ଓଡ଼ିଶା ପାଇଁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା; ମନମୋହନ ସାମଲ, ସୁଜିତ କୁମାରଙ୍କୁ ଟିକେଟ୍
ରାଜ୍ୟସଭା ନିର୍ବାଚନ ମାର୍ଚ୍ଚ 16 ତାରିଖରେ ଅନୁଷ୍ଠିତ ହେବ । ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ 5 ।


Published : March 3, 2026 at 3:24 PM IST
ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ଆସନ୍ତା 2026 ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ଆଜି (ମଙ୍ଗଳବାର) ଓଡ଼ିଶାରୁ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଦଳର କେନ୍ଦ୍ରୀୟ ସଂସଦୀୟ ସମିତି ପକ୍ଷରୁ ପ୍ରକାଶିତ ପ୍ରେସ ବିଜ୍ଞପ୍ତି ଅନୁସାରେ ମନମୋହନ ସାମଲ ଓ ସୁଜୀତ କୁମାରଙ୍କୁ ଓଡ଼ିଶାରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରାଯାଇଛି ।
ମାର୍ଚ୍ଚ 3 ତାରିଖରେ ନୂଆଦିଲ୍ଲୀସ୍ଥିତ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ବିଭିନ୍ନ ରାଜ୍ୟ ସହ ଓଡ଼ିଶାର ଦୁଇଟି ଆସନ ପାଇଁ ଏହି ଦୁଇ ନାମକୁ ଅନୁମୋଦନ ଦିଆଯାଇଥିବା ଉଲ୍ଲେଖ ରହିଛି ।
ମନମୋହନ ସାମଲ ବର୍ତ୍ତମାନ ଓଡ଼ିଶା ବିଜେପିର ରାଜ୍ୟ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ । ସେ ଦୀର୍ଘଦିନ ଧରି ଦଳୀୟ ସଂଗଠନ ସହ ଜଡ଼ିତ ରହିଛନ୍ତି ଏବଂ ତୃଣମୂଳ ସ୍ତରରେ ଦଳକୁ ସୁଦୃଢ଼ କରିବାରେ ଭୂମିକା ଗ୍ରହଣ କରିଛନ୍ତି । ପୂର୍ବରୁ ସେ ବିଧାୟକ ଓ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ସଂଗଠନାତ୍ମକ କୌଶଳ ଓ ଦଳୀୟ ନିଷ୍ଠା ପାଇଁ ସେ ରାଜ୍ୟରେ ଏକ ପରିଚିତ ମୁହଁ ।
BJP announces its candidates for the upcoming Rajya Sabha elections.
— ANI (@ANI) March 3, 2026
Nitin Nabin, Shivesh Kumar from Bihar.
Terash Gowalla, Jogen Mohan from Assam.
Laxmi Verma from Chhattisgarh.
Sanjay Bhatia from Haryana.
Manmohan Samal, Sujeet Kumar from Odisha
Rahul Sinha from West Bengal. pic.twitter.com/jM3afnPLLi
ସୁଜୀତ କୁମାର ଓଡ଼ିଶାର ଏକ ଯୁବ ଓ ପ୍ରଭାବଶାଳୀ ନେତା ଭାବେ ପରିଚିତ । ସେ ପୂର୍ବରୁ ରାଜ୍ୟସଭା ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟରତ ଥିଲେ ଏବଂ ସଂସଦରେ ଓଡ଼ିଶା ସମ୍ବନ୍ଧୀୟ ବିଭିନ୍ନ ମୁଦ୍ଦା ଉଠାଇଥିଲେ । କଳାହାଣ୍ଡି ଅଞ୍ଚଳ ସହ ତାଙ୍କର ଗଭୀର ସମ୍ପର୍କ ରହିଛି ଏବଂ ଆଇନ ପେଶାରୁ ରାଜନୀତିରେ ପ୍ରବେଶ କରିଥିବା ସୁଜୀତ କୁମାର ଦଳୀୟ ନୀତି ଓ ଜାତୀୟ ପ୍ରସଙ୍ଗରେ ସକ୍ରିୟ ଭୂମିକା ନେଇଆସୁଛନ୍ତି । ସେ ପୂର୍ବରୁ ବିଜେଡି ପାର୍ଥି ଭାବେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ।
ବିଜେପିର ଏହି ଘୋଷଣା ପରେ ରାଜ୍ୟର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ରାଜ୍ୟସଭା ନିର୍ବାଚନରେ ଦଳ ଏହି ଦୁଇ ଅନୁଭବୀ ନେତାଙ୍କ ଉପରେ ଭରସା ଦେଖାଇଛି ।
