ETV Bharat / state

ସମ୍ପ୍ରସାରଣ ହେଲା ବିଜେଡି ସଂଗଠନ; ଉପସଭାପତି ହେଲେ ରଘୁନାଥ ମହାନ୍ତି, ଜୀବନ ବରିଷ୍ଠ ସାଧାରଣ ସମ୍ପାଦକ

ନିଷ୍କ୍ରିୟ ନେତାଙ୍କୁ ପୁନର୍ବାର ଭରସା କରି ସାଙ୍ଗଠନିକ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆ ନିଯୁକ୍ତ ହେଲେ ରାଜ୍ୟ ଉପସଭାପତି ଏବଂ ଜିଲ୍ଲା ସଭାପତି। ରିପୋର୍ଟ- ଭବାନୀ ଶଙ୍କର ଦାସ

Biju Janata Dal appoints District Presidents District Working Presidents and State Office Bearers
ସମ୍ପ୍ରସାରଣ ହେଲା ବିଜେଡି ସଂଗଠନ (ETV Bharat Odisha)
author img

By ETV Bharat Odisha Team

Published : May 5, 2026 at 9:41 PM IST

3 Min Read
Choose ETV Bharat

ଭୁବନେଶ୍ବର: ସମ୍ପ୍ରସାରଣ ହୋଇଛି ବିଜୁ ଜନତା ଦଳର ରାଜ୍ୟ, ଜିଲ୍ଲା ଓ ଛାମୁଆ ସଂଗଠନ । ଦଳର ଉପସଭାପତି ହୋଇଛନ୍ତି ନିକଟରେ ବିଜେଡିକୁ ଫେରିଥିବା ରଘୁନାଥ ମହାନ୍ତି । ଦଳ ରଘୁନାଥଙ୍କୁ ଉପସଭାପତି କରିଛି । ସେହିପରି ନିକଟରେ ବିଜେଡିକୁ ଫେରିଥିବା ବାଲେଶ୍ଵର ସଦରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ୱ ଦେଇଛି ଦଳ । ଦଳରେ ସାମିଲ ହୋଇଥିବା ନେତାଙ୍କୁ ଦାଇତ୍ୱ ଦେବା ସହ ନିଷ୍କ୍ରିୟ ନେତାଙ୍କୁ ପୁନର୍ବାର ଭରସା କରି ସଂଗଠନକୁ ଆଣିଛନ୍ତି ବିଜେଡି ସୁପ୍ରିମୋ ।

Biju Janata Dal appoints District Presidents District Working Presidents and State Office Bearers
ସମ୍ପ୍ରସାରଣ ହେଲା ବିଜେଡି ସଂଗଠନ (ETV Bharat Odisha)

ଟ୍ରାକକୁ ଫେରିବା ପାଇଁ ବିଜେଡିର ପ୍ରୟାସ :
ବିଜେଡି ସଂଗଠନର ପୁନର୍ବିନ୍ୟାସ ଚାଲିଛି । ଏହି କ୍ରମରେ ଆଜି ବିଜେଡି ସଭାପତି ଦଳର ଉପସଭାପତି, ବରିଷ୍ଠ ସାଧାରଣ ସମ୍ପାଦକ, ସାଧାରଣ ସମ୍ପାଦକ, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ ଜିଲ୍ଲା ଏବଂ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି । ବିଜେଡି ସଂଗଠନରେ ହୋଇଥିବା ସମ୍ପ୍ରସାରଣରେ 5 ବରିଷ୍ଠ ସାଧାରଣ ସମ୍ପାଦକ, 27 ଜଣ ସାଧାରଣ ସମ୍ପାଦକ, 45 ସମ୍ପାଦକ, 11 ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ସେହିପରି ବଳକା ରହିଥିବା ଜିଲ୍ଲା ସଭାପତି, କାର୍ଯ୍ୟକାରୀ ସଭାପତି, ଯୁବ ଓ ଛାତ୍ର ବିଜେଡିର ସଭାପତିଙ୍କୁ ନିଯୁକ୍ତି ମିଳିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ହସ୍ତାକ୍ଷର ପ୍ରକାଶ ପାଇଥିବା ତାଲିକାରେ ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ, ବର୍ତ୍ତମାନର ବିଧାୟକ ରହିଛନ୍ତି ।

Biju Janata Dal appoints District Presidents District Working Presidents and State Office Bearers
ସମ୍ପ୍ରସାରଣ ହେଲା ବିଜେଡି ସଂଗଠନ (ETV Bharat Odisha)

