ETV Bharat / state

ହସିବ ଦକ୍ଷିଣ ଓଡିଶା; ଏନଏଚ ୩୨୬ର ପ୍ରଶସ୍ତୀକରଣ ସହ ଗୋପାଳପୁର ବନ୍ଦର, ଜୟପୁର ବିମାନବନ୍ଦର ଉନ୍ନତୀକରଣକୁ କ୍ୟାବିନେଟ ମଞ୍ଜୁରୀ

ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥି୍ବା କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିିଳିବା ପରେ ଦକ୍ଷିଣ ଓଡିଶା ଦେଇ ଯାଇଥିବା ଏନଏଚ-326ର 68.600 କିମିରୁ 311.700 ପର୍ଯ୍ୟନ୍ତ ରାସ୍ତାର ସୁଦୃଢୀକରଣ, , ପ୍ରଶସ୍ତୀକରଣ ହେବ ।

Cabinet approves widening of NH 326upgradation
ଜାତୀୟ ରାଜପଥ ୩୨୬ର ପ୍ରଶସ୍ତୀକରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥି୍ବା କେନ୍ଦ୍ର କ୍ୟାବିନେଟରେ ମିଳିଲା ମଞ୍ଜୁରୀ (Etv Bharat)
author img

By ETV Bharat Odisha Team

Published : January 1, 2026 at 5:49 PM IST

2 Min Read
Choose ETV Bharat

ଭୁବନେଶ୍ୱର: ସୁଦୃଢ ହେବ ଦେଶର ଜାତୀୟ ରାଜପଥ । ଏଥିରେ ଓଡ଼ିଶାରେ ଜାତୀୟ ରାଜପଥ ୩୨୬ର ପ୍ରଶସ୍ତୀକରଣ ଓ ସୁଦୃଢୀକରଣ କରାଯିବ । ୧୫୨୬.୨୧ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଜାତୀୟ ରାଜପଥ ପ୍ରଶସ୍ତୀକରଣ କରାଯିବ । ଏହାକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥି୍ବା କେନ୍ଦ୍ର କ୍ୟାବିନେଟରେ ଏହି ମଞ୍ଜୁରୀ ମିିଳିବା ପରେ ଓଡିଶା ବିଶେଷ କରି ଦକ୍ଷିଣ ଓଡିଶା ଦେଇ ଯାଇଥିବା ଏନଏଚ-326ର 68.600 କିମିରୁ 311.700 ପର୍ଯ୍ୟନ୍ତ ରାସ୍ତାର ସୁଦୃଢୀକରଣ ସହ ପ୍ରଶସ୍ତୀକରଣ ସମ୍ଭାବନା ଦୃଢୀଭୂତ ହୋଇଛି । ଓଡିଶାର ପ୍ରଗତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ଏକ ବଡ ପଦକ୍ଷେପ ବୋଲି କୁହାଯାଉଛି ।

ସୁଦୃଢ ହେବ ଦକ୍ଷିଣ ଓଡିଶାକୁ ସଂଯୋଗୀକରଣ

ଏହି ପ୍ରକଳ୍ପ ହେଲେ ମୋହନା-କୋରାପୁଟରୁ ପ୍ରମୁଖ ଅର୍ଥନୈତିକ ଏବଂ ଲଜିଷ୍ଟିକ୍ସ କରିଡର ସହ ସିଧାସଳଖ ସଂଯୋଗ ପ୍ରଦାନ କରିବ । ଏହି ସଡକପଥ NH-26, NH-59, NH-16 ଏବଂ ରାୟପୁର-ବିଶାଖାପାଟନମ୍ କରିଡର ସହିତ ସଂଯୋଗ କରିବ ଏବଂ ଗୋପାଳପୁର ବନ୍ଦର, ଜୟପୁର ବିମାନବନ୍ଦର ଏବଂ ଅନେକ ରେଳ ଷ୍ଟେସନକୁ ସଂଯୋଗ କରିବ ଯାହା ଦକ୍ଷିଣ ଓଡ଼ିଶାର ବିକାଶରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏହି କରିଡରରେ ଜେକେ ପେପର, ମେଗା ଫୁଡ୍ ପାର୍କ, ନାଲକୋ, ଆଇଏମଏଫଏ, ଉତ୍କଳ ଆଲୁମିନା, ବେଦାନ୍ତ, ହାଲ ଭଳି ଗୁରୁତ୍ୱପୂର୍ଣ୍ଣ ଶିଳ୍ପାନୁଷ୍ଠାନ ରହିଛି।

ଏହି ପ୍ରକଳ୍ପ ଅନୁଯାୟୀ ଓଡ଼ିଶାରେ ଜାତୀୟ ରାଜପଥ NH-୩୨୬ର ୬୮.୬୦୦ କିଲୋମିଟରରୁ ୩୧୧.୭୦୦ କିଲୋମିଟର ପର୍ଯ୍ୟନ୍ତ ପେଭଡ଼ ସୋଲ୍ଡର୍ ସହିତ 4 ଲେନ କରାଯିବ । ୩୧୧.୭୦୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତାକୁ EPC ମୋଡ୍‌ରେ କରାଯିବ । ପ୍ରକଳ୍ପ ପାଇଁ ମୋଟ ବ୍ୟୟ ଅଟକଳ ୧୫୨୬.୨୧ କୋଟି ଟଙ୍କା ରହିଛି ଯେଉଁଥିରେ ୯୬୬.୭୯ କୋଟି ସିଭିଲ୍ ନିର୍ମାଣ ଖର୍ଚ୍ଚ ଅନ୍ତର୍ଭୁକ୍ତ ।


