ETV Bharat / state

ଓଡ଼ିଶାର 5 କୋର୍ଟକୁ ବୋମା ଧମକ, ବିଦେଶରୁ ଆସିଛି ଧମକପୂର୍ଣ୍ଣ ଇମେଲ୍

ଓଡ଼ିଶାରେ ପୁଣି କୋର୍ଟକୁ ବୋମା ଧମକ । 5 କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇମେଲ୍‌ ଧମକ ପରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି ସହ ବମ୍ ସ୍କ୍ବାଡ ଟିମର ଯାଞ୍ଚ ।

Bomb Threat To Court
କୋର୍ଟକୁ ବୋମା ଧମକ (Etv Bharat)
author img

By ETV Bharat Odisha Team

Published : February 6, 2026 at 12:46 PM IST

|

Updated : February 6, 2026 at 3:04 PM IST

2 Min Read
Choose ETV Bharat

Odisha Court Bomb Threat କଟକ/ପୁରୀ/ଫୁଲବାଣୀ/ଯାଜପୁର: ଓଡ଼ିଶାରେ ପୁଣି କୋର୍ଟକୁ ବୋମା ଧମକ । 5ଟି କୋର୍ଟକୁ ବୋମା ଧମକର ମେଲ ଆସିଛି । କୋର୍ଟକୁ ବୋମା ପକାଇ ଉଡାଇ ଦେବାକୁ ଇମେଲ୍‌ରେ ଧମକ ଆସିଛି । ସେପଟେ ଧମକ ପରେ କୋର୍ଟ ପରିସରକୁ ଖାଲି କରାଯାଉଛି । କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରାଯାଇଛି । ବମ ସ୍କ୍ବାଡ ଟିମ ଖାନତଲାସୀ ଆରମ୍ଭ କରିଛନ୍ତି ।

କୋର୍ଟକୁ ବୋମା ଧମକ (ETV Bharat)

କଟକ, ପୁୁରୀ ଓ ଫୁଲବାଣୀ କୋର୍ଟକୁ ବୋମା ଧମକ:

କଟକ ଜିଲ୍ଲା ଜଜ କୋର୍ଟ, ଯାଜପୁର କୋର୍ଟ, ବରଗଡ଼ କୋର୍ଟ, ଫୁଲବାଣୀ କୋର୍ଟ ଓ ପୁରୀ ଜିଲ୍ଲା କୋର୍ଟକୁ ବୋମାରେ ଉଡେଇବାକୁ ଧମକ ଆସିଛି । ଅଜଣା ମେଲ୍ ଆଇଡିରୁ ଏହି ଧମକପୂର୍ଣ୍ଣ ମେସାଜ ଆସିଛି । କିଏ ଏବଂ କେଉଁଠାରୁ ଏହି ଧମକ ଦେଇଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ବୋମା ଧମକ ପରେ 4ଟି କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି । ଇମେଲ୍ ପାଇବା ପରେ ପୋଲିସ ତୁରନ୍ତ କୋର୍ଟ ଅଞ୍ଚଳକୁ ଘେରାବନ୍ଦୀ କରି ବୋମା ନିଷ୍କ୍ରିୟକାରୀ ଦଳକୁ ନିୟୋଜିତ କରିଛି । ବମ୍ ସ୍କ୍ୱାଡ୍ ଏବଂ ସ୍ନିଫର ଡଗ୍‌ ସମଗ୍ର ପରିସରରେ ପୁଙ୍ଖାନୁପୁଙ୍ଖ ତଲାସି ଆରମ୍ଭ କରିଛନ୍ତି । ପୋଲିସ ସୂତ୍ରଗୁଡ଼ିକ ନିଶ୍ଚିତ କରିଛନ୍ତି ଯେ, ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ, କିନ୍ତୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତଦନ୍ତ ଜାରି ରହିଛି । ଧମକପୂର୍ଣ୍ଣ ଇମେଲ କାଉଁଠୁ ଆସିଛି ତାହା ଜାଣିବା ପାଇଁ ସାଇବର ସେଲ୍ ଟିମ୍‌ କାର୍ଯ୍ୟ କରୁଛି ।

Bomb Threat To Court
କୋର୍ଟକୁ ବୋମା ଧମକ (ETV Bharat)

