞ୍ଚାଇ ଦିଆଯାଇଛି । କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଓଡ଼ିଆ ଭାଷା ବ୍ୟତୀତ ଅନ୍ୟ ସମସ୍ତ ମାତୃଭାଷା ପେପର ଯଥା- ହିନ୍ଦୀ, ବଙ୍ଗଳା, ତେଲୁଗୁ, ଉର୍ଦ୍ଦୁ, ସଂସ୍କୃତ, ଏବଂ ଆଲଟରନେଟିଭ୍ ଇଂରାଜୀ ଆଦି ପରୀକ୍ଷାଗୁଡ଼ିକ ବର୍ତ୍ତମାନ ମାର୍ଚ୍ଚ ୨୩ରେ ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ପୂର୍ବରୁ ମାର୍ଚ୍ଚ ୨୧ (ଶନିବାର)ରେ ଧାର୍ଯ୍ୟ ହୋଇଥିବା ପରୀକ୍ଷାକୁ ମାର୍ଚ୍ଚ ୨୫ (ବୁଧବାର)କୁ ପରିବର୍ତ୍ତନ କରାଯାଇଛି । ଏହି ପରିବର୍ତ୍ତନ କଳା ବିଭାଗର ଲଜିକ୍, ବାଣିଜ୍ୟ ବିଭାଗର ଆକାଉଣ୍ଟାନ୍ସି ଏବଂ ସମସ୍ତ ଭୋକେସନାଲ୍ ଟ୍ରେଡ୍ ସବଜେକ୍ଟ ପେପର-IV ପରୀକ୍ଷାର୍ଥୀଙ୍କୁ ପ୍ରଭାବିତ କରିବ । ଭୋକେସନାଲ୍ ବିଷୟର ପରୀକ୍ଷା ସେମାନଙ୍କ ପୂର୍ବ ନିର୍ଦ୍ଧାରିତ ମାର୍କ ଭିତ୍ତିକ ସମୟ ଅନୁଯାୟୀ (୪୦ ମାର୍କ ପାଇଁ ସକାଳ ୧୦ଟାରୁ ୧୨ଟା କିମ୍ବା ୫୦ ମାର୍କ ପାଇଁ ସକାଳ ୧୦ଟାରୁ ୧୨:୩୦ ପର୍ଯ୍ୟନ୍ତ) ପରୀକ୍ଷା ଅନୁଷ୍ଠିତ ହେବ ।

ଇଟିଭି ଭାରତ, ଭୁବନେଶ୍ବର