ETV Bharat / state

ଏଣିକି କମ ସମୟରେ ଭୁବନେଶ୍ବରରୁ  ପୁରୀ, ଖୁବଶୀଘ୍ର ୬ ଲେନ ବିଶିଷ୍ଟ ଏଲେଭେଟେଡ଼ କରିଡର

ସ୍ୱତନ୍ତ୍ର ୟୁଟିଲିଟି କରିଡର ଉପରେ ଗୁରୁତ୍ୱ ଦିଆଯିବା ସହ ଭିଡ଼ ନିୟନ୍ତ୍ରଣ ପାଇଁ ନିର୍ମାଣ ହେବ ଫ୍ଲାଏ ଓଭର ଏବଂ ଭିଓପି । ରିପୋର୍ଟ ସଞ୍ଜୀବ କୁମାର ରାୟ

meeting at lokseba bhawan
ଲୋକସେବା ଭବନରେ ବୈଠକ (ETV Bharat Odisha)
author img

By ETV Bharat Odisha Team

Published : May 28, 2026 at 8:25 AM IST

1 Min Read
Choose ETV Bharat

ଭୁବନେଶ୍ବର: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ସମ୍ପ୍ରସାରଣ ନେଇ ଉଚ୍ଚ ସ୍ତରୀୟ ବୈଠକ। ଖୁବଶୀଘ୍ର ନିର୍ମାଣ ହେବ ୬ ଲେନ ବିଶିଷ୍ଟ ହାଇ ସ୍ପିଡ଼ ଇଲେଭେଟେଡ଼ କରିଡର । ଉଭୟ ପାର୍ଶ୍ୱରେ ଦୁଇ ଲେନ ସର୍ଭିସ ରୋଡ଼ ସହିତ ରହିବ ୱେ ସାଇଡ ଆମିନିଟିଜ। ସ୍ୱତନ୍ତ୍ର ୟୁଟିଲିଟି କରିଡର ଉପରେ ଗୁରୁତ୍ୱ ଦିଆଯିବା ସହ ଭିଡ଼ ନିୟନ୍ତ୍ରଣ ପାଇଁ ନିର୍ମାଣ ହେବ ଫ୍ଲାଏ ଓଭର ଏବଂ ଭିଓପି ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ବର ପୁରୀ ଜାତୀୟ ରାଜପଥ ପ୍ରସ୍ତାବିତ ନକସା ଏବଂ ଏହାର ଉପଯୋଗୀତା ବିଷୟରେ ଆଲୋଚନା ହୋଇଛି । ପୁରୀ ଓ ଭୁବନେଶ୍ୱରର ରାସ୍ତାର ବିକାଶ ନେଇ ଯେଉଁ ନକ୍ସା ପ୍ରସ୍ତୁତ ହୋଇଛି ତାହାକୁ କାର୍ଯ୍ୟକାରୀ କରିବା ଦିଗରେ ବିଭିନ୍ନ ବିଭାଗ ସମନ୍ୱୟ ଉପରେ ସଚିବ ସିଂହ ଗୁରୁତ୍ୱାରୋପ କରିଛନ୍ତି ।

meeting at lokseba bhawan
ଲୋକସେବା ଭବନରେ ବୈଠକ (ETV Bharat Odisha)

6 ଲେନ ହେବ ପୁରୀ ଭୁବନେଶ୍ବର ଜାତୀୟ ରାଜପଥ

ବୈଠକରେ ୬୭ କିଲୋମିଟର ବିଶିଷ୍ଟ ଏହି ଜାତୀୟ ରାଜପଥକୁ ୪ ଲେନ ରୁ ୬ ଲେନ କରିବା ସହ ଉଭୟ ପଟରେ ଦୁଇ ଲେନ ବିଶିଷ୍ଠ ସ୍ୱତନ୍ତ୍ର ସର୍ଭିସ ଲେନ ନିର୍ମାଣ ଉପରେ ଆଲୋଚନା ହୋଇଥିଲା । ଏଥିସହିତ ସପ୍ତସତୀ ଛକ ଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ୧୧ କିଲୋମିଟର ରାସ୍ତାକୁ ୬ ଲେନ ଇଲେଭେଟେଡ଼ କରିଡର ସହ ଉଭୟ ପାର୍ଶ୍ୱରେ ୩ ଲେନ ବିଶିଷ୍ଟ ସର୍ଭିସ ରୋଡ଼ ନିର୍ମାଣ ନେଇ ଆଲୋଚନା ହୋଇଥିଲା । ଏହା ଭୁବନେଶ୍ୱର ସହରର ଭିଡ ପରିଚାଳନା ସହ ଉଭୟ ସହର ମଧରେ ଯାତାୟାତ ସମୟକୁ ହ୍ରାସ କରିବ ।

ପ୍ରସ୍ତାବିତ ରାସ୍ତାରେ ଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସ୍ଥାନେ ସ୍ଥାନେ ୱେ ସାଇଡ ଆମିନିଟି ସୁବିଧା ରହିବ । ପୁରୀ ଏବଂ ଭୁବନେଶ୍ୱର ଅଞ୍ଚଳ ବାତ୍ୟା ପ୍ରବଣ ହାଇଥିବାରୁ ବିଦ୍ୟୁତ, ଟେଲିଫୋନ, ଇଣ୍ଟରନେଟ,ପାଣି ଓ ଗ୍ୟାସ ସେବା ପାଇଁ ସ୍ୱତନ୍ତ୍ର ୟୁଟିଲିଟି କରିଡର ନିର୍ମାଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

ଭବିଷ୍ୟତରେ ପୁରୀରେ ନିର୍ମାଣ ହେବାକୁ ଥିବା ବିମାନ ବନ୍ଦର, ଉପକୂଳ ରାଜପଥ, ଅନ୍ୟାନ୍ୟ ପ୍ରକଳ୍ପ ଏବଂ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ନକ୍ସା ପ୍ରସ୍ତୁତ ଉପରେ ସଚିବ ଗୁରୁତ୍ୱାରୋପ କରିଥିଲେ । ଏଥିସହ ଆବଶ୍ୟକତା ଥିବା ସ୍ଥାନରେ ଇଲେଭେଟେଡ଼ କରିଡର, ଫ୍ଲାଏ ଓଭର ଏବଂ ଭିଓପି ( ଭେଇକିଲ ଅଣ୍ଡର ପାସ) ନିର୍ମାଣ ନେଇ ନକ୍ସା ପ୍ରସ୍ତୁତ ଉପରେ ସଚିବ ଗୁରୁତ୍ୱ ଦେଇଥିଲେ ।