ବିଦେଶରୁ ଆସିଛି ଧମକପୂର୍ଣ୍ଣ ଇମେଲ୍:

ସାଇବର ଆଇଆଇସି ରଶ୍ମିତା ଜେନା କହିଛନ୍ତି, "ବୋମା ଧମକର ମେଲ ଆସିଛି । ଆମେ ଏହାର ତଦନ୍ତ କରୁଛୁ । ଏହି ମେଲ ବାହାର ଦେଶରୁ ଆସିଛି । କାହା ମାଧ୍ୟମରେ ଏହି ମେଲ ଆସିଛି, ତାହାର ଆମେ ଯାଞ୍ଚ କରୁଛୁ । କିଏ ମେଲ କରିଛି ତାହାର କୌଣସି ସ୍ପଷ୍ଟ ସୂଚନା ନାହିଁ । ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ମଧ୍ୟ ସହାୟତା ନିଆଯାଇଛି ।"

Bomb Threat To Court
କୋର୍ଟକୁ ବୋମା ଧମକ (ETV Bharat)

ଓଡିଶା ହାଇକୋର୍ଟ ବରିଷ୍ଠ ଓକିଲ ସୌରୀ ମହାପାତ୍ର କହିଛନ୍ତି, "ଏହା ଏକ ସମ୍ବେଦନଶୀଳ କଥା । ସରକାର ଏହା ଉପରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରନ୍ତୁ । ଏହା ଏକ ଫେକ ମେଲ କିମ୍ବା ଏହା ପଛରେ କିଛି ସତ୍ୟତା ଅଛି ତାହାର ସଠିକ ଯାଞ୍ଚ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର । ଠିକରେ ଅନୁସନ୍ଧାନ କରାଯାଉ ନାହିଁ । ଘଟଣାରେ ମୂଳକୁ ଯାଉ ନାହାନ୍ତି । କେଉଁ ଉଦ୍ଦେଶ୍ୟରେ ଏଭଳି ମେଲ ଆସୁଛି ତାହା ଜାଣିବା ପାଇଁ କେନ୍ଦ୍ର ଏଜେନ୍ସିର ସହାୟତା ନେବା ଆବଶ୍ୟକ ଅଛି ।"

Bomb Threat To Court
କୋର୍ଟକୁ ବୋମା ଧମକ (ETV Bharat)

ଏହା ମଧ୍ୟ ପଢ଼ନ୍ତୁ...

ଓଡ଼ିଶାର 3 କୋର୍ଟକୁ ବୋମାରେ ଉଡାଇବାକୁ ମିଛ ଧମକ: ମେଲ୍‌ ପଛରେ କିଏ ? ଖୋଜିବ କ୍ରାଇମବ୍ରାଞ୍ଚ ସାଇବର ସେଲ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ମିଛ ବୋମା ଧମକ ସମସ୍ୟା ପାଇଁ SOP, ସୁଦୃଢ ହେବ ବମ ଚିହ୍ନଟ ଓ ନିଷ୍କ୍ରିୟକାରୀ ସ୍କ୍ୱାଡ

ସେପଟେ ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି, "କୋର୍ଟରେ ବୋମା ଆତଙ୍କ ସୃଷ୍ଟି କରିଥିବା ଇ-ମେଲ୍ ଆଇଡିକୁ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ଦୁର୍ବୁତ୍ତକୁ ପୋଲିସ ଖୁବଶୀଘ୍ର ଗିରଫ କରିବ । ପର୍ଯ୍ୟଟନ କ୍ଷେତ୍ର ପୁରୀ ସହର ସୁରକ୍ଷା ପାଇଁ ପୋଲିସ ସବୁବେଳେ ପ୍ରସ୍ତୁତ ରହିଛି । ଲୋକମାନେ ଆତଙ୍କିତ ହେବା ଉଚିତ୍ ନୁହେଁ ।"

Bomb Threat To Court
କୋର୍ଟକୁ ବୋମା ଧମକ (ETV Bharat)

ଇଟିଭି ଭାରତ, କଟକ/ପୁରୀ/ଫୁଲବାଣୀ/ଯାଜପୁର

Last Updated : February 6, 2026 at 3:04 PM IST