ETV Bharat / state

Interview: ରିସର୍ଚ୍ଚ ମେଥୋଡୋଲୋଜି ଓ ଗବେଷଣାର ଭିତ୍ତିଭୂମିକୁ ଆହୁରି ସୁଦୃଢ କରାଯିବ: ପ୍ରଫେସର ଗୀତାଞ୍ଜଳୀ ଦାଶ

ଚଳିତବର୍ଷ ବ୍ରହ୍ମପୁର ବିଶ୍ବବିଦ୍ଯାଳୟର ରେକର୍ଡ଼ ୧୧୫ ଜଣ ଛାତ୍ରଛାତ୍ରୀ ସର୍ବଭାରତୀୟ UGC NET ପରୀକ୍ଷାରେ କୃତିତ୍ବ ହାସଲ କରି ବିଶ୍ବବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ।

Berhampur University Vice Chancellor Prof Gitanjali Dash Exclusive Interview
ରିସର୍ଚ୍ଚ ମେଥେଡୋଲୋଜି ଓ ଗବେଷଣାର ଭିତ୍ତିଭୂମିକୁ ଆହୁରି ସୁଦୃଢ କରାଯିବ: ପ୍ରଫେସର ଗୀତାଞ୍ଜଳୀ ଦାଶ (ETV Bharat Odisha)
author img

By ETV Bharat Odisha Team

Published : February 10, 2026 at 5:24 PM IST

3 Min Read
Choose ETV Bharat

ସାକ୍ଷାତକାର: ସମୀର କୁମାର ଆଚାର୍ଯ୍ୟ

ବ୍ରହ୍ମପୁର: ଶିକ୍ଷାବର୍ଷ 2025-26 ବର୍ଷର ଡିସେମ୍ବର ମାସରେ ଅନୁଷ୍ଠିତ ସର୍ବଭାରତୀୟ UGC NET ପ୍ରବେଶିକା ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ରାଜ୍ୟର ଅନେକ କଲେଜ ଓ ବିଶ୍ବବିଦ୍ଯାଳୟର ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ହେଲେ ଚଳିତବର୍ଷ ବ୍ରହ୍ମପୁର ବିଶ୍ବବିଦ୍ଯାଳୟର ରେକର୍ଡ଼ ୧୧୫ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କୃତିତ୍ବ ହାସଲ କରି ବିଶ୍ବବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ବିଶ୍ବବିଦ୍ୟାଳୟ ଗର୍ବିତ ବୋଲି କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ କହିଛନ୍ତି ।

ରିସର୍ଚ୍ଚ ମେଥୋଡୋଲୋଜି ଓ ଗବେଷଣାର ଭିତ୍ତିଭୂମିକୁ ଆହୁରି ସୁଦୃଢ କରାଯିବ: ପ୍ରଫେସର ଗୀତାଞ୍ଜଳୀ ଦାଶ (ETV Bharat Odisha)

ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ଗବେଷଣା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଉଚ୍ଚଶିକ୍ଷା କ୍ଷେତ୍ରରେ ଏହାର ମାନ ବୃଦ୍ଧି ପାଇଁ ବିଶ୍ବବିଦ୍ୟାଳୟଗୁଡ଼ିକରେ ଅନେକ ଯୋଜନା ପ୍ରଣୟନ କରାଯାଉଛି । ଯେଉଁଥିପାଇଁ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ବିଭାଗର UGC NET ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଗବେଷଣା କରିବା ପାଇଁ ସୁଯୋଗ ପାଇଛନ୍ତି । ଏହି ସଫଳତା ପଛରେ ବିଶ୍ୱବିଦ୍ୟାଳୟର କେଉଁ ସବୁ କାର୍ଯ୍ୟକ୍ରମ ଓ ଅବଦାନ ରହିଛି ଏନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ସହିତ ଇଟିଭି ଭାରତର ବ୍ରହ୍ମପୁର ସମ୍ୱାଦଦାତା ସମୀର ଆଚାର୍ଯ୍ୟଙ୍କ ସ୍ୱତନ୍ତ୍ର ସାକ୍ଷାତକାର ।




ଇଟିଭି ଭାରତ: ଚଳିତଥର ରେକର୍ଡ ସଂଖ୍ୟକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀମାନେ ଜେ.ଆର୍.ଏଫ୍ (JRF) ଠାରୁ ଆରମ୍ଭ କରି ୟୁ.ଜି.ସି ନେଟ୍ (UGC NET) ଏବଂ ପି.ଏଚ୍.ଡି (PhD) ପାଇଛନ୍ତି । ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷରେ ଛାତ୍ରଛାତ୍ରୀଙ୍କ ଏପରି ପ୍ରଦର୍ଶନ ନେଇ କଣ କହିବେ ?