ଶୁଭେଚ୍ଚା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଉଭୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । X-ରେ ଏକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, "ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଆମ ଦଳର ଯୋଗ୍ୟ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଶାରୁ ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ପ୍ରାର୍ଥୀ ଭାବେ ମାନନୀୟ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ଦଳର ବରିଷ୍ଠ ନେତା ଶ୍ରୀ ସୁଜିତ କୁମାରଙ୍କ ନାମ ଘୋଷଣା ହୋଇଥିବାରୁ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭକାମନା । ଆପଣଙ୍କର ସଫଳତା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।"
ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଆମ ଦଳର ଯୋଗ୍ୟ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯାଇଛି।
— Mohan Charan Majhi (@MohanMOdisha) March 3, 2026
ଓଡ଼ିଶାରୁ ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ପ୍ରାର୍ଥୀ ଭାବେ ମାନନୀୟ ରାଜ୍ୟ ସଭାପତି ଶ୍ରୀ @SamalManmohan7 ଏବଂ ଦଳର ବରିଷ୍ଠ ନେତା ଶ୍ରୀ…
ରାଜ୍ୟସଭା ନିର୍ବାଚନ ମାର୍ଚ୍ଚ 16 ତାରିଖରେ ଅନୁଷ୍ଠିତ ହେବ । ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ 5 । ନାମାଙ୍କନ ଯାଞ୍ଚ ମାର୍ଚ୍ଚ 6 ତାରିଖରେ ହେବ ଏବଂ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ 9 ତାରିଖ । ମାର୍ଚ୍ଚ 16 ତାରିଖରେ ସକାଳ 9ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ଅପରାହ୍ନରେ ଭୋଟ ଗଣତି ହେବ ।
ଆସନ୍ତା 5 ତାରିଖରେ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ l 5 ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତ ରହିବାକୁ ବିଧାୟକ ମାନଙ୍କୁ ନିର୍ଦ୍ଦେଶ ରହିଛି l ଓଡ଼ିଶାରେ 4ଟି ଆସନ ପାଇଁ ହେବ ରାଜ୍ୟସଭା ନିର୍ବାଚନ ।

ଏହା ପୂର୍ବରୁ ଦୁଇ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି ବିଜେଡି । ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟସଭା ପାଇଁ ବିଜେଡି ଏବଂ କଂଗ୍ରେସର କମନ୍ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ଭୁବନେଶ୍ୱରରେ କଂଗ୍ରେସ ବିଧାୟକମାନଙ୍କୁ ଭେଟି ସମର୍ଥନ ଲୋଡ଼ିଛନ୍ତି । ଚତୁର୍ଥ ଆସନ ପାଇଁ ସଂଖ୍ୟା କମ୍ । ବିଜେଡିର ୪୮ ଜଣ ବିଧାୟକ ଥିବାବେଳେ କଂଗ୍ରେସର ୧୪ ଜଣ ବିଧାୟକଙ୍କ ସହିତ, ଚତୁର୍ଥ ଆସନ ଜିତିବା ପାଇଁ ସେମାନଙ୍କୁ ଅତିରିକ୍ତ ସମର୍ଥନ ଆବଶ୍ୟକତା ପଡ଼ିପାରେ ।
ସେହିପରି ବିଜେପି ଦୁଇଟି ଆସନ ଜିତିବାର ସମ୍ଭାବନା ଅଛି । ଏବଂ ସନ୍ତୃପ୍ତ ମିଶ୍ରଙ୍କ ପ୍ରାର୍ଥୀତ୍ୱ ସହିତ ବିଜେଡି ଗୋଟିଏ ଆସନ ନିଶ୍ଚିତ ଅକ୍ତିଆର କରିବ । ଡାକ୍ତର ହୋତାଙ୍କ ବିଜୟ ଅନ୍ୟ ଦଳ କିମ୍ବା ସ୍ୱାଧୀନ ବିଧାୟକଙ୍କଠାରୁ ଭୋଟ୍ ହାସଲ କରିବା ଉପରେ ନିର୍ଭର କରିବ ।
ଏହା ମଧ୍ୟ ପଢ଼ନ୍ତୁ- କଂଗ୍ରେସର ସମର୍ଥନ ଲୋଡ଼ିଲେ ଦତ୍ତେଶ୍ବର; ପିସିସି ଦେଲା ଗ୍ରୀନ୍ ସିଗନାଲ, ବୈଠକକୁ ଆସିଲେନି ଦୁଇ ବିଧାୟକ
ଏହା ମଧ୍ୟ ପଢ଼ନ୍ତୁ- ଦୁଇ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି
ଇଟିଭି ଭାରତ, ଭୁବନେଶ୍ବରହ

