ETV Bharat / state

ସମ୍ବଲପୁରରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ: ବଙ୍ଗାଳି ଶ୍ରମିକ ହତ୍ୟା ଘଟଣାରେ SP, IGଙ୍କ ସହ ଆଲୋଚନା

ଓଡ଼ିଶାରେ ବଙ୍ଗାଳି ଶ୍ରମିକଙ୍କ ଉପରେ ହେଉଥିବା ହିଂସା ନେଇ ଦୁଃଖ ପ୍ରକାଶ କରିବା ସହ ସୁରକ୍ଷା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ନିକଟରେ ଦାବି ।

ବଙ୍ଗାଳୀ ଶ୍ରମିକ ହତ୍ୟା ଘଟଣା ନେଇ ଏସପି ଓ ଆଜିଙ୍କୁ ଭେଟିଲେ ଅଧୀର ରଞ୍ଜନ ଚୌଧୁରୀ
ବଙ୍ଗାଳୀ ଶ୍ରମିକ ହତ୍ୟା ଘଟଣା ନେଇ ଏସପି ଓ ଆଜିଙ୍କୁ ଭେଟିଲେ ଅଧୀର ରଞ୍ଜନ ଚୌଧୁରୀ (ETV BHARAT ODISHA)
author img

By ETV Bharat Odisha Team

Published : January 4, 2026 at 8:27 PM IST

2 Min Read
Choose ETV Bharat

ସମ୍ବଲପୁର: ପଶ୍ଚିମବଙ୍ଗର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ସମ୍ବଲପୁର ଗସ୍ତରେ ଆସିଛନ୍ତି । କିଛି ଦିନ ତଳେ ଗତ ଡିସେମ୍ବର 24 ତାରିଖରେ ସମ୍ବଲପୁର ସହର ଅଇଁଠାପାଲି ଥାନା ଅଞ୍ଚଳରେ ହୋଇଥିବା ପଶ୍ଚିମବଙ୍ଗର ଜଣେ ପ୍ରବାସୀ ଶ୍ରମିକଙ୍କ ହତ୍ୟା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏହାପରେ ସମ୍ବଲପୁରର ବିଭିନ୍ନ ଅଞ୍ଚଳରେ ରହୁଥିବା ପ୍ରବାସୀ ପଶ୍ଚିମବଙ୍ଗର ଶ୍ରମିକମାନଙ୍କ ସହ ଜିଲ୍ଲା ସ୍କୁଲ ଛକରେ ଆଲୋଚନା କରିଛନ୍ତି । ପରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ବିଷୟ ନେଇ ସେ କହିଥିଲେ ।

ସମ୍ବଲପୁରରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ: ବଙ୍ଗାଳି ଶ୍ରମିକ ହତ୍ୟା ଘଟଣାରେ SP, IGଙ୍କ ସହ ଆଲୋଚନା (ETV BHARAT ODISHA)

ମୁଖ୍ୟତଃ ଓଡ଼ିଶାରେ ବଙ୍ଗାଳି ଶ୍ରମିକମାନଙ୍କ ଉପରେ ହେଉଥିବା ହିଂସା ନେଇ ସେ ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନକୁ ସେ ଦାବି କରିଥିଲେ । ଏପରି ଘଟଣାର ପୁନରାବୃତ୍ତି ଯେପରି ନଘଟୁ ସେନେଇ ଓଡ଼ିଶା ସରକାର ସଜାଗ ରୁହନ୍ତୁ ବୋଲି ସେ କହିଥିଲେ l

ଓଡ଼ିଶା ଓ ପଶ୍ଚିମବଙ୍ଗର ବହୁ ପୁରୁଣା ସମ୍ପର୍କ ରହିଛି l ଏପରି ଘଟଣା ଯୋଗୁଁ ଓଡ଼ିଶା ରାଜ୍ୟର ଛବି ମଳିନ ହେଉଛି ବୋଲି ଶ୍ରୀ ଚୌଧୁରୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ l ସାମ୍ବାଦିକ ସମ୍ମିଳନୀ ପରେ ଶ୍ରୀ ଚୌଧୁରୀ ଉତ୍ତରାଞ୍ଚଳ ପୋଲିସ ଆଇଜି ଓ ସମ୍ବଲପୁର ଏସପିଙ୍କ ସହ ଆଇଜି କାର୍ଯ୍ୟାଳୟରେ ଭେଟି ପ୍ରବାସୀ ଶ୍ରମିକଙ୍କ ଉପରେ ହେଉଥିବା ହିଂସା ନେଇ ଆଲୋଚନା କରିଛନ୍ତି l ସମ୍ବଲପୁରରେ ବସବାସ କରୁଥିଵା ପ୍ରବାସୀ ପଶ୍ଚିମବଙ୍ଗ ଶ୍ରମିକଙ୍କୁ ସୁରକ୍ଷା ଦେବା ପାଇଁ ମଧ୍ୟ ସେ ଦାବି କରିଛନ୍ତି l

