ETV Bharat / state

ମାଲକାନଗିରି ପୋଲିସକୁ ବଡ଼ ସଫଳତା; ଗଞ୍ଜେଇ ତେଲ କାରଖାନା ଠାବ, ୪ ଗିରଫ

ଜବତ ହୋଇଥିବା ୨ କିଲୋ ଗଂଜେଇ ତେଲର ମୂଲ୍ୟ ୨୫ ଲକ୍ଷ ଟଂକା ବୋଲି କୁହାଯାଇଛି । ୫୦ କିଲୋ ଗଂଜେଇରୁ ୧ କିଲୋ ଗଂଜେଇ ତେଲ ପ୍ରସ୍ତୁତ ହୁଏ ।

Big success for Malkangiri police; Ganja oil factory busted, 4 arrested
ମାଲକାନଗିରି ପୋଲିସକୁ ବଡ଼ ସଫଳତା; ଗଞ୍ଜେଇ ତେଲ କାରଖାନା ଠାବ, ୪ ଗିରଫ (ETV BHARAT ODISHA)
author img

By ETV Bharat Odisha Team

Published : February 9, 2026 at 10:48 PM IST

2 Min Read
Choose ETV Bharat

Police raided a ganja oil factory ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଛ ବଡ଼ ସଫଳତା । ଗଂଜେଇ ତେଲ ପ୍ରସ୍ତୁତ କରାଯାଉଥିବା କାରଖାନା ଉପରେ ଚଢାଉ କରି ସମସ୍ତ ତେଲ ପ୍ରସ୍ତୁତ ସାମଗ୍ରୀକୁ ଜବତ କରିବା ସହ ଏହି ତେଲ ପ୍ରସ୍ତୁତ କରୁଥିବା ୪ ଜଣ ଆସାମୀକୁ ଗିରଫ କରିଛି ।

ମାଲକାନଗିରି ପୋଲିସକୁ ବଡ଼ ସଫଳତା; ଗଞ୍ଜେଇ ତେଲ କାରଖାନା ଠାବ, ୪ ଗିରଫ (ETV BHARAT ODISHA)

ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ପ୍ରଦାନ କରିଛନ୍ତି, ମାଲକାନଗିରି ଏସପି ବିନୋଦ ପାଟିଲ ଏଚ । ଚିତ୍ରକୋଣ୍ଡା ଥାନା ଅଂଚଳର ବଡ଼ପଦର ପଞ୍ଚାୟତର ଏକ ଜଂଗଲରେ ଏହି କାରଖାନା ରହିଥିଲା। ଏହି ଗଂଜେଇ ତେଲକୁ ରାଜ୍ୟ ସହ ରାଜ୍ୟ ବାହାରକୁ ଏବଂ ବିଦେଶକୁ ରପ୍ତାନୀ କରାଯାଉଥିଲା ।

ଗଜେଇ ମାଫିଆଙ୍କ ଠାରୁ ୩୦ କିଲୋ ଗଂଜେଇ ମଧ୍ୟ ଜବତ କରାଯାଇଛି ।
ଗଜେଇ ମାଫିଆଙ୍କ ଠାରୁ ୩୦ କିଲୋ ଗଂଜେଇ ମଧ୍ୟ ଜବତ କରାଯାଇଛି । (ETV BHARAT ODISHA)

ଗିରଫ୍ ୪ ଜଣ ଆସାମୀଙ୍କ ମଧ୍ୟରୁ ଦୁଇ ଜଣ ଆନ୍ଧ୍ରପ୍ରଦେଶର ବୋଲି ପୋଲିସ କହିଛି । ଜବତ ହୋଇଥିବା ୨ କିଲୋ ଗଂଜେଇ ତେଲର ମୂଲ୍ୟ ୨୫ ଲକ୍ଷ ଟଂକା ବୋଲି କୁହାଯାଇଛି । ଏଥିସହ ଲକ୍ଷାଧିକ ଟଂକାର କେମିକାଲ, ଆଇରନ ମେସିନ, ପ୍ରେସର କୁକର, ସିଲିଣ୍ଡର, ଗ୍ୟାସ ବର୍ନର, ଆଇରନ କମ୍ପ୍ରେସର, ପାଇପ, ପ୍ଲାଷ୍ଟିକ ଡ୍ରମ ଇତ୍ୟାଦି ମଧ୍ୟ ପୋଲିସ ଜବତ କରିଛି । ଗଜେଇ ମାଫିଆଙ୍କ ଠାରୁ ୩୦ କିଲୋ ଗଂଜେଇ ମଧ୍ୟ ଜବତ କରାଯାଇଛି । ତଦନ୍ତ ଚାଲୁଥିବାରୁ ଚାରି ଜଣ ଗଂଜେଇ ମାଫିଆଙ୍କ ପରିଚୟ ଗୁପ୍ତ ରଖାଯାଇଥିବା କୁହାଯାଇଛି ।

