ETV Bharat / state

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ସସ୍ମିତ ପାତ୍ର; ଓଡିଶାର ବୌଦ୍ଧ ଐତିହ୍ୟ ସ୍ଥଳଗୁଡିକୁ ଜାତୀୟ ବୌଦ୍ଧ ସର୍କିଟରେ ସାମିଲ କରିବାକୁ ଅନୁରୋଧ

ସାଂସଦ ଡ଼ଃ ସସ୍ମିତ ପାତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଭାରତର ଜାତୀୟ ବୌଦ୍ଧ ସର୍କିଟରେ ଓଡ଼ିଶାର ବୌଦ୍ଧ ଐତିହ୍ୟ ସ୍ଥଳଗୁଡ଼ିକୁ ସାମିଲ କରିବାକୁ ଅନୁରୋଧ କରିଛନ୍ତି । ରିପୋର୍ଟ: ଭବାନୀ ଶଙ୍କର ଦାସ

Rajya Sabha MP Sasmit Patra Meet Union Minister of Culture and Tourism
କେନ୍ଦ୍ରମନ୍ତ୍ରୀଙ୍କୁ ସାଂସଦ ସସ୍ମିତ ପାତ୍ରଙ୍କ ଦାବିପତ୍ର (ETV Bharat)
author img

By ETV Bharat Odisha Team

Published : May 28, 2026 at 7:32 AM IST

1 Min Read
Choose ETV Bharat

ଭୁବନେଶ୍ବର:ବିଜେଡିର ରାଜ୍ୟସଭା ସାଂସଦ ଡ଼ଃ ସସ୍ମିତ ପାତ୍ର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଭେଟିଛନ୍ତି । ଓଡିଶାର ସମୃଦ୍ଧ ବୌଦ୍ଧ ଐତିହ୍ୟ ସ୍ଥଳଗୁଡିକୁ କେନ୍ଦ୍ର ସରକାରଙ୍କ 'ଜାତୀୟ ବୌଦ୍ଧ ସର୍କିଟ୍' ଏବଂ ଆନୁସଙ୍ଗିକ ପର୍ଯ୍ୟଟନ ଯୋଜନାରେ ଆନୁଷ୍ଠାନିକ ଭାବରେ ସାମିଲ କରିବା ପାଇଁ ସସ୍ମିତ ଅନୁରୋଧ କରିଛନ୍ତି । ନୂଆଦିଲ୍ଲୀରେ ହୋଇଥିବା ଭେଟଘାଟ ଅବସରରେ ସସ୍ମିତ ଏକ ସବିଶେଷ ଦାବିପତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।


ସ୍ମାରକପତ୍ରରେ ଥିବା ମୁଖ୍ୟ ଦାବିଗୁଡିକ ମଧ୍ୟରେ ଓଡିଶାର ବୌଦ୍ଧ ପୀଠଗୁଡିକର ବିଶ୍ବସ୍ତରୀୟ ମହତ୍ତ୍ବ ଉପରେ ବିଶେଷ ଗୁରୁତ୍ବ ଦେଇଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ଯାହା ମଧ୍ୟରେ ହୀରକ ତ୍ରିଭୁଜ (ଡାଇମଣ୍ଡ ଟ୍ରାଙ୍ଗେଲ) ରତ୍ନଗିରି, ଉଦୟଗିରି, ଲଳିତଗିରିର ଐତିହାସିକ ତଥା ବିଶ୍ୱସ୍ତରୀୟ ଗୁରୁତ୍ଵ ଉପରେ ସେ ଉଲ୍ଲେଖ କରିଛନ୍ତି । ଯାହା ମିଳିତ ଭାବରେ ପୂର୍ବ ଭାରତର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବୌଦ୍ଧ ଧର୍ମ ଶିକ୍ଷାକେନ୍ଦ୍ରର ପ୍ରତିନିଧିତ୍ଵ କରେ । ମହାୟାନ, ବଜ୍ରାୟନ ଭଳି ବୌଦ୍ଧ ପରମ୍ପରାର କ୍ରମବିକାଶ ଓ ଦକ୍ଷିଣ ପୂର୍ବ ଏସିଆ ସହ ପ୍ରାଚୀନ କଳିଙ୍ଗର ସାମୁଦ୍ରିକ ସମ୍ପର୍କକୁ ପ୍ରତିନିଧିତ୍ବ କରେ ଏହି ହୀରକ ତ୍ରିଭୂଜ ।