ରଘୁନାଥ ଓ ଜୀବନଙ୍କୁ ବଡ଼ ଦାୟିତ୍ୱ:

ମାର୍ଚ୍ଚ 25ରେ ବିଜେଡିକୁ ଫେରିଛନ୍ତି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ରଘୁନାଥଙ୍କୁ ଦଳ ସମ୍ମାନର ସହ ଗ୍ରହଣ କରି ବର୍ତ୍ତମାନ ଉପସଭାପତି ଭାବେ ନିଯୁକ୍ତି ଦେଇଛି । ସେହିପରି ଦଳ ଫେରନ୍ତା ଜୀବନ ପ୍ରଦୀପ ଦାସଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନବୀନ ନିଯୁକ୍ତି ଦେଇଛନ୍ତି । ଉଭୟ ଏଥିପାଇଁ ବିଜେଡି ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଜୀବନ କହିଛନ୍ତି, "ମୋ ଉପରେ ଭରସା କରି ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ୱ ପ୍ରଦାନ କରି ଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି । ଆଗାମୀ ଦିନରେ ଦଳର ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ମିଳିତ ପ୍ରୟାସ କରିବୁ ।" ଜୀବନଙ୍କ ସହ ଆଉ 4 ଜଣ ବରିଷ୍ଠ ନେତାଙ୍କୁ ଦଳ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଦେଇଛି । ସେମାନେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ, ସାନନ୍ଦ ମରାଣ୍ଡି, ଚନ୍ଦ୍ର ସାରଥୀ ବେହେରା, ରମାରଞ୍ଜନ ବଳିଆରସିଂ ।

Biju Janata Dal appoints District Presidents District Working Presidents and State Office Bearers
ସମ୍ପ୍ରସାରଣ ହେଲା ବିଜେଡି ସଂଗଠନ (ETV Bharat Odisha)
ବିଧାୟକଙ୍କୁ ଦାୟିତ୍ୱ: ସାଧାରଣ ସମ୍ପାଦକ ହୋଇଛନ୍ତି ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ବେଗୁନିଆ ବିଧାୟକ ପ୍ରଦୀପ ସାହୁ, ଯାଜପୁର ବିଧାୟିକା ସୁଜାତା ସାହୁ, ନର୍ଲା ବିଧାୟିକା ମନୋରମା ମହାନ୍ତି, ସୋର ବିଧାୟକ ମାଧବ ଧଡ୍ଡା, ଗଜପତି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ପୁରୀ ବିଧାୟକ ସୁନୀଲ ମହାନ୍ତି, ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବିରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ । ସେହିପରି ପୂର୍ବତନ ବିଧାୟକ ଓ 2024 ନିର୍ବାଚନରେ ସାଂସଦ ଓ ବିଧାୟକ ପ୍ରାର୍ଥୀ ହୋଇଥିବା ନେତାଙ୍କୁ ଦଳ ସାଧାରଣ ସମ୍ପାଦକ କରିଛି । ସେମାନେ ହେଉଛନ୍ତି ରୁଦ୍ର ପ୍ରତାପ ମହାରଥୀ, ଧନୁର୍ଜୟ ସିଦ୍ଦୁ, ପ୍ରମୋଦ ସାମଲ, କାଶୀନାଥ ହେମ୍ବ୍ରମ, ବିଷ୍ଣୁବ୍ରତ ରାଉତରାୟ, ଅବିନାଶ ସାମଲ, ଈଶ୍ୱର ପାଣିଗ୍ରାହୀ ଓ ବିପ୍ଳବ ପତ୍ର ।
Biju Janata Dal appoints District Presidents District Working Presidents and State Office Bearers
ସମ୍ପ୍ରସାରଣ ହେଲା ବିଜେଡି ସଂଗଠନ (ETV Bharat Odisha)

