ETV Bharat / state

ଓଡ଼ିଶା ଆସିପାରନ୍ତି BJP କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ

ଓଡ଼ିଶା ଗସ୍ତରେ ଆସିବେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ନୀତିନ ନବୀନ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରୁ ଫେରି ସୂଚନା ଦେଇଛନ୍ତି ।

State BJP President Manmohan Samal  with BJP’s National Working President Nitin Nabin
ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନୀତିନ ନବୀନଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ (@SamalManmohan7)
author img

By ETV Bharat Odisha Team

Published : January 11, 2026 at 1:31 PM IST

2 Min Read
Choose ETV Bharat

Nitin Nabin To Visit Odisha ଭୁବନେଶ୍ବର: ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ ବିଜେପି ନବ ନିର୍ବାଚିତ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନୀତିନ ନବୀନ । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରୁ ଫେରି ସୂଚନା ଦେଇଛନ୍ତି । ମାତ୍ର ନୀତିନ ନବୀନ କେବେ ଓଡ଼ିଶା ଗସ୍ତରେ ଆସିବେ, ସେନେଇ ତାରିଖ ଧାର୍ଯ୍ୟ ହୋଇନାହିଁ ।

ଓଡ଼ିଶା ଆସିବେ ନୀତିନ ନବୀନ:
ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ପୂର୍ବରୁ ଦିଲ୍ଲୀ ଗସ୍ତ ବେଳେ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ସହ ଭେଟ ହୋଇପାରି ନଥିଲା । ଚଳିତ ଥର ଦିଲ୍ଲୀ ଗସ୍ତ ସମୟରେ ମୋର ତାଙ୍କ ସହିତ ଭେଟ ହୋଇଛି । ଓଡ଼ିଶାର ବିକାଶ କାର୍ଯ୍ୟ ସଂପର୍କରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି । ରାଜ୍ୟ ବିଷୟରେ ତାଙ୍କୁ ଅବଗତ କରାଇଛି । ଏହି ଆଲୋଚନା ପରେ ମୁଁ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କୁ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଥିଲି । ସେ ବି ମୋ ଅନୁରୋଧକୁ ସ୍ୱୀକାର କରିଛନ୍ତି । ଖୁବଶୀଘ୍ର ସେ ଓଡ଼ିଶା ଆସିବେ ବୋଲି ଜଣାଇଛନ୍ତି । ନିଗମ ବୋର୍ଡ ନେଇ ଆଲୋଚନା ହେଇଛି । ଏନେଇ ଖୁବଶୀଘ୍ର ଘୋଷଣା କରାଯିବ ।"

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ (ETV Bharat)

ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ପୂର୍ବରୁ ଶେଷ ହୋଇସାରିଛି । କିନ୍ତୁ ନୂତନ ସଭାପତି ଏ ପର୍ଯ୍ୟନ୍ତ ନିଯୁକ୍ତ ହୋଇନଥିବାରୁ ତାଙ୍କ କାର୍ଯ୍ୟକାଳକୁ ଅସ୍ଥାୟୀ ଭାବରେ ବୃଦ୍ଧି କରାଯାଇଛି । ବିହାର ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାରରେ ସଡ଼କ ନିର୍ମାଣ ମନ୍ତ୍ରୀ ଥିବା ନୀତିନ ନବୀନଙ୍କୁ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରାଯାଇଛି ।


ମମତାଙ୍କୁ ମନମୋହନଙ୍କ ସମାଲୋଚନା:

ସେହିପରି ପଶ୍ଚିମବଙ୍ଗ ସରକାର ଇଡି ରେଡ ବେଳେ ଯେଉଁଭଳି କାର୍ଯ୍ୟ କରିଛନ୍ତି ତାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ସଭାପତି । ସେ କହିଛନ୍ତି, "ପଶ୍ଚିମବଙ୍ଗରେ ନିର୍ବାଚନ ବିଜେପି ସପକ୍ଷରେ ଯାଉଛି । ସେଥିପାଇଁ ମମତାଙ୍କ ସହିତ ଲୋକ ନାହାନ୍ତି । ଦିଦି ବର୍ତ୍ତମାନ ଚିନ୍ତାରେ ରହୁଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...

ରାମଚନ୍ଦ୍ର ମେହେର ସମ୍ବଲପୁର ବିଜେପି ଜିଲ୍ଲା ସଭାପତି, ସାମ୍ନାରେ ଏସବୁ ଚ୍ୟାଲେଞ୍ଜ

ଭାଜପା ନେତା ସୋମ ସଙ୍ଗୀତଙ୍କୁ ବାଂଲାଦେଶରୁ ମିଳିଲା ହତ୍ୟା ଧମକ

ସେ ଆହୁରି କହିଛନ୍ତି, "ରାଜନୀତିରେ ମୁଁ ଯଦି ଖୋଲା ଅଛି, ଦୁର୍ନୀତି, ଅନୀତି, ଭ୍ରଷ୍ଟାଚାର କରିନାହିଁ ଇଡି ଆସୁ କି ଆଉ କିଏ ଆସିଲେ ଭୟ କରିବାରେ କ'ଣ ଅଛି । ରାଜନୀତିରେ ଜୀବନ ଖୋଲା ବହି ପରି ହବା ଦରକାର । ଆମ ବିଷୟରେ ସମସ୍ତେ ଜାଣିବା ଦରକାର । କେନ୍ଦ୍ର ଯଦି ରାଜ୍ୟ ଠାରୁ କିଛି ସହଯୋଗ ଚାହୁଁଛି, ତେବେ ସହଯୋଗ କରିବା କଥା । ଅନୀତି, ଅନ୍ୟାୟ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫ୍ରଷ୍ଟେସନରେ ଦିନ କାଟୁଛନ୍ତି ଯେ, ନିର୍ବାଚନ ବିଜେପି ସପକ୍ଷରେ ଯାଉଛି । ପଶ୍ଚିମବଙ୍ଗରେ ଲୋକ ପରିବର୍ତ୍ତନ ଚାହୁଁଛନ୍ତି, ଲୋକ ମମତା ବାନାର୍ଜୀଙ୍କ ସହିତ ନାହାନ୍ତି ମୁଖ୍ୟମନ୍ତ୍ରୀଙ୍କ ସହିତ ନାହାନ୍ତି ବୋଲି ଏ କଥା ସ୍ପଷ୍ଟ ହେଇଗଲାଣି l ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି କାମ କରୁଛନ୍ତି, ଯାହା ଗଣତନ୍ତ୍ରରେ ଶୁଭଙ୍କର ନୁହେଁ ।"

ଇଟିଭି ଭାରତ, ଭୁବନେଶ୍ବର