ETV Bharat / state

ସୁପରମାର୍ଟ ଅଗ୍ନିକାଣ୍ଡ ଘଟଣା; ୪୦ ଘଣ୍ଟା ପରେ ବି କୁହୁଳୁଛି ଧୂଆଁ, ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି

ସୋମବାର ରାତି ପ୍ରାୟ ୧୦ଟା ବେଳେ ଏହିନିଆଁ ଲାଗିଥିଲା। ସେହିଦିନ ରାତିଠୁ ମଙ୍ଗଳବାର ଦିନସାରା ଅଗ୍ନିଶମ ବାହିନୀ ବହୁ ପରିଶ୍ରମ କରିନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

Etv BharaBhubaneswar supermart fire incident smoke still rising after 40 hourst
ସୁପରମାର୍ଟ ଅଗ୍ନିକାଣ୍ଡ ଘଟଣା; ୪୦ ଘଣ୍ଟା ପରେ ବି କୁହୁଳୁଛି ଧୂଆଁ (Etv Bharat)
author img

By ETV Bharat Odisha Team

Published : February 25, 2026 at 4:03 PM IST

2 Min Read
Choose ETV Bharat

ଭୁବନେଶ୍ୱର: ରାଜଧାନୀ ଧଉଳି ଥାନା ଅନ୍ତର୍ଗତ ନୂଆଗାଁ ଛକ ନିକଟ ମୁଖ୍ୟରାସ୍ତା ପାର୍ଶ୍ଵରେ ଥିବା ଏସପି ଗ୍ରୁପ୍ ସୁପର ମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ସୃଷ୍ଟି ହୋଇଛି।ଅଗ୍ନିକାଣ୍ଡକୁ ୪୦ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ସୁଦ୍ଧା ଏବେବି ଧୂଆଁ କୁହୁଳିବାରେ ଲାଗିଛି। ଆଜି (ବୁଧବାର) ମଧ୍ୟାହ୍ନ ଯାଏ ଧୂଆଁ ବାହାରୁଥିବା ବେଳେ ବହୁ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି। ଆନୁମାନିକ ୪ କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଥିବା ଅଭିଯୋଗ ହୋଇଛି।

ସୋମବାର ରାତି ପ୍ରାୟ ୧୦ଟା ବେଳେ ଏହି ନିଆଁ ଲାଗିଥିଲା। ସେହିଦିନ ରାତିଠୁ ମଙ୍ଗଳବାର ଦିନସାରା ଅଗ୍ନିଶମ ବାହିନୀ ବହୁ ପରିଶ୍ରମ କରି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଆଜି (ବୁଧବାର) ସକାଳେ ଘଟଣାସ୍ଥଳକୁ ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଯାଇଥିଲେ। ତେବେ କୋଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ଫାୟାର ସେଫଟି ପ୍ରମାଣପତ୍ର ଥିଲା ବୋଲି ସୁପର ମାର୍ଟ ମାଲିକ ସୁବାସ ଚନ୍ଦ୍ର ଜଗତି ଦାବି କରୁଛନ୍ତି। ହେଲେ କୋଠା ନିର୍ମାଣ ବେଳେ ତ୍ରୁଟି ରହିଥିବା ସେ ମାନିଛନ୍ତି। କୋଠାର ତୃତୀୟ ଓ ଚତୁର୍ଥ ମହଲାରେ ଥିବା ଗୋଦାମରେ ପ୍ଲାଷ୍ଟିକ ହୋଲସୋଲ ସାମଗ୍ରୀ ସବୁ ଜଳିଯାଇଛି। ତେବେ ୪ ମହଲା ବିଶିଷ୍ଟ କୋଠାରେ କୌଣସି ଝରକା ନ ଥିବା ବେଳେ ପ୍ରଵେଶ ଓ ପ୍ରସ୍ଥାନ ଦ୍ୱାର ଗୋଟିଏ। ଫଳରେ ଉଚ୍ଚ କୋଠାକୁ ପଶି ନିଆଁ ଲିଭାଇବା ଅଗ୍ନିଶମ ବାହିନୀ ପାଇଁ କଷ୍ଟକର ହୋଇପଡିଥିଲା।