ସେହିପରି ଦଳ ଗୋବର୍ଦ୍ଧନ ଦାସ, ମହମ୍ମଦ ସକିଲ, ସୁବାସ ଚନ୍ଦ୍ର ପାତ୍ର, ଜଗଦୀଶ ପାତ୍ର, ସୁରେନ୍ଦ୍ର ମହାପାତ୍ର, ଜଗବନ୍ଧୁ ଦାସ, ଶିଶିର ପରିଜା, ପ୍ରଶାନ୍ତ ନାୟକ, ଅମୀୟ ଦାସ ପ୍ରମୁଖ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ଦଳର ସମ୍ପାଦକ ହୋଇଛନ୍ତି ଦେବାଶିଷ ମହାନ୍ତି, ସୁନୀଲ କୁମାର ଦାସ, ରାଜେଶ ପ୍ରଧାନ, ସୁବ୍ରମଣ୍ୟମ ମହାନ୍ତି, ଦୁର୍ଗା ତ୍ରିପାଠୀ, ଅଭିମନ୍ୟୁ କୌଶଳ, ମିତୁ ଦାସ, କୈଳାସ ମୁଖୀ, ସୌମିତ ମିତ୍ର, ଆଦିତ୍ୟ ନନ୍ଦ, ତନ୍ମୟ ସ୍ୱାଇଁ, ପ୍ରତାପ ମହାନ୍ତି, ବୈକୁଣ୍ଠ ନାୟକ, ମୁକୁନ୍ଦ ଗୋୖଡ, କାଳିପ୍ରସାଦ ମିଶ୍ର, ଜିତେନ୍ଦ୍ର ମହାନ୍ତି, ଦୁର୍ଗା ସାମନ୍ତରାୟ, ଆର.ମୁରଲୀ ରାଓ, ସନ୍ତୋଷ ବେଜ, ଅଶୋକ ପାଟ୍ଟଯୋଶୀ, ଭଗବାନ ପଣ୍ଡା, ସୋଲାର ମିଶ୍ର, ଲକ୍ଷ୍ମଣ ମେହେର, ପ୍ରଭାସ ପାଣିଗ୍ରାହୀ, ବିପ୍ଳବ ଜେନା, ମୁରଲୀଧର ବେହେରା, ପ୍ରଦୀପ ମହାନ୍ତି, ପୃଥ୍ୱୀରାଜ ସାହୁ ସମ୍ପାଦକ ହୋଇଛନ୍ତି ।

Biju Janata Dal appoints District Presidents District Working Presidents and State Office Bearers
ସମ୍ପ୍ରସାରଣ ହେଲା ବିଜେଡି ସଂଗଠନ (ETV Bharat Odisha)
Biju Janata Dal appoints District Presidents District Working Presidents and State Office Bearers
ସମ୍ପ୍ରସାରଣ ହେଲା ବିଜେଡି ସଂଗଠନ (ETV Bharat Odisha)

ସେହିପରି ଅଶୋକ ସାହୁ, ସତ୍ୟବ୍ରତ ଦାସ, ନାରାୟଣ ଲୋହା, ଲାଲ ବିକ୍ରମ ସିଂଦେଓ, ଜ୍ଞାନ ଗିରି ଗୌସ୍ୱାମୀ, ରତିକାନ୍ତ ରାଉତ, ପ୍ରଦୀପ୍ତ ଖୁଣ୍ଟିଆ, ଚିରଞ୍ଜୟ ସାହୁ, ଦେବାଶିଷ ଆଚାର୍ଯ୍ୟ, ସନ୍ତୋଷ ପଟ୍ଟନାୟକ, ପ୍ରେମାନନ୍ଦ ବେହେରା, ଦୀପକ ମଦ୍ଦୁଆଲ, ସତ୍ୟଜିତ ମିଶ୍ର, ଶିବ ଶଙ୍କର ସାମନ୍ତରାୟ, ସଞ୍ଜୟ ସେଠୀ, ଦୀପ୍ତି ରଞ୍ଜନ କୁଅଁର, କମଳାକାନ୍ତ ମହାପାତ୍ର ମଧ୍ୟ ସମ୍ପାଦକ ଦାଇତ୍ୱରେ ରହିବେ । ଯୁଗ୍ମ ସମ୍ପାଦକ ନିଯୁକ୍ତ ହୋଇଛନ୍ତି ଜୟ ନାରାୟଣ ତ୍ରିପାଠୀ, କିଶୋର ନାୟକ, ଦିଲ୍ଲୀପ ସେନାପତି, ଜିତେନ୍ଦ୍ର କୁମାର, ମୁକୁନ୍ଦ ଦେବ ସାମଲ, ପ୍ରତାପ ରାଉତ, ସତ୍ୟଜିତ ଦାଶ, ମନୋରଞ୍ଜନ ମହାନ୍ତି, ରବି ଛୋଟରାୟ, ଏନ ଏମ୍ ରାଓ, ସରୋଜ ପ୍ରଧାନ ।

