ETV Bharat / state

କିସ୍ ରେ ପୁଣି ମିଳିଲା ମୃତଦେହ, ଯୁକ୍ତ ଦୁଇର ଜଣେ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ

ଭୁବନେଶ୍ବର ଇନଫୋସିଟି ଥାନା ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

କିସ୍ ରେ ପୁଣି ମିଳିଲା ମୃତଦେହ, ଯୁକ୍ତ ଦୁଇର ଜଣେ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ
କିସ୍ ରେ ପୁଣି ମିଳିଲା ମୃତଦେହ, ଯୁକ୍ତ ଦୁଇର ଜଣେ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ (ETV BHARAT ODISHA)
author img

By ETV Bharat Odisha Team

Published : February 21, 2026 at 9:51 PM IST

1 Min Read
Choose ETV Bharat

ଭୁବନେଶ୍ବର: ପୁଣି କିସ୍ ଛାତ୍ରାବାସରେ ଛାତ୍ର ମୃତ୍ୟୁ । ଯୁକ୍ତ ଦୁଇ କଳା ବିଭାଗର ଛାତ୍ରଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି । ଉକ୍ତ ହଷ୍ଟେଲ ମଧ୍ୟରୁ ସଂପୃକ୍ତ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରାଥମିକ ସୂଚନା ଅନୁଯାୟୀ, ସଂପୃକ୍ତ ଛାତ୍ରଙ୍କ ଘର ନୂଆପଡ଼ା ଜିଲ୍ଲାରେ । ଖବର ପାଇବା ପରେ ଭୁବନେଶ୍ବର ଇନଫୋସିଟି ଥାନା ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଘଟଣା ସଂପର୍କରେ କିସ୍ ର ସ୍ପୋକସ ପର୍ସନ ଶ୍ରଦ୍ଧାଞ୍ଜଳି ନାୟକ କହିଛନ୍ତି ଯେ, ଘଟଣା ଆମ ନଜରକୁ ଆସିଲା ପରେ ଆମେ ପୋଲିସକୁ ଜଣାଇଛୁ । ଏବେ ପୋଲିସ ତାର ତଦନ୍ତ କରୁଛି ।



କିସ୍ ରେ ଛାତ୍ର ଛାତ୍ରୀ ମୃତ୍ୟୁ ନୂଆ କଥା ନୁହେଁ । ଏପରିକି କେନ୍ଦୁଝର, ଗଜପତି, ମାଲକାନଗିରି ଭଳି ଜିଲ୍ଲାରୁ ଆସିଥିଲା ଛାତ୍ର ମୃତ୍ୟୁର ଅନେକ ଅଭିଯୋଗ । କିଏ ୨୦୧୬ ତ, ଆଉ କିଏ ୨୦୨୩, ପୁଣି ଆଉ କିଏ ୨୦୨୫ । କାହାକୁ ହତ୍ୟା ଅଭିଯୋଗ ତ ଆଉ କାହାର ସନ୍ଦେହଜନକ ମୃତ୍ୟୁ । ଏଭଳି ଘଟଣା ବାରମ୍ବାର କିଟ୍ ନହେଲେ କିସ୍ ରେ ଘଟୁଥିବା ଖବର ଅଛି । ଏଭଳି ନାନା ଅଭିଯୋଗ ରହିଛି କିସ୍ ବିରୋଧରେ । ଉକ୍ତ ଅଂଚଳର ଥାନାକୁ ଯାଇ ଜଣଙ୍କ ପରେ ଜଣେ ମୃତ ଛାତ୍ରଛାତ୍ରୀଙ୍କ ପରିବାର ଏତଲା ବି ଦେଇଛନ୍ତି । ହେଲେ ସବୁଠି କାର୍ଯ୍ୟାନୁଷ୍ଠାନ ଶୂନ ।

ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ମୃତ୍ୟୁ ହୋଇଥିବା ଛାତ୍ର ଜଣଙ୍କ ଭଲ ପଢୁଥିଲେ । ତେବେ କିଭଳି ଓ କାହିଁକି ମୃତ୍ୟୁ ହୋଇଛି, ତାହାର ତଦନ୍ତ କରାଯାଉଛି । ହେଲେ ପରିବାର ଲୋକଙ୍କ କହିବା ଅନୁଯାୟୀ, ରାତିରେ ଶୋଇବା ପୂର୍ବରୁ ଭଲ ଭାବେ ହସ ହସ ଭାବେ ସେ ନିଜ ଲୋକଙ୍କ ସହ କଥା ହୋଇଥିଲେ । ପରେ ସକାଳୁ ଜାଣିବାକୁ ମିଳିଲା ପୁଅର ମୃତ୍ୟୁ ଘଟିଛି ।

ହେଲେ ପୂର୍ବରୁ ମଧ୍ୟ କିଟ୍ ରେ ଏଭଳି ଘଟଣା ଅନେକ ଦେଖିବାକୁ ମିଳିଛି । ସେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ହେଉ ଅବା ୟୁପି ଛାତ୍ରୀଙ୍କ ମୃତ୍ୟୁ ହେଉ । ଏକ ପ୍ରକାରର ପଛକୁ ପଛ ଯେଭଳି ଭାବେ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଲାଗି ରହିଛି, ତାହା ସାଧାରଣରେ ଚିନ୍ତା ସୃଷ୍ଟି କରିଛି ।