ETV Bharat / state

ଓପନ ରାଜ୍ୟ ଟାଏକୋଣ୍ଡୋ ଚାମ୍ପିୟନସିପରେ ୨୬ ସ୍ବର୍ଣ୍ଣ ପଦକ ଜିତିଲା ବ୍ରହ୍ମପୁର

ବ୍ରହ୍ମପୁରର ଟାଏକୋଣ୍ଡୋ ସଂଘର ଅଭୂତପୂର୍ବ ସଫଳତା ପରେ ବିଜୟୀ ଖେଳାଳିଙ୍କୁ ହୋମ୍ ଟାଉନରେ ସମ୍ୱର୍ଦ୍ଧିତ କରାଯାଇଛି ।

ଓପନ ରାଜ୍ୟ ଟାଏକୋଣ୍ଡୋ ଚାମ୍ପିୟନସିପ୍‌ରେ ୨୬ ସ୍ବର୍ଣ୍ଣ ପଦକ ଜିତିଲା ବ୍ରହ୍ମପୁର
ଓପନ ରାଜ୍ୟ ଟାଏକୋଣ୍ଡୋ ଚାମ୍ପିୟନସିପ୍‌ରେ ୨୬ ସ୍ବର୍ଣ୍ଣ ପଦକ ଜିତିଲା ବ୍ରହ୍ମପୁର (ETV BHARAT ODISHA)
author img

By ETV Bharat Odisha Team

Published : January 6, 2026 at 10:52 AM IST

2 Min Read
Choose ETV Bharat

ବ୍ରହ୍ମପୁର: ରେଶମ ସହରରେ ଟାଏକୋଣ୍ଡୋ ପ୍ରତି ବିଦ୍ୟାର୍ଥୀଙ୍କ ମଧ୍ୟରେ ଆଗ୍ରହ ବଢୁଛି । ଯାହାକୁ ନେଇ ନିୟମିତ ଭାବରେ ବିଦ୍ୟାର୍ଥୀଙ୍କ ପକ୍ଷରୁ ଜାରି ରହିଛି ଅଭ୍ୟାସ । ଭଦ୍ରକରେ ଆୟୋଜିତ ଓପନ୍ ରାଜ୍ୟ ଟାଏକୋଣ୍ଡୋ ଚାମ୍ପିୟନସିପରେ ବ୍ରହ୍ମପୁରର ଟାଏକୋଣ୍ଡୋ ସଂଘର ଅଭୂତପୂର୍ବ ସଫଳତା ମିଳିଛି । ସଫଳ ବିଦ୍ୟାର୍ଥୀଙ୍କୁ ହୋମ୍ ଟାଉନରେ ସମ୍ୱର୍ଦ୍ଧନା କରାଯାଇଛି । ଆଗାମୀ ଦିନରେ ଜାତୀୟ ସ୍ତରୀୟ କ୍ରୀଡାରେ ଭାଗ ନେଇ ସଫଳତା ପାଇବା ପାଇଁ ସେମାନେ ଉଦ୍ୟମ କରିବେ ବୋଲି କହିଛନ୍ତି ।

ଓପନ ରାଜ୍ୟ ଟାଏକୋଣ୍ଡୋ ଚାମ୍ପିୟନସିପ୍‌ରେ ୨୬ ସ୍ବର୍ଣ୍ଣ ପଦକ ଜିତିଲା ବ୍ରହ୍ମପୁର (ETV BHARAT ODISHA)

