ETV Bharat / state

ଦୃଶ୍ୟମାନତା ହିଁ ବିକାଶର ପ୍ରଥମ ପଦକ୍ଷେପ, କଳାରେ ଉଠିଲା ଦିବ୍ୟାଙ୍ଗ ଅନ୍ତର୍ଭୁକ୍ତିର ପ୍ରଶ୍ନ

ଲୋଟସ୍ ଅଫ୍ ଦ ଫରଗଟନ୍ ପେଟାଲ୍ସ ଅର୍ଥାତ ପଦ୍ମ ଫୁଲର ପାଖୁଡ଼ାର ମହତ୍ବ ଯେଯରି ଅତି ଗୁରୁତ୍ବପୂର୍ଣ୍ଣ, ସେହିପରି ସମାଜର ବିକାଶ ଓ ଗଠନ ଦିଗରେ ଦିବ୍ୟାଙ୍ଗଙ୍କର ଅବଦାନ ଅତୁଳନୀୟ, ରିପୋର୍ଟ: ବିକାଶ ଦାସ

BHUBANESWAR SWABHIMAN NGO ART EXHIBITION LOTUS OF THE FORGOTTEN PETALS
ଦୃଶ୍ୟମାନତା ହିଁ ବିକାଶର ପ୍ରଥମ ପଦକ୍ଷେପ, କଳାରେ ଉଠିଲା ଦିବ୍ୟାଙ୍ଗ ଅନ୍ତର୍ଭୁକ୍ତିର ପ୍ରଶ୍ନ (ETV Bharat)
author img

By ETV Bharat Odisha Team

Published : July 12, 2026 at 2:53 PM IST

2 Min Read
Choose ETV Bharat

ଭୁବନେଶ୍ବର: ଦିବ୍ୟାଙ୍ଗଙ୍କୁ କେବଳ ସହାନୁଭୂତି ନୁହେଁ, ବିକାଶର ମୁଖ୍ୟ ସ୍ରୋତରେ ସମାନ ସ୍ଥାନ ମିଳିବା ଦରକାର । ଜନଗଣନାରେ ସଠିକ୍ ଭାବେ ଗଣନା ନ ହେଲେ ନୀତି, ଯୋଜନା ଓ ବଜେଟରୁ ସେମାନେ ବଞ୍ଚିତ ହୁଅନ୍ତି । ଏହି ବାର୍ତ୍ତାକୁ କେନ୍ଦ୍ର କରି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଚାରି ଦିନିଆ କଳା ପ୍ରଦର୍ଶନୀ "ଲୋଟସ୍ ଅଫ୍ ଦ ଫରଗଟନ୍ ପେଟାଲ୍ସ".

ଦୃଶ୍ୟମାନତା ହିଁ ବିକାଶର ପ୍ରଥମ ପଦକ୍ଷେପ, କଳାରେ ଉଠିଲା ଦିବ୍ୟାଙ୍ଗ ଅନ୍ତର୍ଭୁକ୍ତିର ପ୍ରଶ୍ନ (ETV Bharat)
ଦିବ୍ୟାଙ୍ଗ ଅଧିକାର କ୍ଷେତ୍ରରେ ଦୀର୍ଘ ଦୁଇ ଦଶନ୍ଧି ଧରି କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ 'ସ୍ୱାଭିମାନ' ପକ୍ଷରୁ ଭୁବନେଶ୍ୱର ଲଳିତ କଳା ଏକାଡେମୀରେ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଜୁଲାଇ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ସମସାମୟିକ କଳା (Contemporary Art), ଜନଗଣନା ତଥ୍ୟ ଓ ସାଧାରଣ ଆଲୋଚନା ମାଧ୍ୟମରେ ଦିବ୍ୟାଙ୍ଗ ଅନ୍ତର୍ଭୁକ୍ତିର ଗୁରୁତ୍ୱକୁ ଉପସ୍ଥାପନ କରାଯାଇଛି । ପଦ୍ମ ଫୁଲର ପ୍ରତ୍ୟେକ ପାଖୁଡ଼ା ପରି ସମାଜର ପ୍ରତ୍ୟେକ ବ୍ୟକ୍ତି ସମାନ ଗୁରୁତ୍ୱପୂର୍ଣ୍ଣ ବୋଲି ଏହାର ମୂଳ ବାର୍ତ୍ତା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ବିଶ୍ୱର ପ୍ରାୟ ୧୬ ପ୍ରତିଶତ ଲୋକ ଦିବ୍ୟାଙ୍ଗତା ସହ ବଞ୍ଚୁଛନ୍ତି । କିନ୍ତୁ ଭାରତର ୨୦୧୧ ଜନଗଣନାରେ କେବଳ ୨.୬୮ କୋଟି ଦିବ୍ୟାଙ୍ଗଙ୍କ ତଥ୍ୟ ରେକର୍ଡ ହୋଇଥିବାରୁ ପ୍ରକୃତ ସଂଖ୍ୟା ଅନେକ କମ୍ ଦର୍ଶାଯାଇଥିବା କୁହାଯାଉଛି । ଯାହା ଫଳରେ ନୀତି ପ୍ରସ୍ତୁତି, ବଜେଟ୍ ବଣ୍ଟନ ଓ ସମାବେଶୀ ବିକାଶରେ ସେମାନଙ୍କ ଆବଶ୍ୟକତା ପ୍ରତିଫଳିତ ହେଉନାହିଁ ।