ପଶ୍ଚିମବଙ୍ଗର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମ୍ବଲପୁର ଗସ୍ତ
ପଶ୍ଚିମବଙ୍ଗର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମ୍ବଲପୁର ଗସ୍ତ (ETV BHARAT ODISHA)

ସମ୍ବଲପୁର ଏସପି ଓ ଆଇଜି ଙ୍କ ସହ ଆଲୋଚନା ପରେ ଶ୍ରୀ ଚୌଧୁରୀ କହିଥିଲେ ଯେ, ମୋର ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଭେଟିବାର ଗୋଟିଏ ଉଦ୍ଦେଶ୍ୟ ହେଉଛି, ସମ୍ବଲପୁରରେ ରହୁଥିବା ସବୁ ପ୍ରବାସୀ ଶ୍ରମିକ ମୁଖ୍ୟତଃ ଓଡ଼ିଶାରେ ଥିବା ସବୁ ପ୍ରବାସୀ ଶ୍ରମିକମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉ । ଯେପରି ଭୟଭୀତ ହୋଇ ସେମାନେ ପଳାୟନ ନକରନ୍ତୁ l ମୋର ଏହି ସବୁ କଥାକୁ ଏସପି ଓ ଆଜି ସାହେବ ଭଲରେ ଶୁଣିଥିଲେ ଓ ମୋତେ ଭରସା ଦେଇଥିଲେ ଯେ, ଏଠାରେ ଯିଏ କେହି ବି ରହୁ ସମସ୍ତଙ୍କୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ ଅଟେ l ଅଉ ଆମେ ସବୁ ବ୍ୟକ୍ତିଙ୍କୁ ସୁରକ୍ଷା ଦେବୁ l ତେଣୁ ଏବେ ମୁ ପ୍ରବାସୀ ଶ୍ରମିକମାନଙ୍କୁ ଆଶ୍ୱାସନା ଦେବି ଯେ ସେମାନେ ଭୟଭୀତ ହୁଅନ୍ତୁ ନାହିଁ l ତେବେ ମୁଁ ଯେଉଁ ସ୍ଥାନକୁ ପ୍ରବାସୀ ଶ୍ରମିକଙ୍କୁ ଭେଟିବାକୁ ଯାଇଥିଲି, ସେଠାରେ ପୋଲିସ ପୂର୍ବରୁ ସବୁ ଶ୍ରମିକମାନଙ୍କୁ ଡରାଇ ଧମକାଇ ଅନ୍ୟତ୍ର ପଠେଇ ଦେଇଥିବା କଥା ମଧ୍ୟ ଏସପି ଓ ଆଜିଙ୍କୁ ଜଣାଇ ଥିଲି l ଆଗକୁ ଏଭଳି ଘଟଣାର ପୁର୍ନରାବୁତ୍ତି ଯେପରି ନଘଟୁ ସେନେଇ ସେ ଅନୁରୋଧ ମଧ୍ୟ କରିଛନ୍ତି l


ସେପଟେ ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ ଲାଲ କହିଛନ୍ତି ଯେ, "ଏହି ଘଟଣାରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ସମସ୍ତ ଦିଗରେ ତଦନ୍ତ କରାଯାଇଛି l ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଇନ ଅନୁଯାଇ ଦଫା ଦେଇ ଜେଲ ପଠାଯାଇଛି l ପୋଲିସ ସହରରେ କୌଣସି ପ୍ରବାସୀ ଶ୍ରମିକ ମାନଙ୍କୁ ହଇରାଣ ହେବାକୁ ଦେବ ନାହିଁ l ସେଥିପାଇଁ ପୋଲିସ ସବୁବେଳେ ସଜାଗ ରହିଛି ବୋଲି ଆଇଜି ହିମାଂଶୁ ଲାଲ କହିଛନ୍ତି l "

ଗତ 24 ତାରିଖରେ ସମ୍ବଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଦାନିପାଲି ଅଞ୍ଚଳରେ ଜଣେ ପ୍ରବାସୀ ଶ୍ରମିକଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥିଲେ । ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଞ୍ଚଳର ଶେଖ ଜୁଏଲ ବୋଲି ଜଣାପଡ଼ିଛି । ସେ ସମ୍ବଲପୁରରେ ରହି ଶ୍ରମିକ ଭାବେ କାମ କରୁଥିଲେ । ଘଟଣାରେ ପୋଲିସ 6 ଜଣଙ୍କୁ ଗିରଫ କରିଛି ।

ଏହା ମଧ୍ୟ ପଢ଼ନ୍ତୁ- ସମ୍ବଲପୁରରେ ପଶ୍ଚିମବଙ୍ଗ ଶ୍ରମିକଙ୍କୁ ପିଟିପିଟି ହତ୍ୟା, 6 ଗିରଫ

ଇଟିଭି ଭାରତ, ସମ୍ବଲପୁର