ETV Bharat / state

ମୁଣ୍ଡରେ ଧାନ ବସ୍ତା ରଖି ବିଜେଡିର ବିକ୍ଷୋଭ ପ୍ରଦର୍ଶନ

ବିଜେଡିର ଏହି ପ୍ରତିବାଦ ସଭାରେ ଜିଲ୍ଲାର ବହୁ ନେତୃତ୍ଵ ସାମିଲ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

ମୁଣ୍ଡରେ ଧାନ ବସ୍ତା ରଖି ବିଜେଡିର ବିକ୍ଷୋଭ ପ୍ରଦର୍ଶନ
ମୁଣ୍ଡରେ ଧାନ ବସ୍ତା ରଖି ବିଜେଡିର ବିକ୍ଷୋଭ ପ୍ରଦର୍ଶନ (ETV BHARAT ODISHA)
author img

By ETV Bharat Odisha Team

Published : February 17, 2026 at 11:17 PM IST

2 Min Read
Choose ETV Bharat

ନିମାପଡ଼ା: ଚାଷୀ ବିକ୍ଷୋଭ ନାମରେ ନିମାପଡ଼ାରେ ଶକ୍ତି ପ୍ରଦର୍ଶନ କଲା ବିଜେଡି । ମୁଣ୍ଡରେ ଧାନ ବସ୍ତା ରଖି ବିକ୍ଷୋଭ ପ୍ରଦର୍ଶନ କଲା ବିଜେଡି । ନିମାପଡ଼ା ବସ୍ ଷ୍ଟାଣ୍ଡଠାରୁ ବିଜେଡିର ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ବିଜେଡିକର୍ମୀ ଓ ଚାଷୀ । ସରକାର ଚାଷୀକୁ ପ୍ରତାରଣା କରୁଛି, ଅସ୍ମିତା ନାମରେ ରାଜ୍ୟ ବାସୀଙ୍କୁ ଭଣ୍ଡାଇଛି, ୧୯ ମାସ ମଧ୍ୟରେ ସରକାର କେବଳ ରଙ୍ଗ ପରିବର୍ତ୍ତନ କରିଛନ୍ତି ବୋଲି ଉମା କହିଥିବା ବେଳେ ଚାବି କୁଆଡ଼େଗଲା କହୁଥିବା ସରକାରଙ୍କ ଚାବି କେଉଁଠି ଅଛି ବୋଲି ପିପିଲିର ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ମୁଣ୍ଡରେ ଧାନ ବସ୍ତା ରଖି ବିଜେଡିର ବିକ୍ଷୋଭ ପ୍ରଦର୍ଶନ (ETV BHARAT ODISHA)

ନିମାପଡ଼ାର ଗଳି କନ୍ଦିରେ ସୋସିଆଲ ମିଡିଆରେ ଭାଇରାଲ କରୁଥିବା ସମାଜସେବୀ ବାବୁଙ୍କୁ କ'ଣ ସରକାରଙ୍କ କାମ ଦେଖା ଯାଉ ନାହିଁ ବୋଲି ପ୍ରଶ୍ନ କରି ସରକାରଙ୍କ ଚାଷୀ ମାରଣ ନୀତି ଅବଲମ୍ବନ କରୁଛି ବୋଲି କହିଛନ୍ତି । ଅନ୍ୟପଟେ ବିଜେଡି ରାଜ୍ୟ ନେତୃତ୍ଵ ସଂଜୟ କୁମାର ଦାସବର୍ମା ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବିଜେଡି ନେତା ସୁବ୍ରତ ଚ୍ଛାଟୋଇ, ପୁରୀ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ କସ୍ତୁରୀ ବାଳା ସ୍ୱାଇଁ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହିତ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ଆସନ୍ତା ୨୪ ତାରିଖରେ ବିଜେଡି ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଚେତାବନୀ ଦେଇଛନ୍ତି । ବିଜେଡିର ଏହି ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ସଭାରେ ଜିଲ୍ଲାର ବହୁ ନେତୃତ୍ଵ ଏଥିରେ ସାମିଲ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ମୁଣ୍ଡରେ ଧାନ ବସ୍ତା ରଖି ବିଜେଡିର ବିକ୍ଷୋଭ ପ୍ରଦର୍ଶନ
ମୁଣ୍ଡରେ ଧାନ ବସ୍ତା ରଖି ବିଜେଡିର ବିକ୍ଷୋଭ ପ୍ରଦର୍ଶନ (ETV BHARAT ODISHA)