Rajya Sabha MP Sasmit Patra Meet Union Minister of Culture and Tourism
କେନ୍ଦ୍ରମନ୍ତ୍ରୀଙ୍କୁ ସାଂସଦ ସସ୍ମିତ ପାତ୍ରଙ୍କ ଦାବିପତ୍ର (ETV Bharat)



ଏପରିକି ସଂସ୍କୃତି ସଂରକ୍ଷଣରେ ଏହାର ଗୁରୁତ୍ଵକୁ ଦେଖି ବର୍ତ୍ତମାନ ଏହାକୁ ୟୁନେସ୍କୋ ହେରିଟେଜ ସମ୍ଭାବ୍ୟ ତାଲିକାରେ ସ୍ଥାନିତ କରାଯାଇଛି । ଏହା ବ୍ୟତୀତ ଧଉଳି, ଯାହା କଳିଙ୍ଗ ଯୁଦ୍ଧ ପରେ ସମ୍ରାଟ ଅଶୋକଙ୍କ ହୃଦୟ ପରିବର୍ତ୍ତନର ମୂଳସାକ୍ଷୀ । ପ୍ରାଚୀନ ପୁଷ୍ପଗିରି ମହାବିହାର ସହ ଜଡିତ ସ୍ଥଳ ଲାଙ୍ଗୁଡିର ରକ୍ଷଣାବେକ୍ଷଣ ଓ ଉନ୍ନତିକୁ ନେଇ ମଧ୍ୟ ସସ୍ମିତ ପାତ୍ର ପ୍ରସ୍ତାବିତ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଓଡିଶାର ସମନ୍ବିତ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ, ଆନ୍ତର୍ଜାତୀୟ ପ୍ରଚାର-ପ୍ରସାର ଓ ୟୁନେସ୍କୋ ବିଶ୍ଵ ଐତିହ୍ୟ ମାନ୍ୟତା ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବାକୁ ସସ୍ମିତ କେନ୍ଦ୍ର ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି ।

Rajya Sabha MP Sasmit Patra Meet Union Minister of Culture and Tourism
କେନ୍ଦ୍ରମନ୍ତ୍ରୀଙ୍କୁ ସାଂସଦ ସସ୍ମିତ ପାତ୍ରଙ୍କ ଦାବିପତ୍ର (ETV Bharat)



ସସ୍ମିତଙ୍କ ମତରେ ଜାତୀୟ ବୌଦ୍ଧ ପର୍ଯ୍ୟଟନ ରୂପରେଖରେ ଓଡିଶାକୁ ସାମିଲ କରିବା ଦ୍ଵାରା ଭାରତର ସାଂସ୍କୃତି କୂଟନୀତି ମଜବୁତ ହେବ, ଆକ୍ଟ ଇଷ୍ଟ ପଲିସି ଅଧିକ ସମୃଦ୍ଧ ହେବ । ସମଗ୍ର ଦେଶରେ ଏକ ସନ୍ତୁଳିତ ଐତିହ୍ୟ ପର୍ଯ୍ୟଟନ ବିକାଶକୁ ପ୍ରୋତ୍ସାହନ ମିଳିବ । କେନ୍ଦ୍ରମନ୍ତ୍ରୀ ମଧ୍ୟ ଏ ବିଷୟରେ ସବିଶେଷ ଅନୁଧ୍ୟାନ କରାଯାଇ ଯଥୋଚ୍ଚିତ ପଦକ୍ଷେପ ନିଆଯିବା ନେଇ ଆଶ୍ୱାସନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...

ପୂର୍ତ୍ତ ମନ୍ତ୍ରୀଙ୍କ ଚରମବାଣୀ ! ନିର୍ମାଣରେ ଗୁଣବତ୍ତା ବଜାୟ ରଖି ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କର

ଗୋଟିଏ ରଙ୍ଗରେ ଝଲସିବ ବଡଦାଣ୍ଡର ସବୁ କୋଠାଘର; ରଥଯାତ୍ରା ପୂର୍ବରୁ ଶେଷ ହେବ କାର୍ଯ୍ୟ, ବିରୋଧ କଲେ ବରିଷ୍ଠ ସେବାୟତ

ଇଟିଭି ଭାରତ, ଭୁବନେଶ୍ବର