ETV Bharat / state

ବାଲିଗୁଡା ଖଡଗ ନଦୀରେ ବୁଡିଲା ଡଙ୍ଗା: ଭାସିଗଲେ ଶ୍ୱଶୁର-ବୋହୂ, ମିଳୁନି ପତ୍ତା

ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ନଦୀ ଆରପଟକୁ ଯାଇଥିଲେ । ଆଜିବି ଚାଲିଛି ଖୋଜାଖୋଜି । ରିପୋର୍ଟ: ବାଳକୃଷ୍ଣ ଚର୍ଚ୍ଚି

Boat capasized
ଖଡଗ ନଦୀ (ETV Bharat Odisha)
author img

By ETV Bharat Odisha Team

Published : August 26, 2026 at 4:08 PM IST

1 Min Read
Choose ETV Bharat

କନ୍ଧମାଳ: ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଫେରୁଥିବା ବେଳେ ଖଡଗ ନଦୀରେ ବୁଡିଗଲା ଡଙ୍ଗା । 8 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଶ୍ବଶୁର-ବୋହୂ ନିଖୋଜ । ଗତକାଲି(ମଙ୍ଗଳବାର) ଅପରାହ୍ନ ସମୟରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତର ଦୁର୍ଗମ ଡାକା ଗାଁ ନିକଟ ଖଡ଼ଗ ନଦୀରେ ଏହି ଅଭାବନୀୟ ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ପତ୍ତା ମିଳିନାହିଁ । ଉଦ୍ଧାର କାର୍ଯ୍ୟରେ ଲାଗିଛି ଅଗ୍ନିଶମ ।

ବାଲିଗୁଡା ଖଡଗ ନଦୀରେ ବୁଡିଲା ଡଙ୍ଗା (ETV Bharat Odisha)

ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଯାଇଥିଲେ:

ନିଖୋଜ ଶ୍ବଶୁର ଓ ବୋହୂ ହେଲେ ଗୁନନା ମଲ୍ଲିକ, ଡାକଲି ମଲ୍ଲିକ । ଗତକାଲି(ମଙ୍ଗଳବାର) ଏକ ଗୁନନା ବୋହୁଙ୍କ ସହିତ ଏକ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଡାକା ଗାଁ ଆରପଟକୁ ଦେଶୀ ଡଙ୍ଗାରେ ଯାଇଥିଲେ । ତେବେ ଅପରାହ୍ନ ସମୟରେ ଏକ ଦେଶୀ ଡଙ୍ଗାରେ 10 ଜଣ ଫେରିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡି ଯାଇଥିଲା । 8 ଜଣଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରିଥିଲେ ହେଲେ ଶ୍ବଶୁର ବୋହୂଙ୍କ କୌଣସି ପତ୍ତା ମିଳିନଥିଲା । ଉଭୟେ ପ୍ରଖର ସୁଅରେ ଭାସି ନିଖୋଜ ହୋଇଯାଇଛନ୍ତି ।

ଆଜିବି ଚାଲିଛି ଖୋଜାଖୋଜି:


ଖବର ପାଇ ବାଲିଗୁଡ଼ା ଅଗ୍ନିଶମ ବାହିନୀ ଗତକାଲି ସନ୍ଧ୍ୟାରେ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି କରିଥିଲା ମଧ୍ୟ ନିଖୋଜ ଦୁଇଜଣଙ୍କର କୌଣସି ସନ୍ଧାନ ମିଳିନାହିଁ । ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବଢ଼ିବା ସହ ସ୍ରୋତ ପ୍ରଖର ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ନିଖୋଜଙ୍କ ପରିବାର ଓ ସମ୍ପର୍କୀୟମାନେ ମଧ୍ୟ ନଦୀକୂଳରେ ରହି ଖୋଜାଖୋଜି ଜାରି ରଖିଛନ୍ତି । ଅନ୍ୟପଟେ ଆଜି ମଧ୍ୟ ନଦୀରେ ଉଭୟଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ ।

ଏନେଇ ବାଲିଗୁଡା ଅଞ୍ଚଳର ବରିଷ୍ଠ ସମାଜସେବୀ ଉମଚରଣ ଦିଗାଲ କହିଛନ୍ତି ଯେ, ଗୁନନା ମଲିକ, ଡାକଲି ମଲିକ ନଦୀରେ ଯାଉଥିବା ବେଳେ ଭାସିଯାଇଥିବ ଜଣାପଡିଛି । ଏହା ଅତ୍ୟନ୍ତ ଦୁଃଖଦ ଘଟଣା, ଏଥିପାଇଁ ସମଗ୍ର ବାଲିଗୁଡା ଅଞ୍ଚଳବାସୀ ଦୁଃଖ ପ୍ରକାଶ କରୁଛନ୍ତି । ଗ୍ରାମବାସୀ ବହୁ ଖୋଜା ଖୋଜି ପରେ ମଧ୍ୟ କୌଣସି ସୂଚନା ଏବେ ପର୍ଯ୍ୟନ୍ତ ପାଇ ନଥିବା ଜଣାପଡିଛି ।

ପୂର୍ବରୁ ବି ଘଟିଛି ଡଙ୍ଗା ବୁଡି ଘଟଣା:


ଏହି ଡଙ୍ଗା ବୁଡି ଘଟଣା ସମ୍ପର୍କରେ ସ୍ଥାନୀୟ ନେତା ଶିବରାମ ମାଝୀ କହିଛନ୍ତି ଯେ, ଏଭଳି ଘଟଣା ଖଡ଼ଗ ନଦୀରେ ବାରମ୍ବାର ହେଉଛି । ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ଏଭଳି ଘଟଣା ଘଟିଛି । ସରକାରଙ୍କୁ ଏକ ବ୍ରିଜ ପାଇଁ ବାରମ୍ବାର ପ୍ରସ୍ତାବ ଦେଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।

ଏହା ମଧ୍ୟ ପଢନ୍ତୁ:

100 ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମିଳିଲା MV Ocean Winner ଜାହାଜର ଏକ ଲାଇଫବୋଟ୍, ଏବେ ବି ନିଖୋଜ 22 କ୍ରୁ ମେମ୍ବର

ଛୁଆ ହେବା ଆଶାରେ ଗୁଣିଆଠୁ ଔଷଧ ଖାଇ ଆଖି ବୁଜିଲେ ଦମ୍ପତି

ଗାଁକୁ ଗ୍ରାସ କଲାଣି ଗୋବରୀ ନଦୀ.. ଭିଟାମାଟିର ସୁରକ୍ଷା ଚିନ୍ତାରେ ମଧୁରକୁଳ ଗ୍ରାମବାସୀ

ଇଟିଭି ଭାରତ, କନ୍ଧମାଳ