ETV Bharat / state

ମୋକିମଙ୍କୁ ଭକ୍ତଙ୍କ ଜବାବ, କହିଲେ 'ଅତୃପ୍ତ ଆତ୍ମାର ପ୍ରତିକାର ନାହିଁ, ତାଙ୍କୁ ଜଗନ୍ନାଥ ସାହା'

ନୂଆ ଦଳ ଗଠନକୁ ନେଇ ପୁଣି ଶନିବାର ମୁଁହ ଖୋଲିଛନ୍ତି  ମୋକିମ । ଅନ୍ୟପକ୍ଷେ ନୂଆଦଳ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖି ପିସିସି ସଭାପତି ଭକ୍ତ ଦାସ ଅତୃପ୍ତ ଆତ୍ମା କଥା କହିଛନ୍ତି।

Bhakta response to moquim
ମୋକିମଙ୍କୁ ଜବାବ ଦେଲେ ଭକ୍ତ ଦାସ (Etv Bharat)
author img

By ETV Bharat Odisha Team

Published : January 4, 2026 at 5:09 PM IST

2 Min Read
Choose ETV Bharat

ଭୁବନେଶ୍ୱର: ମୁହଁମୁହିଁ ହୋଇଛନ୍ତି ଅସନ୍ତୁଷ୍ଟ ନେତା ମହମ୍ମଦ ମୋକିମ ଏବଂ କଂଗ୍ରେସ । ହାଇକମାଣ୍ଡଙ୍କ ବିରୋଧରେ ମୁହଁଖୋଲି ଦଳରୁ ବିତାଡିତ ହେବା ପରେ ଯୁବପିଢୀଙ୍କ ପାଇଁ ସୁଯୋଗର ଆବଶ୍ୟକତା ଥିବା କହି ନୂଆ ଦଳ ଗଠିବାକୁ ଯାଉଛନ୍ତି ମୋକିମ । ଅନ୍ୟପକ୍ଷେ ମୋକିମଙ୍କ ନୂଆ ଦଳ ଗଠନକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଅତୃପ୍ତ ଆତ୍ମାର ପ୍ରତିକାର ନାହିଁ,ତାଙ୍କୁ ଜଗନ୍ନାଥ ସାହା ବୋଲି କହି ସମାଲୋଚନା କରିଛନ୍ତି ପିସିସି ସଭାପତି ଭକ୍ତ ଦାସ ।

ଦୀର୍ଘଦିନର ଚର୍ଚ୍ଚା ପରେ ନୂଆ ଦଳ ଗଠନକୁ ନେଇ ପୁଣି ଶନିବାର ମୁଁହ ଖୋଲିଛନ୍ତି ମୋକିମ। କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । ଏପରିକି ଦଳର ପୁରୁଣା ଗୋଷ୍ଠୀ କନ୍ଦଳ ପ୍ରସଙ୍ଗ ଉଠାଇ କହିଥିଲେ, 'ଯିଏ ନିଜକୁ ନିଜେ ତିଆରି କରିଥିବ, ତାକୁ ସାଇଡ କରି ଅନ୍ୟ କାହାକୁ ଦାୟିତ୍ୱ ଦେଲେ ସଂଗଠନ ପଛେଇ ଯାଇଥାଏ, ଯାହା କଂଗ୍ରେସ ଦଳରେ ହୋଇଛି । ଯେତେବେଳେ କମଳ ନାଥ ଓଡିଶା ଆସି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଅତିଥି ବୋଲି କହିଥିଲେ ଏବଂ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି କରାଗଲା, ସେତେବେଳେ କଂଗ୍ରେସ ଦଳର ଡାଉନ ଫଲ ଆରମ୍ଭ ହୋଇଥିଲା। ଆଜି ପର୍ଯନ୍ତ ସେଇ କ୍ଷତିରୁ କଂଗ୍ରେସ ଉଠି ପାରୁନାହିଁ ' ବୋଲି ସେ କହିଥିଲେ ।

ଯୁବ ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା ଚାଲିଛି

ମୋକିମଙ୍କୁ ଜବାବ ଦେଲେ ଭକ୍ତ ଦାସ (Etv Bharat)

