ETV Bharat / state

ରାଜ୍ୟ ସରକାରଙ୍କୁ 10 ଦିନ ମହଲତ ଦେଲା ବସ ମାଲିକ ସଙ୍ଘ; 'ଦର ବଢାଅ ନହେଲେ ଗଡିବନି ଗାଡି'

ଗତ 16 ତାରିଖରେ ବଢିଥିଲା ବସ ଭଡା । ଭଡା ସଂଶୋଧନ ପାଇଁ ସରକାରଙ୍କୁ ବସ ମାଲକ ସଂଘର ଡେଡଲାଇନ୍ । ରିପୋର୍ଟ- ନାରାୟଣ ସାହୁ

10 DAY ULTIMATUM
ରାଜ୍ୟ ସରକାରଙ୍କୁ 10 ଦିନ ମହଲତ ଦେଲା ବସ ମାଲିକ ସଙ୍ଘ (ETV Bharat Odisha)
author img

By ETV Bharat Odisha Team

Published : May 30, 2026 at 7:02 PM IST

2 Min Read
Choose ETV Bharat

କଟକ: ରାଜ୍ୟ ଘରୋଇ ବସ ମାଲିକ ସଂଘର କାର୍ଯ୍ୟକାରୀ କମିଟି ବୈଠକରେ ବଡ଼ ନିଷ୍ପତ୍ତି । ବସ ଭଡା ବୃଦ୍ଧି ନକଲେ ରାଜ୍ୟରେ ଘରୋଇ ବସ ଚଳାଚଳ ବନ୍ଦ ହେବ । ଆଗାମୀ 10 ଦିନ ମଧ୍ୟରେ ଏହି ଦିଗରେ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି ସଂଘ । 10 ଦିନିଆ ଡେଡଲାଇନ୍ ମଧ୍ୟରେ ବସ୍ ଭଡା ନବଢିଲେ ବସ୍ ଚଳାଚଳ ବନ୍ଦ ନେଇ ନିଷ୍ପତ୍ତି ହୋଇଛି ।

ଦାବି ସମ୍ପର୍କରେ ସରକାରଙ୍କୁ ଅବଗତ କଲା ବସ ମାଲିକ ସଂଘ-

ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ମତରେ ରାଜ୍ୟରେ ଦିନକୁ ଦିନ ଡିଜେଲ ଦର ବୃଦ୍ଧି ହେବା ପରେ ବସ ଚଳାଇବା ଆମ ପାଇଁ କଷ୍ଟ ସାଧ୍ୟ ହୋଇପଡିଛି । ଗତ 25 ତାରିଖରୁ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ଏଯାବତ କୌଣସି ସୁଫଳ ମିଳି ପାରିଲା ନାହିଁ । ରାଜ୍ୟରେ ପ୍ରତିଦିନ ଗମନାଗମନ ଦିଗରେ 14 ହଜାର ବସ ନିୟୋଜିତ ରହିଛି । ଯେଉଁଠି 8 ହଜାର ମାଲିକ ଓ 4 ଲକ୍ଷ କର୍ମଚାରୀ ନିୟୋଜିତ ଅଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା 2 ହଜାର ବସ ଡିଜେଲ ସଙ୍କଟର ସମ୍ମୁଖୀନ ହୋଇ ଠିଆ ହୋଇଗଲାଣି । ତେଣୁ ଏଭଳି ସମୟ ମଧ୍ୟରେ ସରକାର ଏହଉପରେ ଦୃଷ୍ଟି ଦେବାକୁ ଦାବି କରିଛି ବସ ମାଲିକ ସଂଘ ।