କୁଳପତି: ପ୍ରତିବର୍ଷ NTA ପକ୍ଷରୁ ପରିଚାଳନା କରାଯାଉଥିବା UGC NET ପରୀକ୍ଷାକୁ ଆମ ବିଶ୍ୱବିଦ୍ୟାଳୟର ଅଧିକାଶଂ ବିଦ୍ୟାର୍ଥୀ ସେହି ପରୀକ୍ଷା ଦେଇଥାନ୍ତି । ଚଳିତବର୍ଷ ଏହା ଡିସେମ୍ୱର ୩୧ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ଆମର ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ପ୍ରାୟ ୧୧୫ ଜଣ ସେଥିରେ କୃତିତ୍ୱ ଅର୍ଜନ କରିଛନ୍ତି । ଏହା ଆମ ପାଇଁ ନିଶ୍ଚିତ ଭାବରେ ଗର୍ବର ବିଷୟ । ମୁଁ ଏହା କହିପାରିବି ଆମେ ଅନେକ ଗୁଡିଏ ଏଭଳି ପଦକ୍ଷେପ ନେଉଛୁ ଯାହା ଦ୍ୱାରା ଛାତ୍ରଛାତ୍ରୀ ମାନେ ଆଗ୍ରହ ପ୍ରକାଶ କରୁଛନ୍ତି ଏବଂ ସେମାନଙ୍କୁ ପରୀକ୍ଷା ଦେବା ପାଇଁ ସୁଯୋଗ ମିଳିପାରୁଛି ।

Berhampur University Vice Chancellor Prof Gitanjali Dash Exclusive Interview
ରିସର୍ଚ୍ଚ ମେଥେଡୋଲୋଜି ଓ ଗବେଷଣାର ଭିତ୍ତିଭୂମିକୁ ଆହୁରି ସୁଦୃଢ କରାଯିବ: ପ୍ରଫେସର ଗୀତାଞ୍ଜଳୀ ଦାଶ (ETV Bharat Odisha)

ଛାତ୍ରଛାତ୍ରୀମାନେ ଏଠାରେ ନାମ ଲେଖାଇବା ଦିନ ଠାରୁ ଏହି ପରୀକ୍ଷା ବିଷୟରେ ଜାଣିପାରୁଛନ୍ତି । ଏପରିକି ଆମର ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅନେକ ଅତିଥି ଅଧ୍ୟାପକ (Guest Faculty) ମାନେ ମଧ୍ୟ NET ପରୀକ୍ଷାରେ କୃତକାର୍ଯ୍ୟ ହୋଇଥାନ୍ତି । ଏହା ସହିତ ଆମର ବରିଷ୍ଠ ପ୍ରଫେସରମାନେ ବିଦ୍ୟାର୍ଥୀଙ୍କୁ ନେଟ୍ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ଶିକ୍ଷାଦାନ କରିଥାନ୍ତି । ଏଣୁ ୟୁଜିସି ନେଟ୍ ନପାଇଲେ ଗବେଷଣା କରିପାରିବେ ନାହିଁ ବୋଲି ସ୍ଥିର ହୋଇଯାଇଥିବାରୁ ଏହାକୁ ସମସ୍ତେ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି । ଏପରିକି ବିଶ୍ବ ବିଦ୍ୟାଳୟର ସିଲାବସ୍‌କୁ ସଂପୂର୍ଣ୍ଣ ଭାବରେ UGC Model ଅନୁସାରେ ପ୍ରସ୍ତୁତ କରାଯାଇଛି । ଏହା ସହିତ ପ୍ରତିବର୍ଷ ଏହି ସିଲାବସ୍‌କୁ ପୁନଃ ପରୀକ୍ଷଣ କରାଯାଉଛି । ଯାହା ଦ୍ବାରା ଶ୍ରେଣୀରେ ଦିଆଯାଉଥିବା ଶିକ୍ଷାଦାନ ବିଷୟ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଅନେକ ମାତ୍ରାରେ ସହାୟତା କରିପାରିବ ବୋଲି କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ କହିଛନ୍ତି ।

ଇଟିଭି ଭାରତ: ଚଳିତବର୍ଷ ୧୧୫ ଜଣ ବିଦ୍ୟାର୍ଥୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । କେଉଁ କେଉଁ ବିଭାଗରୁ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି ?


କୁଳପତି: ଆମ ବିଶ୍ୱବିଦ୍ୟାଳୟରେ ଆଇ.ଆର୍.ପି.ଏମ୍ (ଶିଳ୍ପ ସଂପର୍କ ଓ କାର୍ମିକ ପରିଚାଳନା) ବିଭାଗରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ JRF ପାଇଛନ୍ତି । ଏହା ସହିତ ଲାଇବ୍ରେରୀ ସାଇନ୍ସ ବିଭାଗରେ ମଧ୍ୟ ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିଛନ୍ତି । ଉକ୍ତ ବିଭାଗରେ କମ୍ ସଂଖ୍ୟକ ବିଦ୍ୟାର୍ଥୀ ରହିଛନ୍ତି । ମାତ୍ର ସେଥିରୁ ୫ ଜଣ ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବା ଏକ ରେକର୍ଡ ସଂଖ୍ୟା ଅଟେ । ବିଦ୍ୟାର୍ଥୀଙ୍କ ଆଗ୍ରହ ସହିତ ନିଶ୍ଚିତ ରୂପେ ଶିକ୍ଷକମାନଙ୍କ ବହୁତ ଅବଦାନ ରହିଛି । ଏନେଇ ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କୁ କାର୍ଯ୍ୟକୁ ଧନ୍ୟବାଦ ।