ନୂଆ ଦଳ ଗଠନା ପ୍ରସଙ୍ଗରେ ଉତ୍ତର ଦେଇ ମୋକିମ କହିଥିଲେ, ରାଜ୍ୟରେ ଖୁବ ଶୀଘ୍ର ନୂଆ ଆଞ୍ଚଳିକ ଦଳ ଗଠନ ହେବ । ଗଣମାଧ୍ୟମକୁ ସାମ୍ନାରେ ଏଭଳି ପ୍ରତିକ୍ରିୟା ରଖି ବରିଷ୍ଠ ରାଜନେତା ମହମ୍ମଦ ମୋକିମ। କହିଛନ୍ତି, ‘ରାଜ୍ୟରେ ଅନେକ ଯୁବ ନେତୃତ୍ୱଙ୍କୁ ଏକ ବଡ ସୁଯୋଗ ଆବଶ୍ୟକତା ରହିଛି। ସେଥିପାଇଁ ସିଏ ଆମ ସହ ଯୋଗାଯୋଗରେ ଅଛନ୍ତି। ଆମେ ମଧ୍ୟ ଯୁବ ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରୁଛୁ । କାହା ପାଇଁ କେଉଁ ସ୍ଥାନ ଖାଲି ପଡେ ନାହିଁ, କିଏ ନା କିଏ ଏହାକୁ ପୂରଣ କରିଥାନ୍ତି।’

ଅତୃପ୍ତ ଆତ୍ମାର ପ୍ରତିକାର ନାହିଁ,ତାଙ୍କୁ ଜଗନ୍ନାଥ ସାହା-ଭକ୍ତ ଦାସ

ନୂଆଦଳ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖି ପିସିସି ସଭାପତି ଭକ୍ତ ଦାସ ଅତୃପ୍ତ ଆତ୍ମା କଥା କହିଛନ୍ତି। ରାଜ୍ୟର ଉନ୍ନତି ପାଇଁ ଆଶା ରଖି ଯଦି କିଏ ଆଞ୍ଚଳିକ ଦଳ ଗଢୁଛି ଭଲ କଥା। କିନ୍ତୁ ଆନ୍ତରିକତା ରହିବା ଆବଶ୍ୟକ। ମୋକିମଙ୍କ ନାଁ ନ ନେଇ ସେ କହିଛନ୍ତି, ‘ଅତୃପ୍ତ ଆତ୍ମାର ପ୍ରତିକାର ନାହିଁ,ତାଙ୍କୁ ଜଗନ୍ନାଥ ସାହା।’

ଯିଏ ଗୋଟିଏ ଦଳରେ ଶୃଙ୍ଖଳାରେ ରହି ପାରିବେ ନାହିଁ ଓ ଦଳରୁ ବାହାରି ଅନ୍ୟ ନୂଆ ଦଳ ଗଢିବେ ବୋଲି ଭାବୁଛନ୍ତି ଭଲ। କଂଗ୍ରେସ ଦଳରୁ ବିମୁଖ ଲୋକ ଚାଲିଗଲେ ଭଲ। ଏହା କଂଗ୍ରେସ ଉପରେ କୌଣସି ପ୍ରଭାବ ପଡିବ ନାହିଁ।

ଇଟିଭି ଭାରତ, ଭୁବନେଶ୍ୱର

ଏହା ମଧ୍ୟ ପଢନ୍ତୁ 'ମୋକିମ ଲେଖିଥିବା ଚିଠି ବିଜେପି ଦ୍ଵାରା ଡ୍ରାଫ୍ଟିଂ କରାଯାଇଛି: ପିସିସି ସଭାପତି

ଏହା ମଧ୍ୟ ପଢନ୍ତୁ କଂଗ୍ରେସ ଉପରେ ପୁଣି ବର୍ଷିଲେ, ନୂଆ ଦଳ ଗଠନର ସୂଚନା ଦେଲେ ମୋକିମ; କହିଲେ, 'ଯୁବ ନେତୃତ୍ୱଙ୍କୁ ବଡ ସୁଯୋଗର ଆବଶ୍ୟକତା ରହିଛି'