ETV Bharat / state

ଜିରୋ ନାଇଟ ସେଲିବ୍ରେସନ; ବଲିଉଡ-ଓଲିଉଡ଼ ଗୀତ ସହ ଡିଜେ, ଲାଇଟ ତାଳେତାଳେ ଝୁମିବେ ରାଜଧାନୀବାସୀ

ଜିରୋ ନାଇଟ ସେଲିବ୍ରେସନ ପାଇଁ ପ୍ରସ୍ତୁତ ଭୁବନେଶ୍ୱର । ହୋଟେଲରେ ବ୍ୟପାକ ପ୍ରସ୍ତୁତି । ରାତ୍ର ୧୨ ଯାଏଁ ହୋଇପାରିବ ମନୋରଞ୍ଜନ । ମୁତୟନ ହେବେ ୧୮ ପ୍ଲାଟୁନ ପୋଲିସ ।

ZERO NIGHT CELEBRATION
ଜିରୋ ନାଇଟ ସେଲିବ୍ରେସନ (ETV Bharat Odisha)
author img

By ETV Bharat Odisha Team

Published : December 30, 2025 at 11:44 PM IST

3 Min Read
Choose ETV Bharat

ଭୁବନେଶ୍ୱର: ଦିନକ ପରେ ବିଦାୟ ନେବ ବର୍ଷ ୨୦୨୫ । ୨୦୨୬ ନୂଆବର୍ଷକୁ ସ୍ବାଗତ କରିବା ସହ ପୁରୁଣା ବର୍ଷକୁ ଖୁସିର ସହ ବିଦାୟ ଦେବାକୁ ଭୁବନେଶ୍ୱର ପାଳିବ ବିଦାୟ ଉତ୍ସବ ବା ଜିରୋ ନାଇଟ ସେଲିବ୍ରେସନ । ୩୧ ତାରିଖରେ ରାତିରେ ଏହି ସେଲିବ୍ରେସନକୁ ନେଇ ସହରର ବିଭିନ୍ନ ହୋଟେଲ ଓ ଗ୍ରାଉଣ୍ଡ ସଜେଇ ହେଉଥିବା ବେଳେ ରାଜଧାନୀବାସୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି ।

କ୍ଲାନ୍ତ ଜୀବନରୁ ଟିକିଏ ଅବସର ନେଇ ପୁରୁଣା ବର୍ଷର ସ୍ମୃତିକୁ ସାଉଁଟି ବିଦାୟ ଦେବେ ପୁରୁଣା ବର୍ଷକୁ ଆଉ ଏକ ନୂଆ ସମ୍ଭାବନାକୁ ନେଇ ନୂଆ ବର୍ଷକୁ କରିବେ ସ୍ୱାଗତ । ତେଣୁ ଏହି ବିଦାୟ ଓ ସ୍ୱାଗତ ଉତ୍ସବକୁ ମନେଇବାକୁ ଯାଇ ରଙ୍ଗିନ ଲାଇଟ୍‌ ସହ ଡିଜେର ଧୁନରେ ମତୁଆଲା ହେବେ ଯୁବପୀଢୀ ବା ରାଜଧାନୀବାସୀ । ଏନେଇ ରାଜଧାନୀର ବିଭିନ୍ନ ହୋଟେଲ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ନାଚ, ଗୀତ ସହ ଭୁରି ଭୋଜନରେ ୨୦୨୬କୁ ସ୍ବାଗତ କରିବ ଭୁବନେଶ୍ବର । ଏପଟେ କମିଶନରେଟ ପୋଲିସ ପକ୍ଷରୁ ଜାରି ହେଲା ଗାଇଡଲାଇନ୍ । ପୋଲିସର ନିର୍ଦେଶନାମା ଜିରୋ ନାଇଟ ସେଲିବ୍ରେସନ ପାଳିବେ ସହରବାସୀ । ନହେଲେ ଅମନିଆଙ୍କୁ ରାତିରେ ପୋଲିସ ଷ୍ଟେସନରେ କରିବା ସହ ଦେବାକୁ ପଡିବ ମୋଟା ଅଙ୍କର ତଣ୍ଡ ବୋଲି ଚେତାବନୀ ଦେଇଛି କମିଶନରେଟ ପୋଲିସ ।

ଜିରୋ ନାଇଟ ସେଲିବ୍ରେସନ (ETV Bharat Odisha)