ସୁପରମାର୍ଟ ଅଗ୍ନିକାଣ୍ଡ ଘଟଣା; ୪୦ ଘଣ୍ଟା ପରେ ବି କୁହୁଳୁଛି ଧୂଆଁ (Etv Bharat)
ସିଧାସଳଖ ମଟର ଲଗାଥିଲେ ନିଆଁ ଲିଭି ଯାଇଥାନ୍ତା: ମାଲିକଏନେଇ ସୁପର ମାର୍ଟ ମାଲିକ ସୁବାସ ଚନ୍ଦ୍ର ଜଗତି କହିଛନ୍ତି, କୋଠାର ଛାତ ଉପର ସବୁ ଫାଟି ଯାଇଛି। ତୃତୀୟ ମହଲା ଓ ଚତୁର୍ଥ ମହଲାରେ ଆଉ କିଛି ନାହିଁ, ସବୁ ପାଉଁଶ ହୋଇଯାଇଛି। ଏବେବି ଧୂଆଁ ବାହାରୁଛି। ଏଥିରେ କିଛି ସମସ୍ୟା ନାହିଁ, ପ୍ଲାଷ୍ଟିକ ସାମଗ୍ରୀ ଥିବାରୁ ଧୂଆଁ ବାହାରିବ ବୋଲି ଅଗ୍ନିଶମ ବାହିନୀ କହିଛନ୍ତି। ଏବେ ଦୋକାନ ଖୋଲିବା ଅସମ୍ଭବ। ମାଲିକ ଆସିବା ପରେ ଦେଖିବେ ଏହାପରେ କେବେ ମାର୍ଟ ଖୋଲାଯିବ ସେନେଇ ଆଲୋଚନା କରିବୁ। ଛାତ ଭାଙ୍ଗିଯାଇଥିବା ବେଳେ କୋଠାଟି ବିପଦସଙ୍କୁଳ ଅବସ୍ଥାରେ ଅଛି। ୪ରୁ ୫ କୋଟି ଟଙ୍କା ସାମଗ୍ରୀରେ ମାର୍ଟ ସମ୍ପୂର୍ଣ୍ଣ ଭର୍ତ୍ତି ଥିଲା। ପ୍ରତ୍ୟେକ ମହଲାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି। ପାଣି ମଧ୍ୟ ଲାଗିଛି। ମଟର ଚାଲୁଛି। ପିଲା ମଧ୍ୟ ଚଳାଇଛନ୍ତି। ହେଲେ ପିଲାମାନେ ପ୍ରଥମେ ମଟରକୁ ଚଲାଇ ପାରିଲେନାହିଁ। କେବଳ ଟାଙ୍କିରୁ ପାଇପ ଦ୍ୱାରା ପାଣି ଛାଡିଥିଲେ। ସିଧାସଳଖ ମଟର ଲଗାଇ ଦେଇଥିଲେ ପାଣି ଆସି ଲିଭିଯାଇ ପାରିଥାନ୍ତା। କୋଠାଟି ନିର୍ମାଣ ବେଳେ ତ୍ରୁଟି ରହିଛି। କୋଠାର ଚାରିପାଖ ବନ୍ଦ ଥିଲା। ଗୋଟିଏ ଦ୍ୱାର ଥିଲା। ମାର୍ଟରେ ୧୫ରୁ ୨୦ ଜଣ ଏବଂ ଗୋଦାମରେ ୧୦ରୁ ୧୨ ଜଣ କର୍ମଚାରୀ ଥିଲେ। ଏହି ଘଟଣା ପରେ କର୍ମଚାରୀମାନେ ବହୁତ ହତାଶ ହେଇକି ଅଛନ୍ତି। ଜୀବନବୀମା ନ କରି ଭୁଲ କରିଛି। କେବଳ ୫୦ ଲକ୍ଷ ଟଙ୍କାର ସିସି ଅଛି। ଜୀବନବୀମା କରିନାହିଁ।"