ଭୁବନେଶ୍ବରରେ ନୂଆବର୍ଷକୁ ନିଆରା ସ୍ବାଗତ, ଜିରୋ ନାଇଟ ସେଲିବ୍ରେସନରେ ଝୁମିଲା ଦୈତନଗରୀ
ସ୍ବାଗତମ 2026 ... ଶାନ୍ତି ଶୃଙ୍ଖଳା ସହିତ ରାଜଧାନୀ ଭୁବନେଶ୍ବରରେ ଶେଷ ହୋଇଛି ଜିରୋ ନାଇଟ ସେଲିବ୍ରେସନ । କୌଣସି ନିୟମ ଉଲ୍ଲଂଘନକାରୀ ଧରା ପଡିନଥିବା କହିଛନ୍ତି ପୋଲିସ ଅଧିକାରୀ ।

Published : January 1, 2026 at 2:26 PM IST
Bhubaneswar New Year 2026, ଭୁବନେଶ୍ବର: ଅଲବିଦା 2025 ... ସ୍ବାଗତମ୍ 2026... ସଙ୍ଗୀତର ତାଳେ ତାଳେ ଝୁମି ବର୍ଷ 2025କୁ ବିଦାୟ ଦେଇଛନ୍ତି ରାଜଧାନୀବାସୀ । ଶାନ୍ତି ଶୃଙ୍ଖଳାର ସହିତ ଜିରୋ ନାଇଟ ସେଲିବ୍ରେସନ ସରିଛି । ରାଜଧାନୀ ଭୁବନେଶ୍ବରରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସେଲିବ୍ରେସନ ପରେ ସମସ୍ତେ ସୁରକ୍ଷିତ ଭାବେ ନିଜ ନିଜର ଗନ୍ତବ୍ୟ ସ୍ଥାନକୁ ଫେରିଥିବା ପୋଲିସ ପକ୍ଷରୁ କୁହାଯାଇଛି ।
ଜିରୋ ନାଇଟରେ ଝୁମିଲେ ରାଜଧାନୀବାସୀ:
ଇଂରାଜୀ ନବବର୍ଷକୁ ଖୁବ ହର୍ଷୋଲ୍ଲାସରେ ଭୁବନେଶ୍ବରବାସୀ ବିଦାୟ ଦେଇଛନ୍ତି । ବିଭିନ୍ନ ପବ୍, ବାର, ହୋଟେଲ ଓ କ୍ଲବରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜିତ ହୋଇଯାଇଛି । ସଭିଏଁ ନିଜ ପରିବାର ସଦସ୍ୟ କିମ୍ବା ବନ୍ଧୁ ପରିଜନଙ୍କ ସହିତ ଏହି ମୁହୂର୍ତ୍ତର ଭରପୂର ମଜା ଉଠାଇଥିଲେ । ଏଥି ସହିତ କମିଶନରେଟ ପୋଲିସ ପକ୍ଷରୁ ନିଶା ସେବନ କରି ଯାନବାହାନ ଚାଳନାରୁ ବିରତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ:
ରାଜଧାନୀର ଏକ ହୋଟେଲରେ ନବବର୍ଷ ଉପଲକ୍ଷେ ଜିରୋ ନାଇଟ ପାଇଁ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଠାରେ ଗୀତର ତାଳେ ତାଳେ ସମସ୍ତେ ଝୁମି ନାଚି ନବବର୍ଷକୁ ସ୍ବାଗତ କରିଥିଲେ । ଜଣେ ଦର୍ଶକ କହିଛନ୍ତି,"ଆମେ ନବବର୍ଷ ପାଇଁ ବହୁତ ଉତ୍ସାହିତ ଅଛୁ । ଖୁବ୍ ମଜା କରୁଛୁ । 'ହାପି ନ୍ୟୁ ୟର' ।"

ଜିରୋ ନାଇଟ:
ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ କର୍ମୀ କହିଛନ୍ତି,"ନୂଆବର୍ଷର 4 ଦିନ ଆଗରୁ ଦୈତନଗରୀ (କଟକ ଓ ଭୁବନେଶ୍ବର) କମିଶନର ସମସ୍ତଙ୍କୁ ନିଶା ସେବନ ନ କରି ଜିରୋ ନାଇଟ ସେଲିବ୍ରେସନ କରିବାକୁ କହିଥିଲେ । କୌଣସି ସ୍ଥାନରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତି ବିଶେଷଙ୍କୁ ଦେଖୁନାହୁଁ । ସବୁ ସ୍ଥାନରେ ଶାନ୍ତିଶୃଙ୍ଖଳା ବଜାୟ ରହିଛି । 2025 ଭଲରେ ଭଲରେ ବିତିଛି । ଆଶା କରୁଛୁ 2026 ଆମ ପାଇଁ ଏବଂ ରାଜଧାନୀବାସୀଙ୍କ ପାଇଁ ଆହୁରି ଭଲରେ ବିତିବ ।"

ବିଦାୟ 2025:
2025କୁ ହର୍ଷୋଲ୍ଲାସରେ ଗୀତ ଗାଇ ଝୁମି ବିଦାୟ ଦେଇଛନ୍ତି ରାଜଧାନୀବାସୀ । ସବୁଠାରେ ଶାନ୍ତିଶୃଙ୍ଖଳା ବଜାୟ ରହିଥିବା ବେଳେ ଜିରୋ ନାଇଟ ସେଲିବ୍ରେନ ସରିଛି । ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ବିଭିନ୍ନ ସ୍ଥାନରେ ଚେକିଂ ବ୍ଲକିଂ କରାଯାଇଥିଲା । କୌଣସି ନିୟମ ଉଲ୍ଲଂଘନକାରୀ ଧରା ପଡିନଥିବାର କହିଛନ୍ତି ପୋଲିସ ଅଧିକାରୀ । ରାଜଧାନୀବାସୀ ସୁରକ୍ଷିତ ଭାବେ ନବବର୍ଷ ପାଳନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନବବର୍ଷକୁ ସ୍ବାଗତ, ବାଲୁକାକଳାରେ ବିଶ୍ବଶାନ୍ତି ବାର୍ତ୍ତା ନୂଆବର୍ଷ କାଉଣ୍ଟଡାଉନ: କେକ୍-ମିଠା ଦୋକାନରେ ପ୍ରବଳ ଭିଡ଼, ବ୍ରହ୍ମପୁରରେ ଜମିବ ଜିରୋ ନାଇଟ ସେଲିବ୍ରେସନ |
ଇଟିଭି ଭାରତ, ଭୁବନେଶ୍ବର