ମୋଟ ୨୮ ଜଣ ଖେଳାଳି ଟିଏବି ପକ୍ଷରୁ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ କ୍ୟୋରୁଗି (ଫାଇଟ) ଏବଂ ପୁମସେ ଇଭେଣ୍ଟରେ ସଫଳତା ହାସଲ କରି ବହୁ ବିଦ୍ୟାର୍ଥୀ ସ୍ୱର୍ଣ୍ଣ ପଦକ, ରୌପ୍ୟ ପଦକ ଓ କାଂସ୍ୟ ପଦକ ବିଜୟୀ ହୋଇ ଜିଲ୍ଲାର ଗୌରବ ବଢ଼ାଇଥିବା କୁହାଯାଇଛି । ଟାଏକୋଣ୍ଡୋ ଆସୋସିଏସନ୍ ଅଫ୍ ବ୍ରହ୍ମପୁରର ମୁଖ୍ୟ କୋଚ ଇଂ. ସତ୍ୟନାରାୟଣ ତ୍ରିପାଠୀ ଇଟିଭି ଭାରତ ସହିତ ଆଲୋଚନା ସମୟରେ ବିଦ୍ୟାର୍ଥୀଙ୍କ ସଫଳତାର ସମ୍ପୂର୍ଣ୍ଣ ଶ୍ରେୟ କୋଚ ମାନଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ ବୋଲି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶେଷ ଭାବରେ କୋଚ ସୋନୁ ମହାରଣା, ଶୁଭମ କୁମାର ସାହୁ ଏବଂ କୋଚ ମିସ୍ ଏମ୍. ଜୟନ୍ତୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଏପରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ୨୬ ଗୋଟି ସ୍ୱର୍ଣ୍ଣ ପଦକ ବିଜୟୀ ହେବା ଏକ ଅଭୂତପୂର୍ବ ସଫଳତା । ସେହିପରି ୯ଟି ରୌପ୍ୟ ଏବଂ ୬ ଟି କାଂସ୍ୟ ପଦକ ମଧ୍ୟ ମିଳିଛି । ଆଗାମୀ ଦିନରେ ସ୍ୱର୍ଣ୍ଣ ଏବଂ ରୌପ୍ୟପଦକ ପାଇଥିବା ବିଦ୍ୟାର୍ଥୀ ମାନେ ରାଜସ୍ଥାନର ଜୟପୁର ଠାରେ ଆୟୋଜିତ ହେବାକୁ ରହିଥିବା ଜାତୀୟ ସ୍ତରୀୟ କ୍ରୀଡା ପାଇଁ ଚୟନ ହୋଇଛନ୍ତି । ମୁଖ୍ୟତଃ ଆଠ ବର୍ଷରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀଙ୍କ ଠାରୁ ଆରମ୍ଭ, ସବ-ଜୁନିୟର, କ୍ୟାଡେଟ୍ , ଅଣ୍ଡର -୧୪ , ଅଣ୍ଡର -୧୭ ଏବଂ ୧୯ ବର୍ଷର ଏବଂ ସିନିୟର ବର୍ଗ ପ୍ରତିଯୋଗୀ ମାନେ ଏଭଳି ପ୍ରତିଯୋଗିତାରେ ଭାଗ ନେଇଥିଲେ ।


ଡା.ସତ୍ୟବ୍ରତ ଦାଶ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ବ୍ରହ୍ମପୁର ସହରରେ ଏହିପରି କ୍ରୀଡା ପ୍ରତି ଆଗ୍ରହ ହେଉଥିବା ବିଦ୍ୟାର୍ଥୀ ମାନେ କିପରି ଶିକ୍ଷା ସହିତ ଶାରୀରିକ ଦକ୍ଷତା ଏବଂ ମାନସିକ ଦକ୍ଷତା ବୃଦ୍ଧି କରିବେ ଓ ମାଶର୍ଲ ଆର୍ଟରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ଉଦ୍ୟମ କରାଯାଉଥିବା କୁହାଯାଇଛି । ସେପଟେ ସ୍ୱର୍ଣ୍ଣ ପଦକ ପାଇଥିବା ବିଦ୍ୟାର୍ଥୀଙ୍କ କହିବା କଥା," ଆମକୁ ସଫଳତା ମିଳିଛି, ଆମ ପାଇଁ ଏହା ଚ୍ୟାଲେଞ୍ଜ ରହିଥିଲା । କୋଚଙ୍କ ପ୍ରଶିକ୍ଷଣ ଯୋଗୁଁ ପ୍ରତିଯୋଗିତାରେ ଭାଗନେଇ ସଫଳତା ପାଇଛୁ ।" ଅନ୍ୟପଟେ ବିଦ୍ୟାର୍ଥୀ ଅତ୍ମଜା ସାବତଙ୍କ କହିବା କଥା ମୁଁ ରାଜ୍ୟସ୍ତରୀୟ କ୍ରୀଡାରେ ଭାଗ ନେଇ ଦୁଇଟି ସ୍ୱର୍ଣ୍ଣ ଏବଂ ଗୋଟିଏ କାସ୍ୟଂ ପଦକ ପାଇଛି । ଏଥିପାଇଁ କୋଚକୁ ଧନ୍ୟବାଦ ଜଣାଉଛି ।


