ETV Bharat / state

କଟକରେ ବାଣ ବିସ୍ଫୋରଣ: ଦୁଇ ମହିଳା ଜଣେ ଶିଶୁ ଗୁରୁତର

ଜଗତପୁର ଥାନା ମହାଜନପୁରରେ ବାଣ ବିସ୍ଫୋରଣ । ଘଟଣାରେ ଦୁଇ ମହିଳା ଜଣେ ଶିଶୁ ଗୁରୁତର ହୋଇ ଏସସିବି ମେଡିକାଲରେ ଭର୍ତ୍ତି ।

କଟକରେ ବାଣ ବିସ୍ଫୋରଣ: ଦୁଇ ମହିଳା ଜଣେ ଶିଶୁ ଗୁରୁତର
କଟକରେ ବାଣ ବିସ୍ଫୋରଣ: ଦୁଇ ମହିଳା ଜଣେ ଶିଶୁ ଗୁରୁତର (ETV BHARAT ODISHA)
author img

By ETV Bharat Odisha Team

Published : February 19, 2026 at 10:32 PM IST

1 Min Read
Choose ETV Bharat

କଟକ: କଟକରେ ବାଣ ବିସ୍ଫୋରଣ । ଜଗତପୁର ଥାନା ମହାଜନପୁରରେ ବାଣ ବିସ୍ଫୋରଣ । ଘଟଣାରେ ଦୁଇ ମହିଳା ଜଣେ ଶିଶୁ ଗୁରୁତର ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସ୍ୱତନ୍ତ୍ର ଆମ୍ବଲାନ୍ସ ଜରିଆରେ ଏସସିବି କାଜୁଆଲଟିରେ ଭର୍ତ୍ତି ହେବା ପରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଶିଶୁ କନ୍ୟାକୁ ଭେଣ୍ଟିଲେଟରରେ ରଖାଯାଇଛି ।

କଟକରେ ବାଣ ବିସ୍ଫୋରଣ: ଦୁଇ ମହିଳା ଜଣେ ଶିଶୁ ଗୁରୁତର (ETV BHARAT ODISHA)

ଆଜି ସନ୍ଧ୍ୟା ସମୟରେ ଘରେ ବାଣ ଭିଡୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି । ହଠାତ ଫୁଟିଥିଲା ବାଣ । ଘଟଣା ସ୍ଥଳରେ ଦୁଇ ମହିଳା ଗୁରୁତର ଭାବେ ଆହତ ହୋଇଥିଲା ବେଳେ ସୋଇଥିବା ଅବସ୍ଥାରେ ୩ ବର୍ଷୟ ଶିଶୁ କନ୍ୟା ଆହତ ହୋଇଛି । ଆହତ ଶିଶୁକୁ ବର୍ତ୍ତମାନ ଭେଣ୍ଟିଲେଟରରେ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି । ଦୁଇ ମହିଳାଙ୍କ ନାମ ପ୍ରଭାତି ନାୟକ ଓ ସୁଧାଂଶୁ ବାଳା ନାୟକ ବୋଲି ଜଣାପଡ଼ିଛି । ସେମାନେ ସମ୍ପର୍କରେ ଶାଶୁ- ବୋହୂ ବୋଲି ମଧ୍ୟ ଜଣାପଡ଼ିଛି ।

ଆହତଙ୍କ ସମ୍ପର୍କୀୟ ଦେବେନ୍ଦ୍ର ରାଉତଙ୍କ କହିବା ହେଲା,"ମୁଁ ଡ୍ୟୁଟିରେ ଥିଲି । ମୋତେ ଭିଣୋଇ ଫୋନ୍ କରି କହିଲେ, ଘରେ ବିସ୍ଫୋରଣ ହୋଇଯାଇଛି । ବାଣ ଘର ଭିତରେ ସେମାନେ ପଶିଥିବା ବେଳେ ବିସ୍ଫୋରଣ ହୋଇଯାଇଛି । ସମସ୍ତେ ବହୁ ମାତ୍ରାରେ ପୋଡ଼ିି ଯାଇଛନ୍ତି । ତାଙ୍କ କଥା ଶୁଣି ମୁଁ ତୁରନ୍ତ ଆସି ପହଞ୍ଚିଲି । ସମସ୍ତେ ତ ଭିତରେ ଅଛନ୍ତି। ଡାକ୍ତର କହୁଛନ୍ତି 95 ପ୍ରତିଶତ ଜଳି ଯାଇଛନ୍ତି । ଆହତଙ୍କ ମଧ୍ୟରେ ମୋ ଭଉଣୀ, ଭାଣିଜି ଓ ଭଉଣୀର ଶାଶୁ ଅଛନ୍ତି ବୋଲି ଜାଣିବାକୁ ମିଳିଛି । ତେବେ କିପରି ଓ କେଉଁ ପରିସ୍ଥିତିରେ ଏହି ବିସ୍ଫୋରଣ ହୋଇଛି, ମୁଁ ତାହା କହିପାରିବିନି ।"

ଗତ ମାସ 28 ତାରିଖରେ ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନରିଶୋ ପଞ୍ଚାୟତ ନିଧିସାହି ଅଞ୍ଚଳରେ ଥିବା ଏକ ବେଆଇନ ବାଣ ଗୋଦାମରେ ଭୟଙ୍କର ବାଣ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ତିନି ଜଣ ଆହତ ହୋଇଥିଲେ । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘର ଜଳି ପୋଡି ପାଉଁଶ ହୋଇଯାଇଥିଲା । ଘଟଣାର ଖବର ପାଇ ନିଆଳି ଅଗ୍ନିଶମ ବିଭାଗ ଓ ବାଲିପାଟଣା ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚିଥିଲା । ଗୁରୁତରମାନଙ୍କୁ ପ୍ରଥମେ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍ଗୁ ଭୁବନେଶ୍ବର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ନିଧିସାହି ଅଞ୍ଚଳରେ ଥିବା ଏହି ବେଆଇନ ବାଣ କାରଖାନାରେ ଅକସ୍ମାତ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ସବୁ ପୋଡି ପାଉଁଶ ହୋଇଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ- ଦିନ ଦ୍ବିପହରେ ଗୁଳି କରି ଯୁବକଙ୍କୁ ହତ୍ୟା; 2 ଦିନରେ 4 ଅଟକ, ଜଣାପଡିନି କାରଣ

ଏହା ମଧ୍ୟ ପଢ଼ନ୍ତୁ- ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ୍ୟୁ, ଦୁଇ ଗୁରୁତର

ଇଟିଭି ଭାରତ, କଟକ