ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ISO 9001:2015 ପ୍ରମାଣପତ୍ର
ବିମାନବନ୍ଦରର ଗୁଣାତ୍ମକ ପରିଚାଳନା ବ୍ୟବସ୍ଥାକୁ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ସ୍ୱୀକୃତି ମିଳିବା ଏହାର ସେବା ଗୁଣବତ୍ତା, କାର୍ଯ୍ୟଦକ୍ଷତା, ଯାତ୍ରୀକୈନ୍ଦ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ । ରିପୋର୍ଟ: ମୀନତି ସିଂହ


Published : September 2, 2026 at 10:35 PM IST
BPIA gets ISO 9001: 2015 & ISO 14001:2015 certifications, ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA)କୁ ISO 9001:2015 ପ୍ରମାଣପତ୍ର ମିଳିଛି । ବିମାନବନ୍ଦରର ଗୁଣାତ୍ମକ ପରିଚାଳନା ବ୍ୟବସ୍ଥାକୁ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ସ୍ୱୀକୃତି ମିଳିବା ଏହାର ସେବା ଗୁଣବତ୍ତା, କାର୍ଯ୍ୟଦକ୍ଷତା ଓ ଯାତ୍ରୀକୈନ୍ଦ୍ରିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ।
"ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ୱର ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ । ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ସମ୍ମାନଜନକ ISO 9001:2015 ଏବଂ ISO 14001:2015 ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହା ଗୁଣବତ୍ତା, ପରିଚାଳନାଗତ ଉତ୍କର୍ଷ, ପରିବେଶ ପ୍ରତି ଦାୟିତ୍ୱବୋଧ ଏବଂ ସ୍ଥାୟୀ ବିମାନବନ୍ଦର ପରିଚାଳନା ପ୍ରତି ଆମର ପ୍ରତିବଦ୍ଧତାକୁ ପୁନଃପ୍ରମାଣିତ କରୁଛି,” ବୋଲି ବିଜୁ ପଟ୍ଟନାୟକ ବିମାନବନ୍ଦର କର୍ତ୍ତୃପକ୍ଷ ବୁଧବାର ‘ଏକ୍ସ’ରେ ଏକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ସହିତ ୨୦୨୫-୨୬ ଆର୍ଥିକ ବର୍ଷରେ BPIA ପ୍ରାୟ ୫୧ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇଛି । ୨୦୧୪-୧୫ରେ ଏହି ସଂଖ୍ୟା ପ୍ରାୟ ୧୪ ଲକ୍ଷ ଥିଲା । ଅର୍ଥାତ୍ ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ବିମାନବନ୍ଦରର ଯାତ୍ରୀ ଭିଡ଼ ୩ ଗୁଣରୁ ଅଧିକ ବୃଦ୍ଧି ପାଇଛି । ଏପରିକି ୨୦୨୫ କ୍ୟାଲେଣ୍ଡର ବର୍ଷରେ ବିମାନବନ୍ଦର ପ୍ରଥମ ଥର ପାଇଁ ୫୦ ଲକ୍ଷରୁ ଅଧିକ ବାର୍ଷିକ ଯାତ୍ରୀ ଯାତାୟାତ ରେକର୍ଡ କରିଥିଲା, ଯାହା ଏହାର ସର୍ବକାଳୀନ ରେକର୍ଡ ଥିଲା ।


ଏହା ମଧ୍ୟ ପଢ଼ନ୍ତୁ: ଉଚ୍ଚ ଅଟ୍ଟାଳିକା ପାଇଁ ବଢ଼ିଲା ବିମାନ ବିପଦ! ଭୁବନେଶ୍ୱର ବିମାନ ବନ୍ଦରରୁ ପାଇଲଟଙ୍କୁ ସତର୍କ ବାର୍ତ୍ତା
ଏହା ମଧ୍ୟ ପଢ଼ନ୍ତୁ: ଭୁବନେଶ୍ବର ବିମାନ ବନ୍ଦରରେ ଆରମ୍ଭ ହେବ ପାରାଲାଲ ଟାକ୍ସି ଟ୍ରାକ, ଏଣିକି ଘଣ୍ଟାକୁ ଉଡିବ 24ଟି ବିମାନ
ଇଟିଭି ଭାରତ, ଭୁବନେଶ୍ବର