Biju Janata Dal appoints District Presidents District Working Presidents and State Office Bearers
ସମ୍ପ୍ରସାରଣ ହେଲା ବିଜେଡି ସଂଗଠନ (ETV Bharat Odisha)
Biju Janata Dal appoints District Presidents District Working Presidents and State Office Bearers
ସମ୍ପ୍ରସାରଣ ହେଲା ବିଜେଡି ସଂଗଠନ (ETV Bharat Odisha)

ଜିଲ୍ଲା ବିଜେଡି ସଭାପତି ନିଯୁକ୍ତ :

ଖୋର୍ଦ୍ଧା ଜିଲ୍ଲା ସଭାପତି ନିଯୁକ୍ତ ହୋଇଛନ୍ତି ରାଜେନ୍ଦ୍ର କୁମାର ସାହୁ । ସେହିପରି ଖୋର୍ଦ୍ଧା ଜିଲ୍ଲାର କାର୍ଯ୍ୟକାରୀ ସଭାପତି ହୋଇଛନ୍ତି ମନ୍ମଥ ରାଉତରାୟ । ବାଲେଶ୍ଵର ଜିଲ୍ଲା ସଭାପତି ହୋଇଛନ୍ତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ସେହିପରି କାର୍ଯ୍ୟକାରୀ ସଭାପତି ହୋଇଛନ୍ତି ଗୌତମ ବୁଦ୍ଧ ଦାସ । ଅନୁଗୋଳ ଜିଲ୍ଲା ସଭାପତି ହୋଇଛନ୍ତି ନାଳୀନ କାନ୍ତ ପ୍ରଧାନ । ବୌଦ୍ଧ ଜିଲ୍ଲା ସଭାପତି ହୋଇଛନ୍ତି ମୈଧର ରଣା । ଢେଙ୍କାନାଳର କାର୍ଯ୍ୟକାରୀ ସଭାପତି ହୋଇଛନ୍ତି ନରୋତ୍ତୋମ ସାହୁ । କେନ୍ଦୁଝର ଜିଲ୍ଲାର କାର୍ଯ୍ୟକାରୀ ସଭାପତି ହୋଇଛନ୍ତି ପ୍ରମୋଦ ପଟ୍ଟନାୟକ ।

Biju Janata Dal appoints District Presidents District Working Presidents and State Office Bearers
ସମ୍ପ୍ରସାରଣ ହେଲା ବିଜେଡି ସଂଗଠନ (ETV Bharat Odisha)
Biju Janata Dal appoints District Presidents District Working Presidents and State Office Bearers
ସମ୍ପ୍ରସାରଣ ହେଲା ବିଜେଡି ସଂଗଠନ (ETV Bharat Odisha)

ବିଜୁ ଯୁବ ଜନତା ଦଳର କଟକ ସଭାପତି ହୋଇଛନ୍ତି ସ୍ମୃତି ରଞ୍ଜନ ନାୟକ, ଅନୁଗୁଳର ଅନୁରଭ ସିଂ, ମୟୁରଭଞ୍ଜ -୨ ର ଅଭିଷେକ ସାହୁ, ରାଉରକେଲାର ପଙ୍କଜ କୁମାର ଜୈସ୍ବାଲ, ନୂଆପଡାର ମନୋଜ ଦୀପ । ବିଜୁ ଛାତ୍ର ଜନତା ଦଳର କଟକ ସଭାପତି ହୋଇଛନ୍ତି ସୁମାନ କୁମାର ବେହେରା, ଅନୁଗୋଳର ଶୁଭ୍ରାଂଶୁ ଶେଖର ଜିତ, ମୟୁରଭଞ୍ଜ - ୨ ର ଚନ୍ଦ୍ର ଶେଖର ସାହୁ, ରାଉରକେଲାର ସଞ୍ଜିତ ଛୋଟରାୟ, ନୂଆପଡାର ସୁବେର ସିଂଦେଓ ।

Biju Janata Dal appoints District Presidents District Working Presidents and State Office Bearers
ସମ୍ପ୍ରସାରଣ ହେଲା ବିଜେଡି ସଂଗଠନ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବଡ଼ ଦାୟିତ୍ବ, ପଶ୍ଚିମବଙ୍ଗ ପାଇଁ କେନ୍ଦ୍ରୀୟ ସହ-ପର୍ଯ୍ୟବେକ୍ଷକ ନିଯୁକ୍ତ

ଏହା ମଧ୍ୟ ପଢନ୍ତୁ... ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଆମ ପାଇଁ ଚ୍ୟାଲେଞ୍ଜ-ଭକ୍ତ ଦାସ

ଇଟିଭି ଭାରତ, ଭୁବନେଶ୍ବର