Bhubaneswar Swabhiman NGO art exhibition Lotus of the Forgotten Petals
ଦୃଶ୍ୟମାନତା ହିଁ ବିକାଶର ପ୍ରଥମ ପଦକ୍ଷେପ, କଳାରେ ଉଠିଲା ଦିବ୍ୟାଙ୍ଗ ଅନ୍ତର୍ଭୁକ୍ତିର ପ୍ରଶ୍ନ (ETV Bharat)

ପ୍ରଦର୍ଶନୀକୁ ବିଶ୍ୱ କ୍ରିୟାଯୋଗ ଗୁରୁ ପରମହଂସ ପ୍ରଜ୍ଞାନାନନ୍ଦଜୀ, ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ପଦ୍ମଶ୍ରୀ ଅଦ୍ୱୈତ ଗଡ଼ନାୟକ ଉଦ୍‌ଘାଟନ କରିଥିଲେ । ଏନେଇ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, "କଳା କେବଳ ସୌନ୍ଦର୍ଯ୍ୟର ମାଧ୍ୟମ ନୁହେଁ, ବରଂ ସାମାଜିକ ପରିବର୍ତ୍ତନ ଓ ସଚେତନତାର ଶକ୍ତିଶାଳୀ ଅସ୍ତ୍ର ।"

ସେହପରି ପରିବେଶବିତ୍ ଜଗଦାନନ୍ଦ ଜନସଂଖ୍ୟାଗତ ପରିବର୍ତ୍ତନ ଓ ସମାବେଶୀ ବିକାଶର ଆବଶ୍ୟକତା ଉପରେ ମତ ରଖିଛନ୍ତି ।

BHUBANESWAR SWABHIMAN NGO ART EXHIBITION LOTUS OF THE FORGOTTEN PETALS
ଦୃଶ୍ୟମାନତା ହିଁ ବିକାଶର ପ୍ରଥମ ପଦକ୍ଷେପ, କଳାରେ ଉଠିଲା ଦିବ୍ୟାଙ୍ଗ ଅନ୍ତର୍ଭୁକ୍ତିର ପ୍ରଶ୍ନ (ETV Bharat)