ତେବେ ଜିରୋନାଇଟ ସେଲିବ୍ରେସନ୍ ପାଇଁ କାଉଣ୍ଟଡାଉନ୍ ଆଜିଠୁ ଆରମ୍ଭ ହୋଇଥିବା ବେଳେ ସଜେଇ ହେଲାଣି ହୋଟେଲ । ଆରମ୍ଭ ହେଲାଣି ଜୋରଦାର ପ୍ରସ୍ତୁତି । ଅତିଥିଙ୍କୁ ଆକର୍ଷିତ କରିବା ପାଇଁ ତାରକା ହୋଟେଲରେ ମାଳମାଳ ଅଫର ଦେଖିବାକୁ ମିଳିଲାଣି। ଅନଲିମିଟେଡ ଖାଇବା ସହ ପିଇବା ଫ୍ରି ରହିଥିବା ବେଳେ ଗୋଟିଏ ପ୍ୟାକେଜରେ ଲାଇଭ ମ୍ୟୁଜିକ ସହ ରାତି ରହଣିର ସୁବିଧା ରହିଛି । ନାଚି ନାଚି ହାଲିଆ ହେଲେ ମାଲିସ ବ୍ୟବସ୍ଥା ବି ରହିଛି । କପଲ, ସିଙ୍ଗଲ ଏବଂ ପିଲାଙ୍କ ପାଇଁ ଭିନ୍ନ ଭିନ୍ନ ରହିଛି ଦର ରହିଛି ଏହି ସେଲିବ୍ରେସନ ମେନୁରେ । ନୂଆ ନୂଆ ଥିମକୁ ହୋଟେଲ ମାନେ ମନୋରଞ୍ଜନ ପାଇଁ ପ୍ରସ୍ତୁତି କରୁଥିବା ବେଳେ ୨୦୨୫ ଡିସେମ୍ବର ୩୧ ମଧ୍ୟରାତ୍ରରେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ରାଜଧାନୀରେ ବଡ ପ୍ରସ୍ତୁତି ଦେଖିବାକୁ ମିଳିଛି । ରାଜଧାନୀର ବହୁ ତାରକା ହୋଟେଲ ଯେପରିକି ଏମ୍ପାୟାର, ସ୍ବସ୍ତି ,ପୁଷ୍ପକରେ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାକୁ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଜିରୋ ନାଇଟ ସେଲିବ୍ରେସନ ପାଇଁ ସହିଦନଗର ହୋଟେଲ ଏମ୍ପାୟାର୍ସରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା।

ଏନେଇ ହୋଟେଲର ଉପସଭାପତି ସଞ୍ଜୟ ମିଶ୍ର କହିଛନ୍ତି, "କମିଶନରେଟ ପୋଲିସର ସମସ୍ତ ନିର୍ଦେଶନାମାକୁ ଅନୁସରଣ କରି ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। କପୁଲ ଏଣ୍ଟ୍ରି ୧୨ ହଜାର ଥିବା ବେଳେ ସିଙ୍ଗଲ ୭ ହଜାର ଏବଂ ଚିଲଡ୍ରେନ୍ ୩୫୦୦ ରହିଛି । ରାତି ରହଣି ସହ ଫୁଲ ପ୍ୟାକେଜ ମାତ୍ର ୧୫ ହଜାର ଟଙ୍କା ରହିଛି । ମ୍ୟୁଜିକ ନାଇଟରେ ୟୁଥ ସେନସେସନ୍ ସିଙ୍ଗର ଜ୍ୟୋତି ପ୍ରକାଶ ରହିଥିବା ବେଳେ ମନ ମୋହିବେ ସ୍ବତନ୍ତ୍ର ଡ୍ୟାନ୍ସ ଟ୍ରୁପ୍ । ୩୧ ନାଇଟର ମ୍ୟୁଜିକ ଡ୍ୟାନ୍ସ ସହ ଖାଦ୍ୟରେ ୬୬ ଟି ପ୍ରକାର ର ଆଇଟମ ରହିଛି । ସେହିଭଳି ହୋଟେଲ ପୁଷ୍ପକରେ ଜିରୋ ନାଇଟ ପାର୍ଟିରେ ରହିଛି ସେଲିବ୍ରେଟି ନାଇଟ୍ସ ସହ ଗାଲା ଡିନର । ଯେଉଁଠି ରହିଛି 100 ପ୍ରକାର ଆଇଟମ। ଚାଇନିଞ୍ଜ, ଥାଇ, କଣ୍ଟିନେଟ ବା ୟୂରୋପିଆନ ଫୁଡ୍ ସହିତ ଇଣ୍ଡିଆନ ଫୁଡ୍ ର ପସରା ଖୋଲିବ । ବଲିଓଡ଼ର ପ୍ରଛଦପଟ ଗାୟକ କଣ୍ଠଶିଳ୍ପୀ ବିକାଶ ଚନ୍ଦ୍ରା, ଏମଏସ ନାସିର ଓ ଡକ୍ଟର ଦେବଯାନୀଙ୍କୁ ନେଇ ମ୍ୟୁଜିକାଲ ନାଇଟ ସହ ବିଭିନା ଗ୍ରୁପ୍ ଦୟାନ ବା ନୃତ୍ୟ ପଦର୍ଶନ ରହିଥିବା ବେଳେ କଳାକାରଙ୍କ ତାଳରେ ନାଚିବ ଗାଇବ ଭୁବନେଶ୍ୱର । ଏଠାରେ ଏଣ୍ଟ୍ରି ଫି ୨୫୦୦ ରହିଛି । ସବୁଠାରୁ ବଡ କଥା ମହିଳା ସୁରକ୍ଷାକୁ ନେଇ ସହର ପୋଲିସ ଏଥର ଅଧିକ ତାତ୍ପରତା ଦେଖିଥିବା ବେଳେ ପରିବାର ଓ କପୁଲ ଅତିଥିଙ୍କୁ ଏଥର ବେଶୀ ପ୍ରାଧାନ୍ୟ ଦିଆଯାଇଛି ବୋଲି କହିଛନ୍ତି ହୋଟେଲ କର୍ତ୍ତୃପକ୍ଷ । ଏହାସହ ହୋଟେଲ ମାନେ ସୁରକ୍ଷା ଦୃଷ୍ଟିରୁ ନିଜର ସୁରକ୍ଷା କର୍ମୀ ସହ ପର୍ଯ୍ୟାପ୍ତ ସିସି ଟିଭି ସହ ଜିରୋ ନାଇଟ୍ସ ସେଲିବ୍ରେସନ ହେବ ।"



