ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଖୋଲିବ କ୍ୟାମ୍ପସ ରେଡିଓ
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ୍ ରେଡିଓ ଖୋଲିବ । ବିଶ୍ବବିଦ୍ୟାଳୟରେ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ (JMC) ବିଭାଗରେ ସ୍ନାତକ (UG) ପାଠ୍ୟକ୍ରମ ଆରମ୍ଭ ହେବ ।

Published : February 27, 2026 at 8:19 AM IST
ରିପୋର୍ଟ: ବିକାଶ କୁମାର ଦାସ
Rama Devi University ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଖୋଲିବ କ୍ୟାମ୍ପସ୍ ରେଡିଓ । ଆଗକୁ ବିଶ୍ବବିଦ୍ୟାଳୟରେ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ (JMC) ବିଭାଗରେ ସ୍ନାତକ (UG) ପାଠ୍ୟକ୍ରମ ଆରମ୍ଭ ହେବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭାଗ (JMC) ଦ୍ୱାରା ଆୟୋଜିତ ବାର୍ଷିକ ମିଡିଆ ଫେଷ୍ଟ 'MediAntar 2026'ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହା ଘୋଷଣା କରିଛନ୍ତି ।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟାବଂଶୀ ସୂରଜ କହିଛନ୍ତି ଯେ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏକ କ୍ୟାମ୍ପସ ରେଡିଓ ଆରମ୍ଭ ହେବେ । ଏଥିରେ ଛାତ୍ରୀମାନେ ଅଂଶଗ୍ରହଣ କରିପାରିବେ । ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଏହାର ନେତୃତ୍ୱ ନେବ । କ୍ୟାମ୍ପସ ରେଡିଓ ପାଇଁ ସମସ୍ତଙ୍କ ଆଗ୍ରହ ରହିଥିଲା । ଏନେଇ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ପ୍ରସ୍ତାବ ଦେବା ପାଇଁ କୁହାଯାଇଛି । ସେହିପରି ରମାଦେବୀ ୟୁନିଭର୍ସିଟିରେ 2020ରେ ଆରମ୍ଭ ହୋଇଥିବା ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ କେବଳ ପିଜି ପାଠ୍ୟକ୍ରମ ରହିଛି । ଆଗାମୀ ଦିନରେ ସ୍ନାତକ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ପ୍ରକ୍ରିୟା ଚାଲିଛି ।

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, "ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏକ କ୍ୟାମ୍ପସ ରେଡିଓ ଆରମ୍ଭ ହେବେ । ସ୍ନାତକ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ପ୍ରକ୍ରିୟା ଚାଲିଛି ।"
ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚଣ୍ଡି ଚରଣ ରଥ କହିଛନ୍ତି ଯେ, ମିଡିଆ ଫେଷ୍ଟ, ନୈତିକ ସାମ୍ବାଦିକତା, ମିଡିଆ ସାକ୍ଷରତା ଏବଂ ସୃଜନଶୀଳ ଯୋଗାଯୋଗକୁ ପ୍ରୋତ୍ସାହିତ କରେ । ଛାତ୍ରୀମାନଙ୍କୁ ବ୍ୟବହାରିକ ପରିଚୟ ପ୍ରଦାନ କରେ । ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କ କହିବା କଥା, କ୍ୟାମ୍ପସ ରେଡିଓ ମାଧ୍ୟମରେ ପିଲାଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆସିପାରିବ । ବିଶ୍ୱବିଦ୍ୟାଳୟ ମଧ୍ୟରେ ହେଉଥିବା ଅନେକ କାର୍ଯ୍ୟକ୍ରମକୁ ରେଡିଓ ମାଧ୍ୟମରେ ପରିବେଷଣ କରାଯାଇ ପାରିବ ।

ଏହା ମଧ୍ୟ ପଢ଼ନ୍ତୁ... କୃଷକଙ୍କ ସ୍ୱରକୁ ବୃଦ୍ଧି କରିବା ପାଇଁ କୋରାପୁଟରେ 'ରେଡିଓ ଡଙ୍ଗର' ଶୁଭାରମ୍ଭ ସୁରେନ୍ଦ୍ରଙ୍କ ରେଡିଓ ବିପ୍ଳବ, ପୁରୁଣା ଯନ୍ତ୍ରପାତିରେ ଦେଉଛନ୍ତି ଜୀବନ୍ତ ରୂପ |
ଇଟିଭି ଭାରତ, ଭୁବନେଶ୍ବର