ରାଜ୍ୟରେ ଘରୋଇ ପରିବହନ ବ୍ୟବସ୍ଥାରେ ବସ୍ ଭଡ଼ା ସଂଶୋଧନ ଓ ମୂଳ ଭଡ଼ା ବୃଦ୍ଧି ଦାବି ନେଇ ଆଜି ରାଜ୍ୟ ବସ୍ ମାଲିକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଗତ ସୋମବାର ଦିଆଯାଇଥିବା ଚିଠି ଉପରେ ସରକାର ସପ୍ତାହେ ହେଲା କୌଣସି ପଦକ୍ଷେପ ନେଇନଥିବାରୁ ଆଜି ସଂଘର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସରକାରଙ୍କୁ 10 ଦିନର ମହଲତ ଦିଆଯାଇଛି । ଯଦି ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ ସଂଘର ଦାବି ପୂରଣ ନହୁଏ, ତେବେ ମହାସଂଘ ସମ୍ପୂର୍ଣ୍ଣ ଚକା ବନ୍ଦ କରି ରାଜ୍ୟବ୍ୟାପୀ ମହା-ଧର୍ମଘଟକୁ ଓହ୍ଲାଇବ ବୋଲି ସ୍ପଷ୍ଟ ଚେତାବନୀ ଦେଇଛି ସଂଘ ।



ମହାସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁଙ୍କ କହିବା ଅନୁଯାୟୀ, "ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ମୁତାବକ ପ୍ରତିବର୍ଷ ଏପ୍ରିଲ ମାସରେ ପରିବହନ କମିଶନର ସମସ୍ତ ୧୩ଟି ପାରାମିଟର ଯଥା ଡିଜେଲ, ଟାୟାର ଓ ଟ୍ୟୁବ୍, କର୍ମଚାରୀଙ୍କ ଦରମା, ବ୍ୟାଟେରୀ ଓ ଯାନ୍ତ୍ରିକ ରକ୍ଷଣାବେକ୍ଷଣ ଓ ଋଣ ସୁଧ ଓ ବୀମା ଇତ୍ୟାଦିକୁ ସମୀକ୍ଷା କରି ମୂଳ ଭଡ଼ା ସଂଶୋଧନ କରିବା କଥା । ମାତ୍ର ଗତ ୨୦୨୧ ମସିହା ପରଠାରୁ ଅର୍ଥାତ୍ ଦୀର୍ଘ ୬ ବର୍ଷ ହେବ କେବଳ ଡିଜେଲ ଦରକୁ ଛାଡିଲେ ଏହି ଗୁରୁତ୍ଵପୂର୍ଣ୍ଣ ପାରାମିଟରଗୁଡ଼ିକର କୌଣସି ସମୀକ୍ଷା କରାଯାଇ ନାହିଁ । ବର୍ତ୍ତମାନ କେବଳ ଡିଜେଲ ଦରକୁ ଆଧାର କରି ସ୍ୱୟଂଚାଳିତ ପ୍ରକ୍ରିୟାରେ ଭଡ଼ା ନିର୍ଦ୍ଧାରଣ କରାଯାଉଛି । ଯାହାକି ପର୍ଯ୍ୟାପ୍ତ ନୁହେଁ ଏବଂ ଏହି ବ୍ୟବସ୍ଥା ମଧ୍ୟ ସଠିକ୍ ଭାବେ କାର୍ଯ୍ୟ କରୁନାହିଁ ।"

କେବଳ ସେତିକି ନୁହେଁ ବରଂ ଇଭି ବସ କିଣି ବସ ଚଳାଇବା ସମ୍ଭବ ନୁହେଁ ବୋଲି ବସ ମାଲିକ ମାନେ କହିଛନ୍ତି । ଇଭି ଗାଡି ପାଇଁ କୌଣସି ଷ୍ଟେସନ ନାହିଁ ଏବଂ ଦୂର ବାଟ ଯାତାୟାତ କରୁଥିବା ଗାଡି ପାଇଁ ଚାର୍ଜ ପାଇଁ ବଡ଼ ସମସ୍ୟା ବୋଲି ବସ ମାଲିକ କହିଛନ୍ତି ।

ଏହି ବି ପଢନ୍ତୁ- ବଢିଲା ଘରୋଇ ବସ ଭଡା, ଜାଣନ୍ତୁ କେତେ ବୃଦ୍ଧି ପାଇଲା..

ଇଟିଭି ଭାରତ, କଟକ