ଗିରଫ୍ ୪ ଜଣ ଆସାମୀଙ୍କ ମଧ୍ୟରୁ ଦୁଇ ଜଣ ଆନ୍ଧ୍ରପ୍ରଦେଶର ବୋଲି ପୋଲିସ କହିଛି ।
ଗିରଫ୍ ୪ ଜଣ ଆସାମୀଙ୍କ ମଧ୍ୟରୁ ଦୁଇ ଜଣ ଆନ୍ଧ୍ରପ୍ରଦେଶର ବୋଲି ପୋଲିସ କହିଛି । (ETV BHARAT ODISHA)

ଗତ ୨୦୨୫ ନଭେମ୍ବର ମାସରେ ପୋଲିସ ପ୍ରାୟ ୭ କୋଟି ଟଂକାର ଗଂଜେଇ ତେଲ ଜବତ କରିଥିଲା । ସେହିଦିନ ଠାରୁ ପୋଲିସ ଏହାର କାରଖାନାକୁ ଠାବ କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଥିଲା । ବିଶେଷ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ପୋଲିସ ଏହି କାରଖାନା ଉପରେ ଚଢ଼ାଉ କରିଥିଲା । ସୂଚନାଯୋଗ୍ୟ ଯେ, ୫୦ କିଲୋ ଗଂଜେଇରୁ ୧ କିଲୋ ଗଂଜେଇ ତେଲ ପ୍ରସ୍ତୁତ ହୁଏ । ଯାହାର ବଜାର ଦର ଅଧିକା ରହିଛି ।

ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ପ୍ରଦାନ କରିଛନ୍ତି, ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ।
ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ପ୍ରଦାନ କରିଛନ୍ତି, ମାଲକାନଗିରି ଏସପି ବିନୋଦ ପାଟିଲ ଏଚ । (ETV BHARAT ODISHA)

ଆଜି ପର୍ଯ୍ୟନ୍ତ ୬୨ କିଲୋ ଗଂଜେଇ ତେଲ ଜବତ ହେଲାଣି । ଯାହାର ଆନୁମାନିକ ମୂଲ୍ୟ ୭ କୋଟି ୫୦ ଲକ୍ଷ ଟଂକା ହେବ । ଗତ ବର୍ଷ ୩୧ ଟନ୍ ଗଂଜେଇ ଜବତ କରାଯାଇଥିବା ବେଳେ ୨୦୨୪ ମସିହାରେ ୨୨ ଟନ୍ ଗଂଜେଇ ଜବତ କରାଯାଇଥିଲା । ଏହାବାଦ୍ ଅପରେସନ ଗ୍ରୀନ୍ କ୍ଲିନ୍ ଅନ୍ତର୍ଗତ ୨୦୨୫-୨୬ ମସିହାରେ ୧୨୮୨ ଏକର ଗଂଜେଇ ଗଛକୁ ନଷ୍ଟ କରାଯାଇଥିବା ପୋଲିସ କହିଛି । ପୋଲିସ ଜନସାଧାରଣଙ୍କୁ ଅପିଲ କରିଛି ଯେ, ଗଂଜେଇ ଚାଷ, ଗଂଜେଇ ଚାଲାଣ ଏବଂ ଗଂଜେଇ ତେଲ ପ୍ରସ୍ତୁତ କରୁଥିବା ସ୍ଥାନ ଏବଂ ଆସାମୀମାନଙ୍କ ସଂପର୍କରେ ହେଲପ ଲାଇନ ନମ୍ବର ୯୪୩୮୯୧୧୬୯୭୨ ନମ୍ବରରେ ଜଣାଇପାରିବେ । ସମସ୍ତ ତଥ୍ୟ ଗୁପ୍ତ ରଖାଯିବ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଆର.କେ ଦାସ ଓ ପ୍ରମୋଦ କୁମାର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

ଗଂଜେଇ ତେଲକୁ ରାଜ୍ୟ ସହ ରାଜ୍ୟ ବାହାରକୁ ଏବଂ ବିଦେଶକୁ ରପ୍ତାନୀ କରାଯାଉଥିଲା ।
ଗଂଜେଇ ତେଲକୁ ରାଜ୍ୟ ସହ ରାଜ୍ୟ ବାହାରକୁ ଏବଂ ବିଦେଶକୁ ରପ୍ତାନୀ କରାଯାଉଥିଲା । (ETV BHARAT ODISHA)

ଏହା ମଧ୍ୟ ପଢ଼ନ୍ତୁ- ଟ୍ରେନରେ ଗଞ୍ଜେଇ ଚୋରାଚାଲାଣ; ସନ୍ଧାନୀ କୁକୁର ଧରାଇଲା ନୀଳ ଜହର, ହରିଆଣାର 2 ଯୁବକ ଅଟକ

ଏହା ମଧ୍ୟ ପଢ଼ନ୍ତୁ- ଅପରେସନ ଗ୍ରୀନ୍ କ୍ଲିନ୍; ରାଜ୍ୟରେ ୧୮୧୧୧ ଏକର ଗଞ୍ଜେଇ ଚାଷ ନଷ୍ଟ, ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଅଭିଯାନ

ଇଟିଭି ଭାରତ, ମାଲକାନଗିରି