ଆନ୍ଧ୍ର ସହ ଗଜପତି, ରାୟଗଡା ଏବଂ କୋରାପୁଟର ସଂଯୋଗୀକରଣ ହେବ

NH-326 ର ଉନ୍ନତୀକରଣ ହେବା ଦ୍ୱାରା ଦକ୍ଷିଣ ଓଡ଼ିଶାର ସାମଗ୍ରିକ ବିକାଶ ହେବ । ବିଶେଷକରି ଗଜପତି, ରାୟଗଡା ଏବଂ କୋରାପୁଟ ଜିଲ୍ଲାର ଯୋଗୋଯୋଗ ବ୍ୟବସ୍ଥାର ସୁଦୃଢୀକରଣ ହେବ । ଏହି ତିନି ଜିଲ୍ଲା ସହ ରାଜ୍ୟର ଅନ୍ୟାନ୍ୟ ଅଂଶ ଏବଂ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ସହିତ ସଂଯୋଗୀକରଣ ହୋଇ ପାରିବ । ଉନ୍ନତ ସଡ଼କ ସଂଯୋଗୀକରଣ ଯୋଗୁ ଏହି ସବୁ ଜିଲ୍ଲରେ ସ୍ୱାସ୍ଥ୍ୟସେବା ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ । ଜିଲ୍ଲାର ଶିଳ୍ପ, ଶିକ୍ଷାନୁଷ୍ଠାନ ଏବଂ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକୁ ସିଧାସଳଖ ଲାଭବାନ ଦେବେ ।

ଜାତୀୟ ରାଜପଥ (NH-326)ର ମୋହନା-କୋରାପୁଟର ରାସ୍ତା ଅବସ୍ଥା ସୁଦୃଢ଼ ନଥିବାରୁ ଯାନବାହନ ଗମନାଗମନ ସହ ଉପକୂଳବର୍ତ୍ତୀ ବନ୍ଦର ଏବଂ ଶିଳ୍ପ କେନ୍ଦ୍ରଗୁଡ଼ିକୁ ମାଲ ପରିବହନ ରେ ବାଧା ସୃଷ୍ଟି କରୁଛି। ତେଣୁ ଏହି ପ୍ରକଳ୍ପ ହେବା ଦ୍ୱାରା ଯାତ୍ରୀମାନେ ନିରାପଦ ଏବଂ ଅବିଚ୍ଛିନ୍ନ ଗମନାଗମନ କରିପାରିବେ।

ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଦ୍ରୁତ ଏବଂ ନିରାପଦ ଯାତାୟାତ ଏବଂ ଓଡ଼ିଶାର ଦକ୍ଷିଣ ଏବଂ ପୂର୍ବ ଅଂଶ ମଧ୍ୟରେ ସଂଯୋଗୀକରଣକୁ ଉନ୍ନତ କରିବା । ଉନ୍ନତ ସଡ଼କ ନେଟୱାର୍କ ଶିଳ୍ପ ଅଭିବୃଦ୍ଧିକୁ ସହଜ କରିବ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ । ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁବିଧା ପ୍ରଦାନ କରିବା ସହ ଏବଂ ଦକ୍ଷିଣ ଓଡ଼ିଶାର ଆଦିବାସୀ ଏବଂ ପଛୁଆ ଅଞ୍ଚଳର ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶର ଅଭିବୃଦ୍ଧି ଘଟିବ ।

ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ସମୟ ମଧ୍ୟରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକଳାପ ଦ୍ୱାରା ଦକ୍ଷ, ଅର୍ଦ୍ଧ-କୁଶଳୀ ଏବଂ ଅଣକୁଶଳୀ ଶ୍ରମିକଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ପ୍ରକଳ୍ପର କାର୍ଯ୍ୟ EPC ମୋଡରେ କରାଯିବ । ସାମୟିକ ଡ୍ରୋନ୍-ମ୍ୟାପିଂ ଭଳି ସ୍ୱତନ୍ତ୍ର ସର୍ଭେ ଏବଂ ମନିଟରିଂ ଉପକରଣ ମାଧ୍ୟମରେ ଗୁଣବତ୍ତା ଏବଂ ପ୍ରଗତି ଯାଞ୍ଚ କରାଯିବ।

ଇଟିିଭି ଭାରତ, ଭୁବନେଶ୍ୱର

ଏହା ମଧ୍ୟ ପଢନ୍ତୁ ସେପ୍ଟେମ୍ବର ସୁଦ୍ଧା ସରିବ 2 ହଜାର କୋଟି ଟଙ୍କାର ରାସ୍ତା କାମ

ଏହା ମଧ୍ୟ ପଢନ୍ତୁ NH 16 ରାଜପଥ ନା ମରଣଯନ୍ତା, ୬ ବର୍ଷରେ ଗଡ଼ିଲାଣି ୬୪୦ ମୁଣ୍ଡ