ବ୍ରହ୍ମପୁରର ବିଦ୍ୟାର୍ଥୀଙ୍କ ମଧ୍ୟରେ କ୍ୟୋରୁଗି ଇଭେଣ୍ଟରେ ସବ୍‌-ଜୁନିୟର୍ ପୁରୁଷରେ ଆଦର୍ଶ ନାୟକ ସ୍ଵର୍ଣ୍ଣ ପଦକ ବିଜେତା ହୋଇଥିବା ବେଳେ ଗୌତମ ସାହୁ ସ୍ଵର୍ଣ୍ଣ ଓ କାଂସ୍ୟ , ପି. ପ୍ରତିକ ପାତ୍ର ସ୍ଵର୍ଣ୍ଣପଦକ, ବିଶାଲ କୁମାର ନାଏକ ରୌପ୍ୟ ,ପି. ରୋନକ ସୁବୁଧି ରୌପ୍ୟ, ସ୍ୱଜୀତ କୁମାର ପଣ୍ଡା କାଂସ୍ୟପଦକ ଏବଂ ଟି.ଶାଶ୍ୱତ ଓ ସୋମିକ ମାଝି ରୌପ୍ୟପଦକ ପାଇଛନ୍ତି । ସେହିପରି ଅଭିଦୀପ ରାଉତ ଓ ଶ୍ୟାମ ସୁନ୍ଦର ପାତ୍ର ସ୍ଵର୍ଣ୍ଣପଦକ ପାଇଥିବା ଜୁନିୟର ପୁରୁଷରେ ଅଦିନାଥ ବଳରାମ ପାୱାର ଓ ବାଲାଜି ପ୍ରସାଦ ପାଢ଼ୀ ସ୍ଵର୍ଣ୍ଣପଦକ ପାଇଥିବା କୁହାଯାଇଛି । ଜୁନିୟର୍ ପୁରୁଷ ୭୮ କେଜି ବର୍ଗରେ ସଞ୍ଜୀବନ ସାମନ୍ତରା ଓ ସ୍ଵର୍ଣ୍ଣ ଶୁଭଦର୍ଶନ କୁମାର କାଂସ୍ୟପଦକ ଏବଂ ହିମେଶ କୁମାର ସାହୁ ପଦକ ପାଇଛନ୍ତି ।

ସିନିୟର୍ ପୁରୁଷ ବର୍ଗରେ ଶୁଭମ କୁମାର ସାହୁ ସ୍ଵର୍ଣ୍ଣପଦକ ପାଇଥିବା ବେଳେ ସବ୍‌-ଜୁନିୟର୍ ମହିଳା ଆୟୁଶ୍ରୀ ଦଳାଇ ଓ ଟୁନି ସାହୁ ସ୍ଵର୍ଣ୍ଣ ପଦକ , ସବ୍‌-ଜୁନିୟର୍ ମହିଳା ସାନଭିକା ବେହେରା ସ୍ଵର୍ଣ୍ଣ ପାଇଛନ୍ତି । ଏପରିକି କାଡେଟ୍ ମହିଳା ବର୍ଗରେ ଶୁଭଶ୍ରୀ ପାଢ଼ୀ , ଆଲିଶା ସାବତ , ଅତ୍ମଜା ସାବତ, ଅଦିତି ନାୟକ , ଅଂଶିକା ସାବତ ପ୍ରମୁଖ ବିଭିନ୍ନ ବର୍ଗରେ ସ୍ଵର୍ଣ୍ଣପଦକ ପାଇଛନ୍ତି । ଠିକ୍ ସେହିପରି ଜୁନିୟର୍ ମହିଳା ବର୍ଗରେ ଏଲ୍. ଆଶ୍ୱିନୀଙ୍କୁ ସ୍ଵର୍ଣ୍ଣପଦକ ହାସଲ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଫାର୍ମାସୀ ଛାତ୍ରଙ୍କ ଟାଏକୋଣ୍ଡୋ ନିଶା; ନିଜେ ଜିତିଛନ୍ତି ବ୍ଲାକବେଲ୍ଟ, କୋଚ୍ ସାଜି ଗଢୁଛନ୍ତି ଅନ୍ତର୍ଜାତୀୟ ସ୍ତରର ଖେଳାଳି



ଇଟିଭି ଭାରତ, ବ୍ରହ୍ମପୁର