ଅନ୍ୟପଟେ ଜିରୋ ନାଇଟ ପାଇଁ ଭୁବନେଶ୍ୱର ରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ ଆସିଛି । ପୋଲିସର ନିର୍ଦେଶନାମା ଅନୁସାରେ ମୌଜ କରିବା ପାଇଁ କଡା ଚେତାବନୀ ଦେଇଛି କମିଶନରେଟ ପୋଲିସ । ନିର୍ଦେଶନାମା ଅନୁସାରେ ରାତି ୧୨ ଟାରେ ସେଲିବ୍ରେସନ ବନ୍ଦ । ୧୨:୩୦ ଠାରୁରେ ଚେକିଂ କଡାକଡି । ମଦୁଆଙ୍କ ଉପରେ ଜୋରଦାର ଚେକିଂ କରିବ ପୋଲିସ । ମଦ ପିଇ ଗାଡି ଚଲେଇଲେ ଧରିବ ପୋଲିସ । ମଦୁଆ ଓ ଅମାନିଆଙ୍କୁ ସାବାଡ କରିବା ପାଇଁ ଓ ସୁରକ୍ଷିତ ସେଲିବ୍ରେସନ ପାଇଁ ଭୁବନେଶ୍ୱରରେ 18 ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଅତିରିକ୍ତ ୨୩ ଜଣ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଦେଖିବେ । ଏହାସହ ଯେଉଁମାନେ ଏହି ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବେ ସେମାନଙ୍କୁ ରାତିରେ ପୋଲିସ ଷ୍ଟେସନରେ ରହିବାକୁ ପଡିବା ବୋଲି ମଧ୍ୟ କଡା ଚେତାବନୀ ଦେଇଛି ପୋଲିସ।

"ଭୁବନେଶ୍ୱରରେ 18 ଟି ସ୍ଥାନରେ ନାକାବନ୍ଦୀ କରିବା ପୋଲିସ । 4 ଟି ଜାଗାରେ କୁଇକ ଆକ୍ସନ ଟିମ ଜଗିବେ । ଯେଉଁ ହୋଟେଲରେ କାର୍ଯ୍ୟକ୍ରମ ହେଉଛି ସେମାନେ ଗ୍ରାହକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ନିର୍ଦେଶ । ମହିଳାଙ୍କ ସୁରକ୍ଷା ଉପରେ ଗୁରତ୍ବ ଦିଆଯିବ । ରୋଡ଼ ରୋମିଓଙ୍କ ଉପରେ ନଜର ରହିବ । ପୋଲିସ ପେଟ୍ରୋଲିଂ କଡାକଡି କରାଯିବ ବୋଲି କହିଛନ୍ତି," ପୋଲିସ କମିଶନର ଏସ୍.ଦେବଦତ୍ତ ସିଂ ।


ଇଟିଭି ଭାରତ, ଭୁବନେଶ୍ୱର