ଠେଲାଗାଡିରେ ଫଳ ବିକ୍ରି କରି ଏଯାଏ ଆସିଥିଲି"ମାଲିକ ସୁବାସ କହିଛନ୍ତି, ୧୯୯୫ ମସିହାରେ ଭୁବନେଶ୍ୱର ଆସି ଠେଲା ଗାଡ଼ିରେ ଫଳ ବେପାର କରୁଥିଲି। ୨୦୦୨ ମସିହା ପରେ ପ୍ଲାଷ୍ଟିକ ବ୍ୟବସାୟ ଆରମ୍ଭ କରିଥିଲି। ୧ ନମ୍ବରରେ ଠେଲା ଗାଡ଼ିରେ ବିକ୍ରି କରୁଥିଲି। ତାପରେ ଭେଣ୍ଡିଂ ଜୋନରେ ଜରିପାଲ ତଳେ ବିକ୍ରି କକରୁଥିଲି। ଏହାପରେ ହାଟ ଭିତରେ ଏକ ଛୋଟ ହୋଲସୋଲ ବ୍ୟବସାୟ ଆରମ୍ଭ କରିଥିଲି। ପରେ ମୋ ବ୍ୟବସାୟ ବଢି ଆଜି ଏତେ ବାଟରେ ବ୍ୟବସାୟ ପହଞ୍ଚିଥିଲା। ରାଜ୍ୟର ବିଭିନ୍ନ ଅଞ୍ଚଳକୁ ସାମଗ୍ରୀ ଯାଏ ବୋଲି ସୁବାସ କହିଛନ୍ତି। ତଦନ୍ତ କରି ଯାଞ୍ଚ କରିବୁଏନେଇ ଡେପୁଟି ଫାୟାର ଅଫିସର (ଡିଏଫଓ) ନାରାୟଣ ଦାସ କହିଛନ୍ତି, କୋଠାରେ ପ୍ରଵେଶ ଓ ପ୍ରସ୍ଥାନ ଦ୍ୱାର ଗୋଟିଏ। ଏପରିକି କୋଠାରେ କୌଣସି ଝରକା ମଧ୍ୟ ନାହିଁ। ଯାହା ଫଳରେ କୋଠାର ଧୂଆଁ ବାହାରକୁ ଆସିପାରି ନ ଥିଲା। ଯେଉଁ ଦ୍ୱାର ଦେଇ ଆମେ ନିଆଁ ଲିଭାଇବାକୁ ଯାଉଥିଲୁ। ସେହି ଦ୍ୱାର ଦେଇ ଧୂଆଁ ବାହାରୁଥିଲା। ଏଥିପାଇଁ ଆମକୁ ବହୁତ କଷ୍ଟ କରିବାକୁ ପଡିଥିଲା। କୋଠାର ଫାୟାର ସେଫଟି ସାର୍ଟିଫିକେଟ୍ ଅଛି କି ତଦନ୍ତରେ ଯାଞ୍ଚ କରିବୁ। ପରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଦାସ କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ୱର

ଏହା ମଧ୍ୟ ପଢନ୍ତୁ 21 ଘଣ୍ଟା ପରେ ଲିଭିଲା ଲିଙ୍ଗିପୁର ସୁପରମାର୍ଟ ନିଆଁ, ସ୍ଥିତି ନିୟନ୍ତ୍ରଣ ନେଇ ସୂଚନା ଦେଲେ ଅଗ୍ନିଶମ ଡିଜି

ଏହା ମଧ୍ୟ ପଢନ୍ତୁ ବନ୍ଧୁକ ମୁନରେ ନବବଧୂ ଅପହରଣ କରି ବନ୍ଧାହେଲା ଅଭିଯୁକ୍ତ, ସମ୍ବଲପୁରରୁ ଯୁବତୀ ଉଦ୍ଧାର