ସ୍ୱାଭିମାନର ପ୍ରତିଷ୍ଠାତା ଡଃ ଶ୍ରୁତି ମହାପାତ୍ର କହିଛନ୍ତି, "ଜନଗଣନାରେ ସ୍ଥାନ ନ ପାଇଲେ କୌଣସି ସମୁଦାୟ ନୀତି ଓ ବିକାଶରୁ ମଧ୍ୟ ବାଦ ପଡ଼ିଯାଏ । ତେଣୁ ଦିବ୍ୟାଙ୍ଗଙ୍କ ସଠିକ୍ ତଥ୍ୟ ସଂଗ୍ରହ ହେଉଛି ମାନବାଧିକାର, ମର୍ଯ୍ୟାଦା ଓ ସମାନ ସୁଯୋଗ ସୁନିଶ୍ଚିତ କରିବାର ପ୍ରଥମ ପଦକ୍ଷେପ । ପ୍ରଦର୍ଶନୀ ସହ "ଅକ୍ଷମତାରେ ସଂଳାପ" ଶୀର୍ଷକ ଆଲୋଚନାଚକ୍ର ମାଧ୍ୟମରେ ଛାତ୍ରଛାତ୍ରୀ, କଳାକାର, ସରକାରୀ ଅଧିକାରୀ ଓ ନୀତି ନିର୍ଦ୍ଧାରକଙ୍କୁ ଏକାଠି କରି ସମାବେଶୀ ଶାସନ ଉପରେ ଆଲୋଚନା କରାଯାଉଛି । କଳା, ତଥ୍ୟ ଓ ସାମାଜିକ ସଚେତନତାର ସମନ୍ୱୟରେ "ଲୋଟସ୍ ଅଫ୍ ଦ ଫରଗଟନ୍ ପେଟାଲ୍ସ" କେବଳ ଏକ ପ୍ରଦର୍ଶନୀ ନୁହେଁ, ବରଂ ଦିବ୍ୟାଙ୍ଗଙ୍କ ଅଧିକାର, ଦୃଶ୍ୟମାନତା ଓ ସମାବେଶୀ ବିକାଶ ପାଇଁ ଏକ ସଶକ୍ତ ସାମାଜିକ ଅଭିଯାନ ।"

Bhubaneswar Swabhiman NGO art exhibition Lotus of the Forgotten Petals
ଦୃଶ୍ୟମାନତା ହିଁ ବିକାଶର ପ୍ରଥମ ପଦକ୍ଷେପ, କଳାରେ ଉଠିଲା ଦିବ୍ୟାଙ୍ଗ ଅନ୍ତର୍ଭୁକ୍ତିର ପ୍ରଶ୍ନ (ETV Bharat)
ଏପଟେ ଜଣେ ଆର୍ଟିଷ୍ଟ ଅପର୍ଣ୍ଣା ରାୟ କହିଛନ୍ତି, "ଦିବ୍ୟାଙ୍ଗମାନଙ୍କ ଭାବନାକୁ ଆଖି ମାଧ୍ୟମରେ ଚିତ୍ରକୁ ଜୀବନ୍ତ କରିଛନ୍ତି. ଏପରିକି ଯେତେବେଳେ କୌଣସି ବସ୍ତୁ କୁ ଆଦରକାରୀ କହି ବାହାରେ ପକାଅଇଦେଇଥାଉ ସେହି ବସ୍ତୁ କୁ ନେଇ ଆରମ୍ଭ ହୋଇଥାଏ ଚିତ୍ରକଳା. ଯାହା ମୁଖ୍ୟ ଚିତ୍ର କଳା ହେଉଛି ଆଖି ର ଚାହାଣି. ଜଣେ ବିଦ୍ୟାଙ୍ଗ ପିଲାଟିଏ କିଭଳି ଉପରକୁ ଅନେଇଥିବ. କୌଣସି କଥା କୁ ନେଇ ଭାବନାରେ ଥିବ. ଏପରିକି ପାଠ ବା କିଛି ପଢ଼ୁଥିବା ସମୟରେ ଆଖିଟା ଚାହାଣି ଲିଭଳି ଥିବ ସେନେଇ ଧ୍ୟାନ ଦେବାକୁ ପଡିବ ବୋଲି କହିଛନ୍ତି ଅପର୍ଣ୍ଣା...

ଏହା ମଧ୍ୟ ପଢ଼ନ୍ତୁ...

ଜୁଲାଇ ୮ରୁ ନ୍ୟାସନାଲ ସର୍ଟ ଫିଲ୍ମ ଫେଷ୍ଟିଭାଲ୍ 'ସାମର୍ଥ୍ୟ-୨୦୨୬', ନିଜ ସାମର୍ଥ୍ୟର କାହାଣୀ କହିବେ ଦିବ୍ୟାଙ୍ଗ

ହଇରାଣ ହେବେନି ଦିବ୍ୟାଙ୍ଗ; ପ୍ରମାଣପତ୍ରର 'ବ୍ଲାଙ୍କେଟ୍' ଯାଞ୍ଚ ଉପରେ ସରକାରଙ୍କ କଟକଣା

ଇଟିଭି ଭାରତ, ଭୁବନେଶ୍ବର