ଏହା ସହିତ ଆମ ବିଶ୍ବବିଦ୍ୟାଳୟର ରିସର୍ଚ୍ଚ ଇକୋ ସିଷ୍ଟମ ବହୁତ ଭଲ ହୋଇଥିବାରୁ ଜାତୀୟ ସ୍ତରରେ ଆମର ଦୃଶ୍ୟମାନତା ବହୁ ବୃଦ୍ଧି ପାଉଛି । ବହୁ ଜାତୀୟ ଶିକ୍ଷାନୁଷ୍ଠାନରୁ ବିଭିନ୍ନ ପ୍ରକଳ୍ପ ଏଠାରେ କାର୍ଯ୍ୟକାରୀ ହେଉଛି । ଏଥିରେ କାର୍ଯ୍ୟରତ ରିସର୍ଚ୍ଚ ଆସିଷ୍ଟାଣ୍ଟ ମାନେ ମଧ୍ୟ NET ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଏହା ନିଶ୍ଚିତ ଭାବରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରୁଥିବା କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ କହିଛନ୍ତି । ଏପରିକି ଆମ ପାଖରେ ପାଖାପାଖି ୧୧୬ ଗୋଟି ପ୍ରକଳ୍ପରେ ଗବେଷଣା ପାଇଁ ୪୦ କୋଟି ଟଙ୍କାର ଆର୍ଥିକ ଅନୁଦାନ ବା ଏକ୍ସଟ୍ରା ମୋରାଲ୍ ଫଣ୍ଡିଂ ଅନୁଦାନ ମିଳିବ । ବିଶ୍ବବିଦ୍ୟାଳୟର ରିସର୍ଚ୍ଚ ଇକୋ ସିଷ୍ଟମ ବହୁତ ଭଲ ରହିଥିବା ଯୋଗୁଁ ଆମ ବିଦ୍ୟାର୍ଥୀମାନେ ଏହି କ୍ଷେତ୍ରରେ ଆଗ୍ରହ ପ୍ରକାଶ କରୁଛନ୍ତି ।


ଇଟିଭି ଭାରତ: JRF ଓ UGC NET ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ ସହିତ ଅଧ୍ୟୟନ କରିବାକୁ ପଡିଥାଏ । ଏଦିଗରେ ଆପଣ କେଉଁ କ୍ଷେତ୍ରକୁ ଗୁରୁତ୍ବ ଦିଅନ୍ତି ?


କୁଳପତି: ଏହା ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ହୋଇଥିବାରୁ ଏହାର ସିଲାବସ୍‌କୁ ସେହି ଅନୁସାରେ ଗୁରୁତ୍ୱ ଯାଇଥାଏ । କ୍ଲାସରୁମରେ ପରୀକ୍ଷାର ସିଲାବସ୍ ଅନୁଯାୟୀ ଶିକ୍ଷା ପ୍ରଦାନ ସହିତ ଗବେଷଣାକୁ ଅଧିକା ଗୁରୁତ୍ୱ ଦିଆଯାଏ । ଯାହା ଫଳରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ବିଷୟରେ ସହଜରେ ଶିକ୍ଷା ପାଆନ୍ତି । ଏହା ସହିତ ଆମ ବିଶ୍ବବିଦ୍ୟାଳୟରେ ରିସର୍ଚ୍ଚ ମେଥେଡୋଲୋଜି (Research Methodology) ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥାଏ । ଆମ ବିଶ୍ୱବିଦ୍ୟାଳୟ ପରିସରରେ ୧୦୬ ଜଣ ରିସର୍ଚ୍ଚ ଆସିଷ୍ଟାଣ୍ଟ ରହିଛନ୍ତି । ସେମାନେ ଏହି ଶିକ୍ଷାଦାନକୁ ଆହୁରି ସୁଗମ କରିଥାନ୍ତି । ଆଗାମୀ ଦିନରେ ଏହାକୁ ଜାରି ରଖିବା ସହିତ ଗବେଷଣାର ଭିତ୍ତିଭୂମିକୁ ଆହୁରି ସୁଦୃଢ କରାଯିବ ବୋଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ଗଞ୍ଜାମ ବିଜେଡି ପଲିଟିକ୍ସ; 'ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରାଯିବ'

EXCLUSIVE: କାହିଁକି ଚାଲୁନି ଓଡ଼ିଆ ଫିଲ୍ମ ? ଇଟିଭି ଭାରତକୁ ଅସଲ କାରଣ କହିଲେ 'ଦ୍ରୋଣାଚାର୍ଯ୍ୟ' ଶିଶିର ମିଶ୍ର



ଇଟିଭି ଭାରତ, ବ୍ରହ୍ମପୁର