ETV Bharat / state

ତୃଣମୂଳରେ ଛିଡୁଛି ବିଜେଡି; ବିଜେପିରେ ସାମିଲ ହେଲେ ସୁନାବେଢ଼ା ପୌରଧ୍ୟକ୍ଷ

କୋରାପୁଟ ଜିଲ୍ଲାରେ ବଳ ଗୋଟାଉଛି ବିଜେପି । ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ସୁନାବେଢ଼ା ପୌରଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ପାତ୍ର ।

BJD leaders joining BJP
ବିଜେପିର ମିଶ୍ରଣ ପର୍ବ (ETV Bharat Odisha)
author img

By ETV Bharat Odisha Team

Published : February 24, 2026 at 9:12 AM IST

2 Min Read
Choose ETV Bharat

ଭୁବନେଶ୍ବର: ସାଧାରଣ ନିର୍ବାଚନ ପରେ ବିଜେଡିରେ ବିଦ୍ରୋହ ଲାଗି ରହିଛି । ଫଳରେ ଜଣକ ପରେ ଜଣେ ନେତା ଦଳ ଛାଡୁଛନ୍ତି । ବିଜେଡ଼ିର ତୃଣମୂଳ ସଂଗଠନ ଦୁର୍ବଳ ହେବା ସହ ସଶକ୍ତ ହେବାରେ ଲାଗିଛି ବିଜେପି । ଏହି କ୍ରମରେ ଗତକାଲି (ସୋମବାର) ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି କୋରାପୁଟ ଜିଲ୍ଲା ସୁନାବେଢ଼ା ପୌରଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ପାତ୍ର । ସୁନାବେଢ଼ା ପୌର ପରିଷଦର ୫ ଜଣ କାଉନ୍ସିଲରଙ୍କ ସମେତ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବହୁ ୱାର୍ଡ ସଭ୍ୟ, ପୂର୍ବତନ ସରପଞ୍ଚ, ପୂର୍ବଚନ ନାଏବ ସରପଞ୍ଚ, ବରିଷ୍ଠ ନେତା ନିଜ ନିଜ ସମର୍ଥକଙ୍କ ସହ ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଲୋକାଭିମୁଖୀ ବଜେଟ ଓ ଜନକଲ୍ୟାଣକାରୀ କାର୍ଯ୍ୟ ଯୋଗୁଁ ବିଜେପି ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିଚାଲିଛି ବୋଲି କହିଛନ୍ତି ବିଜେପି ସଭାପତି ମନମୋହନ ସାମଲ ।

BJD leaders joining BJP
ବିଜେପିର ମିଶ୍ରଣ ପର୍ବ (ETV Bharat Odisha)

ରାଜ୍ୟ ବିଜେପି କାର୍ଯ୍ୟାଳୟରେ କୋରାପୁଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନାବେଢ଼ା ପୌରପାଳିକାର ଅଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ପାତ୍ର ବିଜେଡି ଛାଡ଼ି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସୁନାବେଡା ପୈାରପାଳିକାର କାଉନ୍ସିଲର ସୁରେନ୍ଦ୍ର ସେଠୀ, ଗଜେନ୍ଦ୍ର ମାଝୀ, ସ୍ୱରୁପ ପଟ୍ଟନାୟକ ବିଜେଡି ଛାଡ଼ି ଏବଂ ମମତା କୁମାରୀ ଖୋରା ଓ ଅଳକା ଲେଙ୍କା କଂଗ୍ରେସ ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ସୁନାବେଡାର ବରିଷ୍ଠ ବିଜେଡି ନେତା ମନୋଜ ସେନାପତି, ଇନ୍ଦ୍ରାମଣି ନାୟକ, ଗୋଦାବରୀଶ ବେହେରା, ସତ୍ୟବ୍ରତ ପ୍ରଧାନ, ସନ୍ତୋଷ କୁମାର ପରିଡ଼ା, କେ. ସନ୍ତୋଷ କୁମାର, ଅନୁଜ ସାମଲ, ଜିତୁ କୁମାର ସିଓ, ଦ୍ୱିତୀକୃଷ୍ଣା ସାହୁ ପ୍ରମୁଖଙ୍କ ସମେତ ଶତାଧିକ ନେତା ଓ କର୍ମୀ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି ।

BJD leaders joining BJP
ବିଜେପିର ମିଶ୍ରଣ ପର୍ବ (ETV Bharat Odisha)


ସେହିପରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପିପଲାପୋଡ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଂଚ ନମୋ ମାଣ୍ଡିଙ୍ଗା, ପୂର୍ବତନ ନାଏବ ସରପଂଚ ରାଉତ ମିନିଆକା, ୱାର୍ଡ ମେମ୍ବର ଗୋପି ମାଣ୍ଡିଙ୍ଗା, ନରି କୁଲସିକା, ଚାଚିର କୁଲସିକା, ମଟିଆ ମାଣ୍ଡିଙ୍ଗା, ଆରିଆ ମାଣ୍ଡିଙ୍ଗା, ଅର୍ଚ୍ଚିତା ମାଣ୍ଡିଙ୍ଗା, ବିନୋଦ ମିନିଆକାଙ୍କ ସହ ଲକ୍ଷ୍ମୀପୁର ପଂଚାୟତ ବିଜେଡି ସଭାପତି ପାତ୍ର ପିଲାନ୍ତି, ସମ୍ପାଦକ ହେମାଳୟ ହାଲୱା, କୁଟିଙ୍ଗା ପଂଚାୟତ ସଭାପତି ସମୀର ବିିଦିକା ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ନନ୍ଦୁ କୁଲସିକା, ନିରଞ୍ଜନ ମାଣ୍ଡିଙ୍ଗା, ଗୋଡା ମାଣ୍ଡିଙ୍ଗା, ବିଷ୍ମ ଖୋରା, କବିର ଦାନଗିରି ପ୍ରମୁଖ ବିଜେଡି କର୍ମୀଙ୍କ ସମେତ କଂଗ୍ରେସ କର୍ମୀ ଜୁମ୍ବ୍ରା କୁଲସିକା, ଦିଉ ମାଣ୍ଡିଙ୍ଗା ନିଜ ନିଜ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି ।

BJD leaders joining BJP
ବିଜେପିର ମିଶ୍ରଣ ପର୍ବ (ETV Bharat Odisha)

ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଉତ୍ତରୀୟ ପ୍ରଦାନ କରି ଓ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଛନ୍ତି । ସାଂସଦ ବିଭୁପ୍ରସାଦ ତରାଇ, କୋରାପୁଟ ବିଧାୟକ ରଘୁରାମ ମାଛ, ରାଜ୍ୟ ସମ୍ପାଦକ ସରୋଜ କର, କୋରାପୁଟ ଜିଲ୍ଲା ସଭାପତି ଶିବ ମୁଦୁଲି, ବରିଷ୍ଠ ନେତା ସୁମନ୍ତ କୁମାର ପ୍ରଧାନ, କୈଳାସ ଚନ୍ଦ୍ର କୁଲେସିକା ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ୨୧ ରାଜ୍ୟରେ ବିଜେପି ଏବଂ ଏନଡିଏ ସରକାର ଅଛି । ସାଂସଦ, ବିଧାୟକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରତିନିଧି ପର୍ଯ୍ୟନ୍ତ ସବୁଠି ବିଜେପି ଏକ ତରଫା ଭାବେ ଭାରତବର୍ଷରେ ଆଦୃତ ହୋଇଛି । ସଂକଳ୍ପପତ୍ରରେ ବିଜେପି ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା, ତାହା ସବୁ ପୂରଣ କରିଚାଲିଛି । ଚଳିତ ଥର ଉଭୟ କେନ୍ଦ୍ର ଓ ରାଜ୍ୟ ବଜେଟ ବେଶ ଜନାଦୃତ ହୋଇଛି ।"

BJD leaders joining BJP
ବିଜେପିର ମିଶ୍ରଣ ପର୍ବ (ETV Bharat Odisha)

ସେ ଆହୁରି ମଧ୍ୟ କହିଛନ୍ତି, "ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଢିବା ପାଇଁ ଏହି ବଜେଟରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି । କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଗମନାଗମନଠାରୁ ଆରମ୍ଭ କରି ଭିତିଭୂମିର ବିକାଶ କରିବା ପାଇଁ ବଜେଟ୍‌ରେ ପ୍ରାବଧାନ ରହିଛି । ସବୁ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀର ଲୋକେ ଏହି ବଜେଟ ଦ୍ୱାରା ଲାଭାନ୍ୱିତ ହେବେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଲୋକାଭିମୁଖୀ କାର୍ଯ୍ୟ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ୁଥିବାରୁ ବିଜେପିରେ ଯୋଗଦାନ ବଢ଼ି ଚାଲିଛି । ବିଜେପିର ବିଚାରଧାରାରେ ଅନୁପ୍ରାଣିତ ଓ ଡବଲ ଇଞ୍ଜିନ ସରକାରଙ୍କ ଜନହିତକାରୀ, ଗରିବ କଲ୍ୟାଣକାରୀ, ଜନକଲ୍ୟାଣକାରୀ, ସର୍ବବ୍ୟାପି, ସର୍ବସ୍ପର୍ଶୀ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ସୁନାବେଢ଼ା ପୌରପାଳିକା ଓ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜ୍‌ବୁତ ହୋଇଛି ।"

ଏହା ମଧ୍ୟ ପଢନ୍ତୁ... ଚାଷୀ ମାରଣ ନୀତି ! କାଲି ବିଜେଡିର ବିଶାଳ ବିକ୍ଷୋଭ, ସାମିଲ ହେବେ ନବୀନ, ରାଜସ୍ୱ ମନ୍ତ୍ରୀ କହିଲେ ଆଲୋଚନାକୁ ଆସନ୍ତୁ

ଏହା ମଧ୍ୟ ପଢନ୍ତୁ...Odisha Budget 2026: ମହିଳା ସଶକ୍ତିକରଣ ଖାଲି ନାଁକୁ ହେଲେ ବାସ୍ତବ ଉପଲବ୍ଧି ଶୂନ; ବିରୋଧୀ

ଇଟିଭି ଭାରତ, ଭୁବନେଶ୍ବର