ବିଜେପି ସରକାର ବିରୁଦ୍ଧରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ ବିଜେପି ସରକାରର ଚାଷୀ ମାରଣ ନୀତି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ପ୍ରତିଶ୍ରୁତି ଖିଲାପି ବିରୁଦ୍ଧରେ ବିଜୁ ଜନତା ଦଳ ପକ୍ଷରୁ ନିମାପଡ଼ାରେ ଆଜି ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନିର୍ବାଚନ ସମୟରେ ଶାସନଗାଦିକୁ ଅକ୍ତିଆର କରିବା ନିମନ୍ତେ ବିଜେଡି ସରକାରଙ୍କ ବିରୁଦ୍ଧରେ ମିଥ୍ୟା ପ୍ରରୋଚନା କରି ବିଜେପି ନିରୀହ ଜନତାଙ୍କୁ ଭୁଆଁ ବୁଲାଇ ଅସଂଖ୍ୟ ମିଥ୍ୟା ପ୍ରଲୋଭନ ଦେଖାଇଥିଲା । ନିର୍ବାଚନ ପରେ ସାଧାରଣ ଜନତା ବିଜେପି ସରକାରର ଅସଲରୂପ ରୂପ ଜାଣିପାରିଛନ୍ତି । ବିକାଶ ନାମରେ କର୍ମୀପୋଷା ନୀତି ଚାଲିଛି । ବିଜେଡି ଏହାକୁ କେବେ ବି ବରଦାସ୍ତ କରିବନାହିଁ ବୋଲି ବିଜେଡି ନେତା ସୁବ୍ରତ ଛାଟୋଇ କହିଛନ୍ତି ।

ନିମାପଡ଼ା ବସ୍ ଷ୍ଟାଣ୍ଡଠାରୁ ବିଜେଡିର ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ବିଜେଡିକର୍ମୀ ଓ ଚାଷୀ ।
ନିମାପଡ଼ା ବସ୍ ଷ୍ଟାଣ୍ଡଠାରୁ ବିଜେଡିର ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ବିଜେଡିକର୍ମୀ ଓ ଚାଷୀ । (ETV BHARAT ODISHA)


ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ସରକାରର ପ୍ରତିଶୃତି ପାଣିରଗାର ସଦୃଶ ହୋଇଛି। ବସଷ୍ଟାଣ୍ଡ ଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ଜୟଶ୍ରୀ ଛକ, ପୁରୁଣା ବସଷ୍ଟାଣ୍ଡ, ଦୋଳବେଦୀ ଛକଦେଇ ବଡ଼ବଜାର ଅତିକ୍ରମ କରି ସରକାରଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିବାପରେ ଟାଉନହଲ ଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ଚାଷୀ ବିକ୍ଷୋଭ ନାମରେ ନିମାପଡ଼ାରେ ଶକ୍ତି ପ୍ରଦର୍ଶନ କଲା ବିଜେଡି ।
ଚାଷୀ ବିକ୍ଷୋଭ ନାମରେ ନିମାପଡ଼ାରେ ଶକ୍ତି ପ୍ରଦର୍ଶନ କଲା ବିଜେଡି । (ETV BHARAT ODISHA)

ଏହା ମଧ୍ୟ ପଢ଼ନ୍ତୁ- ଚାଷୀ ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ବିଜେଡିର ପ୍ରତିବାଦ ଶୋଭାଯାତ୍ରା

ଏହା ମଧ୍ୟ ପଢ଼ନ୍ତୁ- ମେଟ୍ରୋ ରାଜନୀତି: ମେୟରଙ୍କ ସହ ସ୍ବର ମିଶାଇଲେ ସୋଫିଆ, ବିଜେପି କହିଲା ‘ଏବେ ବି ଆଶା ଅଛି’

ଇଟିଭି ଭାରତ, ନିମାପଡ଼ା